ସଲମାନଙ୍କୁ କଟ୍ରିନାଙ୍କ ନିଆରା ଶୁଭେଚ୍ଛା ବାର୍ତ୍ତା

ବମ୍ବେ: ୫୭ ବର୍ଷରେ ଭାଇଜାନ୍‌। ଡିସେମ୍ବର ୨୭ ଅର୍ଥାତ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି ବଲିଉଡ୍‌ର ମୋଷ୍ଟ ଏଲିଜିବୁଲ୍‌ ବ୍ୟାଚ୍‌ଲର ତଥା ଅଭିନେତା ସଲମାନ୍‌ ଖାଁ। ଏହି ଅବସରରେ ତାଙ୍କ ନିକଟକୁ ପ୍ରଶଂସକଙ୍କ ସହ ସାଥି କଳାକାରଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ଏସବୁ ମଧ୍ୟରେ ବାରି ହୋଇପଡ଼ିଛି ଅଭିନେତ୍ରୀ କଟ୍ରିନା କୈଫଙ୍କ ବାର୍ତ୍ତା।

ଏକଦା କଥିତ ପ୍ରେମିକା ଥିବା କଟ୍ରିନା ଇନ୍‌ଷ୍ଟାଗ୍ରାମରେ ସଲମାନଙ୍କ ଲାଗି ଖାସ୍‌ ବାର୍ତ୍ତା ଦେଇଛନ୍ତି। ସେ ସଲମାନଙ୍କୁ ଶୁଭେଚ୍ଛା ଜଣାଇ ଏକ ଇନଷ୍ଟା ଷ୍ଟୋରୀ ରଖିଛନ୍ତି। ଯେଉଁଥିରେ ସଲମାନଙ୍କ କଳାଧଳା ଫଟୋ ସହ ‘ଟାଇଗର, ଟାଇଗର, ଟାଇଗରଙ୍କ ଜନ୍ମଦିନ’ ବୋଲି ଲେଖାଯାଇଛି। ଏହାକୁ ସେ ସଲମାନଙ୍କୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି।

Salman Khan Birthday

ତେବେ ବଲିଉଡ୍‌ରେ ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି କଟ୍ରିନା। ହେଲେ ଏହାର ଶ୍ରେୟ ସଲମାନଙ୍କୁ ଦିଆଯାଇଥାଏ। ଏପରିକି ଅନେକ ବର୍ଷ ଧରି ଦୁହିଁଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାରେ ରହିଥିଲା। ଉଭୟ ଏନେଇ ମୁହଁ ଖୋଲି ନ ଥିଲେ ହେଁ ସତ କାହାକୁ ଅଛପା ନ ଥିଲା। ପରେ କିନ୍ତୁ ସେମାନେ ବାଟ ଅଲଗା କରିନେଇଥିଲେ। କଟ୍ରିନା ସଲମାନଙ୍କ ପରେ ରଣବୀର କପୁରଙ୍କ ସହ ରିଲେସନଶିପ୍‌ରେ ଥିଲେ। ଏହି ସମ୍ପର୍କ ମଧ୍ୟ ବେଶି ଦିନ ଚାଲି ନ ଥିଲା। ଶେଷରେ କଟ୍ରିନା ଗତ ବର୍ଷ ଡିସେମ୍ବର ୯ରେ ଅଭିନେତା ବିକ୍କି କୌଶଲଙ୍କୁ ବିବାହ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।

ଅଭିନୟ ବିଷୟରେ କଥା ହେଲେ ସଲମାନଙ୍କ ସହ କଟ୍ରିନା ଅନେକ ଫିଲ୍ମରେ ନଜର ଆସିଛନ୍ତି। ସେଥି ମଧ୍ୟରେ ରହିଛି ପାର୍ଟନର, ଏକ ଥା ଟାଇଗର, ଟାଇଗର ଜିନ୍ଦା ହୈ, ଭାରତ ଭଳି ହିଟ୍‌ ଫିଲ୍ମ। ଆଗାମୀ ଦିନରେ ଉଭୟଙ୍କ ଫିଲ୍ମ ‘ଟାଇଗର ୩’ ରିଲିଜ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?