ଜଳ ଯୋଗାଣ କ୍ଷମତା ହରାଇଛି କେନ୍ଦ୍ରାପଡ଼ା କେନାଲ

କେନ୍ଦ୍ରାପଡ଼ା ଅଫିସ, ୬।୧୧: କ୍ଷେତର ଖରିଫ ଧାନରେ ଏବେ ଛିଞ୍ଚା ବାହାରିବା ସମୟ ା ପରିପୃଷ୍ଟ ହେବାକୁ ପ୍ରଚୁର ପାଣି ଆବଶ୍ୟକ ା ଏହି ସମୟରେ କେନ୍ଦ୍ରାପଡ଼ା କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ ା ମାଛ ବ୍ୟବସାୟୀ ଆଡ଼ିବନ୍ଧ ବାନ୍ଧୁଛନ୍ତି ା ଏଣେ କେନାଲରେ ଆବର୍ଜନା ଓ ବିଲାତି ଦଳ ଯୋଗୁ ଶେଷମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ, ଏପରି ଅଭିଯୋଗ ଆଣି ଗତ ୨ଦିନ ମଧ୍ୟରେ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକର ୩ ସ୍ଥାନରେ ଚାଷୀ ଆନ୍ଦୋଳନ ଆରମ୍ଭ କରିଛନ୍ତି ା ରାସ୍ତାରୋକୋ କରି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛନ୍ତି।
ରାଜ୍ୟର ସର୍ବପ୍ରାଚୀନ ଏହି କେନ୍ଦ୍ରାପଡ଼ା କେନାଲ ପୂର୍ବରୁ ସୁନାବ୍ୟା ଥିଲା ା ଏବେ କ୍ଷେତକୁ ପାଣି ଯୋଗାଇବାକୁ ଅସମର୍ଥ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ା ନଅଙ୍କ ଦୁର୍ଭିକ୍ଷ ସମୟରେ କ୍ଷେତ ପରିଚାଳନା ଓ ପଣ୍ୟ କାରବାରରେ ଏହି କେନାଲ ସହଯୋଗ କରିଥିଲା ା ଏସମ୍ପର୍କରେ କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଜଗଦୀଶ ପତି, କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡା, ଭରତପୁର ଗ୍ରାମର ଚିତ୍ତରଞ୍ଜନ ଦାସ, ଇଚ୍ଛାପୁରର ଚିତ୍ତରଞ୍ଜନ ସାହୁ, ଆୟେବାର ବିରେନ୍ଦ୍ର କୁମାର ଦାସ ପ୍ରମୁଖ କହିଛନ୍ତି, ୧୮୬୭ର ନଅଙ୍କ ଦୁର୍ଭିକ୍ଷ ପରେ ଏହି କେନାଲ ଖୋଳା ଯାଇଥିଲା। ମହାନଦୀ ବ୍ୟାରେଜରୁ ବାହାରିଥିବା ୨୪୧ କିଲୋମିଟରର ଏହି କେନାଲରେ ୧୮୬୯ ମେ ୨୯ରେ ପ୍ରଥମ ଥର ପାଇଁ ପାଣି ଆସିଥିଲା ା ସେହି ପାଣି କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ, ଜମ୍ବୁ, ଗୋବରୀ କେନାଲ ମାଧ୍ୟମରେ ଛଡାଯାଇ ୧୧,୯୩୮ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଥିଲା ା ପରବର୍ତ୍ତୀ ସମୟରେ ଉକ୍ତ କେନାଲରୁ ଜଳ ଆହରଣ କରି ଗୋବରୀ କେନାଲ, ସଂପ୍ରସାରିତ ଗୋବରୀ କେନାଲ, ପଟ୍ଟାମୁଣ୍ଡାଇ କେନାଲ ଅଞ୍ଚଳର ପ୍ରାୟ ୨୯ ହଜାର ହେକ୍ଟର କ୍ଷେତକୁ ଜଳସେଚନ କରାଯାଉଥିଲା ା ଜିଲା ଗଠନ ପୂର୍ବରୁ ଏହି ଜଳସେଚନ କ୍ଷମତାକୁ ଧାର୍ଯ୍ୟ କରି ଜିଲାର ସତ୍ୱବାନ ଚାଷୀଙ୍କ ନିକଟରୁ ଅଦ୍ୟାବଧି ଜଳକର ଆଦାୟ ହେଉଛି ା କେବଳ କ୍ଷେତକୁ ପାଣି ନୁହେଁ, ଉକ୍ତ କେନାଲ ମାଧ୍ୟମରେ ପଣ୍ୟ ଦ୍ରବ୍ୟ ପରିବହନ ହେଉଥିଲା ା ୧୯୩୦- ୩୧ରେ ଲକ୍‌ ମାଧ୍ୟମରେ ଆଦାୟ ରାଜସ୍ବ ୮୫ ହଜାର ଟଙ୍କାରୁ ଅଧିକ ଥିବା ରେକର୍ଡ ଦର୍ଶାଉଛି ା ଏପରିକି ଏହି ଜଳପଥ ଦେଇ ବାରବାଟୀରୁ ପଥର ନିଆଯାଇ ଫଲସ୍‌ପଏଣ୍ଟଠାରେ ବତୀଘର ନିର୍ମାଣ ହୋଇଥିଲା ା ନୌବାଣିଜ୍ୟ ଓ ଜଳସେଚନ ପାଇଁ ଖୋଳା ଯାଇଥିବା ଏହି କେନାଲ ଏବେ କ୍ଷେତକୁ ପାଣି ଯୋଗାଇବା ପାଇଁ ଅସମର୍ଥ ହୋଇଛି ା ଜଳପଥ ଉପରେ ଜବରଦଖଲ ବଢ଼ିଚାଲିଛି ା ଏହା ଉପରେ କେତେଜଣ ବ୍ୟକ୍ତି ଘର ନିର୍ମାଣ କରି ଜଳପଥକୁ ସଙ୍କୁଚିତ କରିଛନ୍ତି ା ସେହିପରି ସହରର ଅଳିଆ ଆବର୍ଜନା, ପାଇଖାନା ମଳ , ପ୍ଲାଷ୍ଟିକ କେନାଲରେ ଛଡା ଯାଉଛି। କେନାଲରେ ଭର୍ତ୍ତି ହୋଇଥିବା ବିଲାତି ଦଳ ବଡ ସମସ୍ୟା ହୋଇଛି ା କେନାଲର ଦାନପୁର, କାକଟ ଲକ୍‌ଠାରୁ ଗର୍ନାକିଆ ଲକ୍‌ ଆଦି ପ୍ରାୟ ୫୦ କିଲୋମିଟର ଦୈର୍ଘ ଅଞ୍ଚଳରେ ଏହି ବିଲାତି ଦଳ ଭର୍ତ୍ତି ହୋଇଛି ା ପୂର୍ବରୁ ଏହି ସହର ସହିତ ବ୍ଲକ ଅଞ୍ଚଳର ପ୍ରାୟ ୫୦ରୁ ଅଧିକ ଗ୍ରାମବାସୀ ନିତ୍ୟକର୍ମରେ ଉକ୍ତ ଜଳକୁ ବ୍ୟବହାର କରୁଥିଲେ ା ଏବେ ସେହି କେନାଲ ଜଳ ମଶାମାଛିଙ୍କ ଅନ୍ତୁଡ଼ିଶାଳରେ ପରିଣତ ହୋଇଛି ା ସେହି ଜଳ ବ୍ୟବହାର କଲେ ଚର୍ମରୋଗ ବ୍ୟାପୁଛି ା ପ୍ରତିବର୍ଷ ସଫେଇ ନାମରେ ଜଳ ସମ୍ପଦ ବିଭାଗ ଅର୍ଥ ହରିଲୁଟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ା
ଏସମ୍ପର୍କରେ ଏସ୍‌ଇ ଇଂ. ଉମେଶ ଚନ୍ଦ୍ର ସେଠୀ କହିଛନ୍ତି, ସଡ଼କ ଯୋଗାଯୋଗ ପଥ ଉନ୍ନତ ହେବା ପରେ ନୌବାଣିଜ୍ୟ ପାଇଁ ଏହି କେନାଲ ଉପଯୋଗୀ ହୋଇରହିନାହିଁ ା ଜଳସେଚନ ପାଇଁ ଏହାର ଉନ୍ନତିକରଣ ଚାଲିଛି ା କେନାଲ ପଥକୁ ସୁଗମ କରାଯାଇ ଚାଷୀଙ୍କୁ ଜଳ ଯୋଗାଣ ହେଉଛି ା କେତେକ ସ୍ଥାନରେ ମାଛ ପାଇଁ ଆଡି ବନ୍ଧ କରାଯାଇଥିବାରୁ ଆନ୍ଦୋଳନ ହୋଇଥିଲା ା ତେବେ ତୁରନ୍ତ ସେପରି ଆଡି ବନ୍ଧକୁ ହଟାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri