ଟ୍ରୋଲ୍ ହେଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍ ବିୟୁଟି କ୍ୟାଟ୍ରିନା କୈଫ ନିଜର ସୁନ୍ଦରତା ତଥା ଫ୍ୟାଶନ ସେନ୍ସକୁ ନେଇ କେତେବେଳେ ନା କେତେବେଳେ ଆସିଥାଆନ୍ତି ଚର୍ଚ୍ଚାକୁ । ସେ ନିଜ ଅନ୍ଦାଜରେ ଦର୍ଶକଙ୍କ ମନ କିଣିବାରେ ମାହିର । ହେଲେ ବେଳେ ବେଳେ ଏମିତି ହୁଏ ଯେ ଫ୍ୟାଶନ କରୁ କରୁ ସେ ଟ୍ରୋଲର୍ସଙ୍କର ଶିକାର ହୁଅନ୍ତି । ଏଥର ବି ଠିକ୍ ସେମିତି ହୋଇଛି । ନିକଟରେ ସେ ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିବା ପରେ ଟ୍ରୋଲ୍ ହୋଇଛନ୍ତି । ଫଟୋରେ କ୍ୟାଟ୍ରିନା ନୀଳ ରଙ୍ଗର ସ୍ୱେଟର ସହ ଜିନ୍ସ ପିନ୍ଧିଥିବା ଦେଖାଯାଇଛି । ଅବଶ୍ୟ ଏଥିରେ ବି ସେ ଖୁବ୍ ସୁନ୍ଦର ଲାଗୁଛନ୍ତି । ହେଲେ କାର୍ଡିଗନ ଷ୍ଟାଲଇ ସ୍ୱେଟରକୁ ସେ ଜିନ୍ସ ସହ ପିନ୍ଧିବା ବେଳେ ସେପ୍ଟିପିନ୍ ଦ୍ୱାରା ଏହାର ମଝି ଭାଗକୁ ଯୋଡି ଦେଇଛନ୍ତି । ଯାହା ଟ୍ରୋଲର୍ସଙ୍କ ନଜରକୁ ଆସିଛି । ଏହା ଦେଖିବା ପରେ ଜଣେ କମେଣ୍ଟ କରିଛନ୍ତି ଦେଖନ୍ତୁ ଏହି ନାୟିକା ଏବେ କେତେ ଗରିବ ହୋଇ ଯାଇଛନ୍ତି । ସେପ୍ଟିପିନ୍ ଲଗାଇ ସ୍ୱେଟର ପିନ୍ଧୁଛନ୍ତି । ଆଉ ଜଣେ ଲେଖିଛନ୍ତି ପିଲାଦିନ କଥା ମନେ ପଡି ଯାଉଛି । ସର୍ଟରୁ ବଟମ ଛିଡି ଗଲେ ମା’ ଏମିତି ଆମକୁ ସେପ୍ଟିପିନ୍ ଲଗାଇ ଦେଉଥିଲେ । ଏହା ଯଦିଓ କ୍ୟାଟ୍ରିନାଙ୍କ ପାଇଁ ଫ୍ୟାଶନ ହୋଇଛି କିନ୍ତୁ ଟ୍ରୋଲର୍ସଙ୍କୁ କିଛି କହିବାର ସୁଯୋଗ ବି ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ପାଇଁ ଚାକିରି କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

ଭାରତର ଭେଟେରାନ କ୍ରିକେଟର ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବଲିଉଡ ଅଭିନେତା ରଣବୀର ସିଂ ଏକ ବଡ଼ ଖୁଲାସା କରିଛନ୍ତି। ସେ...

ଭୁଲିପାରୁ ନାହାନ୍ତି ପ୍ରିୟଙ୍କା

ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ଠାରୁ ଦୂରେଇ ଗଲେଣି କହିଲେ କିଛି ଭୁଲ୍‌ ହେବନାହିିଁ। ନିକଟରେ ରିଲିଜ୍‌ ହୋଇଥିବା ‘ଭାରତ’ରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। ହେଲେ...

ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କ୍ୟାନସର, ଚିକିତ୍ସା ପାଇଁ ଯିବେ ବିଦେଶ

ମୁମ୍ବାଇ, ୧୨।୮: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର। ସଞ୍ଜୟଙ୍କୁ ଫୁସ୍‌ଫୁସ୍‌ କର୍କଟ (କ୍ୟାନସର) ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ...

ତିନିଜଣଙ୍କୁ ବିବାହ ସତ୍ତ୍ୱେ ଏକାକୀ ଜୀବନ ବିତାଉଛନ୍ତି ଏହି ପ୍ରସିଦ୍ଧ ଗାୟକ

ଲେଖକ, ଗାୟକ ତଥା ସଙ୍ଗୀତକାର ଲକି ଅଲ୍ଲୀ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହି ଆସୁଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ...

ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଏହି ବ୍ୟକ୍ତିଙ୍କୁ ସମନ ପଠାଇଲା ଇଡ଼ି

ମୁମ୍ବାଇ,୭।୮: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ହୋଇଥିବା ନେଣଦେଣ...

ରାମ୍ପ୍‌ ଶୋ’ରେ ସାରାଙ୍କୁ ଚିୟର କରୁଥିଲେ କାର୍ତ୍ତିକ, ଇବ୍ରାହିମ

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଏକ ରାମ୍ପ ଶୋ’ରେ ଯୋଗ ଦେଇଥିଲେ। ସେଠାରେ ତାଙ୍କୁ ଚିଅର୍‌ କରିବା ପାଇଁ ବୟଫ୍ରେଣ୍ଡ...

କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ,୫।୪: କଟକ ଫ୍ୟାମିଲି କୋର୍ଟରେ ସୋମବାର ହାଜର ହୋଇଛନ୍ତି ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅଭିନେତା ସ୍ବାମୀ ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ସହ ପାରିବାରିକ...

ଭାଇରାଲ ହେଉଛି ଅନୁଷ୍କାଙ୍କ ସୋସିଆଲ ମିଡିଆ ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ଯୋଡିଙ୍କୁ ଅନେକ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଆଉ ଏମାନେ ଅଧିକାଂଶ ସମୟରେ...

BGU
Play 250+ Trending Games
Archives

Model This Week

Why Dharitri