ବିବାହ ପୂର୍ବରୁ ସାଢେ ୪ଲକ୍ଷ ଟଙ୍କାର କେକ୍ କାଟିଲେ କ୍ୟାଟ୍ରିନା କୈଫ!

ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିଛି ସମୟ ପୂର୍ବରୁ ଏମାନଙ୍କର ବିବାହ କାର୍ଯ୍ୟ ଅର୍ଥାତ୍ ପୂଜାପାଠ ଆରମ୍ଭ ହୋଇଯାଇଛି । ବଲିଉଡର ଏହି ଚର୍ଚ୍ଚିତ ବିବାହକୁ ନେଇ ସବୁଠି ଚାଲିଛି ଆଲୋଚନା । ଏହି ବିବାହକୁ ଅଭୁଲା କରି ରଖିବାକୁ ଉଭୟ ସବୁ ବ୍ୟବସ୍ଥା କରିଛନ୍ତି ତାହା ପୁଣି ଭିଭିଆଇପି ଢଙ୍ଗରେ । ତେବେ ବିବାହର କୌଣସି ଫଟୋ ବା ଭିଡିଓ ପଦାକୁ ଆସିବାକୁ ଅନୁମତି ନ ଥିବାରୁ ବାହାରର ଦୃଶ୍ୟ ହିଁ ଆଲୋଚନା ପାଇଁ କିଛି କିଛି ଖୋରାକ ଯୋଗାଉଛି । ବିବାହ ପୂର୍ବରୁ ଏମାନଙ୍କର ହଳଦୀ ଓ ମେହେନ୍ଦି ସେରିମନି ସରିଛି । ଏବେ ଏହାକୁ ନେଇ କିଛି ଖବର ଆସିଛି । ମେହେନ୍ଦି ଦିନ ବିବାହ ମଣ୍ଡପଟି ଆଲୋକମାଳରେ ସୁସଜ୍ଜିତ ହୋଇଥିବା ବେଳେ ଭିତରେ ଭିକ୍କିଙ୍କ ଅଭିନୀତ ଗୀତରେ ଅନେକ ପରଫରମାନ୍ସ କରାଯାଇଥିବା ଜଣାପଡିଛି । ତେବେ ମେହେନ୍ଦି ସେରିମନିରେ ଏହି ଦମ୍ପତି ଏକ କେକ୍ କାଟିଥିବା ଜଣାପଡିଛି । ଉକ୍ତ କେକ୍‌ଟି ସ୍ୱତନ୍ତ୍ର ଭାବେ ଅର୍ଡର କରାଯାଇ ଦିଲ୍ଲୀରୁ ମଗାଯାଇଥିବା କୁହାଯାଏ । ସବୁଠାରୁ ବଡ କଥା ହେଲା କେକଟି ୫ ଲେୟରର ହୋଇଥିବା ବେଳେ ଏବେ ଚର୍ଚ୍ଚାକୁ ଆସିଛି ଏହାର ଦାମ୍ । ଦିଲ୍ଲୀର ନାମୀ ପେଟିସିୟର ମାୟରା ଝୁନଝୁନୱାଲା ଏହାକୁ ତିଆରି କରିଥିବା ଶୁଣିବାକୁ ମିଳିଛି । ମିଡିଆ ରିପୋର୍ଟ ଅନୁଯାୟୀ ଏହି କେକର ଦାମ୍ ରହିଥିଲା ସାଢେ ୪ ଲକ୍ଷ ଟଙ୍କା । ଯାହା ଶୁଣିବା ପରେ ସମସ୍ତେ ଟିକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ କ୍ୟାଟ ତାଙ୍କ ବିବାହକୁ ଅଭୁଲା କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଭିକ୍କି ବି କିଛି ପଛରେ ନାହାଁନ୍ତି ସେ ବି କୋଟି କୋଟି ଟଙ୍କା ଖର୍ଚ୍ଚ କରି କ୍ୟାଟ୍ରିନା କୈଫଙ୍କୁ ଘରକୁ ବୋହୂକରି ନେଇ ଯାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୀତିକାର ମାୟା ଗୋବିନ୍ଦଙ୍କର ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମାର ଜଣାଶୁଣା ଗୀତିକାର ମାୟା ଗୋବିନ୍ଦଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଛି । ଗୁରୁବାର ସକାଳେ ସେ ତାଙ୍କ ପୁଅ ଅଜୟଙ୍କ...

ଇଡିରେ ହାଜର ହେଲେ ନୋରା

ମୁମ୍ବାଇ: ୨୦୦ କୋଟି ଠକେଇ ଟଙ୍କା ଏବଂ ସୁକେଶ ଚନ୍ଦ୍ରଶେଖର ମାମଲାରେ ନୋରା ଫତେହି ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀଙ୍କୁ...

ସୁଶାନ୍ତଙ୍କ ଘରୁ ମିଳିଛି ପାଞ୍ଚଟି ଡାଏରୀ, ଲେଖିଥିଲେ ମନ କଥା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଗୋଟିଏ ପଟେ ପ୍ରଶଂସକମାନେ ତାଙ୍କ ନିଧନକୁ ଗ୍ରହଣ କରିପାରୁ...

ନୂଆ ଫିଲ୍ମର ଶୁଟିଂ କରି ଫଟୋ ଶେୟାର କଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଫିଲ୍ମ ‘ଧମାକା’ରେ ଜବରଦସ୍ତ ଅଭିନୟ କରିବା ପରେ ଏବେ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟକୁ ନେଇ ଖୁବ୍‌ ବ୍ୟସ୍ତ...

ଯୋଗ କରି ଫିଟ୍‌ ରହିଛନ୍ତି ଏହିସବୁ ଅଭିନେତ୍ରୀ

ଯୋଗ ଆମକୁ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ଶିଖାଇଥାଏ। ଏତଦ୍‌ବ୍ୟତୀତ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗଠାରୁ ଭଲ ମହୌଷଧି କିଛି ନାହିଁ। ଖାସ୍‌ ଏଥିପାଇଁ ତ ବଲିଉଡ୍‌ର...

ନେହାଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ହିମାଂଶ: ସମସ୍ତଙ୍କ ନଜରରେ ଖଳନାୟକ ହୋଇଯାଇଥିଲେ

ବଲିଉଡ୍‌ ସିଙ୍ଗର ନେହା କକ୍କର ଏବଂ ହିମାଂଶ କୋହଲିଙ୍କ ବ୍ରେକ୍‌ଅପ୍‌କୁ ଇତି ମଧ୍ୟରେ ଅନେକ ଦିନ ହୋଇସାରିଛି। ଉକ୍ତ ସମୟରେ ଉଭୟଙ୍କ ବ୍ରେକ୍‌ଅପ୍‌କୁ ନେଇ ଚର୍ଚ୍ଚା...

ଜଲ୍‌ଦି ବାହାଘର ଗୁଜବକୁ ଅସ୍ବୀକାର

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେଉଥିବା ବିଷୟକୁ ଆଲିଆଙ୍କ ପରିବାର ପକ୍ଷରୁ ଅସ୍ବୀକାର କରାଯାଇଛି। ଆଲିଆ...

ଖୁବ୍‌ଶୀଘ୍ର ରିଲିଜ ହେବ ସତୀଶ କୌଶିକଙ୍କ ଶେଷ ଫିଲ୍ମ

ମୁମ୍ବାଇ: ଅଭିନେତା ସତୀଶ କୌଶିକ ଆମ ଗହଣରେ ଆଉ ନାହାନ୍ତି। ୬୬ ବର୍ଷ ବୟସରେ ମାର୍ଚ୍ଚ ୯ରେ ତାଙ୍କର ମୃତ୍ୟୁ ଘଟିଛି। କରାଯାଉଛି। ଯଦିଓ ସତୀଶ...

Advertisement
Archives

Model This Week