ଅନ୍ତଃ କନ୍ଦଳରେ ବୁଡ଼ି ରହିଛି ଭାଜପା

ପଟ୍ଟାମୁଣ୍ଡାଇ ୩୦ା୩ ( କଳ୍ପତରୁ ନାୟକ): ନିର୍ବାଚନ କମିଶନର ରାଜ୍ୟରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ବିଜେଡି-ଭାଜପା ମେଣ୍ଟକୁ ନେଇ ଚର୍ଚ୍ଚା ହେବା ସହ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହୋଇଥିଲା। ପରେ ମେଣ୍ଟ ସମ୍ଭାବନା ମଉଳିଯିବାରେ ଭାଜପା ଓ ବିଜେଡି ଏକାକୀ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କଲେ। ଏପରି କି ଭାଜପା ପକ୍ଷରୁ ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକାରେ ୧୮ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା। ଏହାପରଠାରୁ ଦଳ ଆଉ ବାକି ୩ ଲୋକ ସଭା ଆସନ ଏବଂ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। କେନ୍ଦ୍ରାପଡ଼ା ଲୋକ ସଭା ଆସନ ପାଇଁ ପୁଣି ବୈଜୟନ୍ତ ପଣ୍ଡାଙ୍କୁ ଭାଜପା ପ୍ରାର୍ଥୀ କରିଛି। ବିଜେଡି ବୁଧବାର ନିଜର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୫ ଜଣ ସାଂସଦ ଓ ୭୨ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଲୋକ ସଭା ଆସନ ପାଇଁ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ରାଜନଗର ବିଧାନସଭା ଆସନ ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ନାମ ଘୋଷଣା କରାଯାଇଛି। ଏହାକୁ ନେଇ ରାଜନୈତିକ ପାଣିପାଗ ଉଷ୍ମ ହେବା ସହ ବିଜେଡି ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଛି। ବିଜେଡି ପ୍ରାର୍ଥୀମାନେ ଏବେ ଲୋକଙ୍କ ନିକଟକୁ ଯିବା ଆରମ୍ଭ କଲେଣି। ହେଲେ ବିଧାନସଭା ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ ଭାଜପା ପଛରେ ପଡ଼ିଥିବାରୁ ଆଶାୟୀମାନଙ୍କ ନିଦ ହଜିଯାଇଛି। ଦଳ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ମଧ୍ୟ ଆଶାୟୀ ଓ କର୍ମୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।
ନିର୍ବାଚନରେ ଭାଜପା ଆଶାୟୀ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ଅଲେଖ ଜେନା ୨୦୦୯ରେ ବିଧାୟକ ଥାଇ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟକୁ ପାଥେୟ କରି ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଛାତ୍ର ଜୀବନରୁ ସମାଜସେବାରେ ନିଜକୁ ଜଡ଼ିତ ରଖି ଅଞ୍ଚଳର ମାଟିର ପୁଅ ଭାବେ ନିଜକୁ ଅଭିହିତ କରିଛନ୍ତି। ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ସାଧାରଣ ଲୋକଙ୍କ ପାଇଁ ଆସୁଥିବା କେନ୍ଦ୍ରୀୟ ଯୋଜନାକୁ ବାଟମାରଣା ବିଷୟରେ ସେ ଲୋକଙ୍କୁ ଅବଗତ କରାଉଛନ୍ତି। ଏଥିସହ ବିକଶିତ ରାଜନଗର ଗଠନ ତାଙ୍କର ସ୍ବପ୍ନ ବୋଲି ସେ କହିଛନ୍ତି। ସେହିପରି ଶଶିକାନ୍ତ ସ୍ବାଇଁ ରାଜନଗର ନିର୍ବଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପହଞ୍ଚତ୍ ବିପନ୍ନଙ୍କୁ ସହାୟତା କରିବା ଭଳି ବିଭିନ୍ନ କାର୍ଯ୍ୟ ଜାରି ରଖିଛନ୍ତି। ସେ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶକରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସହ ଜଡିତ ଥାଇ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି। ୨୦୧୪ ପଞ୍ଚାୟତ ନିର୍ବାଚନରେ ଭାଜପା ଜିଲା ପରିଷଦ ପ୍ରାର୍ଥୀଙ୍କୁ ଜିତାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିବା ବେଳେ ୨୦୨୨ ପୌର ନିର୍ବାଚନରେ ଭାଜପାରୁ ପଟ୍ଟାମୁଣ୍ଡାଇ ଅଧ୍ୟକ୍ଷ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ନିର୍ବାଚନମଣ୍ଡଳୀରେ ଜଳସେଚନ, ଗୋବରୀ ନଦୀ ପୁନରୁଦ୍ଧାର, ଉଠାଦୋକାନୀଙ୍କୁ ଥଇଥାନ, ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ସ୍ବାସ୍ଥ୍ୟ କର୍ମଚାରୀ ଓ ଡାକ୍ତରଙ୍କ ପଦବୀ ପୂରଣ, ପୌରାଞ୍ଚଳରେ ହେଉଥିବା ଦୁର୍ନୀତି ବିରୋଧରେ ସ୍ବର ଉଠାଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚତ୍ତ ହୋଇଥିବା ନେଇ ଶଶିକାନ୍ତଙ୍କ ନେତୃତ୍ୱରେ ଭାଜପା ପକ୍ଷରୁ ବ୍ଲକ କାର୍ଯ୍ୟାଳୟରେ ଆନ୍ଦୋଳନ କରାଯାଇଥିଲା। ଆଶାୟୀ ପ୍ରାର୍ଥୀ ଭାବେ ଶଶିକାନ୍ତଙ୍କ ନାମ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସେହିପରି ‘ମନ୍‌ କି ବାତ୍‌’ ଜିଲା ସଂଯୋଜକ ଅଜୟ କୁମାର ବେହେରା ନିର୍ବାଚନମଣ୍ଡଳୀରେ ଦଳୀୟ ସମାବେଶ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷ ସୁଶାସନର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଉଥିଲେ। ସେ ୨୦୧୯ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ରଣାଙ୍ଗନରେ ଅଂଶଗ୍ରହଣ କରିଥିଲେ। ସେ ୨୦୨୪ ନିର୍ବାଚନ ଦଳୀୟ ଟିକେଟ ଦାବିଦାର ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସେହିଭଳି ରାଜନଗର ଭାଜପାରୁ ଜ୍ଞାନଦେବ ବେହୁରା, ରଶ୍ମିରଞ୍ଜନ ପ୍ରଧାନ, ସମୀର ପାତ୍ର ପ୍ରମୁଖ ପ୍ରାର୍ଥୀ ଦୌଡ଼ରେ ରହିଛନ୍ତି। ତେବେ ଏଠାରେ ଭାଜପାରେ ଥିବା ଅନ୍ତଃ କନ୍ଦଳ ଦଳକୁ ଅଡୁଆରେ ପକାଇବ। ସେହିପରି ରାଜନଗରରେ କଂଗ୍ରେସ ନେତା ଶୂନ୍ୟ ହୋଇପଡ଼ିଥିବା ବେଳେ ଏହି ବିଧାନସଭାରେ ଦାୟିତ୍ୱ କାହାକୁ ହସ୍ତାନ୍ତର କରିବେ ବୋଲି ବିଚାରବିମର୍ଶ ଚାଲିଛି। ତେବେ ଯୁବନେତା ସମ୍ରାଟ ଜେନା ଏଥିପାଇଁ ଯୋଗ୍ୟ ବୋଲି ଆଲୋଚନା ହେଉଥିବା ବେଳେ ଅନ୍ୟତମ ଆଶାୟୀ ଭାବେ ପୂର୍ବତନ ମହିଳା ସଭାନେତ୍ରୀ ସ୍ନେହଲତା ରାୟ ଓ ପୂର୍ବତନ ଜିଲା ଯୁବ ସଭାପତି ସତ୍ୟପ୍ରିୟ ସାମଲ କଂଗ୍ରେସ ଟିକେଟ ପାଇଁ ଏଆଇସିସିକୁ ଦରଖାସ୍ତ କରିଛନ୍ତି। ଏହି ପରିପେକ୍ଷୀରେ ରାଜନଗର ବିଧାନସଭା କ୍ଷେତ୍ରରେ ବିଜେଡିକୁ ମୁକାବିଲା କରିବାରେ ଅନ୍ତଃ କନ୍ଦଳରେ ବୁଡିରହିଥିବା ଭାଜପା ନା ନେତା ଶୂନ୍ୟ କଂଗ୍ରେସ ସମକ୍ଷ ହେବେ ବୋଲି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?