Posted inଜାତୀୟ

କେଜ୍‌ରିଓ୍ବାଲଙ୍କୁ ମୁକ୍ତି, ସିବିଆଇକୁ ଭର୍ତ୍ସନା

ନୂଆଦିଲ୍ଲୀ,୧୪ା୯:ଦିଲ୍ଲୀ ଅବକାରୀ ନୀତି ସମ୍ପର୍କିତ ମାମଲାରେ ଗିରଫ ହେବାର ୬ ମାସ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଷ୍ଟ୍ରୀୟ ଆବାହକ କେଜ୍‌ରିଓ୍ବାଲ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ମନିଲଣ୍ଡରିଂ ମାମଲାରେ ଜାମିନ ପାଇଥିବାବେଳେ ଶୁକ୍ରବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମାମଲାରେ ସର୍ବୋଚ୍ଚ ଅଦାଲତ ତାଙ୍କୁ ଜାମିନ ଦେଇଛନ୍ତି। ଏଥିସହ ସେ ତିହାର ଜେଲରୁ ମୁକ୍ତ ହୋଇଛନ୍ତି। ମୁକୁଳିବା ପରେ ନିଜ ପ୍ରଥମ ପ୍ରତିକ୍ରିୟାରେ କେଜ୍‌ରିଓ୍ବାଲ ନିଜକୁ ନିର୍ଦ୍ଦୋଷ ଦର୍ଶାଇ କହିଛନ୍ତି, ଭାରତକୁ ଦୁର୍ବଳ କରିବାକୁ ଉଦ୍ୟମ ଚଳାଇଥିବା ଦେଶବିରୋଧୀ ତତ୍ତ୍ୱଙ୍କ ବିରୋଧରେ ତାଙ୍କ ଲଢ଼େଇ ଜାରି ରହିବ। ଅକାରଣେ ଉଦ୍ଦେଶ୍ୟମୂଳକ ଭାବେ ଏତେ ଦିନ ଜେଲରେ ରଖାଯିବା ଦ୍ୱାରା ତାଙ୍କର ସଂକଳ୍ପ ଆହୁରି ସୁଦୃଢ଼ ହୋଇଛି। ସୁପ୍ରିମକୋର୍ଟଙ୍କ ଜାମିନ ପରେ ଭାଜପାର ମିଛ ଧରାପଡ଼ିଯାଇଛି। ସିବିଆଇ-ଇଡି ଭାଜପାର ଶୁଆ ଓ ଶାରୀ ବୋଲି ଆପ୍‌ ସମାଲୋଚନା କରିଛି।
୨୦୨୩ ଅକ୍ଟୋବରରେ ଅବକାରୀ ଦୁର୍ନୀତି ମାମଲାରେ ଇଡି ପକ୍ଷରୁ କେଜ୍‌ରିଓ୍ବାଲଙ୍କୁ ପ୍ରଥମ ସମନ କରାଯାଇଥିଲା। ୬ ଥର ସମନ ସତ୍ତ୍ୱେ ସେ ଏହାକୁ କେନ୍ଦ୍ରର ଷଡ଼ଯନ୍ତ୍ର ଦର୍ଶାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ ନ ଥିଲେ। ୨୦୨୪ ମାର୍ଚ୍ଚ ୧୬ରେ ଦିଲ୍ଲୀର ଏକ ସେସନ୍ସ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ମାର୍ଚ୍ଚ ୨୧ରେ କେଜ୍‌ରିଓ୍ବାଲ ଇଡି ସମନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ତାଙ୍କୁ ସୁରକ୍ଷା ଦେବାକୁ ମନା କରିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଲଗାତର ୯ ଥର ସମନ ମିସ୍‌ କରିବା ପରେ ସେହି ଦିନ ଇଡି ତାଙ୍କୁ ଗିରଫ କରିଥିଲା।
ମେ’ ୧୦ରେ ସୁପ୍ରିମକୋର୍ଟ କେଜ୍‌ରିଓ୍ବାଲଙ୍କୁ ଲୋକ ସଭା ନିର୍ବାଚନ ପ୍ରଚାର ପାଇଁ ଜୁନ୍‌ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଜାମିନ ଅବଧି ଶେଷ ହେବା ପରେ ସେ ହାଇକୋର୍ଟ ଯାଇଥିଲେ। କିନ୍ତୁ ସେଠାରୁ ଆଶ୍ୱସ୍ତି ନ ମିଳିବାରୁ କେଜ୍‌ରିଓ୍ବାଲ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ତିହାର ଜେଲରେ ଆମତ୍ସମର୍ପଣ କରିଥିଲେ। ଅନ୍ୟପକ୍ଷେ ଜୁନ୍‌ ୨୦ରେ ଏକ ଟ୍ରାଏଲ୍‌ କୋର୍ଟ ନିୟମିତ ଜାମିନ ଦେବା ସତ୍ତ୍ୱେ ଇଡି ହାଇକୋର୍ଟରେ ଚ୍ୟାଲେଞ୍ଜ କରିବାରୁ ସେ ମୁକୁଳିପାରି ନ ଥିଲେ। ସିବିଆଇ କେଜ୍‌ରିଓ୍ବାଲଙ୍କୁ ଜୁନ୍‌ ୨୬ରେ ଗିରଫ କରିଥିଲା। ଏହି ଗିରଫଦାରିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବେଆଇନ ଦର୍ଶାଇ କରିଥିବା ଆବେଦନର ଶୁଣାଣି ଶେଷକରି ସୁପ୍ରିମକୋର୍ଟ ଗତ ୫ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ, ଯାହାକି ଶୁକ୍ରବାର ପ୍ରକାଶ ପାଇଛି।
ଜଷ୍ଟିସ୍‌ ଉଜ୍ଜ୍ୱଳ ଭୂୟଁା ଏବଂ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଦୁଇଟି ପୃଥକ୍‌ ରାୟ ଦେଇଛନ୍ତି। କିନ୍ତୁ ଉଭୟେ କେଜ୍‌ରିଓ୍ବାଲ ମୁକ୍ତ ହେବା ଉଚିତ ବୋଲି ସ୍ପଷ୍ଟ କରିଛନ୍ତି। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ସିବିଆଇ ଗିରଫ କରିବାରେ କୌଣସି ବାଧା ନାହିଁ ବୋଲି କହିଥିବାବେଳେ ଜଷ୍ଟିସ୍‌ ଭୂୟଁାଙ୍କ ମତରେ ଟ୍ରାଏଲ୍‌ କୋର୍ଟରୁ
ଇଡି ମାମଲାରେ ଜାମିନ ପାଇବା ପରେ ତଦନ୍ତ ବ୍ୟୁରୋ ଗିରଫ କରିବା ଅନୁଚିତ।
ପୂର୍ବରୁ ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ତେଲଙ୍ଗାନାର ବିଆର୍‌ଏସ୍‌ ନେତ୍ରୀ କେ. କବିତାଙ୍କୁ ଅନୁରୂପ ପୃଷ୍ଠଭୂମିରେ ଜାମିନ ମିଳିସାରିଥିବାରୁ କେଜ୍‌ରିଓ୍ବାଲଙ୍କୁ ମୁକ୍ତ କରିବାରେ ଅସୁବିଧା ନାହିଁ ବୋଲି ଖଣ୍ଡପୀଠ ସହମତ ହୋଇଥିଲେ। ସମାନ ଅପରାଧରେ ସିବିଆଇ ତାଙ୍କୁ ଅଧିକ ଦିନ ଅଟକ ରଖିପାରିବ ନାହିଁ। ଏହି ପ୍ରସଙ୍ଗରେ ୧୯୭୭ରେ ଜଷ୍ଟିସ୍‌ କ୍ରିଷ୍ଣା ଆୟାରଙ୍କ ଦ୍ୱାରା ନିର୍ଦ୍ଧାରିତ ସିଦ୍ଧାନ୍ତର ଅବତାରଣା କରି ଖଣ୍ଡପୀଠ କହିଥିଲେ, ଜାମିନ ହେଉଛି ନିୟମ ଏବଂ ଜେଲଦଣ୍ଡର ଏକ ବ୍ୟତିକ୍ରମ। ଏହି ଅବସରରେ ସୁପ୍ରିମକୋର୍ଟ କେତୋଟି ସର୍ତ୍ତ ସହ ତାଙ୍କୁ ଜାମିନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସଚିବାଳୟସ୍ଥିତ ନିଜ ଅଫିସକୁ ଯାଇପାରିବେ ନାହିଁ କିମ୍ବା ଲ୍ୟୁଟ୍‌ନାଣ୍ଟ ଗଭର୍ନର ଭି.କେ. ସକ୍ସେନାଙ୍କ ବିନା ଅନୁମତିରେ କୌଣସି ଫାଇଲରେ ସ୍ବାକ୍ଷର କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?