କଟି ନନାଙ୍କ ଭୋଜନାଳୟ

ଭୋଗରାଇ,୧୯।୨(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ଥାନା ସମ୍ମୁଖରେ ରହିଛି ଭୋଜନାଳୟ। ଅନ୍ୟ ହୋଟେଲ ଭଳି ଏହି ଭୋଜନାଳୟରେ ନାହିଁ ଚାକଚକ୍ୟ। ରହିଛି କେବଳ ଆଜବେଷ୍ଟସ ଛପର ଲମ୍ବା ଘର। ଏହାରି ଭିତରେ ପରିଷ୍କାର, ପରିଚ୍ଛନ୍ନତା ଓ ଭିନ୍ନ ସ୍ବାଦର ଖାଦ୍ୟ ଗ୍ରାହକଙ୍କ ଲାଗି ଆକର୍ଷଣ ହୋଇଛି। ଭୋଜନାଳୟର ମାଲିକ କଟିନନାଙ୍କ ହାତ ରନ୍ଧା ଖାଦ୍ୟ ଖାଇବା ଲାଗି ଦୈନିକ ଗ୍ରାହକଙ୍କ ଭିଡ଼ ଲାଗୁଛି।
ନନାଙ୍କ ପୂରା ନାମ ମାନସ କୁମାର ଦାଶ (୩୫)। ତାଙ୍କୁ ଶ୍ରଦ୍ଧାରେ ଲୋକେ ଡାକନ୍ତି କଟି ନନା। ଘର ଦେହୁର୍ଦ୍ଦା ଗ୍ରାମରେ। ପିଲା ବେଳେ ଭଲ ପାଠପଢ଼ି ଆଗକୁ ବଢ଼ିବାର ସ୍ବପ୍ନ ଥିଲା। ହେଲେ ଆର୍ଥିକ ଅନାଟନ ଯୋଗୁ ମାଟ୍ରିକ ପରଠାରୁ ପାଠପଢ଼ାରେ ଡୋରି ବାନ୍ଧିବାକୁ ପଡ଼ିଥିଲା। ମା’ବାପା କରିଥିବା ଭୋଜନାଳୟରେ ସେ ନିଜକୁ ନିୟୋଜିତ କରି ପରିବାର ପ୍ରତିପୋଷଣ ପାଇଁ ଅଣ୍ଟା ଭିଡ଼ିଥିଲେ। ସମସ୍ତେ ମିଳିମିଶି ରୋଜଗାର କରିବାରୁ ପରିବାର ଆର୍ଥିକ ସ୍ବଚ୍ଛଳ ହୋଇ ଆସୁଥିବା ବେଳେ ବାପାଙ୍କ ଦେହାନ୍ତ ହୋଇଯାଇଥିଲା। ପରିବାର ଉପରେ ସତେଯେପରି ଚଡ଼କ ପଡ଼ିଥିଲା। କିଛିଦିନ ପରେ ଭାଇଙ୍କ ସହିତ ବିବାଦ ହେବାରୁ ସେ ତାଙ୍କ ପରିବାର ସହ ଅଲଗା ରହି ପରିବାର ପ୍ରତିପୋଷଣ ପାଇଁ ରାହା ଖୋଜିଲେ। ବାପା କରିଥିବା ଭୋଜନାଳୟ ଭଳି ଅନ୍ୟ ଏକ ଭୋଜନାଳୟ କରି ସ୍ବାବଲମ୍ବୀ ହେବାକୁ ମନ ବଳାଇଲେ। ରୋଷେଇ କାର୍ଯ୍ୟରେ ୨୫ ବର୍ଷର ଅଭିଜ୍ଞତାକୁ ପାଥେୟ କରି ଲୋକଙ୍କଠାରୁ ଧାରଉଧାର କରି ଏକ ଭୋଜନାଳୟ କଲେ। ଏହି ଭୋଜନାଳୟ ପାଇଁ ସ୍ତ୍ରୀ ସୁଲୋଚନା ତାଙ୍କୁ ସହଯୋଗ କରିବା ପାଇଁ ସାହସ ଦେଇଥିଲେ। ମନରେ ଦୃଢ଼ ଆତ୍ମବିଶ୍ୱାସ ରଖି ମା’ବାପା ଶିଖାଇଥିବା ରୋଷେଇ କାର୍ଯ୍ୟକୁ ଭିନ୍ନ ସ୍ବାଦର କରିବା ନିମନ୍ତେ ଏବେ ସେ ଉଦ୍ୟମ କରିଆସୁଛନ୍ତି। ସାମାଜିକ ପ୍ରତିବନ୍ଧକକୁ ଖାତିର ନ କରି ନିଜ ସ୍ତ୍ରୀଙ୍କ ସହିତ ରୋଜଗାରକ୍ଷମ ହୋଇ ସ୍ବାବଲମ୍ବୀ ହେବା ତାଙ୍କ ସଫଳତାକୁ ବାଟ ଫିଟାଇଛି। ପ୍ରତ୍ୟେକ ମିଲ୍‌ ୫୦ଟଙ୍କାରେ ବିକ୍ରି ହେଉଛି। ଭାତ, ଡାଲି, ମାଛଝୋଳ ଓ ଖଟା ସହିତ ୫ ପ୍ରକାର ତରକାରୀ ଖାଉଟିଙ୍କୁ ତୃପ୍ତି ଦେଉଛି। ଦୈନିକ ହାରାହାରି ଦେଢ଼ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର ହେଉଥିବା ସେ କହିଛନ୍ତି। ମହାମାରୀ କରୋନା କାଳରେ ତାଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବା ବେଳେ ଏବେ ସ୍ଥିତିରେ ସୁଧାର ଆସୁଛି। ଆଗକୁ ବିବାହ, ଉତ୍ସବ ହେଲେ ଭଲ ରୋଜଗାର ହେବାକୁ ସେ ଆଶା ରଖିଛନ୍ତି। ଭୋଜନାଳୟରେ ପରିଷ୍କାର, ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେଉଥିବା ଓ ରନ୍ଧା ଖାଦ୍ୟ ଭିନ୍ନ ସ୍ବାଦର ହେଉଥିବାରୁ ଗ୍ରାହକମାନେ ପସନ୍ଦ କରୁଛନ୍ତି। ସେ କୁହନ୍ତି ଜୀବନ ଜିଇବାର ସଂଘର୍ଷ ମଧ୍ୟରେ ବଞ୍ଚତ୍ବାର ଭିନ୍ନ ଆନନ୍ଦ ରହିଛି। ଏଥିପାଇଁ ସେ ଝିଅପୁଅଙ୍କୁ ପାଠ ପଢ଼ାଇବା ସହିତ ପରିବାର, ଆତ୍ମୀୟସ୍ବଜନଙ୍କ ପାଖରେ  ଛିଡ଼ା ହେବାକୁ ଅଣ୍ଟା ସଳଖୁଛନ୍ତି। କୌଣସି ଦୀନଦୁଃଖୀ ବା ଭୋକିଲା ଲୋକଙ୍କୁ ସେ ବିନା ମୂଲ୍ୟରେ ଖାଇବାକୁ ଦେଇଥାନ୍ତି। କର୍ମଦକ୍ଷତା ଓ ମହତପଣିଆ ଯୋଗୁ କଟିନନା ଅନ୍ୟ ପାଇଁ ଉଦାହରଣ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ୍‌ମୋ ଚିକିତ୍ସାବେଳେ ଗଲା ଜୀବନ

କଟକ ଅଫିସ, ୧୩।୯: ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଏକ୍‌ମୋ ସପୋର୍ଟରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର...

ପଞ୍ଚାୟତ ସମ୍ମୁଖରେ ବୃଦ୍ଧାବୃଦ୍ଧଙ୍କ ଧାରଣା

କର୍ଲାମୁଣ୍ଡା,୨୨।୧୨(ଡି.ଏନ୍‌.ଏ.): ଆଧାର ସଂଯୋଗ ଓ କଓ୍ବୋଇସି ଅପ୍‌ଡେଟ ହୋଇ ପାରୁ ନ ଥିବାରୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଭତ୍ତା ଟଙ୍କା ଉଠାଇବା...

ରିଲିଫ ଫଣ୍ଡକୁ ଦାନ କଲା ମହିଳା ମଞ୍ଚ

କେନ୍ଦୁଝର, ୧୯ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ମୈଦାନକେଲ ପଞ୍ଚାୟତ ସମିତି ମହାସଂଘ ପକ୍ଷରୁ ୧୩ ହଜାର ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡ ଓ ୩...

‘ଅଭିଯୋଗ ସମାଧାନ ବ୍ୟବସ୍ଥା ସୁଦୃଢ଼ ହୋଇଛି’

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଭାରତ ସରକାରଙ୍କ ସ୍ତରରେ ଅଣାଯାଇଥିବା ପରିବର୍ତ୍ତନ ରାଜ୍ୟ ଓ ଜିଲାସ୍ତରରେ ପ୍ରତିଫଳିତ ହେବା ଦରକାର। ଏକ...

ଅବହେଳିତ ପୁରାତନ ମଠ, ମନ୍ଦିର

ବୈଶିଙ୍ଗା,୨୧ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ତହସିଲ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ଆଗ୍ରିଆ ପଞ୍ଚାୟତର ଛୁରୁଣୀ ଗ୍ରାମରେ ଥିବା ପୁରାତନ ଅମରା ମଠ ଏବଂ ଶ୍ରୀନୃସିଂହନାଥ...

୨୪ ଘଣ୍ଟାରେ ଏସବୁ ଜିଲାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ବର,୨୪।୭: ରାଜ୍ୟର ବିଭିନ୍ନ ଜିଲାରେ ଆଉ ୫ ଦିନ ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ରବିବାର ସତର୍କ ସୂଚନା ଜାରି କରିଛି। ଏହିପରି କି...

ଏପ୍ରିଲ ସୁଦ୍ଧା ପୂର୍ଣ୍ଣାଙ୍ଗ ହେବ ୫୫ନଂ. ଏନ୍‌ଏଚ୍‌

ଢେଙ୍କାନାଳ ଅଫିସ, ୨୯ ।୪ ଢେଙ୍କାନାଳ ଜିଲାର ଜୀବନରେଖା କୁହାଯାଉଥିବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଆସନ୍ତା ବର୍ଷ ଏପ୍ରିଲ୍‌ ସୁଦ୍ଧା ଶେଷ ହେବ।...

ଆଜି ମାଟ୍ରିକ ପରୀକ୍ଷାଫଳ

କଟକ ଅଫିସ,୨୫।୬: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ପ୍ରେସ୍‌ ବିବୃତି ମାଧ୍ୟମରେ ସୂଚନା...

Advertisement
Archives

Model This Week