ସେଲର୍‌ ପ୍ୟାଣ୍ଟ

ମୁଖ୍ୟତଃ ଶୀତଦିନେ ହିଁ ସେଲର୍‌ ପ୍ୟାଣ୍ଟର ଚାହିଦା ବେଶ୍‌ ରହିଥାଏ। କାରଣ ଏହା ପିନ୍ଧିବାକୁ ଯେମିତି କମ୍ଫର୍ଟେବଲ୍‌ ସେମିତି ସ୍ମାର୍ଟ ଲୁକ୍‌ ବି ଦେଇଥାଏ। ସବୁଠୁ ବଡ଼ କଥା ହେଉଛି ଏହାକୁ ଉଭୟ ଫର୍ମାଲ୍‌ ତଥା କାଜୁଆଲ୍‌ ଆଉଟ୍‌ଫିଟ୍‌ ଭାବେ ଆରାମରେ କ୍ୟାରି କରିହୁଏ…

ଉଇଣ୍ଟର ଫ୍ୟାଶନରେ ସେଲର୍‌ ପ୍ୟାଣ୍ଟ ଏକ ଜଣାଶୁଣା ନାଁ। ଏହା ପିନ୍ଧିବାକୁ ଯେମିତି କମ୍ଫର୍ଟେବଲ୍‌ ସେମିତି ସ୍ମାର୍ଟ ଲୁକ୍‌ ବି ଦେଇଥାଏ। ତା’ସହିତ ଗୋଡ଼କୁ ଶୀତଦାଉରୁ ମଧ୍ୟ ରକ୍ଷା କରିଥାଏ। ସବୁଠୁ ବଡ଼ କଥା ହେଉଛି ଏହି ଷ୍ଟାଇଲ୍‌ର ପ୍ୟାଣ୍ଟକୁ ଉଭୟ ଫର୍ମାଲ୍‌ ଓ କାଜୁଆଲ୍‌ ଆଉଟ୍‌ଫିଟ୍‌ ଭାବେ କ୍ୟାରି କରିବାରେ ବହୁତ ସୁବିଧା ହୁଏ। ତେବେ ସେଲର୍‌ ପ୍ୟାଣ୍ଟର କ’ଣ ସବୁ ଲାଟେଷ୍ଟ ଡିଜାଇନ୍‌ ରହିଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଆନିମଲ୍‌ ପ୍ରିଣ୍ଟ: ଆନିମଲ୍‌ ପ୍ରିଣ୍ଟର ଯେ କୌଣସି ଆଉଟ୍‌ଫିଟ୍‌ ଯୁବତୀଙ୍କୁ ସ୍ମାର୍ଟ ଲୁକ୍‌ ଦେଇଥାଏ। ଖାସ୍‌କରି ଏହି ପ୍ରିଣ୍ଟର ସେଲର୍‌ ପ୍ୟାଣ୍ଟ ପିନ୍ଧିବାକୁ ଯେମିତି କମ୍ଫର୍ଟେବଲ୍‌ ସେମିତି ଷ୍ଟାଇଲିଶ୍‌ ଲୁକ୍‌ ବି ଦିଏ। ତେବେ ଏମିତି କିଛି ଆନିମଲ୍‌ ପ୍ରିଣ୍ଟର ସେଲର୍‌ ପ୍ୟାଣ୍ଟ ବି ରହିଛି ଯାହାର ଅଣ୍ଟା ପାଖରେ ଚଉଡା ଟାଇଟ୍‌ ବେଲ୍ଟ ଲାଗିଥିବାବେଳେ ଆଉ କିଛି ପ୍ୟାଣ୍ଟରେ ପ୍ଲିଟ୍‌ ଷ୍ଟାଇଲ୍‌ ହୋଇଥାଏ, ଯାହାକୁ ମ୍ୟାଚିଂ ଶାର୍ଟ କିମ୍ବା ଟପ୍ସ ସହ ପିନ୍ଧି ଅଫିସ୍‌କୁ ବି ଯାଇହେବ।

ପ୍ଲେନ୍‌ ସେଲର୍‌ ପ୍ୟାଣ୍ଟ: ଶାଟିନ୍‌ କିମ୍ବା କ୍ରେପ୍‌ ଫ୍ୟାବ୍ରିକ୍‌ରେ ଆସୁଥିବା ପ୍ଲେନ୍‌ ସେଲର୍‌ ପ୍ୟାଣ୍ଟର ଚାହିଦା ଯୁବତୀଙ୍କ ମଧ୍ୟରେ ଅଧିକ ରହିଥାଏ। ଅନ୍ୟପକ୍ଷେ ଓ୍ବାଇଡ୍‌ ଲେଗ୍‌ ଷ୍ଟାଇଲ୍‌ର ପ୍ଲେନ୍‌ ସେଲର୍‌ ପ୍ୟାଣ୍ଟ ବି ଯୁବତୀଙ୍କୁ ସୋବର୍‌ ଲୁକ୍‌ ଦେଇଥାଏ। ତେବେ ଏହି ଟାଇପ୍‌ର ସେଲର୍‌ ପ୍ୟାଣ୍ଟ ସାଙ୍ଗକୁ ଫ୍ରିଲ୍‌ ସ୍ଲିଭ୍ସ ଓ୍ବିଣ୍ଟର୍‌ ଟପ୍ସ ବେଶ୍‌ ଭଲ ମାନିଥାଏ।

କ୍ରପ୍ଡ ଷ୍ଟାଇଲ୍‌: ଡେନିମ୍‌ ଲଭର୍‌ ଯୁବତୀମାନେ ଯଦି କିଛି ନୂଆ ଷ୍ଟାଇଲ୍‌ର ପ୍ୟାଣ୍ଟ ଟ୍ରାଏ କରିବାକୁ ଚାହୁଁଥାନ୍ତି, ତା’ହେଲେ କ୍ରପ୍ଡ ଓ୍ବାଇଡ୍‌ ଲେଗ୍‌ ସେଲର୍‌ ପ୍ୟାଣ୍ଟ ସେମାନଙ୍କ ପାଇଁ ଏକ ଭଲ ଅପ୍ସନ ହୋଇପାରିବ। ତେବେ ଏହି ଷ୍ଟାଇଲ୍‌ର ସେଲର୍‌ ପ୍ୟାଣ୍ଟ ସାଙ୍ଗକୁ ଶ୍ରଗ୍‌ କିମ୍ବା ଜ୍ୟାକେଟ୍‌ ପିନ୍ଧିଲେ ଲୁକ୍‌ ବେଶ୍‌ ସ୍ମାର୍ଟ ଲାଗିବ।

ଚେକ୍‌ ପ୍ରିଣ୍ଟ ଷ୍ଟାଇଲ୍‌: ଏହି ପ୍ରିଣ୍ଟର ସେଲର୍‌ ପ୍ୟାଣ୍ଟ ଯୁବତୀଙ୍କୁ କାଜୁଆଲ୍‌ ଲୁକ୍‌ ଦେଇଥାଏ। ମୁଖ୍ୟତଃ ଶୀତଦିନେ ଏହି ଷ୍ଟାଇଲ୍‌ର ପ୍ୟାଣ୍ଟକୁ ଲେଦର୍‌ ଜ୍ୟାକେଟ୍‌ ସହ କ୍ୟାରି କଲେ ଟ୍ରେଣ୍ଡି ଲୁକ୍‌ ମିଳିଥାଏ। ଅନ୍ୟପକ୍ଷେ ବାଇକର୍‌ କିମ୍ବା ବମ୍ବର ଲେଦର୍‌ ଜ୍ୟାକେଟ୍‌ ସହିତ ବି ଚେକ୍‌ ପ୍ରିଣ୍ଟ ଥିବା ସେଲର୍‌ ପ୍ୟାଣ୍ଟ ଭଲ ମ୍ୟାଚ୍‌ କରିଥାଏ।

ହାଇଓ୍ବେଷ୍ଟ ପ୍ୟାଣ୍ଟ: ହାଇଓ୍ବେଷ୍ଟ ଥିବା ସେଲର୍‌ ପ୍ୟାଣ୍ଟ ପିନ୍ଧିବାକୁ ବେଶ୍‌ କମ୍ଫର୍ଟେବଲ୍‌ ଲାଗିଥାଏ। ଆଉଟିଂରେ ଯିବାବେଳେ କାଜୁଆଲ୍‌ ଓ୍ବେର୍‌ ଭାବେ ଏହାକୁ କ୍ୟାରି କରିବା ସହଜ ହୋଇଥାଏ। ତେବେ ଏହି ଷ୍ଟାଇଲ୍‌ର ପ୍ୟାଣ୍ଟ ସହ କଣ୍ଟ୍ରାଷ୍ଟ କଲର୍‌ର ଟପ୍ସ ବି ଭଲ ମାନିଥାଏ। ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଯୁବତୀ ଚାହିଁଲେ ଏହି ଟାଇପ୍‌ର ଆଉଟ୍‌ଫିଟ୍‌ ସାଙ୍ଗକୁ ଡିଜାଇନର ସ୍କାର୍ଫ ମଧ୍ୟ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କୁ ADHD ରୁ ରକ୍ଷା କରିପାରେ ମା’ କ୍ଷୀର, ଜାଣନ୍ତୁ କଣ କହୁଛି ନୂଆ ଗବେଷଣା

ନୂଆଦିଲ୍ଲୀ,୩୦।୬ (ପି.ଟି.): ଆଜିକାଲି ଅନେକ କ୍ଷେତ୍ରରେ ବିଭିନ୍ନ କାରଣକୁ ନେଇ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ହ୍ରାସ ପାଉଥିବା ଦେଖାଯାଉଛି। କେତେକ ସ୍ଥଳରେ ମା’ର ସ୍ବାସ୍ଥ୍ୟଗତ କାରଣ ଏବଂ…

ଆଜିଠୁ ୪ ରାଶିର ଖୋଲୁଛି ଭାଗ୍ୟ! ବ୍ୟବସାୟ-ଇନକମ୍ ଏବଂ ଚାକିରି କ୍ଷେତ୍ରରେ ଡବଲ୍ ଲାଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ପୂର୍ଣ୍ଣିମାକୁ ଅତ୍ୟନ୍ତ ଶୁଭ ଭାବରେ ବର୍ଣ୍ଣନା କରାଯାଇଛି । ଏହା ସହିତ ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଅତ୍ୟନ୍ତ ସ୍ବତନ୍ତ୍ର ଭାବରେ ବିବେଚନା…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସହଜ ଉପାୟ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଇତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ,…

ବ୍ରେନ୍‌ ଷ୍ଟ୍ରୋକ୍‌ରୁ ରକ୍ଷା ପାଇବାକୁ ହେଲେ…

ଆମ ଶରୀରରେ ସୁଗାର ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଏହାଦ୍ୱାରା ଆମେ ନିଜକୁ କେତେକ ସ୍ବାସ୍ଥ୍ୟ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିପାରିବା। ଯଦି ରକ୍ତରେ ସୁଗାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri