ଭିକି-କଟ୍ରିନାଙ୍କ ବିବାହର ସୁରକ୍ଷା ଦାୟିତ୍ୱରେ ସଲମାନଙ୍କ ବଡିଗାର୍ଡ

ମୁମ୍ବାଇ,୬।୧୨: ଚଳିତ ସପ୍ତାହରେ ରାଜସ୍ଥାନରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କଟ୍ରିନା କୈଫ ଓ ଭିକି କୌଶଲ। ଏହି ସିକ୍ରେଟ ବିବାହକୁ ସୁରକ୍ଷା ଯୋଗାଉଛନ୍ତି ବଲିଉଡ୍‌ ସୁପରଷ୍ଟାର ତଥା କଟ୍ରିନାଙ୍କ ପୂର୍ବତନ ବୟଫ୍ରେଣ୍ଡ ସଲମାନ ଖାନଙ୍କ ବଡିଗାର୍ଡ ଶେରା।

ପିଙ୍କଭିଲାରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ରାଜସ୍ଥାନର ସଓ୍ବାଇ ମାଧୋପୁରସ୍ଥିତ ସିକ୍ସ ସେନସେସ ଫର୍ଟରେ ୩ ଦିନ ଧରି ବିବାହ ଉତ୍ସବ ଆୟୋଜିତ ହେବ। ୩୮ ବର୍ଷୀୟା କଟ୍ରିନା ଓ ୩୩ ବର୍ଷୀୟ ଭିକି ଆସନ୍ତା ୯ ତାରିଖରେ ବିବାହ କରିବେ। ଏଥିପୂର୍ବରୁ ୭ ତାରିଖରେ ସଙ୍ଗିତ ଓ ୮ରେ ମେହେନ୍ଦି ଉତ୍ସବ ହେବାର ଅଛି। ଏହି ଇଭେଣ୍ଟର ସୁରକ୍ଷା ଦାୟିତ୍ୱ ନେଇଛି ସଲମାନଙ୍କ ପ୍ରାଇଭେଟ ବଡିଗାର୍ଡ ଗୁରମିତ ସିଂ (ଶେରା)ଙ୍କ କମ୍ପାନୀ ଟାଇଗର ସିକ୍ୟୁରିଟି। କମ୍ପାନୀର ବାଉନ୍ସର ଓ ଅନ୍ୟ ସୁରକ୍ଷାକର୍ମୀଙ୍କ ପାଇଁ ଚଉଥ କା ବରଓ୍ବାଦାରେ ଥିବା ଧରମଶାଳାରେ ରହଣୀ ବ୍ୟବସ୍ଥା କରାଯାଇଛି।

ଏହି ବିବାହକୁ ସମ୍ପୂର୍ଣ୍ଣ ରୂପେ ବ୍ୟକ୍ତିଗତ ରଖିବା ପାଇଁ ଭିକି ଓ କଟ୍ରିନା କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। କେବଳ ନନ୍‌-ଡିସକ୍ଲୋଜର ଏଗ୍ରିମେଣ୍ଟରେ ହସ୍ତାକ୍ଷର କରିଥିବା ଅତିଥିମାନେ ଏହି ଉତ୍ସବରେ ଯୋଗଦେଇପାରିବେ। ଅତିଥିଙ୍କୁ ସିକ୍ରେଟ କୋଡ୍‌ ଯୋଗାଇ ଦିଆଯାଇଛି, ଯାହା ଦ୍ୱାରା ସେମାନେ ବିବାହ ଭେନ୍ୟୁ ଓ ସେମାନଙ୍କ ପାଇଁ ବୁକ ଥିବା ହୋଟେଲ ରୁମ ଆକ୍ସେସ କରିପାରିବେ। ବିବାହ ଉତ୍ସବରେ ଅତିଥିଙ୍କ ଫୋନ ବ୍ୟବହାର ଏବଂ ଫଟୋ ଉଠାଇବା ଉପରେ କଟକଣା ଲଗାଯାଇଛି, ଯାହାକି ସେଲିବ୍ରିଟିଙ୍କ ବିବାହରେ ଏବେ ସାଧାରଣ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏମ୍‌ପି: ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ସୋମବାର ପରିଦର୍ଶନ କରିଥିଲେ। ଏହି ବ୍ଲକର ବୋରିଆ ଓ ଉତ୍କେଳା, ଆଦି ଗ୍ରାମ…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

କଳାହାଣ୍ଡିରେ ପୁଣି କୁମ୍ଭୀର ଆତଙ୍କ ଭାଲୁ ବୁଟୁରା ନାଳରେ କୁମ୍ଭୀର

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାତୀନଦୀର ପିଲାସ ଗାଁ ଘାଟ ନିକଟରେ ଗତ କିଛି ଦିନ ତଳେ ଏକ କୁମ୍ଭୀର ଦେଖିବାକୁ ମିଳିଥିବାବେଳେ…

ICC ପ୍ଲେୟାର ଅଫ ଦ ମନ୍ଥ ପାଇଁ ମନୋନୀତ ହେଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୭: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ପକ୍ଷରୁ ଜୁନ ମାସ ପାଇଁ ‘ପ୍ଲେୟାର ଅଫ ଦ ମନ୍ଥ’ (Player of the Month) ମନୋନୟନ ତାଲିକା…

ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ଜିମ କେନ୍ଦ୍ର: ନିମ୍ନମାନର କାମ ନେଇ ତେଜୁଛି ଅସନ୍ତୋଷ

କେସିଙ୍ଗା, ୧୩.୭.(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା ପଖାନ ବନ୍ଦ ନିକଟରେ ଏକ ଖୋଲା ଜିମ କେନ୍ଦ୍ର ନିର୍ମାଣାଧୀନ ରହିଛି। ଖୋଲା…

ବେଲଘର ବନବିଭାଗର ଚଢ଼ାଉ; ୨ ଶିକାରୀଙ୍କୁ ମାଡ଼ି ବସିଲା ପେଟ୍ରୋଲିଂ ଟିମ୍

ତୁମୁଡ଼ିବନ୍ଧ, ୧୪।୭ (ଦୀପକ କୁମାର ପାରସେଠ): କନ୍ଧମାଳ ଜିଲାର ବେଲଘର ବନାଞ୍ଚଳରେ ବନବିଭାଗ ପକ୍ଷରୁ କରାଯାଇଥିବା ରାତିର  ପାଟ୍ରୋଲିଂ ବେଳେ ୨ ଜଣ ଶିକାରୀଙ୍କୁ ଗିରଫ କରାଯିବା…

୯୬୭ ଦିନ ପରେ ଭାରତୀୟ କ୍ରିକେଟ୍‌ରେ ଘଟିବାକୁ ଯାଉଛି ଏମିତି: ନିଆରା ଦୃଶ୍ୟ ଦେଖିବାକୁ ଚାହିଁରହିଛନ୍ତି ପ୍ରଶଂସକ

ନୂଆଦିଲ୍ଲୀ,୧୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଜୁଲାଇ ୧୪ରେ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ ଏପରି ଏକ ଦୃଶ୍ୟ…

ଭାରତର କିଛି ବି ବିଗାଡ଼ି ପାରିବେନି ଶତ୍ରୁ; ରୁଷିଆ ଦେଲା ଏଭଳି ଅଫର, ଚାଇନା-ପାକିସ୍ତାନ ଶିବିରରେ କମ୍ପନ

ମସ୍କୋ ,୧୩।୭: ଭାରତର ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରୁଷିଆ ଏକ ବଡ଼ ପ୍ରସ୍ତାବ ଦେଇଛି। ନିଜର ସବୁଠାରୁ ଆଡଭାନ୍ସ ଏୟାର ଡିଫେନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri