ମେହେନ୍ଦି ସେରିମନିରେ ଖୁବ୍ ନାଚିଲେ କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡର ହିଟ୍ ନାୟିକା କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ପ୍ରତିଟି ମୁହୂର୍ତ୍ତର ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରଶଂସକ ବି ବଡ ଉତ୍ସୁକତର ସହ କ୍ୟାଟଙ୍କ ବିବାହକୁ ଯେମିତି ଅପେକ୍ଷା କରି ରହିଛନ୍ତି । ଏହି ବିବାହକୁ ଅଭୁଲା କରି ରଖିବାକୁ ସବୁ ପ୍ରୟାସ କରିଛନ୍ତି କ୍ୟାଟ୍ରିନା । ମଙ୍ଗଳବାରଠାରୁ ରାଜସ୍ଥାନରେ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ମଙ୍ଗଳବାର କ୍ୟାଟଙ୍କ ମେହେନ୍ଦି ସେରିମନି ଥିବା ବେଳେ ଏଥିପାଇଁ ବହୁ ବଲିଲଡ୍ ସେଲିବ୍ରିଟି ରାଜସ୍ଥାନ ପହଞ୍ଚି ସାରିଛନ୍ତି । ସୋମବାର ସନ୍ଧ୍ୟାରୁ ଭିକ୍କି ଓ କ୍ୟାଟ୍ରିନା ହୋଟେଲରେ ପହଞ୍ଚି ଯାଇଛନ୍ତି । ସେଠାରେ ତାଙ୍କୁ ବାଣ ଫୁଟାଇ ଭିନ୍ନ ଢଙ୍ଗରେ ସ୍ୱାଗତ କରାଯାଇଛି । ମଙ୍ଗଳବାର ସୋସିଆଲ ମିଡିଆରେ ଯେଉଁ ଫଟୋ ଭାଇରାଲ ହେଉଛି ଅସଲରେ ତାହା ଏକ ଆଡ ସିନ୍‌ର । ହେଲେ ସୋସିଆଲ ମିଡିଆ ୟୁଜର୍ସ ଏହାକୁ କ୍ୟାଟ୍ରିନାଙ୍କ ମେହେନ୍ଦି ସେରିମନିର ଫଟୋ କହି ଭାଇରାଲ କରୁଛନ୍ତି । ପ୍ରକୃତ ଘଟଣା ହେଲା କ୍ୟାଟ୍ରିନାଙ୍କ ବିବାହ ଫଟୋ ଉଠାଇବାକୁ କୌଣସି ଫଟୋଗ୍ରାଫରଙ୍କୁ ଅନୁମତି ମିଳିନାହିଁ । କେବଳ ସେତିକି ନୁହେଁ ବିବାହରେ ଯୋଗ ଦେଉଥିବା ଅତିଥିଙ୍କୁ ବି ଭିତରକୁ ମୋବାଇଲ ନେଇ ଯିବାକୁ ବାରଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri