‘ପିଲାଙ୍କ ଉପରେ ନଜର ରଖ’

ଭୁବନେଶ୍ୱର, ୨୭।୬ (ବ୍ୟୁରୋ): ଇଣ୍ଟରନେଟ୍‌ ବ୍ୟବହାର ସମୟରେ ପିଲାଙ୍କୁ ସାଇବର ଅପରାଧୀଙ୍କଠାରୁ ଦୂରେଇ ରଖିବାରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ପିଲାମାନେ କେଉଁ ସାଇଟ୍‌କୁ ଯାଉଛନ୍ତି, କ’ଣ ଦେଖୁଛନ୍ତି ସେଥିପ୍ରତି ମାତାପିତାମାନେ ଦୃଷ୍ଟି ଦେବା ଆବଶ୍ୟକ। ସ୍ବେଚ୍ଛାସେବୀ ସଂଗଠନ ପିକକ ଓ ଫୋରାଲଡ୍ରାଲୋସା ବାର୍ନର ମିଳିତ ସହଯୋଗରେ ଅନ୍‌ଲାଇନ ସୁରକ୍ଷା ଉପରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କର୍ମଶାଳାରେ ଏହି ମତ ପ୍ରକାଶ ପାଇଛି ା

ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସାଇବର ଅପରାଧର ଭୟାବହତା ଓ ଏହାର ନିରାକରଣ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ସମ୍ପାଦକ ରଞ୍ଜନ କୁମାର ମହାନ୍ତି କହିଲେ, କୋଭିଡ୍‌ ମହାମାରୀ ସମୟରେ ସାଇବର କ୍ରାଇମ ବଢିଥିବାବେଳେ ଅନଲାଇନ ନିରାପତ୍ତା ମଧ୍ୟ ବିପନ୍ନ ହୋଇଛି। ଘରେ ରହୁଥିବାରୁ ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ଅନେକ ସମୟରେ ଇଣ୍ଟରନେଟ ବ୍ୟବହାର ବିଷୟରେ ଆମେ ଜାଣିପାରୁ ନ ଥିବାରୁ ଅନ୍‌ଲାଇନ ଜରିଆରେ ମିଛ ବାହାଘର ଓ ଶିଶୁ ଚାଲାଣ ଭଳି ଘଟଣା ବହୁ ପରିମାଣରେ ହେଉଛି। ତେଣୁ ସତର୍କ ନ ହୋଇ ଏହାକୁ ବ୍ୟବହାର କଲେ ସମସ୍ୟାରେ ପଡିବା ବୋଲି ରଞ୍ଜନ ମତ ଦେଇଥିଲେ। ଆଡପ୍‌ଶନ ସେଣ୍ଟ୍ରମର ଜାତୀୟ ନିର୍ଦ୍ଦେଶିକା ରୁବି ରାଉତ କହିଲେ, ଇଣ୍ଟରନେଟ୍‌ ବ୍ୟବହାର ସମୟରେ କେଉଁ ସାଇଟକୁ ଯିବା ଓ କେଉଁଠିକୁ ଯିବାନି ସେ ସଂକ୍ରାନ୍ତରେ ପିଲାମାନେ ଭଲଭାବେ ଜାଣିବା ଦରକାର। ରାଜ୍ୟ ଶିଶୁ ସୁରକ୍ଷା ସମିତି ସଂଯୋଜକ ପ୍ରୀତିକାନ୍ତ ପଣ୍ଡା ଠକେଇର ଶିକାର ହେଲେ ଆଦୌ ବିଳମ୍ବ ନ କରି ପୋଲିସରେ ଅଭିଯୋଗ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ଏନଆଇସିର ପୂର୍ବତନ ବରିଷ୍ଠ ବୈଷୟିକ ବିଶେଷଜ୍ଞ ଡ. ରବୀନ୍ଦ୍ର ନାରାୟଣ ବେହେରା, ସୁଶ୍ରୀ ଶୈଲାନୀ ସୁମନ, ପିକକର ଅଧ୍ୟକ୍ଷା ଡକ୍ଟର ମୀନାକ୍ଷୀ ପଣ୍ଡା ଅଂଶ ଗ୍ରହଣ କରିଥିଲେ। ଡ. ସୁମିତ୍ରା ମହାନ୍ତି ଧନ୍ୟବାଦ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନାଇଜେରିଆନ ଗ୍ୟାଙ୍ଗ୍‌ ସଦସ୍ୟ ଗିରଫ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ସାଇବର ଠକେଇରେ ସମ୍ପୃକ୍ତ ନାଇଜେରିଆନ ଗ୍ୟାଙ୍ଗ୍‌ର ଆଉଜଣେ ସଦସ୍ୟଙ୍କୁ ଦିଲ୍ଲୀ ପୋଲିସ ବେଙ୍ଗାଲୁରୁରୁ ଗିରଫ କରିଛି। ସେ ହେଲେ ଉକୁଉଦିରି ପାଶ୍ଚାଲ (୪୦)। ଦିଲ୍ଲୀ...

କାର୍ଟୁନ ଗୋଦାମରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବାରିପଦା ଅଫିସ,୧୭।୧୨: ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧାସ୍ଥିତ ଏକ କାର୍ଟୁନ ଗୋଦାମରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବିଭାଗର ୩ଟି...

ନବୀନଙ୍କ ନୂଆ ଉପଲବ୍ଧି: ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ନିକଟରେ ହୋଇଥିବା ସର୍ଭେରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଥିଲେ ନବୀନ ପଟ୍ଟନାୟକ। ଏବେ ସେ ନିଜର ଅଫିସିଆଲ ଟୁଇଟର ପୃଷ୍ଠାରେ...

ଛାତ୍ରୀଙ୍କ ଉପରେ ଚଢ଼ିଗଲା ବସ୍‌, ଚାଲିଗଲା ଜୀବନ

ଢେଙ୍କାନାଳ ଅଫିସ,୯ା୧: ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥର ଉପର ବାଘଲୁଣ୍ଡା ଗ୍ରାମ ଛକଠାରେ ସୋମବାର ରୁଙ୍ଗ୍‌ଟା କମ୍ପାନୀ ଷ୍ଟାଫ୍‌ଙ୍କୁ ନେଇ...

ବୋମାମାଡ଼ ଘଟଣାରେ ସରପଞ୍ଚଙ୍କ ସମେତ ୫ ଗିରଫ: ବାଇକ୍‌, ପିସ୍ତଲ ଜବତ

ପୁରୀ ଅଫିସ,୨୯ା୪: ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସଞ୍ଜୟ ପତିଙ୍କ କୋଣାର୍କ ଏନ୍‌ଏସି ୪ ନଂ. ୱାର୍ଡ ବାଲିସାହିସ୍ଥିତ ବାସଭବନ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ...

ଚିଠିକୁ ଅପେକ୍ଷା କରିଛି ଅବକାରୀ ବିଭାଗ

କଟକ ଅଫିସ,୫।୫: ମେ’ ୪ ଠାରୁ ମଦ ଦୋକାନ ଖୋଲିବ ବୋଲି ଘୋଷଣା ହେବା ସତ୍ତ୍ବେ କଟକ ଜିଲାରେ ଏହା ସମ୍ଭବ ହୋଇପାରିନାହିଁ। ବିଭିନ୍ନ ଠିପି...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ରାଜ୍ୟରୁ ଗୁରୁବାର ଆଉ ୧୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୭,୧୫୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରସଙ୍ଗ: ୧୭ ମଠ ମହନ୍ତଙ୍କୁ ଦେବୋତ୍ତର କମିଶନରଙ୍କ ନୋଟିସ

ପୁରୀ ଅଫିସ, ୧୪ା୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଥିବା ୧୭ଟି ମଠ ମହନ୍ତଙ୍କୁ ଦେବୋତ୍ତର କମିଶନର ନୋଟିସ କରିଛନ୍ତି। ମଠଗୁଡ଼ିକର ଉଚ୍ଛେଦ ସଂକ୍ରାନ୍ତରେ ପୁରୀ ଜିଲାପାଳଙ୍କ...

Advertisement
Archives

Model This Week