ଆଶାୟୀଙ୍କଠୁ ଆଗରେ ଅରବିନ୍ଦ

କେନ୍ଦ୍ରାପଡ଼ା,୧୦ା୩(ଜଗନ୍ନାଥ ଧଳ): ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥ ଭାଜପା ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ନିକଟରେ ବିଜେଡିରେ ସାମିଲ ହେବା ପରେ କେନ୍ଦ୍ରାପଡ଼ା ଜିଲା ପାଟକୁରା ରାଜନୀତି ଚଳଚଞ୍ଚଳ ହୋଇଛି । ଗତ ୨୪ ବର୍ଷ ହେଲା ପ୍ରାୟ ସବୁଆଡ଼ୁ କୋଣଠେସା ହୋଇଥିବା ବିଜୟଙ୍କ ପୁଅର ଭବିଷ୍ୟତ ଦେଖି ବିଜେଡିରେ ମିଶ୍ରଣକୁ ସମ୍ମତି ପ୍ରଦାନ କରିଥିବା ସାଧାରଣରେ ଆଲୋଚନା ହେଉଛି। ବିଜେଡିରେ ମିଶିବା ପରେ ଅରବିନ୍ଦ କହିଛନ୍ତି, ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ, ତାହା ସେ ତୁଲାଇବେ । ଅନ୍ୟପକ୍ଷରେ ତାଙ୍କର ବିଜେଡିରେ ମିଶ୍ରଣ କେନ୍ଦ୍ରାପଡ଼ା ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି  ।ବହୁ ଆଶାୟୀ ପ୍ରାର୍ଥୀ ଏବେ ଆଶଙ୍କାରେ ଅଛନ୍ତି। ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ଏକ ଅଣ କଂଗ୍ରେସର ଗଡ଼ ଭାବେ ପରିଚିତ ହୋଇଆସିଛି। ଏଠାରୁ ସ୍ବର୍ଗତ ବିଜୁ ପଟ୍ଟାନାୟକ ୧୯୮୦ରେ ବିଧାୟକ ଭାବେ ଜିତିଥିଲେ। ପରବର୍ତ୍ତୀ ସମୟରେ ଏଠାରୁ ବିଜୁବାବୁଙ୍କ ଏକାନ୍ତ ଅନୁଗତ ବିଜୟ ମହାପାତ୍ର ଉପ ନିର୍ବାଚନରେ ଜିତିଥିଲେ । ୧୯୮୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପାଟକୁରା ବିଧାୟକ ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ। ବିଜୁବାବୁଙ୍କ ଦେହାନ୍ତ ପରେ ବିଜୁ ଜନତା ଦଳ ଗଠନରେ ବିଜୟଙ୍କ ସକ୍ରିୟ ଭୂମିକା ଥିଲା । ତେବେ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ରୋଷର ଶିକାର ହୋଇ ବିଜେଡିରୁ ବିଜୟ ବହିଷ୍କୃତ ହୋଇଥିଲେ । ଅଦ୍ୟାବଧି ସେ ଦଳକୁ ଫେରି ନ ଥିଲେ ମଧ୍ୟ ବିଜେଡି ପାଇଁ ସର୍ବଦା ବିଜୟ ଏକ ଚ୍ୟାଲେଞ୍ଜ ହୋଇ ରହିଆସିଥିଲେ।

୨୦୧୯ ନିର୍ବାଚନରେ ଏହି ବିଧାନସଭା କ୍ଷେତ୍ର ଦୁଇଟି କାରଣରୁ ବେଶ୍‌ ଚର୍ଚ୍ଚିତ ଥିଲା। ବିଜୟ ମହାପାତ୍ର ଭାଜପାରୁ ଲଢ଼ିଥିବା ବେଳେ ବିଧାୟକ ପଦ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ନିର୍ବାଚନ ପୂର୍ବରୁ ପରଲୋକ ହୋଇଥିଲା । ଫଳରେ ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ। ଏହି ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ସହ ବିଜେଡି ମଇଦାନକୁ ଓହ୍ଲାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ବିଧାନସଭା କ୍ଷେତ୍ରରେ ପ୍ରଚାର ମଙ୍ଗ ଧରିଥିଲେ । ଏହାଯୋଗୁ ସାବିତ୍ରୀ ଅଗ୍ରୱାଲ ୯୬,୦୩୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜୟଙ୍କ ଭୋଟ ସଂଖ୍ୟା ୭୮,୧୩୨ ଖଣ୍ଡରେ ସୀମିତ ରହିଥିଲା। ଅପରପକ୍ଷେ ଏହି ଚର୍ଚ୍ଚିତ ଆସନ ପାଇଁ ଆଗାମୀ ନିର୍ବାଚନରେ ଆଶାୟୀଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳୁଛି । ଦଳର ବିଭିନ୍ନ ପଦବୀରେ ଥିବା ସଞ୍ଜୟ ଅଗ୍ରୱାଲ, ମଧୁମତି ଅଗ୍ରୱାଲ, ରବି ସାମଲ, ଉତ୍କଳ ପରିଡା, ସରୋଜ ସାହୁ, ଅମରେଶ ପତ୍ରୀଙ୍କ ସମେତ ପ୍ରାୟ ୧୫ ବର୍ଷ ଧରି ଦଳୀୟ ଟିକେଟ ଆଶାରେ ଅଜୟ ରାଉତ ସଙ୍ଗଠନ ସଜାଡୁଛନ୍ତି । ସେହିପରି ଶୁଭଙ୍କର ନାୟକଙ୍କ ସମେତ କେତେଜଣ ଯୁବ ପ୍ରତିଭା ନିଜସ୍ବ ସଙ୍ଗଠନ କରିଛନ୍ତି। ଏହି ସମୟରେ ଅରବିନ୍ଦଙ୍କ ବିଜେଡିରେ ଯୋଗଦାନ ପାଟକୁରା ରାଜନୀତିରେ ଆଶାୟୀଙ୍କୁ ଏକଦମ୍‌ ଚୁପ୍‌ କରିଦେବା ଭଳି ସ୍ଥିତି ସୃଷ୍ଟି କରିଛି। କାରଣ ଅରବିନ୍ଦଙ୍କୁ ଆଶୀର୍ବାଦ ଦେବା ବେଳେ ବାପାଙ୍କୁ ଏସବୁ କହିବ ବୋଲ ନବୀନ କହିଥିଲେ। ଏହି କଥାକୁ ଦେଖି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି ଯେ ପାଟକୁରାରୁ ଆରବିନ୍ଦଙ୍କ ପ୍ରାର୍ଥତ୍ତ୍ୱ ସମ୍ଭାବନା ଯଥେଷ୍ଟ ଅଧିକ। ତେଣୁ ଅନ୍ୟ ଆଶାୟୀଙ୍କ ଆଶା ମଉଳି ଗଲା ଭଳି ଲକ୍ଷ୍ୟ କରାଯାଉଛି। ଏହା ମଧ୍ୟ ଆଲୋଚନା ହେଉଛି, ଯଦି ବିଜେଡି-ଭାଜପା ମେଣ୍ଟ ହୁଏ, ତଥାପି ଅରବିନ୍ଦଙ୍କ ପଲା ଭାରି ରହିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?