୧୪ବର୍ଷ ବୟସରୁ ମଡେଲିଂ ଆରମ୍ଭ କରିଥିଲେ ବାର୍ବି ଡଲ୍‌

ମୁମ୍ବାଇ: ବଲିଉଡ୍‌ ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ ବ୍ୟାକ୍‌ ଟୁ ବ୍ୟାକ୍‌ ପିଲ୍ମ କରିବା, ନିଜର ସୁନ୍ଦରତା ଓ ଷ୍ଟାଇଲିଷ୍ଟ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ଅନେକ ସମୟରେ ସୋସିଆଲ ମିଡିଆରେ ନିଜର ଫଟୋ ଓ ଭିଡିଓ ଶେୟାର କରୁଥିବା କ୍ୟାଟ୍ରିନା ଶୁକ୍ରବାର ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କ୍ୟାଟ୍ରିନାଙ୍କୁ ଦୀର୍ଘ ୧୮ ବର୍ଷ ଧରି ଲମ୍ବା ଓ କଠିନ ଯାତ୍ରା କରିବାକୁ ପଡ଼ିଥିଲା। ଯେତେବେଳେ କ୍ୟାଟ୍ରିନା ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ସେତେବେଳେ ତାଙ୍କୁ ହିନ୍ଦୀ ଭାଷା କହିବାକୁ ବହୁ ସମସ୍ୟା ହେଉଥିଲା। କିନ୍ତୁ ଆଜି ସେ ହିନ୍ଦୀ ଚଳଚ୍ଚିତ୍ରର ଜଣେ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି। ଆଜିକା ଦିନରେ ସେ ବଲିଉଡ୍‌ର ୩ ଖାନଙ୍କ ସମତେ ବିଗ ବି ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ରଣବୀର କପୁରଙ୍କ ଭଳି ଶ୍ରେଷ୍ଠ କଳାକାରଙ୍କ ସହ କ୍ୟାଟ୍ରିନା ସିଲଭର ସ୍କ୍ରିନ ଶେୟାର କରିସାରିଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ବଡ଼ ବଡ଼ ଅଭିନେତା ତାଙ୍କ ସହ କାମ କରିବାକୁ ଚାହୁଁଛନ୍ତି। ତେବେ ଏଥିରୁ ତାଙ୍କ ଲୋକପ୍ରିୟତା ବିଷୟରେ ସହଜରେ ଅନୁମେୟ କରିହେବ।

ବଲିଉଡ୍‌ରେ ସର୍ବାଧିକ ଆୟ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ କ୍ୟାଟ୍ରିନା ହେଉଛନ୍ତି ଅନ୍ୟତମ। ଯିଏ ୪ଥର ଫିଲ୍ମଫେୟାର ନୋମିନେଶନ ପାଇଁ ନୋମିନେଟ୍‌ ହୋଇସାରିଛନ୍ତି। ଅନ୍ୟପଟେ ବଲିଉଡ୍‌ରେ ପାଦ ରଖିବା ପୂର୍ବରୁ କ୍ୟାଟ୍ରିନା ମଡେଲିଂ କରୁଥିଲେ। ଅନେକ ମ୍ୟାଗାଜିନରେ ସେ ନିଜର ବୋଲ୍ଡ ଫଟୋଶୁଟ କରାଇଛନ୍ତି। ବିଭିନ୍ନ ସମୟରେ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ସେ ନିଜର ବୋଲ୍ଡ ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। ତେବେ ୧୪ବର୍ଷ ବୟସରୁ ମଡେଲିଂ ଆରମ୍ଭ କରିଥିବା କ୍ୟାଟ୍ରିନା ୨୦୦୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବୁମ୍‌’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ହେଲେ ସେହି ସମୟରେ ଏହି ଫିଲ୍ମକୁ ବିଶେଷ ସଫଳତା ମିଳି ନ ଥିଲା। ଏହି ଫିଲ୍ମରେ ସଫଳତା ନ ମିଳିବାରୁ ସେ ସାଉଥ୍‌ ସିନେମା ପ୍ରତି ନିଜର ରୁଚି ଦେଖାଇଥିଲେ। ୨୦୦୪ରେ ତେଲଗୁ ଫିଲ୍ମ ‘ମଲ୍ଲିସ୍ବରୀ’ରେ ତାଙ୍କର ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ପାଇଁ ସାଉଥ ଇଣ୍ଡଷ୍ଟ୍ରି ତାଙ୍କୁ ୭୫ଲକ୍ଷ ଟଙ୍କା ଦେଇଥିଲା। ଯାହା ସେହି ସମୟରେ ତେଲଗୁ ଫିଲ୍ମରେ ଜଣେ ମହିଳାଙ୍କୁ ଦିଆଯାଉଥିବାର ସର୍ବାଧିକ ରାଶି ରହିଥିଲା। ସେହି ସମୟରେ ସେ ତେଲଗୁ ଫିଲ୍ମର ହାଇଏଷ୍ଟ ପେଡ୍‌ ଅଭିନେତ୍ରୀ ଭାବେ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରୁଷ୍କା ଶେୟାର କରିଥିବା ଗୁଡ୍‌ ନ୍ୟୁଜ ଫଟୋକୁ ମିଳିଛି ଚଳିତ ବର୍ଷର ସବୁଠୁ ଅଧିକ ଲାଇକ୍‌

ଲଣ୍ଡନ,୮।୧୨- କ୍ରିକେଟ ଓ ବଲିଉଡ ଜଗତର ସବୁଠୁ ଲୋକପ୍ରିୟ ଦମ୍ପତି ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଫ୍ୟାନଙ୍କ ସଂଖ୍ୟା ବଢ଼ିଚାଲିଛି। ଚଳିତ ବର୍ଷ ଅଗଷ୍ଟରେ...

୧୬ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରଥିଲେ ଡିମ୍ପଲ୍‌

ମୁମ୍ବାଇ,୮।୬: ବଲିଉଡ୍‌ ନାୟିକା ଡିମ୍ପଲ୍‌ କପାଡ଼ିଆ ଶନିବାର ୬୨ ବର୍ଷରେ ପାଦ ଥାପିଛନ୍ତି। ୧୯୫୭ ଜୁନ୍‌ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗାୟିକା ସପ୍‌ନା

ବମ୍ବେ: କଥାରେ ଅଛି ରଖେ ହରି ତ ମାରେ କିଏ। ଏଭଳି କିଛି ଘଟଣା ଘଟିଛି ଗାୟିକା ସପନା ଚୌଧୁରୀଙ୍କ କ୍ଷେତ୍ରରେ। ଶୁକ୍ରବାର ରାତିରେ ଶପିଂ...

ପରଲୋକରେ ପ୍ରଖ୍ୟାତ ଗାୟକ ବାଲାସୁବ୍ରମଣ୍ୟମ୍‌

ନୂଆଦିଲ୍ଲୀ,୨୫।୯: ପ୍ରସିଦ୍ଧ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଗତ ଅଗଷ୍ଟ ୫ରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ।...

ଚଳଚ୍ଚିତ୍ର ‘ପତି ପତ୍ନୀ ଔର ଓ୍ବ’ର ପ୍ରଥମ ଲୁକ୍‌ ରିଲିଜ

ମୁମ୍ବାଇ: ରିଲିଜ ହୋଇଛି ଚଳଚ୍ଚିତ୍ର ‘ପତି ପତ୍ନୀ ଔର ଓ୍ବ’ରେ ନାୟିକାଙ୍କର ପ୍ରଥମ ଲୁକ୍‌। ଅଭିନେତା କାର୍ତ୍ତିକ ଆର୍ୟନ ଏଥିରେ ନାୟକ ଭୂମିକାରେ ଅଭିନୟ କରିଥିବା...

ମାତ୍ର ୫୦ ଟଙ୍କା ପାଇଁ ଲୋକଙ୍କୁ ଖାଦ୍ୟ ପରଷୁଥିଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ

ବଲିଉଡ୍‌ର ଚର୍ଚ୍ଚିତ ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତଙ୍କର ଆଜି ହେଉଛି ୪୨ ତମ ଜନ୍ମଦିନ। ୨୫ ନଭେମ୍ବର ୧୯୭୮ରେ ସେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ।...

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜ୍ୱିଗାଟୋ’ର ଟ୍ରେଲର ରିଲିଜ୍‌

କମେଡି କିଙ୍ଗ କପିଲ ଶର୍ମାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜ୍ୱିଗାଟୋ’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ କପିଲ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। ସବୁବେଳେ...

ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ନାଗାଙ୍କୁ ଅନ୍‌ଫଲୋ କଲେ ସାମନ୍ଥା

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବଂ ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ତେବେ...

Advertisement
Archives

Model This Week