Posted inଜାତୀୟ

କେଜ୍‌ରିଓ୍ବାଲଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୨୭ା୩: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଜାମିନ ଦେବାକୁ ବୁଧବାର ହାଇକୋର୍ଟ ମନା କରି ଦେଇଛନ୍ତି। ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି କୋର୍ଟ କହିଛନ୍ତି, ହେପାଜତ ସମୟରେ ଇଡି ହୁଏତ କିଛି ତଥ୍ୟ ସଂଗ୍ରହ କରିଥାଇପାରେ, ଯାହା ଶୁଣାଣି ସମୟରେ କୋର୍ଟରେ ଉପସ୍ଥାପନ କରିବାକୁ ଚାହିଁପାରେ। ଏହି ଆବେଦନ ପାଇଁ ମଧ୍ୟ ଏହି ତଥ୍ୟଗୁଡିକ ଗୁରୁତ୍ୱପୂର୍ଣ୍ଣ ହେବ। ଇଡିଠାରୁ ନ ଶୁଣି ଆମେ ଏହା ଉପରେ ନିଷ୍ପତ୍ତି ନେଇ ପାରିବୁ ନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩ରେ ହେବ। ସକାଳେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏବଂ ଇଡିଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଏହାର ଆଦେଶ ସଂରକ୍ଷିତ ରଖିଥିଲେ।

ଇଡି ତରଫରୁ ହାଜର ହୋଇଥିବା ଏଏସ୍‌ଜେ ରାଜୁ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ ଦେବାକୁ ବିରୋଧ କରିଥିଲେ। ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ହାଜର ହେବାକୁ ଓକିଲଙ୍କ ସେନାକୁ ବିରୋଧ କରିଥିଲେ। ଇଡି କହିଛି ଯେ, ଗୋଆ ନିର୍ବାଚନକୁ ପାଣ୍ଠି ଦେବା ପାଇଁ କେଜ୍‌ରିଓ୍ବାଲ ମଦ ନୀତି ସାହାଯ୍ୟରେ ଦକ୍ଷିଣ ଗ୍ରୁପକୁ ଉପକୃତ କରିଛନ୍ତି। ଏହାର ପ୍ରତିବଦଳରେ ଗୋଆ ନିର୍ବାଚନରେ ତାଙ୍କୁ ବହୁ ଅର୍ଥ ମିଳିଥିଲା। ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭୀ, ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ହାଜର ହୋଇକୋର୍ଟରେ କହିଛନ୍ତି ଯେ, ଏହା ହୋଇପାରିବ ନାହିଁ; କିଛି ଦିନ ତୁମେ କହିବ ଆମେ ଆପଣଙ୍କୁ ଗିରଫ କରିବାକୁ ଚାହୁଁଛୁ, କାରଣ ଆମର ଗିରଫ କରିବାର ଅଧିକାର ଅଛି। ତେଣୁ ଗିରଫ କରିବାର ଇଚ୍ଛା ପୂରଣ କରିବାକୁ ଆମେ ଗିରଫ କରୁଛୁ ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହିତା ମହିଳାଙ୍କୁ ବଳାତ୍କାର, ଗିରଫ ହେଲେ ରାୟଗଡ଼ା ଅତିରିକ୍ତ ଅଗ୍ନିଶମ ଅଧିକାରୀ

ରାୟଗଡ଼ା,୨୦।୭(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଅଗ୍ନିଶମ ବିଭାଗର ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ ବଳାତ୍କାର ମାମଲାରେ ରାୟଗଡ଼ା ଟାଉନ ଥାନା ପୋଲିସ ରବିବାର...

ଦିଲ୍ଲୀ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡ଼ିତା 

ଭୁବନେଶ୍ୱର,୨୦।୭: AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତା ଏୟାରଲିଫ୍ଟ ହୋଇଛନ୍ତି। ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀକୁ ଏୟାରଲିଫ୍ଟ ହୋଇଛନ୍ତି ପୀଡ଼ିତା। ଦିଲ୍ଲୀ AIIMSରେ ପୀଡ଼ିତାଙ୍କ ଅଧିକ ଚିକିତ୍ସା କରାଯିବ।...

ଟୋଲ୍‌ପ୍ଲାଜା ବୁଥ୍‌ ଉପରକୁ ଚଢ଼ିଗଲା କାର୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ବୈଶିଙ୍ଗା,୨୦ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ୍‌ପ୍ଲାଜା ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ...

ଅବ୍ୟବସ୍ଥା ଘେରରେ କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ: ଖାଲିପଡ଼ିଛି ଅନେକ ପଦବୀ, ଲୋକେ ପାଉନାହାନ୍ତି ସେବା

କର୍ଲାମୁଣ୍ଡା,୨୦ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅବ୍ୟବସ୍ଥା ଘେରରେ ରହୁଥିବାରୁ ଲୋକେ ଉପଯୁକ୍ତ ସମୟରେ ସରକାରୀ ସେବାଗୁଡ଼ିକ ଠିକ୍‌ ଭାବେ ପାଇପାରୁ ନ...

ସାଉଦି ଆରବର ‘ସ୍ଲିପିଂ ପ୍ରିନ୍ସ’ଙ୍କ ଦେହାନ୍ତ; ୨୦ ବର୍ଷ ଧରି ଥିଲେ କୋମାରେ, ଜାଣନ୍ତୁ କିଏ ଥିଲେ…

ରିଆଧ,୨୦।୭: ସାଉଦୀ ଆରବର ‘ସ୍ଲିପିଂ ପ୍ରିନ୍ସ’ ଆଲୱାଲିଦ ବିନ ଖାଲିଦଙ୍କର ୨୦ ବର୍ଷ କୋମାରେ ରହିବା ପରେ ଦେହାନ୍ତ ହୋଇଛି। ସେ ସାଉଦି ରାଜ ପରିବାରର...

ପରକୀୟା ପ୍ରୀତିରୁ ଝୁଲିପଡ଼ିଲେ ସ୍ତ୍ରୀ, ସୁଇସାଇଡ୍‌ ନୋଟ୍‌ରେ ଲେଖିଦେଇ ଗଲେ ମୋ’ ସ୍ବାମୀ ଆଉ ପ୍ରେମିକା ମିଶି…

ଭବାନୀପାଟଣା,୨୦।୭(ଉତ୍ତମ କୁମାର ଦାଶ): ସ୍ବାମୀ ଆଉ ପ୍ରେମିକା ମିଶି ଦେଉଥିଲେ ନିର୍ଯାତନା ଦେବା ଶେଷରେ ନିର୍ଯାତନା ସହି ନ ପାରି ବାପଘରେ ଆତ୍ମହତ୍ୟା କରି ସୁଇସାଇଡ୍‌...

ସୌମ୍ୟାଶ୍ରୀ ଆତ୍ମାହୁତି ମାମଲା: ଫକୀରମୋହନ ମହାବିଦ୍ୟାଳୟରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଡିଜି

ବାଲେଶ୍ୱର,୨୦ା୭(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାର ତଦନ୍ତ ପାଇଁ ରବିବାର ମହାବିଦ୍ୟାଳୟରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଡିଜି...

ଭାରତର ବିମାନ ଆକ୍ରମଣକୁ ନେଇ ପାକିସ୍ତାନ ପୁଣି ଭୟଭୀତ, ୨୩ ଜୁଲାଇ ପର୍ଯ୍ୟନ୍ତ ଆକାଶ ସୀମା ବନ୍ଦ

ଇସଲାମାବାଦ,୨୦ା୭: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଲସ୍କର-ଏ-ତୋଇବାର ଆଗଧାଡ଼ିର ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ଉପରେ ଆମେରିକା ପ୍ରତିବନ୍ଧକ ଲଗାଇବା ପରେ ପାକିସ୍ତାନରେ ହଇଚଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri