Advertisement
Posted inଫୁରସତ

ଡାଟା ରଖନ୍ତୁ ସୁରକ୍ଷିତ

ବର୍ତ୍ତମାନ ସଭିଏଁ ମୋବାଇଲ୍‌, ଲାପ୍‌ଟପ୍‌ ଆଦିରେ ଅନେକ ଜରୁରୀ ଡାଟା ସେଭ୍‌ କରି ରଖୁଛନ୍ତି। ହେଲେ କେବେକେବେ ଏଭଳି ଗ୍ୟାଜେଟ୍‌ର ମେମୋରି କାର୍ଡ କରପ୍ଟ ହେବା, ହଜିଯିବା, କମ୍ପ୍ୟୁଟରର ହାର୍ଡ ଡ୍ରାଇଭ୍‌ କ୍ରାଶ୍‌ ହେବା କିମ୍ବା ଭୁଲ୍‌ବଶତଃ କୌଣସି ଫୋଲ୍ଡର ଡିଲିଟ୍‌ ହୋଇଯିବା ଦ୍ୱାରା ଅନେକଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡାଟା ନଷ୍ଟ ହୋଇଯିବା ନିଜର ରହିଛି। ଏକ୍ଷେତ୍ରରେ ଡାଟା ସୁରକ୍ଷିତ ରଖିବା ଲାଗି ବିଭିନ୍ନ ଇ-ବ୍ୟାକ୍‌ଅପ୍‌ ସର୍ଭିସ୍‌ ବେଶ୍‌ କାମରେ ଆସିଥାଏ। ଜାଣିରଖନ୍ତୁ ସେ ସମ୍ପର୍କରେ…

ଗୁଗୁଲ୍‌ ଡ୍ରାଇଭ୍‌: ଏଥିରେ ଆପଣ ୧୫ ଜିବି ପର୍ଯ୍ୟନ୍ତ ଡାଟା ଫ୍ରିରେ ବ୍ୟାକ୍‌ଅପ୍‌ ନେଇପାରିବେ। ଏହାପରେ ଅଧିକ ମେମୋରି ଷ୍ଟୋରେଜ୍‌ ପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିଥାଏ। ଅନ୍‌ ସବୁ ସର୍ଭିସ୍‌ ଅପେକ୍ଷା ଏଥିରେ ବ୍ୟାକ୍‌ଅପ୍‌ ନେବା ଖୁବ୍‌ ସହଜ।
ଆଇଡ୍ରାଇଭ୍‌: ଏହା ଅନ୍ୟ ସମସ୍ତ ଅନ୍‌ଲାଇନ୍‌ ବ୍ୟାକ୍‌ଅପ୍‌ ସର୍ଭିସ୍‌ ତୁଳନାରେ ଶସ୍ତା ଏବଂ ଏହାର ଷ୍ଟୋରେଜ୍‌ କାପାସିଟି ହେଉଛି ୨(ଟିବି)ଟେରା ବାଇଟ୍‌ ୨୦୦୦ ଜିବି(ଗିଗା ବାଇଟ୍‌)। ଏହା ଡେସ୍କଟପ୍‌, ଲାପ୍‌ଟପ୍‌, ମୋବାଇଲ ଏବଂ ଓ୍ବେବ୍‌ ପ୍ଲାଟ୍‌ଫର୍ମରେ ଭଲ କାମ କରିଥାଏ। ଏହାର ପ୍ରାଇଭେସି ପଲିସି ଅନୁସାରେ ଆପଣଙ୍କ ପର୍ସନାଲ ଡାଟା, ସେସନ୍‌ ରିପୋର୍ଟ ଆଦି ସୁରକ୍ଷିତ ରହିଥାଏ। ଏଥିରେ ରିଷ୍ଟୋର କରିବା ଲାଗି ମଧ୍ୟ ଅନେକ ଅପ୍ସନ ରହିଛି, ଯାହାକି ଖୁବ୍‌ ୟୁଜର ଫ୍ରେଣ୍ଡ୍‌ଲି।
ଲାଇଭ୍‌ ଡ୍ରାଇଭ୍‌: ଯଦିଓ ଏଥିରେ ଟପ୍‌ ଟିୟର ଫିଚସ ଭଳି ଫାଇଲ୍‌ ଏକ୍ସପ୍ଲୋରର ଇଣ୍ଟିଗ୍ରେଶନ୍‌ ତଥା ଲଗାତର ବ୍ୟାକ୍‌ଅପ୍‌ ନେବାର ବିକଳ୍ପ ନାହିଁ, ତଥାପି ଏଥିରେ ଥିବା ଆପ୍ଲିକେଶନ୍‌ ସିଧାସଳଖ ବ୍ୟାକ୍‌ଅପ୍‌ ଅପ୍ସନ ଯୋଗାଉଥିବାରୁ ଉଭୟ କମ୍ପ୍ୟୁଟର ଏବଂ ମୋବାଇଲ ଉପଭୋକ୍ତାଙ୍କ ଲାଗି ସୁବିଧାଜନକ ହୋଇଥାଏ।
କାବ୍ରୋନାଇଟ୍‌: ଏହା ଏକ ପ୍ରତିଷ୍ଠିତ ଅନ୍‌ଲାଇନ୍‌ କ୍ଲାଉଡ୍‌ ବ୍ୟାକ୍‌ଅପ୍‌ ସର୍ଭିସ। ଏହା ବ୍ୟକ୍ତିଗତ, ଘରୋଇ ତଥା ବିଜ୍‌ନେସ୍‌ ଡାଟା ବ୍ୟାକ୍‌ଅପ୍‌ ଲାଗି ବ୍ୟବହାର କରାଯାଇଥାଏ। ଏଥିରେ ଅନ୍‌ଲିମିଟେଡ୍‌ ଷ୍ଟୋରେଜ ସୁବିଧା ରହିଛି। ବିଶେଷକରି ଏଥିରେ ବେଶ୍‌ ଭଲ ମୋବାଇଲ ଆପ୍‌ ଉପଲବ୍ଧ। ଏଥିରେ ପ୍ରିମିୟମ୍‌ ଆକାଉଣ୍ଟ ଲାଗି ଏକ୍ସଟର୍ନାଲ ଏବଂ ନେଟ୍‌ଓ୍ବର୍କ ଡ୍ରାଇଭ୍‌ ବ୍ୟାକ୍‌ଅପ୍‌ ଅପ୍ସନରେ ପ୍ରତିବନ୍ଧକ ରହିଛି।
ବ୍ଲାକ୍‌ବ୍ଲେଜ୍‌: ଏହାର ଫିଚର୍ସ ଅନ୍ୟ ସମସ୍ତ ଅନ୍‌ଲାଇନ୍‌ ବ୍ୟାକ୍‌ଅପ୍‌ ସର୍ଭିସ୍‌ଠାରୁ ନିଆରା, ଯାହାକି ଖୁବ୍‌ ୟୁଜର ଫ୍ରେଣ୍ଡ୍‌ଲି। ଏହାର ଲାଟେଷ୍ଟ ଏଡିଶନ ଫାଇଲ୍‌ ଶେୟାରିଂ ଅପ୍ସନ ବେଶ୍‌ କାମରେ ଆସୁଛି।
ସ୍ପାଇଡରଓକ୍‌ଓ୍ବାନ୍‌: ନିଜ ଡାଟାର ଅନ୍‌ଲାଇନ୍‌ ସୁରକ୍ଷାକୁ ନେଇ ଚିନ୍ତିତ ଥିଲେ ଏହି ସର୍ଭିସ ଆପଣଙ୍କ ଲାଗି ବେଷ୍ଟ ଅପ୍ସନ। କାରଣ ଏଥିରେ ସିକ୍ୟୁରିଟି ଏବଂ ପ୍ରାଇଭେସି ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିରେ ଫୋଲ୍ଡରଗୁଡ଼ିକ ଇନ୍‌କ୍ରିପ୍ଟେଡ୍‌ ରହିଥାଏ ଏବଂ ରିଷ୍ଟୋର ସମୟରେ ମଧ୍ୟ ଡାଟା ସୁରକ୍ଷିତ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜନଶୂନ୍ୟ ରାସ୍ତାରେ ଯାଉଥିଲେ ବ୍ୟକ୍ତି, ଦୌଡ଼ି ଆସି ମାଙ୍କଡ ଦେଲା ଧକ୍କା: ଆଉ ତା’ ପରେ…

ମାଙ୍କଡ଼କୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ...

ମାଇନସ୍‌ ଡିଗ୍ରୀ ତାପମାତ୍ରାରେ ତପସ୍ୟା କଲେ ଯୋଗୀ

ନୂଆଦିଲ୍ଲୀ,୧୬।୨: କୁହାଯାଏ ତପସ୍ୟାର ଶକ୍ତି ଖୁବ୍‌ ଅଧିକ। ଏବେ ଭାଇରାଲ ହୋଇଥିବା ଏକ ଭିଡିଓ ଏହାର ସତ୍ୟତା ସମ୍ପର୍କରେ ସୂଚନା ଦେଉଛି ବୋଲି ଆଲୋଚନା ହେଉଛି।...

ପାରା ସହାୟତାରେ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ: ପରେ ଘଟିଲା…

ନିଜ ପ୍ରେମକୁ ପ୍ରକାଶ କରିବା ପାଇଁ ଯୁବତୀ, ଯୁବକ ବିଭିନ୍ନ ପ୍ରକାରର ପଦ୍ଧତି ଆପଣାଇଥାନ୍ତି। ଏହିପରି ଅଷ୍ଟ୍ରେଲିଆର ଜଣେ ପ୍ରେମିକ ନିଜ ପ୍ରେମିକାକୁ ବିବାହ ପ୍ରସ୍ତାବ...

୧୭ ବର୍ଷ ନାବାଳକଙ୍କୁ ବିବାହ କରି ଯୁବତୀ ଗିରଫ…

ବେଙ୍ଗାଲୁରୁ,୨୮।୬: ଜଣେ ୧୭ ବର୍ଷ ବୟସ୍କା ନାବାଳକଙ୍କୁ ମନ୍ଦିରରେ ବିବାହ କରିଥିବା ଅଭିଯୋଗ ୨୧ ବର୍ଷ ବୟସ୍କା ଯୁବତୀଙ୍କୁ ଗିରଫ କରାଯାଇଛି। ବେଙ୍ଗାଲୁରୁର ମାଡିକେରିରେ ବିଏସ୍‌ସି...

ପ୍ରଥମେ ସୁରକ୍ଷା

ସୋସିଆଲ୍‌ ସାଇଟ୍‌ରେ ଅପ୍‌ଡେଟ୍‌ ରହି ଅଧିକ ଲୋକପ୍ରିୟତା ସାଉଁଟିବାର କ୍ରେଜ୍‌ ଯୁବପିଢ଼ିଙ୍କଠାରେ କେତେ ଅଧିକ ତାହା କେବଳ କହିବାବାହୁଲ୍ୟ। ଏଥିପାଇଁ ସେମାନେ ପ୍ରତିଟି ଅବସର ଅନୁସାରେ...

୪୨ ବର୍ଷ ଧରି ପରିବାରରେ କେହି ବି ଗ୍ରହଣ କରି ନାହାଁନ୍ତି ଯୌତୁକ

ଇନ୍ଦୋର,୨୪।୨: ବିବାହରେ କନ୍ୟା ଘର ପକ୍ଷରୁ ବରଙ୍କୁ ଉପହାର ସୂରୂପ ଯୌତୁକ ଦିଆଯାଇଥାଏ। ତେବେ ମଧ୍ୟପ୍ରଦେଶ ଇନ୍ଦୋରରେ ବାସ କରୁଥିବା ଏକ ପରିବାର ଦୀର୍ଘ ୪୨...

ଇ-ଓ୍ବେଷ୍ଟରୁ ଇନୋଭେସନ

ଟେକ୍ନୋଲୋଜୀର ବିକାଶ ଏବଂ କ୍ରମାଗତ ପରିବର୍ତ୍ତନ ଦ୍ୱାରା ସମଗ୍ର ବିଶ୍ୱରେ ଇ-ଓ୍ବେଷ୍ଟ୍‌ର ପରିମାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ନିୟମିତ ବ୍ୟବଧାନରେ ନିଜ...

ଏଠାରେ ଲୋକେ ଭୟରେ କରନ୍ତିନି ଦୁର୍ଗା ପୂଜା…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଦେଖାଯାଇଥାଏ। ଝାଡ଼ଖଣ୍ଡର ୪ଟି ଜିଲାରେ ଶାରଦୀୟ ଦୁର୍ଗା ପୂଜା ପାଳିତ ହୋଇ ନ ଥାଏ। ଏଠାରେ ବାସ...

Advertisement
Archives

Model This Week