‘ପିଲାଙ୍କ ଉପରେ ନଜର ରଖ’

ଭୁବନେଶ୍ୱର, ୨୭।୬ (ବ୍ୟୁରୋ): ଇଣ୍ଟରନେଟ୍‌ ବ୍ୟବହାର ସମୟରେ ପିଲାଙ୍କୁ ସାଇବର ଅପରାଧୀଙ୍କଠାରୁ ଦୂରେଇ ରଖିବାରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ପିଲାମାନେ କେଉଁ ସାଇଟ୍‌କୁ ଯାଉଛନ୍ତି, କ’ଣ ଦେଖୁଛନ୍ତି ସେଥିପ୍ରତି ମାତାପିତାମାନେ ଦୃଷ୍ଟି ଦେବା ଆବଶ୍ୟକ। ସ୍ବେଚ୍ଛାସେବୀ ସଂଗଠନ ପିକକ ଓ ଫୋରାଲଡ୍ରାଲୋସା ବାର୍ନର ମିଳିତ ସହଯୋଗରେ ଅନ୍‌ଲାଇନ ସୁରକ୍ଷା ଉପରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କର୍ମଶାଳାରେ ଏହି ମତ ପ୍ରକାଶ ପାଇଛି ା

ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସାଇବର ଅପରାଧର ଭୟାବହତା ଓ ଏହାର ନିରାକରଣ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ସମ୍ପାଦକ ରଞ୍ଜନ କୁମାର ମହାନ୍ତି କହିଲେ, କୋଭିଡ୍‌ ମହାମାରୀ ସମୟରେ ସାଇବର କ୍ରାଇମ ବଢିଥିବାବେଳେ ଅନଲାଇନ ନିରାପତ୍ତା ମଧ୍ୟ ବିପନ୍ନ ହୋଇଛି। ଘରେ ରହୁଥିବାରୁ ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ଅନେକ ସମୟରେ ଇଣ୍ଟରନେଟ ବ୍ୟବହାର ବିଷୟରେ ଆମେ ଜାଣିପାରୁ ନ ଥିବାରୁ ଅନ୍‌ଲାଇନ ଜରିଆରେ ମିଛ ବାହାଘର ଓ ଶିଶୁ ଚାଲାଣ ଭଳି ଘଟଣା ବହୁ ପରିମାଣରେ ହେଉଛି। ତେଣୁ ସତର୍କ ନ ହୋଇ ଏହାକୁ ବ୍ୟବହାର କଲେ ସମସ୍ୟାରେ ପଡିବା ବୋଲି ରଞ୍ଜନ ମତ ଦେଇଥିଲେ। ଆଡପ୍‌ଶନ ସେଣ୍ଟ୍ରମର ଜାତୀୟ ନିର୍ଦ୍ଦେଶିକା ରୁବି ରାଉତ କହିଲେ, ଇଣ୍ଟରନେଟ୍‌ ବ୍ୟବହାର ସମୟରେ କେଉଁ ସାଇଟକୁ ଯିବା ଓ କେଉଁଠିକୁ ଯିବାନି ସେ ସଂକ୍ରାନ୍ତରେ ପିଲାମାନେ ଭଲଭାବେ ଜାଣିବା ଦରକାର। ରାଜ୍ୟ ଶିଶୁ ସୁରକ୍ଷା ସମିତି ସଂଯୋଜକ ପ୍ରୀତିକାନ୍ତ ପଣ୍ଡା ଠକେଇର ଶିକାର ହେଲେ ଆଦୌ ବିଳମ୍ବ ନ କରି ପୋଲିସରେ ଅଭିଯୋଗ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ଏନଆଇସିର ପୂର୍ବତନ ବରିଷ୍ଠ ବୈଷୟିକ ବିଶେଷଜ୍ଞ ଡ. ରବୀନ୍ଦ୍ର ନାରାୟଣ ବେହେରା, ସୁଶ୍ରୀ ଶୈଲାନୀ ସୁମନ, ପିକକର ଅଧ୍ୟକ୍ଷା ଡକ୍ଟର ମୀନାକ୍ଷୀ ପଣ୍ଡା ଅଂଶ ଗ୍ରହଣ କରିଥିଲେ। ଡ. ସୁମିତ୍ରା ମହାନ୍ତି ଧନ୍ୟବାଦ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଜନଜାତିଙ୍କ ନିଆରା ପରମ୍ପରା: ରଥାରୂଢ଼ ହେଲେ ତିନି ଠାକୁର, ଏମ୍‌ପିଙ୍କ ଛେରାପହଁରା ପରେ ଗଡ଼ିଲା ରଥ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଦୁର୍ଗମ ଗବାଟବାଡ଼ି ଗ୍ରାମରେ ଗୁରୁବାର ରଥଯାତ୍ରା ବହୁ ଆଡ଼ମ୍ବର ତଥା ଜନଜାତିଙ୍କ ସଂସ୍କୃତି ପରମ୍ପରାରେ ପାଳିତ…

ବିଦ୍ୟୁତ ବୋର୍ଡ ମରାମତି କରୁଥିବା ବେଳେ ମାରିଲା କରେଣ୍ଟ, ତାପରେ….

ପାଟଣା,୧୬ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ଅନ୍ତର୍ଗତ ବାର ତୁଣିଆ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ରଣ୍ଢାରେ ବଡ଼ ସଡ଼କ ଦୁର୍ଘଟଣା; ଔଷଧ କିଣିବାକୁ ଯାଉଥିବା ବେଳେ କାର-ଟ୍ରକ ଧକ୍କାରେ ଦମ୍ପତି ମୃତ, କ୍ଷତିପୂରଣ ଦାବିରେ ୧୬ ନଂ ଜାତୀୟ ରାଜପଥ ଅବରୋଧ

ଗୋପାଳପୁର,୧୬ା୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଅଧିନସ୍ଥ ରଣ୍ଢାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଗୁରୁବାର ଦିନ ରାସ୍ତା…

କବାଟ ବନ୍ଦ କରି ୪ ବର୍ଷର ପୁଅକୁ ହତ୍ୟା କଲେ ବାପା, ମା’ ଆଖିରୁ ଶୁଖୁନି ଲୁହ, କହିଲେ ତାଙ୍କ ସ୍ବାମୀ…

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ବାପା ସାଜିଲେ ଜହ୍ଲାଦ। ଦୁନିଆ କ’ଣ ଜାଣି ନ ଥିବା ୪ ବର୍ଷର ଜନ୍ମ କଲା ପୁଅକୁ କଟୁରିରେ ହାଣି ହତ୍ୟା କଲେ…

କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ, ଝୁଲିଝୁଲି ଧାଡ଼ି ପହଣ୍ଡିରେ ଆସୁଛନ୍ତି ମହାବାହୁ

ପୁରୀ,୧୬ା୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଗୁରୁବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ…

ରଥଯାତ୍ରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ ଦିବ୍ୟ ସାନିଧ୍ୟ ସହ…

ପୁରୀ,୧୬ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ।…

ଝୁଲି ଝୁଲି ଆସୁଛନ୍ତି ବଡଠାକୁର, ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ

ପୁରୀ,୧୬।୭: ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ପବିତ୍ର ପହଣ୍ଡି । ଶଙ୍ଖ, ଘଣ୍ଟ, ମୃଦଙ୍ଗ ଓ “ହରିବୋଲ” ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ। ଭକ୍ତିରେ ମୁଖରିତ…

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ଓଡ଼ିଆରେ ଲେଖିଲେ ଜୟ ଜଗନ୍ନାଥ

ନୂଆଦିଲ୍ଲୀ, ୧୬।୭: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ମହାବାହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri