‘ଯାହା ପ୍ରତିଶ୍ରୁତି ଦେଇଛ ପାଳିବ’

ଭୁବନେଶ୍ବର,୮ା୧୨(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ସୋମବାର ଶେଷ ହୋଇଥିବା ବେଳେ ଗୁରୁବାର ଏହାର ଫଳାଫଳ ପ୍ରକାଶ ପାଇବ। ତେବେ ଏହି ଉପନିର୍ବାଚନରେ ବିଜୟୀ ହେବା ଲାଗି ଉଭୟ ବିଜେଡି ଏବଂ ଭାଜପା ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଛି। ଧାମନଗର ଉପନିର୍ବାଚନରେ ପରାଜୟ ପରେ ବିଜେଡି ପଦ୍ମପୁରରେ ସବୁ ପ୍ରକାର ବଳ ଲଗାଇ ଦେଇଥିଲା। ତେବେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ନବୀନ ନିବାସରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଦ୍ମପୁର ଉପନିର୍ବାଚନ ଦାୟିତ୍ୱରେ ଥିବା ବିଜେଡିର ସବୁ ନେତା ଉପସ୍ଥିତ ଥିଲେ। ପଦ୍ମପୁରରେ ଯାହା ପ୍ରତିଶ୍ରୁତି ଦେଇଛ ତାକୁ ପୂରଣ କରିବାକୁ କୁଆଡ଼େ ନେତାମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ବିଜେଡି ପଦ୍ମପୁର ଉପନିର୍ବାଚନ ଦାୟିତ୍ୱ ପଶ୍ଚିମ ଓଡ଼ିଶାର ଦୁଇ ଆଗଧାଡ଼ିର ନେତା ସୁଶାନ୍ତ ସିଂ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ହାତରେ ନ୍ୟସ୍ତ କରିଥିଲା। ସେମାନଙ୍କ ଅଧୀନରେ ପଦ୍ମପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଥିବା ଅନ୍ୟ ନେତାମାନଙ୍କୁ ରଖାଯାଇଥିଲା। ମୁଖ୍ୟତଃ ପଦ୍ମପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକ ଦାୟିତ୍ୱରେ ଜଣେ କିମ୍ବା ୨ ଜଣ ଲେଖା ନେତାଙ୍କୁ ରଖାଯାଇଥିଲା। ପଦ୍ମପୁର ଏନ୍‌ଏସି ଦାୟିତ୍ୱରେ ସୁଧୀର ସାମଲ ଥିବା ବେଳେ ପାଇକମାଳ ବ୍ଲକ ଦାୟିତ୍ୱରେ ନବ ଦାସ ଏବଂ ଅତନୁ ସବ୍ୟସଚୀ ନାୟକ, ପଦ୍ମପୁର ବ୍ଲକ ଦାୟିତ୍ୱରେ ପ୍ରତାପ ଜେନା ଏବଂ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଝାରବନ୍ଧ ଦାୟିତ୍ୱରେ ରାଜେନ୍ଦ୍ର ଢୋଲକିଆ ଏବଂ ପ୍ରତାପ ଦେବ ରହିଥିଲେ। ସେମାନଙ୍କ ବ୍ଲକ ଅଧୀନରେ ଆସୁଥିବା ଜିଲା ପରିଷଦ ଜୋନ୍‌ଗୁଡିକରେ ଜଣେ ଲେଖା ବିଧାୟକ ଏବଂ ଆଗଧାଡ଼ିର ନେତାଙ୍କୁ ରଖାଯାଇଥିଲା। ତେଣୁ ମୁଖ୍ୟମନ୍ତ୍ରୀ ପ୍ରଥମେ ସମ୍ପୂର୍ଣ୍ଣ ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଥିବା ନେତା ଏବଂ ଜିଲା ଦାୟିତ୍ୱରେ ଥିବା ନେତାଙ୍କୁ ଡାକି ଆଲୋଚନା କରିଥିଲେ। ଏହାପରେ ଜୋନ୍‌ ଓ୍ବାରି ଏବଂ ସେମାନଙ୍କ ଅଧୀନରେ ଆସୁଥିବା ପଞ୍ଚାୟତଗୁଡିକ ଦାୟିତ୍ୱରେ ଥିବା ନେତାମାନଙ୍କୁ ଗୋଟିଏ ଥରରେ ଡାକି ମୁଖ୍ୟମନ୍ତ୍ରୀ ଭେଟିବା ସହିତ ୧୫ ମିନିଟ୍‌ ଲେଖା ଆଲୋଚନା କରିଛନ୍ତି। ତେବେ ଏହି ନିର୍ବାଚନମଣ୍ଡଳୀରେ ମୋଟ ୮ଟି ଜିଲା ପରିଷଦ ଜୋନ୍‌ ରହିଛି। ପାଇକମାଳରେ ୩, ପଦ୍ମପୁର ୩ ଏବଂ ଝାରବନ୍ଧରେ ୨ଟି ଜିଲା ପରିଷଦ ଜୋନ୍‌ ରହିଛି। ସେହି ଅନୁଯାୟୀ ଏନ୍‌ଏସିକୁ ମିଶାଇ ଦେଖିଲେ ମୁଖ୍ୟମନ୍ତ୍ରୀ ପ୍ରାୟ ଅଢେଇ ଘଣ୍ଟା ସମସ୍ତଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିଛନ୍ତି।

ଉକ୍ତ ବୈଠକରେ ଯୋଗଦେଇଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ଡାକିବା ପରେ କେତେକ ନିର୍ଦ୍ଦିଷ୍ଟ କଥା ପଚାରିଛନ୍ତି। ପଦ୍ମପୁରରେ କାମ କରିବାକୁ କିପରି ଲାଗିଲା ଏବଂ ସେମାନେ ଦାୟିତ୍ୱରେ ଥିବା ଅଞ୍ଚଳରେ ବିଜେଡି କେତେ ଭୋଟ ପାଇବ। ଉପନିର୍ବାଚନରେ ବିଜେଡିର କେମିତି ହୋଇଛି ଏବଂ ଯାହା ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଛ ସେଗୁଡିକ ଯେପରି ପାଳନ ହେବ ସେଥିପ୍ରତି ଧ୍ୟାନ ଦିଅ। ଏତିକି ଦିନ କାମ କରିବା ପରେ ଲୋକମାନେ ବିଜେଡିକୁ କାହିଁକି ଭୋଟ ଦେବେ ବୋଲି ତୁମେମାନେ ଭାବୁଛ। ଏଭଳି କେତେକ ପ୍ରଶ୍ନ ନବୀନ ନିବାସରେ ପଚରାଯାଇଥିବା ବୈଠକରେ ଯୋଗ ଦେଇଥିବା ଜଣେ ନେତା କହିଛନ୍ତି। ଏହାସହ ପଦ୍ମପୁରରୁ ଫେରିଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ କଠିନ ପରିଶ୍ରମ ଲାଗି ଧନ୍ୟବାଦ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘଡ଼ଘଡ଼ି ସହ ଛେଚିବ ବର୍ଷା: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୮ା୧୦(ସୌମ୍ୟରଞ୍ଜନ ରାଉତ):ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ ଆସନ୍ତା ୨ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ବିଜେଡିକୁ ସାଲୁଜାଙ୍କ କଟାକ୍ଷ : ଦିଲ୍ଲୀରୁ ଆସିଲା ଫୋନ୍‌ ଡରିଗଲେ …

ଭୁବନେଶ୍ୱର,୭।୧୦ : ବିଜେଡିର ଆଭିମୁଖ୍ୟକୁ ନେଇ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ବିଜେଡିକୁ ‘ଦିଗହରା ପାର୍ଟି’ ବୋଲି ଆକ୍ଷେପ କରିବା ସହ…

IAS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲାପାଳ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୭ା୧୦: ରାଜ୍ୟ ପ୍ରଶାସନିକ ସ୍ତରକୁ ଅଧିକ କ୍ରିୟାଶୀଳ ଓ ବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟରେ IAS ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ନବରଙ୍ଗପୁର…

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

ଝଡବର୍ଷା ସମ୍ଭାବନା: ୯ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୭ା୧୦ (ବନ୍ଦନା ସେଠୀ):ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି। ବର୍ଷା ଛାଡ଼ୁ ଛାଡ଼ୁ ତାପମାତ୍ରାରେ ଲଗାତର ବୃଦ୍ଧି ଘଟି ୩୭ ଡିଗ୍ରୀ ପାଖାପାଖି ହୋଇଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?