ଯୁବା ବୟସରେ ମଧୁମେହ

ସାରା ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁଦିନ ବଢ଼ି ବଢ଼ି ଚାଲିଛି, ଯାହାକି ଏକ ନୀରବ ଓ ଘାତକ ରୋଗ। ଏବେ ଯୁବପିଢ଼ି ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି, ଯେଉଁଥିପାଇଁ ଆଜିର ଅନିୟମିତ ଜୀବନଶୈଳୀ ସହ ଅସନ୍ତୁଳିତ ଖାଦ୍ୟାଭ୍ୟାସ ବିଶେଷ ଦାୟୀ। ଏହି ରୋଗ ନିୟନ୍ତ୍ରଣ ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ଲାଗି ପ୍ରତିବର୍ଷ ନଭେମ୍ବର ମାସ ୧୪ ତାରିଖକୁ ବିଶ୍ୱ ମଧୁମେହ ଦିବସ ଭାବେ ପାଳନ କରାଯାଉଛି…

 

ସାରା ବିଶ୍ୱରେ ପ୍ରାୟ ୩ରୁ ୧୨% ଲୋକ ମଧୁମେହ ରୋଗ ଭୋଗୁଛନ୍ତି ା
ଏହା ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି ା ଭାରତବର୍ଷରେ ମଧ୍ୟ ଦିନକୁଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ିଗଲାଣିି ଯେ, ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଗଣନା ଅନୁଯାୟୀ ୨୦୨୫ ମସିହା ସୁଦ୍ଧା ଭାରତ ବିଶ୍ୱର ଡାଇବେଟିସ୍‌ ରାଜଧାନୀ ପାଲଟିଯିବ ା ଏହା ଏକ ନୀରବ ଘାତକ; କାରଣ ରକ୍ତରେ ଶର୍କରା ଅଂଶ ବୃଦ୍ଧି ଯୋଗୁ ଆସ୍ତେ ଆସ୍ତେ ଏହା ଶରୀରର ସବୁ ଅଙ୍ଗପ୍ରତ୍ୟଙ୍ଗରେ ଜଟିଳତା ସୃଷ୍ଟି କରିଥାଏ। ଯଥା ଆଖି, କିଡ୍‌ନୀ ବା ବୃକକ୍‌, ହୃତ୍‌ପିଣ୍ଡ, ଯକୃତ ଓ ସ୍ନାୟୁ ା ତେଣୁ ଏହାର ମୂଳରୁ ଚିହ୍ନଟ ଓ ଚିକିତ୍ସା କରିବା ଆବଶ୍ୟକ ା
ଏହା ସବୁ ବୟସରେ ଦେଖାଦେଇଥାଏ। କିନ୍ତୁ ଏବେ ଯୁବପିଢ଼ି ମଧ୍ୟ ଏହି ରୋଗରେ ବିଶେଷ ଭାବରେ ଆକ୍ରାନ୍ତ ହେଉଛନ୍ତି। ଅନିୟମିତ ଜୀବନଶୈଳୀ ତଥା ଅନେକ ସମୟ ଧରି ବସି ବସି କମ୍ପ୍ୟୁଟରରେ କାମ କରିବା, ମୋବାଇଲରେ ସାରାଦିନ ବ୍ୟସ୍ତ ରହିବା, ତେଲ ଓ ମସଲାଯୁକ୍ତ ଜଙ୍କ୍‌ ଫୁଡ୍‌ ବା ଫାଷ୍ଟଫୁଡ୍‌ ଖାଇବା ଯଥା ପିଜା, ଚିପ୍‌ସ, କୋଲ୍ଡଡ୍ରିଙ୍କସ ଆଦି ପାନୀୟ ବହୁତ ବ୍ୟବହାର, ରାତି ଅନିଦ୍ରା ହୋଇ କାମ କରିବା, ବିଳମ୍ବରେ ଉଠିବା ତଥା ଆଦୌ ବ୍ୟାୟାମ ବା’ ଯୋଗ ନ କରିବା ଇତ୍ୟାଦି ରୋଗ ସୃଷ୍ଟି କରିବାରେ ଅନେକ ପରିମାଣରେ ଦାୟୀ ା ଏହାଛଡ଼ା ମାନସିକ ଚାପ ବା’ ଷ୍ଟ୍ରେସ୍‌ ହେଉଛି ଆଉ ଏକ ମୁଖ୍ୟ କାରଣ ା ଏହା ବଂଶାନୁଗତ ମଧ୍ୟ ା
ସାଧାରଣତଃ ମଧୁମେହ ରୋଗ ଦୁଇ ପ୍ରକାରର: ଟାଇପ୍‌-୧ ଓ ଟାଇପ୍‌-୨ ଡାଏବେଟିସ। ଟାଇପ୍‌-୧ ଡାଇବେଟିସ୍‌ ଶୈଶବ, କୈଶୋର ଓ ଯାୈବନରେ ପ୍ରାୟ ୨୫ ବର୍ଷ ବୟସ ମଧ୍ୟରେ ଦେଖାଯାଇଥାଏ ା
ଟାଇପ୍‌-୧ ଡାଇବେଟିସ୍‌ ଗୋଟିଏ କ୍ରନିକ ଅଟୋଇମ୍ୟୁନ ଡିଜିଜ୍‌ ଏବଂ ବଂଶାନୁଗତ ଭାବେ ଦେଖାଦେଇଥାଏ ା
ଏଥିରେ ପ୍ୟାନକ୍ରିଆଜ ବା ଅଗ୍ନ୍ୟାଶୟର ଆଇଲେଟ ସେଲର କ୍ଷରଣକାରୀ କୋଷଗୁଡ଼ିକ ନଷ୍ଟ ହୋଇଯିବାରୁ ଇନ୍‌ସୁଲିନ ଅଭାବ ସୃଷ୍ଟି ହୋଇଥାଏ ଏବଂ ରକ୍ତଶର୍କରା ପରିମାଣ ବୃଦ୍ଧି ପାଇ ଡାଇବେଟିସ ରୋଗ ସୃଷ୍ଟି ଥାଏ। କିନ୍ତୁ ଟାଇପ୍‌-୨ ଡାଇବେଟିସ ରୋଗରେ ଇନ୍‌ସୁଲିନ କ୍ଷରଣ ଠିକ୍‌ ଥିଲେ ମଧ୍ୟ ଏହା ରକ୍ତ ଶର୍କରା କମାଏ ନାହିଁ। ଏହା ଇନ୍‌ସୁଲିନ ରେଜିଷ୍ଟାନ୍ସ ସୃଷ୍ଟି କରିଥାଏ ା
ଟାଇପ୍‌-୧ ଡାଇବେଟିସ୍‌: ଏହାର ଅନ୍ୟ ନାମ ହେଉଛି ‘ଇନ୍‌ସୁଲିନ ଡିପେଣ୍ଡେଣ୍ଟ ବା’ ଜୁଭେନାଇଲ ଡାଇବେଟିସ୍‌ ା’
ଏହାର ମୂଖ୍ୟ ଲକ୍ଷଣ ଗୁଡିକ ହେଲା: ଅତିରିକ୍ତ ଶୋଷ ଲାଗିବା, ଅତିରିକ୍ତ ଭୋକ ହେବା, ବାରମ୍ବାର ପରିସ୍ରା ଲାଗିବା, ଓଜନ କମିଯିବା, କ୍ଳାନ୍ତ ଲାଗିବା, ଆଖିକୁ ଝାପ୍‌ସା ଦେଖାଯିବା, ଘା’ ଆଦି ଧୀରେ ଧୀରେ ଶୁଖିବା, ଝିଅମାନଙ୍କର ପ୍ରସବଦ୍ୱାର କୁଣ୍ଡାଇ ହେବା ା
ଅଳ୍ପ ବୟସର ପିଲାମାନଙ୍କର ଏଭଳି ଲକ୍ଷଣ ଦେଖାଗଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ଉଚିତ୍‌। କିନ୍ତୁ ଅଳ୍ପ ବୟସର ଯୁବତୀମାନେ ମଧୁମେହ ରୋଗରେ ଆକ୍ରାନ୍ତ ହେଲେ ଯୁବକମାନଙ୍କଠାରୁ ତାଙ୍କର ୧୩% ଅଧିକ ମୃତ୍ୟୁର ଭୟଥାଏ, ୩୦% ବେଶି ହୃଦ୍‌ରୋଗ ହୁଏ ଏବଂ ୫୮% ବେଶି କରୋନାରି ହୃଦ୍‌ରୋଗଜନିତ ମୃତ୍ୟୁ ହେବାର ଭୟ ଥାଏ ା ଏହାଛଡ଼ା ସେମାନଙ୍କର ଫଙ୍ଗ୍‌ସ ସଂକ୍ରମଣ ହୋଇ ପ୍ରସବ ଦ୍ୱାର କୁଣ୍ଡେଇ ହୋଇଥାଏ ା ଘନଘନ ପରିସ୍ରା ସଂକ୍ରମଣ,
ସାଦା ସ୍ରାବ ହେବା ସହ ହାତ ପାଦ ଓ ପରିସ୍ରା ଦ୍ୱାର ଶୁଖିଲା ହୋଇଯାଏ।
ଝିଅମାନେ ମଧୁମେହ ରୋଗ ସହ ଗର୍ଭଧାରଣ କଲେ ବାରମ୍ବାର ଗର୍ଭନଷ୍ଟ, ଶିଶୁର ବିକଳାଙ୍ଗତା, ଗର୍ଭଥଳିରେ ପାଣି ଜମିଯିବା, ଗର୍ଭରେ ଶିଶୁ ମୃତ୍ୟୁ, ସମୟ ପୂର୍ବରୁ ପ୍ରସବ ଓ ସଂକ୍ରମଣ ବେଶି ହାରରେ ହୋଇଥାଏ ା ଅଳ୍ପ ବୟସର ଯୁବତୀମାନଙ୍କୁ ପ୍ରାୟ ପଲିସିଷ୍ଟିକ ଓଭାରିଆନ ଡିଜିଜ୍‌ ବା (ପିସିଓଡି) ହୋଇଥାଏ, ଯେଉଁଥିରେ ସେମାନଙ୍କର ଅନିୟମିତ ଋତୁସ୍ରାବ, ଅତ୍ୟଧିକ ଓଜନ ବଢ଼ିଯିବା, ମୁହଁରେ ବ୍ରଣ ହେବା, ମାନସିକ ଅବସାଦ ତଥା ବନ୍ଧ୍ୟାଦୋଷ ହୋଇଥାଏ ା
ସେମାନଙ୍କର ପ୍ରାୟ ଇନ୍‌ସୁଲିନ ରେଜିଷ୍ଟାନ୍ସ ହୋଇଥାଏ, ରକ୍ତରେ ଶର୍କରା ଅଂଶ ବଢ଼ିଯାଏ ଏବଂ ମଧୁମେହ ରୋଗ ହେବାର ଆଶଙ୍କା ଥାଏ ା
ଚିହ୍ନଟ: ଖାଲିପେଟରେ ଓ ଖାଇବାର ୨ ଘଣ୍ଟା ପରେ ପରୀକ୍ଷା କଲେ ଯଦି ରକ୍ତରେ ଶର୍କରା ପରିମାଣ ଅଧିକ ଥାଏ ଏବଂ ଗ୍ଲାଇକୋସିଲେଟେଡ ହିମୋଗ୍ଲୋବିନର ପରିମାଣ ବଢ଼ିଥାଏ, ତେବେ ଡାଇବେଟିସର ଚିହ୍ନଟକରଣ ହୋଇଥାଏ ା
ପରୀକ୍ଷା: ଡାଇବେଟିସ୍‌ ରୋଗ ଚିହ୍ନଟ ହେବା ପରେ ନିମ୍ନଲିଖିତ ପରୀକ୍ଷା କରିବା ଜରୁରୀ ା
– ରକ୍ତ ଶର୍କରା ପରୀକ୍ଷା ଖାଲି ପେଟରେ ଓ ଖାଇବାର ୨ ଘଣ୍ଟା ପରେ ହୋଇଥାଏ ା
– ଗ୍ଲାଇକୋସିଲେଟେଡ ହିମୋଗ୍ଲୋବିନ ବା ଏଚ୍‌ବିଏ ୱାନ୍‌ସି ଯାହା ବିଗତ ତିନିମାସ ଭିତରେ ଶର୍କରା ନିୟନ୍ତ୍ରଣର ହିସାବ ଦେଇଥାଏ ା
– ରକ୍ତ କୋଲେଷ୍ଟରଲ ଓ ଟ୍ରାଇ ଗ୍ଲିସେରାଇଡ ପରୀକ୍ଷା ା
– କିଡ୍‌ନୀ ପାଇଁ ୟୁରିଆ ଓ କ୍ରିଆଟିନିନ ପରୀକ୍ଷା ା
– ଯକୃତ ବା’ ଲିଭର ପାଇଁ ଲିଭର ଫଙ୍କସନ ଟେଷ୍ଟ ା
– ଥାଇରଏଡ୍‌ ହରମୋନ ପରୀକ୍ଷା ା
ଏହା ବ୍ୟତୀତ ପରିସ୍ରା ପରୀକ୍ଷା, ଇ.ସି.ଜି, ଛାତିର ଏକ୍ସରେ, ଆଖି ଓ ଦାନ୍ତର ପରୀକ୍ଷା ସହ ପାଦର ସ୍ନାୟୁ ପରୀକ୍ଷା କରାଇବା ଆବଶ୍ୟକ ା
ଏ ସବୁ ପରୀକ୍ଷା ପରେ ଟାଇପ୍‌-୧ ଡାଇବେଟିସ୍‌ ଥିବା ଯୁବତୀ ଯୁବକମାନଙ୍କୁ ପ୍ରାୟତଃ ଇନ୍‌ସୁଲିନ ଇଞ୍ଜେକ୍‌ସନ ନେବାକୁ ପଡ଼ିଥାଏ।
ଟାଇପ୍‌-୨ ମଧୁମେହ ରୋଗରେ ଡାକ୍ତର ପରାମର୍ଶ ନେଇ ଚିକିତ୍ସା କରିବାକୁ ପଡ଼ିଥାଏ ଏବଂ ଅନ୍ୟ ସବୁ ଅଙ୍ଗପ୍ରତ୍ୟଙ୍ଗର ପରୀକ୍ଷା ମଝିରେ ମଝିରେ କରିବାକୁ ପଡ଼ିଥାଏ ା କିନ୍ତୁ ମଧୁମେହ ରୋଗରେ ଇନ୍‌ସୁଲିନ ନେଲେ ହଠାତ୍‌ ରକ୍ତରୁ ଶର୍କରା ପରିମାଣ କମିଯାଏ (ହାଇପୋଗ୍ଲାଇସିମିଆ)। ସେଥିପାଇଁ ସଜାଗ ରହି ସଙ୍ଗେ ସଙ୍ଗେ ଚିକିତ୍ସା କରିବାକୁ ପଡ଼ିଥାଏ ା
ତେବେ ପିଲା ଓ ଯୁବତୀ ଯୁବକ ତଥା ସବୁ ବର୍ଗର ରୋଗୀଙ୍କ ପାଇଁ ଜୀବନଶୈଳୀରେ ପରିବର୍ତ୍ତନ, ବ୍ୟାୟାମ ଓ ଖାଦ୍ୟ ପଦାର୍ଥ ଉପରେ ନିୟନ୍ତ୍ରଣ ରଖିବା ଖୁବ୍‌ ଜରୁରୀ ା ତେଣୁ ମଧୁମେହ ରୋଗୀମାନେ ପ୍ରତ୍ୟେକ ଖାଦ୍ୟରେ ‘ଗ୍ଲାଇସିମିକ୍‌ ଇଣ୍ଡେକ୍ସ’ ଜାଣିବା ଖୁବ୍‌ ଜରୁରୀ। ଏହାଛଡ଼ା କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ ଖାଇବା ଦରକାର। ଖାଦ୍ୟରେ ଭାତ କମାଇବା ଦେଇ ମାଣ୍ଡିଆ, ଦଲିଆ, ଓଟସ ଓ ବିଶେଷ ପରିମାଣରେ ତନ୍ତୁଯୁକ୍ତ ଖାଦ୍ୟ ବ୍ୟବହାର କରିବା ଉଚିତ୍‌ ା ପ୍ରତି ଦୁଇ ତିନି ଘଣ୍ଟାରେ ଅଳ୍ପ ଅଳ୍ପ ଖାଇବା ଉଚିତ୍‌ ା ଏହାଛଡା କେତେକ ଜୁସ୍‌ ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଯଥା କଲରା, କାକୁଡ଼ି, ଟମାଟୋ ଗାଜର, ପାଳଙ୍ଗ ଜୁସ୍‌, ଅଁଳା ଜୁସ୍‌ ଓ ଡାଳିମ୍ବ ଜୁସ୍‌ ା
ଟାଇପ୍‌-୧ ମଧୁମେହ ରୋଗ ଭୋଗୁଥିବା ଅଳ୍ପ ବୟସ୍କ କିଶୋର, କିଶୋରୀ ଓ ଯୁବତୀ ଯୁବକମାନେ ଖାଦ୍ୟପେୟ ନିୟନ୍ତ୍ରଣ କରିବା ସହ ସବୁ ପ୍ରକାର ଜଟିଳତାର ପ୍ରତିକାର ପାଇଁ ସଚେତନ ରହିବା ଆବଶ୍ୟକ ା

 

– ଡା. ସରୋଜିନୀ ଷଡ଼ଙ୍ଗୀ
– ଲିଙ୍କ୍‌ରୋଡ୍‌, କଟକ-୧୨
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?