ବନ୍ଧୁକକୁ ନୀରବ କର

ଡ. ଅଜୟ କୁମାର ପାତ୍ର

 

‘ବନ୍ଧୁକକୁ ନୀରବ କର’। ଏହା କୌଣସି ସାଧାରଣ ବ୍ୟକ୍ତିର ଆହ୍ବାନ ନୁହେଁ, ଏହା ମହାମାନ୍ୟ, ମହାପୁରୁଷ କ୍ୟାଥେଲିନ୍‌ ଚର୍ଚ୍ଚ ମୁଖ୍ୟ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଧ୍ୱଂସଲୀଳା ରୋକିବାକୁ ଆହ୍ବାନ। ଏଥିସହ ତୁରନ୍ତ ସେଠାରେ ମାନବୀୟ ସହାୟତା ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ ମଧ୍ୟ କହିଛନ୍ତି ଯେ, ୟୁକ୍ରେନରୁ ଅନ୍ୟ ଦେଶକୁ ଯାଉଥିବା ଶରଣାର୍ଥୀମାନେ ଆମ ପରିବାର। ସେମାନଙ୍କୁ ସମସ୍ତ ଦେଶ ସହଯୋଗ କରିବା ଉଚିତ। ଯେତେବେଳେ କୌଣସି ବ୍ୟକ୍ତି ବା ବ୍ୟକ୍ତିସମୂହ ଶରଣାର୍ଥୀର ଆଖ୍ୟା ନେଇ ଦେଶ ତ୍ୟାଗ କରେ ସେତେବେଳେ ସେମାନଙ୍କ ମାନସିକ ତଥା ମନସ୍ତାତ୍ତ୍ୱିକ ଅବସ୍ଥା ଯେ କେତେ ଗୁରୁତର ପ୍ରଭାବିତ ହୁଏ ତାହା କେବଳ ଅନୁଭବୀ ହିଁ ହୃଦୟଙ୍ଗମ କରିପାରିବ।
ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ନିଜ ଦେଶର କିଛି ସ୍ବାର୍ଥ ହାସଲ ପାଇଁ ତଥା ନିଜସ୍ବ ସ୍ବାଭିମାନକୁ ଚରିତାର୍ଥ କରିବା ଲାଗି ରୁଷ ଓ ୟୁକ୍ରେନବାସୀଙ୍କ ଜୀବନକୁ ବାଜି ଲଗାଇବା କେତେଦୂର ଯଥାର୍ଥ ତାହା ସମୟ ହିଁ ଠିକ୍‌ ଉତ୍ତର ଦେବ। ପୁଟିନଙ୍କ ପରମାଣୁ ଧମକ, ରାସାୟନିକ ଆକ୍ରମଣର ଆଶଙ୍କା ଓ ୫୦ ହଜାର ସୈନ୍ୟ ହରାଇବାକୁ ପ୍ରସ୍ତୁତ ଥିବା ଦାମ୍ଭିକ ରୁଷ ଆଜି ସାରା ବିଶ୍ୱବାସୀଙ୍କୁ ଶଙ୍କାନ୍ବିତ ଅବସ୍ଥାକୁ ଠେଲିଦେଇଛି। ରୁଷର ଏଭଳି ଧମକ ପରେ ୟୁରୋପୀୟ ରାଷ୍ଟ୍ରସଂଘ ଅଧିକ କଠୋର ହୋଇ ପ୍ରଥମଥର ପାଇଁ ୟୁକ୍ରେନ ସପକ୍ଷରେ ସିଧାସଳଖ ସହାୟତାର ଅଣ୍ଟା ଭିଡ଼ିଛନ୍ତି ଏବଂ ଅସ୍ତ୍ରଶସ୍ତ୍ର କିଣି ଯୋଗାଇବାକୁ ଘୋଷଣା କରିଛନ୍ତି। ୟୁକ୍ରେନ ଉପରେ ରୁଷର ଆକ୍ରମଣ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ତେଣେ ରୁଷ ବିରୋଧରେ ଲଢ଼ିବା ପାଇଁ ବିଶ୍ୱବାସୀଙ୍କୁ ଆହ୍ବାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କି। ସେ ଘୋଷଣା କରିଛନ୍ତି, ‘ଆମେ ମିତ୍ରରାଷ୍ଟ୍ର ସମସ୍ତେ ମିଳିତ ଭାବେ ହିଟଲରଙ୍କୁ ହରାଇଥିଲେ, ଆଜି ପୁଣି ଏକାଠି ହୋଇ ପୁଟିନଙ୍କୁ ମଧ୍ୟ ହରାଇପାରିବା।’ ଏହିପରି ବିବାଦ, ଆକ୍ରୋଶ ଓ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ସାଧାରଣ ଜନତା ତଥା ଅସଂଖ୍ୟ ସୈନ୍ୟ ଅକାରଣେ ବଳି ପଡ଼ୁଛନ୍ତି। ଆଜି ୟୁକ୍ରେନ ଉପରେ ଏହା ସଫଳ ହେଲେ କାଲି ଅନ୍ୟ ୟୁରୋପୀୟ ଦେଶ ଉପରେ ରୁଷିଆର ଆଖି ପଡ଼ିବ। ତେବେ ୟୁରୋପ ସମେତ ଗଣତନ୍ତ୍ର ଏବଂ ମାନବାଧିକାର, ବିଶ୍ୱର ଆଇନ ଶୃଙ୍ଖଳାକୁ ନଷ୍ଟ କରିବା ରୁଷର ଅଯଥାର୍ଥ ଆଭିମୁଖ୍ୟ। ଅତୀତରେ ବହୁବାର ରୁଷ ସୈନ୍ୟ ୟୁକ୍ରେନ ଅଧିବାସୀଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରିଛନ୍ତି। ସେମାନଙ୍କ ନିଷ୍ଠୁର କାର୍ଯ୍ୟ ବିବରଣୀ ସମ୍ବଳିତ ଘଟଣାକୁ ‘ହୋମୟାର୍ଡ-୨୦୧୯’, ‘ରିଫ୍ଲେକ୍‌ସନ୍‌-୨୦୨୧ ଓ ‘ଆଟ୍‌ଲାଣ୍ଟିକ’ ଆଦି ଅନେକ ଚଳଚ୍ଚିତ୍ରରେ ପ୍ରତିଫଳିତ ହୋଇଛି। ରୁଷ ସରକାର ଭାବିଥିଲେ ୟୁକ୍ରେନ୍‌ର କିଛି ଭାଗରେ ଆକ୍ରମଣ କରି ଏହାକୁ ଡରାଇଦେବେ। ୟୁକ୍ରେନ ସୈନ୍ୟ ଛତ୍ରଭଙ୍ଗ ଦେଇ ଆମତ୍ସମର୍ପଣ କରିବ। କିନ୍ତୁ ରୁଷର ଏଭଳି ଯୋଜନା ଭଣ୍ଡୁର ହେବାର ସମ୍ଭାବନା ଦେଖାଦେଇଛି। କୁହାଯାଇଛି ଯେ, ୟୁକ୍ରେନ୍‌ ଯଦି ଆଉ ମାତ୍ର ୧୦ ଦିନ ଘମାଘୋଟ ଲଢ଼େଇ ଜାରି ରଖେ, ତା’ହେଲେ ଓଲଟା ରୁଷ ଆଣ୍ଠେଇବ। ପ୍ରତିରକ୍ଷା ବିଶେଷଜ୍ଞଙ୍କ ମୁତାବକ ୟୁକ୍ରେନ୍‌ ସହ ଯୁଦ୍ଧ ପାଇଁ ଏବେ ରୁଷ ଦିନକୁ ୧୫ ବିଲିୟନ ପାଉଣ୍ଡ ବା ପାଖାପାଖି ୧.୫୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛି; ଯାହା କି ଭବିଷ୍ୟତରେ ରୁଷରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇପାରେ। ପ୍ରତିପକ୍ଷ ୟୁକ୍ରେନ ମଧ୍ୟ ବିପୁଳ କ୍ଷତି ସହୁଛି। ଏହା ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକାଇବ। କରୋନା ମହାମାରୀ ଜନିତ ଆର୍ଥିକ ଦୁଃସ୍ଥତାଠୁ ଯୁଦ୍ଧଜନିତ ବାୟୁ, ଜଳ ତଥା ମୃତ୍ତିକା ପ୍ରଦୂଷଣ ଘଟି ନୂତନ ପ୍ରଜାତିର ଭୂତାଣୁ ସୃଷ୍ଟି ହୋଇପାରେ; ଯାହା କି କରୋନା ମହାମାରୀଜନିତ ଆର୍ଥିକ ଦୁରବସ୍ଥାରୁ ଅଣ୍ଟା ସଳଖୁଥିବା ବିଶ୍ୱ ପୁଣିଥରେ ହାମୁଡ଼ିବା ଅବସ୍ଥାକୁ ଫେରିଆସିବ। ସାଧାରଣ ଜନତା ହିଁ ଅଧିକ କ୍ଷତିଗ୍ରସ୍ତ ହେବେ! ପ୍ରଗତିରେ ବାଧା ସୃଷ୍ଟି ହେବ; ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା ଘୋର ଦୁର୍ଦ୍ଦିନ ମଧ୍ୟରେ ଗତି କରିବ। ଜୀବ ଶ୍ରେଷ୍ଠ ସଭ୍ୟ ମଣିଷର କ’ଣ ଏହା ଶ୍ରେଷ୍ଠତ୍ୱର ପ୍ରମାଣ?
ଜାତିସଂଘର ମାନବ ବ୍ୟାପାର ସମନ୍ବୟ କାର୍ଯ୍ୟାଳୟର ସୂଚନା ମୁତାବକ ରୁଷ ଆକ୍ରମଣ ଯୋଗୁ ପ୍ରାକୃତିକ ସମ୍ପଦଭରା ୟୁକ୍ରେନ ସମ୍ପୂର୍ଣ୍ଣ ଭାବେ ଶ୍ରୀହୀନ ହୋଇଛି। ଅନେକ ଧନ, ଜୀବନ ଓ କୋଠାବାଡ଼ି ନଷ୍ଟ ହୋଇଛି। ଏହାଯୋଗୁ ହଜାର ହଜାର ଲୋକ ବାସହରା ପାଲଟିଛନ୍ତି। ଅନେକେ ଜଳ ଓ ବିଜୁଳି ସେବା ହରାଇ ବସିଛନ୍ତି। ଏ ପର୍ଯ୍ୟନ୍ତ ଲକ୍ଷାଧିକ ୟୁକ୍ରେନୀୟ ନାଗରିକ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣ ପଶିଲେଣି। ଭବିଷ୍ୟତରେ ଶରଣାର୍ଥୀ ସମସ୍ୟା ପ୍ରତି ଦେଶ ପାଇଁ ମୁଣ୍ଡ ବ୍ୟଥାର କାରଣ ହେବ।
ଦେଶ ମାତୃକାର ସେବାରେ ୟୁକ୍ରେନ୍‌ବାସୀ ଆଗଭର ହୋଇଛନ୍ତି। ୟୁକ୍ରେନର ପରାକ୍ରମୀ ସୈନିକ ଓ ସାହସୀ ନାଗରିକଙ୍କ ଆଗରେ ଋଷ ସେନା ବି ଧଇଁସଇଁ ହୋଇଗଲେଣି। ଅନେକ ପାଶ୍ଚାତ୍ୟ ତଥା କେତେକ ୟୁରୋପୀୟ ରାଷ୍ଟ୍ର ସମୂହ ୟୁକ୍ରେନକୁ ଆର୍ଥିକ ତଥା ସମ୍ବଳ ସାହାଯ୍ୟ କରି ୟୁକ୍ରେନର ମନୋବଳ ସୁଦୃଢ଼ କରୁଛନ୍ତି। ବିଭିନ୍ନ କ୍ଷେତ୍ରରେ କଟକଣା ଯୋଗୁ ରୁଷିଆ ପ୍ରାୟତଃ ଏକଘରିଆ ଅବସ୍ଥାକୁ ଆସିଗଲାଣି। ପୁଟିନଙ୍କ ପରମାଣୁ ଧମକ ଓ ପରମାଣୁ ଚୁକ୍ତିରୁ ଓହରି ଆସିବାର ଧମକ ସାରା ବିଶ୍ୱବାସୀଙ୍କ ନିଦ ହଜାଇଦେଇଛି। ମହାମାନୀ ଦୁର୍ଯ୍ୟୋଧନଙ୍କ ଅହଂଭାବ ଯେପରି କୌରବ ବଂଶ ପତନର କାରଣ ହୋଇଥିଲା, ସେହିପରି ପୁଟିନ୍‌ଙ୍କ ଜିଦ୍‌ଖୋର ମନୋଭାବ ସାରାବିଶ୍ୱକୁ ଧ୍ୱଂସସ୍ତୂପରେ ପରିଣତ କରିବ, ଏଥିରେ ସନ୍ଦେହ ନାହିଁ। ଆଶାର କିରଣ ନେଇ ବେଲାରୁଷରେ ୟୁକ୍ରେନ-ରୁଷ ମଧ୍ୟରେ ବୈଠକ ଚାଲିଛି। ଏହା ସଫଳ ହେବ ବୋଲି ଆଶା କରାଯାଏ। ଏଠାରେ ବିଶିଷ୍ଟ ପରିବେଶବିତ୍‌ ଟେଲର ଯଥାର୍ଥରେ କହିଛନ୍ତି, ‘ବିଜ୍ଞାନ ଓ ଟେକ୍ନୋଲୋଜିର ବିକାଶ, ଆମର ସ୍ବପ୍ନ ବାସ୍ତବିକ ଏକ ଦୁଃସ୍ବପ୍ନ ମାତ୍ର।’ ଦୁଃସ୍ବପ୍ନକୁ ଭଙ୍ଗ କରି ହେ ମାନବ, ତୁରନ୍ତ ଉଠିପଡ଼। ନୂତନ ସକାଳକୁ ସାଦରେ ଆମନ୍ତ୍ରଣ କର। ଅନ୍ୟଥା ସେହି ଦୁଃସ୍ବପ୍ନ ବିଜଡ଼ିତ ନିଦ୍ରା ହିଁ ହୋଇଯିବ ତୁମର ଚିରନିଦ୍ରା। ପ୍ରେମରେ ସାରା ବିଶ୍ୱକୁ ଜୟ କରାଯାଇ ପାରିବ, ମାତ୍ର ଆତ୍ମାଭିମାନ, ଗର୍ବ, ହମ୍‌ବଡ଼ା ପଣ ଏକ ଇଞ୍ଚ ଭୂମି ଜୟ କରିବାକୁ ସହସ୍ର ବର୍ଷ ଲାଗିଯାଇପାରେ।
ପରିବେଶବିତ୍‌
ମୋ:୯୪୩୮୬୨୧୩୯୧


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?