ଦୁଇଥର ବିବାହ କରିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଓ ନାୟକ ଭିକ୍କି କୌଶଲଙ୍କ ବିବାହ ସମୟ ଧୀରେ ଧୀରେ ନିକଟତର ହୋଇଛି । ଆଉ ମାତ୍ର ଗୋଟିଏ ଦିନ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧିହେବ । ଏମାନଙ୍କ ବିବାହକୁ ନେଇ ପ୍ରଶଂସକମାନେ ଖୁବ୍ ଖୁସି ଥିବା ବେଳେ ବିବାହର ପ୍ରସ୍ତୁତିକୁ ନେଇ ଚର୍ଚ୍ଚା ବି ଜୋର ଧରିଛି । ମିଳିଥିବା ସୂଚନାରୁ ଜଣାପଡିଛି କି କ୍ୟାଟ୍ରିନା-ଭିକ୍କି ଦୁଇଥର ବିବାହ କରିବେ । ଏମାନେ ପ୍ରଥମେ ହିନ୍ଦୁ ରିତିନୀତି ଅନୁଯାୟୀ ବିବାହ କରିବା ପରେ ପୁଣିଥରେ ୱେଷ୍ଟର୍ଣ୍ଣ କଲଚରରେ ହ୍ୱାଇଟ ୱେଡିଂ କରିବେ । ଏଥିପାଇଁ ଭିନ୍ନ ଭିନ୍ନ ଥିମ୍ ସିଲେକ୍ଟ ହୋଇ ଯାଇଥିବା ବେଳେ ସେହି ଅନୁଯାୟୀ ସାଜସଜା ବି ସରିଛି । କୁହାଯାଉଛି କ୍ୟାଟ୍ରିନା କୁଆଡେ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ଫଲୋ କରି ଏମିତି ବିବାହ କରୁଛନ୍ତି । ଯାହା ବି ହେଉ କ୍ୟାଟ୍ରିନା ତାଙ୍କ ବିବାହକୁ ଅଭୁଲା କରି ରଖିବାକୁ ସବୁଦିଗ ପ୍ରତି ବେଶ୍ ଧ୍ୟାନ ଦେଇଛନ୍ତି ବୋଲି କୁହାଯାଉଛି । ଏହି ବିବାହରେ ମେହେନ୍ଦି ରହିଥିବା ବେଳେ ଏକ ଗ୍ରାଣ୍ଡ ରିସେପଶନ ପାର୍ଟିର ମଧ୍ୟ ବ୍ୟବସ୍ଥା ରହିଛି । ବିବାହରେ ଖୁବ୍ କମ୍ ସେଲିବ୍ରିିଟିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଏଥିରେ କେବଳ ଉଭୟ ପରିବାରର ସଦସ୍ୟ ଯୋଗଦେବେ ବୋଲି ଶୁଣିବାକୁ ମିଳିଛି । ତେବେ ଯେଉଁ ସେଲିବ୍ରିଟିମାନେ ବିବାହରେ ଯୋଗ ଦେଇ ନ ପାରିବେ ସେମାନଙ୍କ ପାଇଁ କପୁଲ ଏକ ଗ୍ରାଣ୍ଡ ରିସେପଶନ ପାର୍ଟି ରଖିଥିବା କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହେ ହେଲାଣି ଶୋଇନାହାନ୍ତି ଆଲିଆ, ନିଦ ହଜିଛି..

ବମ୍ବେ: ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଖିରେ ନିଦ ନାହିଁ। ଦିନେ କି ଦୁଇ ଦିନ ନୁହେଁ ସେ ଗତ ସପ୍ତାହେ ହେଲାଣି ଶୋଇ ନାହାନ୍ତି।...

କରୋନା ଟେଷ୍ଟ କରିବାକୁ ମନାକଲେ ରେଖା

କରୋନା ଦିନକୁ ଦିନ କାୟା ବିସ୍ତା କରିବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାର ମଧ୍ୟ ଏହାର ଶିକାର ହେଲେଣି। ଦୁଇ ଦିନ...

ଜେନେଲିୟାଙ୍କୁ ୨ଥର ବିବାହ କରିଥିଲେ ରିତେଶ୍‌

ମୁମ୍ବାଇ, ୧୭।୧୨: ବଲିଉଡ୍‌ ଅଭିନେତା ତଥା କମେଡି କିଙ୍ଗ୍‌ ରିତେଶ୍‌ ଦେଶମୁଖଙ୍କର ୪୨ ତମ ଜନ୍ମଦିନ ଗୁରୁବାର ପାଳିତ ହେଉଛି। ୧୯୭୮ ଡିସେମ୍ବର ୧୭ରେ ସେ...

ଆଉ ନାହାନ୍ତି ପାଣ୍ଡୁ

କରୋନାରେ ପ୍ରାଣ ହରାଇଛନ୍ତି ଆଉ ଜଣେ ଅଭିନେତା। ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ହାସ୍ୟ ଅଭିନେତା ପାଣ୍ଡୁ ୭୪ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଛନି।...

ଅପେକ୍ଷାର ଅନ୍ତ ଘଟିଲା: ଏହି ଦିନ ଆସିବ କେଜିଏଫ୍‍-୨ର ଫାଷ୍ଟ ଲୁକ୍‌

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ୟଶଙ୍କ ସୁପରହିଟ୍‌ ଫିଲ୍ମ କେଜିଏଫ୍‌ର ଦ୍ୱିତୀୟ ସଂସ୍କରଣ ଖୁବ୍‌ଶୀଘ୍ର ଆସୁଛି। ଏହି ଫିଲ୍ମକୁ ନେଇ ବହୁ ଦିନରୁ ଦର୍ଶକ ଅପେକ୍ଷା କରି...

ନେହାଙ୍କୁ ଭୁଲି ପୁଣି ପ୍ରେମରେ ପଡ଼ିଛନ୍ତି ହିମାଂଶ

ବମ୍ବେ: ଅଭିନେତା ହିମାଂଶ କୋହଲିଙ୍କ ଗାୟିକା ନେହା କକ୍କଡଙ୍କ ସହ ସମ୍ପର୍କ କାହାକୁ ବା ଅଛପା। ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ...

ସୁଶାନ୍ତଙ୍କ ଟଙ୍କାରେ ୟୁରୋପ ଯାତ୍ରା କରିଛନ୍ତି ଏହି ଅଭିନେତ୍ରୀ, ଏବେ ଦେଲେ ଏମିତି ଉତ୍ତର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ଏହି ଘଟଣାର...

ଅଭିନୟରେ ହଜିଯିବାକୁ ହୁଏ

ମୁମ୍ବାଇ: ଅଭିନୟ କରିବା ବେଳେ ନିଜକୁ ଭୁଲିଯିବାକୁ ହୁଏ ବୋଲି ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ ପ୍ରକାଶ କରିଛନ୍ତି। ସାରା ‘କେଦାରନାଥ’ ଏବଂ ‘ସିମ୍ବା’...

Advertisement
Archives

Model This Week