ବିବାହ ପୂର୍ବରୁ ସାଢେ ୪ଲକ୍ଷ ଟଙ୍କାର କେକ୍ କାଟିଲେ କ୍ୟାଟ୍ରିନା କୈଫ!

ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିଛି ସମୟ ପୂର୍ବରୁ ଏମାନଙ୍କର ବିବାହ କାର୍ଯ୍ୟ ଅର୍ଥାତ୍ ପୂଜାପାଠ ଆରମ୍ଭ ହୋଇଯାଇଛି । ବଲିଉଡର ଏହି ଚର୍ଚ୍ଚିତ ବିବାହକୁ ନେଇ ସବୁଠି ଚାଲିଛି ଆଲୋଚନା । ଏହି ବିବାହକୁ ଅଭୁଲା କରି ରଖିବାକୁ ଉଭୟ ସବୁ ବ୍ୟବସ୍ଥା କରିଛନ୍ତି ତାହା ପୁଣି ଭିଭିଆଇପି ଢଙ୍ଗରେ । ତେବେ ବିବାହର କୌଣସି ଫଟୋ ବା ଭିଡିଓ ପଦାକୁ ଆସିବାକୁ ଅନୁମତି ନ ଥିବାରୁ ବାହାରର ଦୃଶ୍ୟ ହିଁ ଆଲୋଚନା ପାଇଁ କିଛି କିଛି ଖୋରାକ ଯୋଗାଉଛି । ବିବାହ ପୂର୍ବରୁ ଏମାନଙ୍କର ହଳଦୀ ଓ ମେହେନ୍ଦି ସେରିମନି ସରିଛି । ଏବେ ଏହାକୁ ନେଇ କିଛି ଖବର ଆସିଛି । ମେହେନ୍ଦି ଦିନ ବିବାହ ମଣ୍ଡପଟି ଆଲୋକମାଳରେ ସୁସଜ୍ଜିତ ହୋଇଥିବା ବେଳେ ଭିତରେ ଭିକ୍କିଙ୍କ ଅଭିନୀତ ଗୀତରେ ଅନେକ ପରଫରମାନ୍ସ କରାଯାଇଥିବା ଜଣାପଡିଛି । ତେବେ ମେହେନ୍ଦି ସେରିମନିରେ ଏହି ଦମ୍ପତି ଏକ କେକ୍ କାଟିଥିବା ଜଣାପଡିଛି । ଉକ୍ତ କେକ୍‌ଟି ସ୍ୱତନ୍ତ୍ର ଭାବେ ଅର୍ଡର କରାଯାଇ ଦିଲ୍ଲୀରୁ ମଗାଯାଇଥିବା କୁହାଯାଏ । ସବୁଠାରୁ ବଡ କଥା ହେଲା କେକଟି ୫ ଲେୟରର ହୋଇଥିବା ବେଳେ ଏବେ ଚର୍ଚ୍ଚାକୁ ଆସିଛି ଏହାର ଦାମ୍ । ଦିଲ୍ଲୀର ନାମୀ ପେଟିସିୟର ମାୟରା ଝୁନଝୁନୱାଲା ଏହାକୁ ତିଆରି କରିଥିବା ଶୁଣିବାକୁ ମିଳିଛି । ମିଡିଆ ରିପୋର୍ଟ ଅନୁଯାୟୀ ଏହି କେକର ଦାମ୍ ରହିଥିଲା ସାଢେ ୪ ଲକ୍ଷ ଟଙ୍କା । ଯାହା ଶୁଣିବା ପରେ ସମସ୍ତେ ଟିକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ କ୍ୟାଟ ତାଙ୍କ ବିବାହକୁ ଅଭୁଲା କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଭିକ୍କି ବି କିଛି ପଛରେ ନାହାଁନ୍ତି ସେ ବି କୋଟି କୋଟି ଟଙ୍କା ଖର୍ଚ୍ଚ କରି କ୍ୟାଟ୍ରିନା କୈଫଙ୍କୁ ଘରକୁ ବୋହୂକରି ନେଇ ଯାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri