କେଦାରନାଥ ଥିଲେ ପ୍ରତିଭାଦୀପ୍ତ ପ୍ରଜ୍ଞାପୁରୁଷ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ଐତିହାସିକ କେଦାରନାଥ ମହାପାତ୍ରଙ୍କ ୧୧୦ତମ ଜୟନ୍ତୀ ସମାରୋହ କେଦାରନାଥ ଗବେଷଣା ପ୍ରତିଷ୍ଠାନ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଭାପତି ରଘୁନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ। ସଭାପତି ମିଶ୍ର କହିଥିଲେ, କେଦାରନାଥ ଥିଲେ ପୋଥି, ପଥର ଓ ପ୍ରତ୍ନତତ୍ତ୍ୱରେ ପ୍ରତିଭାଦୀପ୍ତ ପ୍ରଜ୍ଞାପୁରୁଷ। ପୋଥିନାଥ ଭାବେ ସେ ପରିଚିତ ଥିବା ଏହି ଅନନ୍ୟ ବ୍ୟକ୍ତିତ୍ୱଙ୍କ ଅବଦାନ ଓଡ଼ିଆ କାଳ୍ପନିକ କାବ୍ୟ ସମ୍ପାଦନା, ପ୍ରାଚୀନ ମନ୍ଦିର ଖନନ ଓ ଇତିହାସ ରଚନାରେ ସ୍ମରଣୀୟ ହୋଇ ରହିବ ବୋଲି ଆଲୋଚନା କରାଯାଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ତଥା ବିଶିଷ୍ଟ ଐତିହାସିକ ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପିକା ଡ.ସଙ୍ଘମିତ୍ରା ଭଞ୍ଜ, ମୁଖ୍ୟବକ୍ତା ପ୍ରତ୍ନତାତ୍ତ୍ୱିକ ସଂରକ୍ଷଣବିଦ୍‌ ତଥା କେଦାରନାଥଙ୍କ ପୁତ୍ର ନିର୍ମଳ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ଶାନ୍ତନୁ କୁମାର ରଥ, କୃଷ୍ଣଚନ୍ଦ୍ର ମିଶ୍ର, ଶ୍ରୀମତି ନମିତା ଦାଶ, ଡ. ତାପସ ରଞ୍ଜନ ଷଢ଼ଙ୍ଗୀ, ରାଜକୁମାର ବେହେରା ଓ ସୁପ୍ରିୟା ପଣ୍ଡା। ଉତ୍ସବ ଆରମ୍ଭରେ ସମ୍ପାଦକ ରମେଶ ଚନ୍ଦ୍ର ପାଣି ସ୍ବାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସମ୍ପାଦକ ଡକ୍ଟର ଦେବାଶିଷ ମହାପାତ୍ର ଅତିଥି ପରିଚୟ ଓ ଡ.ଜେନାମଣି ସଞ୍ଜୀବ କୁମାର ପ୍ରମୁଖ ଅଭିଭାଷଣ ଦେଇଥିଲେ। ଅନ୍ୟତମ ଯୁଗ୍ମ ସମ୍ପାଦକ ଡ.ରମେଶଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି : ଏଣିକି ହେବ…

ଭୁବନେଶ୍ୱର,୨୯।୮: ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା। ଥରେ…

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି।…

ଜୁଏଲଙ୍କ ସାଂଘାତିକ ବୟାନ : ଯିଏ ଅପଦସ୍ଥ କରିବ ତାକୁ ଜାଳିି…

ଭୁବନେଶ୍ୱର, ୨୯।୮(ସୁନିତ୍‌ ମିଶ୍ର): ସମସ୍ତଙ୍କୁ ରକ୍ଷାବନ୍ଧନ ଉପଲକ୍ଷେ ଅଭିନନ୍ଦନ। ରାଉରକେଲାରେ କିଛିଦିନ ହେବ କେତେଜଣ ଲୋକ ପଇସାପତ୍ର ଖର୍ଚ୍ଚକରି ମତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି…

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଖାତାକୁ ଗଲା ସୁଭଦ୍ରା ଟଙ୍କା, ତୁରନ୍ତ ଚେକ୍‌ କରନ୍ତୁ ଆକାଉଣ୍ଟ

ନୟାଗଡ଼,୨୮ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଲାଠିପଡ଼ାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଗହ୍ମାପୂର୍ଣ୍ଣିମା ଅବସରରେ ୫ମ କିସ୍ତି ସୁଭଦ୍ରା ଅନୁଦାନ ପ୍ରଦାନ କରିଛନ୍ତି। ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri