Posted inଜାତୀୟ

ଭାଜପାକୁ ଚେତାବନୀ ଦେଲେ କେସିଆର

ହାଇଦ୍ରାବାଦ,୧୮।୧୧: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଧାନ କିଣା ପ୍ରସଙ୍ଗକୁ ନେଇ ଗୁରୁବାର ଭାଜପାକୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ଧାନ କିଣିଲେ ଏହାକୁ ଭାଜପା କାର୍ଯ୍ୟାଳୟରେ ଫିଙ୍ଗା ଯିବ ବୋଲି କେସିଆର ଚେତାବନୀ ଦେଇଥିଲେ। ସେ କହିଛନ୍ତି ଯେ, ଶସ୍ୟ ବୃଦ୍ଧି ପାଇଁ ଭାଜପା ନାରା ଦେଉଥିବା ବେଳେ କେନ୍ଦ୍ର କିନ୍ତୁ ଏହାକୁ କିଣୁ ନାହିଁ। ଯଦି କେନ୍ଦ୍ର ଧାନ ନ କିଣେ ତେବେ ଆମେ ଏହାକୁ ଭାଜପା କାର୍ଯ୍ୟାଳୟରେ ପକାଇବୁ ବୋଲି ସେ କହିଛନ୍ତି।
କେସିଆର କହିଛନ୍ତି ଯେ, ଭାଜପା କେବଳ ସାମ୍ପ୍ରଦାୟିକ ତିକ୍ତତା ସୃଷ୍ଟି କରିବାରେ ବ୍ୟସ୍ତ ରହୁଛି। ହିନ୍ଦୁ-ମୁସଲମାନ ପ୍ରସଙ୍ଗକୁ ଟାଣିବା ସହ ପାକିସ୍ତାନକୁ ଯୋଡି ଦେଶରେ ସାମ୍ପ୍ରଦାୟିକ ପରିବେଶ ସୃଷ୍ଟି କରେ। ସର୍ଜିକାଲ ଷ୍ଟ୍ରାଇକ, ସୀମା ପ୍ରସଙ୍ଗ କହି ଦେଶରେ ସାମ୍ପ୍ରଦାୟକ ବିଦ୍ୱେଶ ସୃଷ୍ଟି କରେ। ଏଗୁଡିକ ଭାଜପାର ଡ୍ରାମା ବୋଲି କେସିଆର କହିଛନ୍ତି। ଧାନ କିଣା ପ୍ରସଙ୍ଗରେ ଅନ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ କେସିଆର ହାଇଦ୍ରାବାଦର ଇନ୍ଦିରା ପାର୍କରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାରୁକ୍‌-ଓମାରଙ୍କ ନଜରବନ୍ଦୀ ହଟାଇବା ପାଇଁ ହୋଇପାରେ ଡିଲ୍‌: ସକ୍ରିୟ ରାଜନୀତିରୁ ରହିବେ ଦୂରେଇ !

ଶ୍ରୀନଗର,୧୧।୧: ଜମ୍ମୁ-କଶ୍ମୀର ରାଜନୀତିରେ ପୁଣିଥରେ ଉଷ୍ଣତା ବୃଦ୍ଧି ପାଇଛି। କେନ୍ଦ୍ର ସରକାର ଇତିମଧ୍ୟରେ ୨୬ ଜଣ ରାଜନୈତିକ ବନ୍ଦୀଙ୍କ ଉପରୁ ପିଏସ୍‌ଏ ହଟାଇ ନେଇଛନ୍ତି। ସେମାନଙ୍କ...

ଶହେ ପ୍ରତିଶତ କ୍ଷମତାରେ ଚାଲିବ କାର୍ଯ୍ୟାଳୟ, ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୭ ।୨: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣରେ ବ୍ରେକ୍ ଲାଗିବା ପରେ ସୋମବାରଠାରୁ ସମସ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଖୋଲିବାକୁ ଅନୁମତି ଦିଆଯାଇଛି ।...

କରୋନା ଔଷଧ-ଅକ୍ସିଜେନ୍‌ ସିଲିଣ୍ଡର ହେଉ ଟିକସ ମୁକ୍ତ: ମମତା…

କୋଲକାତା, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ସାଧାରଣ ଲୋକଙ୍କ ସୁବିଧା ପାଇଁ କରୋନା ଔଷଧ,ଅକ୍ସିଜେନ୍‌ ସିଲିଣ୍ଡରକୁ ଟିକସ ମୁକ୍ତ କରିବା ଲାଗି ପଶ୍ଚିମବଙ୍ଗ...

ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ ଆବେଦନ

ନୂଆଦିଲ୍ଲୀ,୨୦।୧: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ ଆଦେନର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ କରାଯାଇଛି। ଏଥିରେ ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।...

ଶିକ୍ଷକଙ୍କ ମାଡ଼ରେ ଆଉ ଜଣେ ଦଳିତ ଛାତ୍ର ହସ୍ପିଟାଲରେ ଭର୍ତ୍ତି

ବାର୍‌ମେର,୨୫।୮: ରାଜସ୍ଥାନର ଜାଲୋର ଅଞ୍ଚଳରେ ଥିତ୍ବା ଏକ ସ୍କୁଲ୍‌ରେ ସବର୍ଣ୍ଣଙ୍କ ପାଇଁ ଉଦ୍ଦିଷ୍ଟ ପାଣି ମାଠିଆ ଛୁଇଁବାରୁ ଜଣେ ୯ ବର୍ଷର ପିଲାଙ୍କୁ ଶିକ୍ଷକ ନିର୍ଘାତ...

ତେଲେଙ୍ଗାନା ଗଠନ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨।୬: ତେଲେଙ୍ଗାନା ଗଠନ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ରାଷ୍ଟ୍ରପତି ରାଜ୍ୟବାସୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।...

ଜେଏନ୍‌ୟୁ ବିକ୍ଷୋଭରେ ଦୀପିକା

ନୂଆଦିଲ୍ଲୀ,୮ା୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଙ୍ଗଳବାର ରାତିରେ ଜେଏନ୍‌ୟୁ କ୍ୟାମ୍ପସ୍‌ରେ ପହଞ୍ଚି ଆହତ ଛାତ୍ରୀଛାତ୍ରଙ୍କୁ ଭେଟିଥିଲେ। ରବିବାର ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଉପରେ ଦୁର୍ବୃତ୍ତମାନେ ମୁହଁରେ...

ରାଜଧାନୀର ୩୦ ସ୍ଥାନରେ ଡମି ଆଇଇଡ଼ି ପ୍ଲାଣ୍ଟ କରିଛି ସ୍ପେଶାଲ ସେଲ, ପୋଲିସ ବିଭାଗକୁ ମିଳିଛି ୧୨ର ସୂଚନା…

ନୂଆଦିଲ୍ଲୀ,୧୪।୭ : ରାଜଧାନୀ ଦିଲ୍ଲୀରେ ପୋଲିସ ବିଭାଗର ପ୍ରସ୍ତୁତିକୁ ପରୀକ୍ଷାମୂଳକ ଭାବେ ଯାଞ୍ଚ କରିବା ପାଇଁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗତ ଏକ ମାସ...

Advertisement
Archives

Model This Week