ବିଗ୍‌ ବସ୍‌ରୁ ଓହରିଲେ କବିତା କୌଶିକ

ମୁମ୍ବାଇ,୨ା୧୨- ଚଳିତ ବିଗ୍‌ ବସ୍‌ରୁ ଓହରି ଯାଇଛନ୍ତି ଓ୍ବାଇଲ୍ଡ କାର୍ଡ ମାଧ୍ୟମରେ ଏଣ୍ଟ୍ରି କରିଥିବା କବିତା କୌଶିକ। ସେ ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଏହି ଏପିସୋଡ୍‌ ବୁଧବାର ପ୍ରସାରିତ ହେବ। ବିଗ୍‌ ବସ୍‌ ଘରେ ସାଥି କଣ୍ଟେଷ୍ଟାଣ୍ଟ ରୁବିନା ଡିଲାଇକଙ୍କ ସହ ବଡ଼ ଝଗଡ଼ା ପରେ ହଠାତ୍‌ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି କୌଶିକ। ଏ ନେଇ ପ୍ରସାରଣକାରୀ ଚ୍ୟାନେଲ କଲର୍ସ ଟିଭି ପକ୍ଷରୁ ସୂଚନା ଦିଆଯାଇଛି।

ଚ୍ୟାନେଲ ପକ୍ଷରୁ ରୁବିନା ଓ କବିତାଙ୍କ ମଧ୍ୟରେ ହୋଇଥିବା କଥା କଟାକଟିର ଭିଡିଓକୁ ଟୁଇଟରେ ଶେୟାର କରାଯାଇଛି। ଏହି ଶୋରେ କବିତାଙ୍କ ବ୍ୟବହାର ଠିକ୍‌ ନ ଥିବା ରୁବିନା କହିଥିଲେ। ଏହାକୁ ନେଇ ଦୁଇ କଣ୍ଟେଷ୍ଟାଣ୍ଟ ମଧ୍ୟରେ ହୋଇଥିଲା ଜୋରଦାର ଝଗଡ଼ା। ଏଥିରେ ଅଭିନବ ଶୁକ୍ଲା ମଧ୍ୟ ସାମିଲ ଥିଲେ। ଯୁକ୍ତିତର୍କ ଏତେ ବଢ଼ି ଯାଇଥିଲା ଯେ, କବିତା ଘରର ମୁଖ୍ୟ ବାଟ ଦେଇ ବାହାରକୁ ଚାଲି ଯାଇଥିଲେ। ତେବେ କବିତା ଆଉ ଫେରିପାରିବେ ନାହିଁ। ଏଣୁ କ୍ରିଏଟିଭ ଟିମ ପରବର୍ତ୍ତୀ କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦେଉଛି। କାରଣ ଚଳିତ ସପ୍ତାହରେ ୪ ଜଣ କଣ୍ଟେଷ୍ଟାଣ୍ଟ ବିଦା ହେବାର ଅଛି। କବିତା ନିଜ ଆଡ଼ୁ ଓହରି ଯିବାରୁ ବିଗ୍‌ ବସ୍‌ରେ ଏବେ କ’ଣ ହେବ ତାହା କହିବା ମୁସ୍କିଲ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ନା, ପରେ ହଁ

ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ଦବଙ୍ଗ’। ହେଲେ ତାଙ୍କୁ ଯେତେବେଳେ ଏହି ଅଫର ମିଳିଲା ସେ ରାଜି ହୋଇ ନ ଥିଲେ। ତା’ପରେ...

ଅଭିନେତ୍ରୀଙ୍କୁ ମିଳିଲାନି ମନ୍ଦିର ପ୍ରବେଶ ଅନୁମତି

କେରଳର ଥିରୁଭୈରାନିକୁଲମ ମହାଦେବୀ ମନ୍ଦିରରେ ମାଲାୟାଲମ ଅଭିନେତ୍ରୀ ଅମଲା ପଲ(୩୧)ଙ୍କୁ ମନ୍ଦିର କର୍ତ୍ତୃପକ୍ଷ ପ୍ରବେଶ ଅନୁମତି ଦେଇ ନ ଥିବା ସେ ଅଭିଯୋଗ ଆଣିଛନ୍ତି। ଅମଲା...

ଶାଶୁ ବୋହୂ ଧାରାବାହିକ ଯୁଗରେ ସାହିତ୍ୟ ତିଷ୍ଠିବା ଅସମ୍ଭବ

ବିଶିଷ୍ଟ ଲେଖକ ତଥା ପ୍ରଶାସକ ଡ. ପ୍ରଦୀପ ଦାଶ। ନିକଟରେ ସେ ନିଜ ରଚିତ ପୁସ୍ତକ ‘ଚରୁ ଚିବର ଓ ଚର୍ଯ୍ୟା’ ନିମନ୍ତେ ୪୦ତମ ଶାରଳା...

ଜ୍ୟାକଲିନ୍‌ଙ୍କୁ ବିଦେଶ ଯିବାକୁ ମିଳିଲାନି ଅନୁମତି

ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ବିଦେଶ ଯିବାକୁ ଅନୁମତି ମିଳିନାହିଁ। ସେ ଅସୁସ୍ଥ ମା’ଙ୍କୁ ଦେଖିବାକୁ ବାହାରିନ୍‌ ଯିବା ପାଇଁ...

କଙ୍ଗନାଙ୍କ ପଦ୍ମଶ୍ରୀ ଫେରାଇ ନିଅନ୍ତୁ କେନ୍ଦ୍ର ସରକାର: ନୱାବ ମଲିକ

ମୁମ୍ବାଇ,୧୨ ।୧୧: କଂଗ୍ରେସ ପରେ ଏବେ ବଲିଉଡ୍‌୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ସରକାରଙ୍କ ବହୁ ଚର୍ଚ୍ଚିତ ମନ୍ତ୍ରୀ ତଥା ଏନ୍‌ସିପି ନେତା...

ଉଦାହରଣ ପାଲଟିଲେ ଭାରତୀ

ବମ୍ବେ: ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କମେଡି କୁଇନ୍‌ ଭାରତୀ ସିଂହ। ମା’ ହେବାର ୧୨ ଦିନ ପରେ ସେ କାମକୁ ଫେରିଛନ୍ତି। ଶୁକ୍ରବାର ତାଙ୍କୁ...

ପ୍ରଥମଥର ଝିଅର ମୁହଁ ଦେଖାଇଲେ ପ୍ରିୟଙ୍କା

ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଆଜିକାଲି ଝିଅ ମାଳତୀ ମେରି ସହ ସମୟ ବିତାଉଛନ୍ତି। ଉଭୟଙ୍କୁ ଅନେକ ପାର୍ଟିରେ ମଧ୍ୟ ଦେଖିବାକୁ ମିଳୁଛି। ଜନ୍ମ ପରଠାରୁ...

ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତି ଆଉନାହାନ୍ତି

ଭୁବନେଶ୍ୱର,୧୭।୫(ବ୍ୟୁରୋ): ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ସୋମବାର ପରଲୋକ ଘଟିଛି। ଏନେଇ ତାଙ୍କ ଝିଅ ଅନ୍ବେଷା ମହାନ୍ତି ସୂଚନା ଦେଇଛନ୍ତି। ଗତ କିଛି ଦିନ...

Advertisement
Archives

Model This Week