Posted inଫୁରସତ

ଗ୍ୟାସଚୁଲାରେ ରୋଷେଇ କରୁଥିବାବେଳେ ଛୋଟ ପିଲାଙ୍କୁ ରଖନ୍ତୁ ଦୂରେଇ, ଆମେରିକାର ଏକ ଗବେଷଣା ସଂସ୍ଥା ଦେଲା ବଡ ଚେତାବନୀ

ଓ୍ବାଶିଂଟନ୍‌,୧୪।୬: ଗ୍ୟାସଚୁଲାରୁ ବାହାରୁଥିବା ନାଇଟ୍ରୋଜେନ୍‌ ଡାଇ ଅକ୍ସାଇଡ ଖୁବ୍‌ ହାନିକାରକ। ଏହି ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ଦ୍ୱାରା ପିଲାଙ୍କୁ ହେଉଛି ଆଜମା। ଏପରି ଦାବି କରିଛି ଆମେରିକାର ସ୍ବତନ୍ତ୍ର ଉପଭୋକ୍ତା ଉତ୍ପାଦ ସୁରକ୍ଷା ଆୟୋଗ। ଆଉ ଏଥିପାଇଁ ଆମେରିକାରେ ଗ୍ୟାସ୍‌ ଚୁଲା ବନ୍ଦ କରିବାକୁ ହେଉଛି ଜୋରଦାର ଦାବି। ଏମିତିକି ସଂସଦରେ ମଧ୍ୟ ଗ୍ୟାସଚୁଲା ବନ୍ଦ କରିବାକୁ ବିରୋଧୀମାନେ ସରକାରଙ୍କୁ ଘେରିଛନ୍ତି।
ଏକ ଅଧ୍ୟୟନରୁ ଜଣାପଡିଛି କିି, ଗ୍ୟାସଚୁଲା ବ୍ୟବହାର ଦ୍ୱାରା ପିଲାଙ୍କ ଠାରେ ଆସ୍ଥାମା ଦେଖାଯାଉଛି। ଆମେରିକାର ସ୍ବତନ୍ତ୍ର ଉପଭୋକ୍ତା ଉତ୍ପାଦ ସୁରକ୍ଷା ଆୟୋଗର କମିଶନର ରିଚାର୍ଡ ଟୁମକା ଜାନୁଆରୀରେ ଏକ ବିବୃତ୍ତିରେ କହିଥିଲେ ଯେ, ଗ୍ୟାସଚୁଲା ବ୍ୟବହାର ପାଇଁ ଆବଶ୍ୟକୀୟ ମାନଦଣ୍ଡ ସ୍ଥିର କରାଯିବ। ଭବିଷ୍ୟତରେ ଗ୍ୟାସଚୁଲାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ।

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପଞ୍ଚମ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୧ ଅନୁଯାୟୀ, ଭାରତର ସହରାଞ୍ଚଳର ୮୮.୬ପ୍ରତିଶତ ପରିବାର ରୋଷେଇ ପାଇଁ ଗ୍ୟାସ ବ୍ୟବହାର କରୁଥିବାବେଳେ ମାତ୍ର ୪୨ପ୍ରତିଶତ ଗ୍ରାମାଞ୍ଚଳର ପରିବାର ଗ୍ୟାସ ବ୍ୟବହାର କରନ୍ତି।
ସେହିପରି ଆମେରିକାର ୩୫ ପ୍ରତିଶତ ଘରେ ଗ୍ୟାସଚୁଲା ବ୍ୟବହାର କରାଯାଏ। ଏଭଳି ପରିସ୍ଥିତିରେ ନିଷେଧାଦେଶ ଖବରକୁ ବିରୋଧ କରାଯାଉଛି। ଗ୍ୟାସ୍‌ ଚୁଲାରେ ପ୍ରତିବନ୍ଧକ ଲାଗିଲେ ଆମେରିକାର ରେଷ୍ଟୁରାଣ୍ଟ ହୋଟେଲ୍‌ ବ୍ୟବସାୟ ଉପରେ ପ୍ରଭାବ ପଡିବ ବୋଲି କୁହାଯାଉଛି। ପାଞ୍ଚ ଦଶକ ପୂର୍ବରୁ ଇଂଲଣ୍ଡ ଏବଂ ସ୍କଟଲାଣ୍ଡର ବିଶେଷଜ୍ଞମାନେ ୫୦୦୦ହଜାର ପରିବାରକୁ ନେଇ ଏକ ସର୍ଭେ କରିଥିଲେ। ଯେଉଁଥିରେ ଜଣାପଡିଥିଲା କି, ଏହି ଗ୍ୟାସଚୁଲା ଦ୍ୱାରା ନାଇଟ୍ରୋଜେନ୍‌ ଡାଇ ଅକ୍ସାଇଡ ଏବଂ ପିଏମ୍‌ ୨.୫ ପରି ବିଷାକ୍ତ କଣିକା ନିର୍ଗତ ହୋଇଥାଏ। ଯାହାଦ୍ୱାରା ଶ୍ୱାସରୋଗ କିମ୍ବା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇପାରେ।

ବିଶେଷଜ୍ଞଙ୍କନୁସାରେ ଗ୍ୟାସଚୁଲା ବିକଳ୍ପ ଭାବେ ଆମେ ଇଣ୍ଡକ୍ସନ ଚୁଲା ବ୍ୟବହାର କରିପାରିବା। ଏଥିରୁ କ୍ଷତିକାରକ ଗ୍ୟାସ ନିର୍ଗତ ହୋଇ ନ ଥାଏ। ଆମେରିକାରେ ମୁଦ୍ରାସ୍ଫୀତି ହ୍ରାସ ଅଧିନିୟମ ଅନୁଯାୟୀ, ଯେଉଁମାନେ ଗ୍ୟାସ ଚୁଲା ବଦଳରେ ଇଲେକ୍ଟ୍ରିକ୍‌ ଚୁଲା କିଣୁଛନ୍ତି ସେମାନଙ୍କ ପାଇଁ ୮୪୦ ଡଲାର ଅର୍ଥାତ୍‌ ୬୮,୦୦୦ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ କରିବାର ବ୍ୟବସ୍ଥା ରହିଛି। ଏହି ଚୁଲା କିଣିବା ପାଇଁ ସବସିଡି ମଧ୍ୟ ଦିଆଯାଉଛି। ଏକ ରିପୋର୍ଟ ଅନୁଯାୟୀ, ୧୨.୭ପ୍ରତିଶତ ଆସ୍ତମା ଆମେରିକୀୟ ପିଲାଙ୍କୁ ଗ୍ୟାସ ଚୁଲା ଯୋଗୁ ହୋଇଥାଏ। ସମୁଦାୟ ୬.୫ନିୟୁତ ଆମେରିକୀୟ ପିଲା ଗ୍ୟାସ ଚୁଲା ଦ୍ୱାରା ଆସ୍ତମା ରୋଗରେ ପୀଡିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri