Posted inUncategorized

ନକଲି…

ଦିନେ ମନରେ ଆସିଲା-ମୋ ମୁଣ୍ଡର ରୂପାନ୍ତରୀକରଣ ନିହାତି ଦରକାର l ମାତ୍ର ତିରିଶି ବର୍ଷ ବୟସରେ କେଶ-ଘାସ ଉପୁଡ଼ି ତୃଣଶୂନ୍ୟ ପଡ଼ିଆ ବା କତାଛଡ଼ା ନଡ଼ିଆ ପରି ମୁଣ୍ଡ ମୋର ଦିଶୁଛି l ଏଇ କେଶ ପାଇଁ ବୟସ ଥାଇ ବି ମୋ ବେଶ ଆଗପରି ଆକର୍ଷଣୀୟ ଲାଗୁନି l ନା, ଏହାର ଗୋଟେ ଜବରଦସ୍ତ ଉପାୟ କରିବାକୁ ପଡ଼ିବ l ଏ ରୂପ ଚେହେରା ବଦଳେଇ ପୁଣି ଆଖିଝଲସିଆ କରିବାକୁ ହେବ l ଯା’ ହେଉ, ‘ଏ ମନ ଭାବୁଥାଇ ଯାହା… କାଳେ ପ୍ରାପତି ହେଲା ତାହା l’

ଊଣେଇଶ ଚୌରାନବେ ମସିହାରେ ମହାରାଷ୍ଟ୍ରସ୍ଥ ପୁନେରେ ଟ୍ରେନିଂ ନେବାବେଳେ ସେଇ ସୁଯୋଗ ଜୁଟିଲା l ଟ୍ରେନିଂ ସାରି ସାରେ ବଜାର ଭ୍ରମଣ ସମୟରେ, ମୋ ସହ ତ୍ରିପୁରାର ଜଣେ ବନ୍ଧୁଥିଲେ l ସେ ମଧ୍ୟ ମୋ ଭଳି ‘ଚ’ ବର୍ଗର l ଏଇବେଳେ ଆମ ନଜର ପଡ଼ିଲା -ମନ ଖୋଜୁଥିବା ଦୋକାନ ଭିତରେ l ଆଉ କାଳ ବିଳମ୍ବ ନ କରି ପଶିଗଲୁ ଦୋକାନ ଭିତରକୁ। ବଛାବଛି ମୂଲାମୂଲି କରିସାରି ଯୋଡ଼ାଏ କିଣି, ମଥାର ଟାଙ୍ଗରା ଭୂଇଁକି ଛାଉଣି କରି, ଚେହେରାର ରୂପାନ୍ତର କରି ବାହାରି ଆସିଲୁ l ପରଦିନ ଦେଖି ଆମ ରୂପାନ୍ତରୀକରଣ ବେଶ ସହପାଠୀଙ୍କ ମୁହଁରେ ଫୁଟିଲା ହସ। ସରସ ମନରେ ଟ୍ରେନିଂ ସାରି ପନ୍ଦରଦିନ ପରେ ଫେରିଲି ଫୁଲବାଣୀ, ସେତେବେଳର ରହୁଥିବା ଘରେ l ହେଲେ ଟ୍ରେନ୍‌, ବସ୍‌ ଯାତ୍ରା ସମାପ୍ତକରି ଯେତେବେଳେ ଘରେ ପହଞ୍ଚତ୍ଲି, ସେତେବେଳେ ରାତି ଗୋଟାଏ l ବାହାରେ ଠିଆହୋଇ ଦୁଆର ବାଡ଼େଇବାରୁ ପତ୍ନୀ ନିଦୁଆ ଆଖିକି ମଳି ମଳି, ଆଲୁଅ ଜାଳି ଯେମିତି ମୋ ଚେହେରା ଦେଖିଲେ, ଚିହ୍ନି ନ ପାରି… ଦୁଆର ପୁଣି ଦେଉଥିଲେ କିଳି l ମୋର ଏଇବେଳେ ଆସିବାର ଆଗୁଆ ଖବର ଦେବାର ସୁବିଧା ସେତେବେଳେ ନ ଥିଲା l କାରଣ ମୋବାଇଲ ଫୋନ ଜମାନା ନ ଥିବାରୁ ମୋ ମା’ କି ପତ୍ନୀ କେହି ଜାଣି ନ ଥିଲେ l ତେଣୁ ଅଚିହ୍ନା ଚେହେରା ଅବାଧ୍ୟ ଚରିତ୍ର ବୋଲି ମତେ ଭାବି କବାଟ କିଳି ଦେଉଥିବା ପତ୍ନୀର ହାତକୁ ଠେଲି ଭିତରେ ପଶିବାକୁ ଚେଷ୍ଟା କରୁ କରୁ ସିଏ ଆଉ ବିଳମ୍ବ ନ କରି ଦୁଆରଦିଆ ଧଡ଼ା, ଯାହା କବାଟ କୋଣରେ ଡେରା ହୋଇଥିଲା, ତାକୁ ଧରି ତାଳରେ ମୋ ତାଳୁକୁ ପିଟିବାକୁ ଉଞ୍ଚାଇଲାବେଳେ, ତା ହାତକୁ ଧରି ଅଟକେଇ କହିଲି… ଆରେ ଆରେ, ଏ କ’ଣ କରୁଛ ପ୍ରିୟେ? ମୁଁ ପରା ତମର ସିଏ! ତମେ କ’ଣ ତମ ପ୍ରିୟ ପତିକି ମାରିବ? ଜାଣୁ ଜାଣୁ ଅକାଳରେ ବିଧବା ହେବ ? ଭଲକି ମୋ ମୁହଁକୁ ଅନେଇକି କହିଲା… ଏ ମା’, ଏମିତି କ’ଣ ଦିଶୁଛ? ମୁଁ ତମକୁ ଜମା ଚିହ୍ନିପାରିଲିନି l ତାକୁ ବୁଝେଇ କହିଲି… ଏଇଟା ମୋ ରୁପାନ୍ତରୀକରଣର କମାଲ l ସେ କ’ଣ ଭାବୁଥିଲା ମୁଁ ଜାଣିନି, ମାତ୍ର ଏଇ ଟୋକା-ବେଶ ଦେଖି ମୋ ମାଆ ଭାରି ଖୁସି ହେଉଥିଲା l
ଦି’ ଦିନ ପରେ ବଜାର ଭିତରେ ଥିବା ମୋ ପରିଚିତ ଔଷଧ ଦୋକାନ ଆଗରେ ଚାଲି ଚାଲି ଯାଉଥିବାବେଳେ, ଦୋକାନୀ ମୋ ଆଡ଼କୁ ଆଙ୍ଗୁଠି ଦେଖେଇ ତାଙ୍କ ପାଖରେ ବସିଥିବା ଜଣେ ଭଦ୍ରଲୋକଙ୍କୁ କହିଲେ.. କହିଲ ଦେଖି ସେ ବାବୁଙ୍କ କେଶ କେମିତି ଲାଗୁଛି? ଭଦ୍ରଲୋକ କହିଲେ ଭାରି ସୁନ୍ଦର l ଦୋକାନୀ ତାଙ୍କୁ କହିଲେ… ସେଇଟା ନକଲି ଚୁଟି l ମାତ୍ର ଭଦ୍ରଲୋକ କହିଲେ.. ନା ନା, ଅସଲି l ଦୁଇଜଣଙ୍କ ଭିତରେ ବାଜି ଲାଗିଲା ପାଞ୍ଚଶହ ଟଙ୍କା l ଦୋକାନୀ ମୋ ନାଁ ଧରି ଡାକିବାରୁ, ତାଙ୍କ ପାଖକୁ ଯାଇ ପଚାରିଲି -ଭାଇ! କ’ଣ ହେଲା? ଭଦ୍ରଲୋକ ମତେ ପଚାରିଲେ.. ଏଇ ଚୁଟି ଅସଲି ନା! ମୁଁ କହିଲି, ହଁ ହଁ ଅସଲି l ମାତ୍ର ମୁଣ୍ଡ ନକଲି l ସେ ବୁଝି ନ ପାରି ଆଁ ଟା କରି ମୋ ମୁହଁକୁ ଅନେଇବାରୁ, ତାଙ୍କ ସନ୍ଦେହ ଦୂର କରିବାକୁ କହିଲି.. ଆଜ୍ଞା! ରାଣ ଖାଉଛି ଏଇଟା ଅସଲି କେଶ, ମାତ୍ର ଏଇ କେଶତକ ଏ ମୁଣ୍ଡର ନୁହଁ l ଚୁଟି ଅରିଜିନାଲ.. ମୁଣ୍ଡ ଡୁପ୍ଲିକେଟ l ମୋ କଥା ଶୁଣି ଫେଁ ଫେଁ ହୋଇ ହସି ହସି କାଶି ପକେଇଲେ। ମାତ୍ର ଯେତେବେଳେ ବାଜି ଲାଗିଥିବା ପାଞ୍ଚଶହ ଟଙ୍କା ଦୋକାନୀ ଭଦ୍ରଲୋକଙ୍କଠୁ ଆଦାୟ କଲେ, ସେ ଟଙ୍କା ଦେଲାବେଳେ ମୁହଁକୁ ଏମିତି ଆମ୍ବୁଲଖିଆ -ବିକୃତିଆ କଲେ ଯେ, ସେଇଠି ମୁଁ ନ ରହି ଧୀରେ ଖସିଆସିଲି l
ଏଇ ରୂପାନ୍ତରୀକରଣ ଅଳ୍ପ ବା ଅଧିକ କାଳ ପାଇଁ ହେଉପଛେ, ତାହା ବେଶ୍‌ ହଟଚମଟ ସୃଷ୍ଟିକରେ l ଥରେ ଜଣେ ବିଭାଗୀୟ ମନ୍ତ୍ରୀଙ୍କର ଜିଲାରେ ଥିବା ମୁଖ୍ୟ ବିଭାଗ ପରିଦର୍ଶନର ଖବର ହଠାତ୍‌ ପାଇ, ବିଭାଗୀୟ ଅଧିକାରୀ ଅଳ୍ପ ସମୟରେ କର୍ମଚାରୀମାନଙ୍କ ଦ୍ୱାରା, ଅପରିଚ୍ଛନ୍ନିଆ ଅଫିସ ଚାରିକଡ଼କୁ ସୁନ୍ଦର ରୂପାନ୍ତରୀକରଣ କରିବାକୁ ଯାଇ କୁକୁର ହଗା ଜାଗାରେ ଆସିବା ରାସ୍ତାରେ ନାଲିଆ କାର୍ପେଟ ଏମିତି ଢଙ୍ଗରେ ବିଛେଇଦେଲେ ଯେ ତାଙ୍କୁ ମନ୍ତ୍ରୀ ତଥା ସାଧାରଣ ଜନତା ଦେଉଥିବା ଗଦା ଗଦା ପ୍ରଶଂସା ସାଉଁଟିନେବାର ସୌଭାଗ୍ୟ ମିଳିଥିଲା l

ଆଉ ଗୋଟିଏ ଘଟଣା ମନେପଡ଼ିଲାଣି l ଶୁଣନ୍ତୁ! ସାହୁବାବୁ, ଯିଏ ଥିଲେ ଜଣେ ସ୍ବଳ୍ପ ବେତନଭୋଗୀ ଚତୁର୍ଥ ଶ୍ରେଣୀ କର୍ମଚାରୀ l ସିଏ ଜହ୍ନିମଞ୍ଜି ପରି ସିନା, ତାଙ୍କ ପତ୍ନୀ ସାବିତ୍ରୀ ଥିଲେ ଅଧିକ ଗୋରୀ ଓ ସୁନ୍ଦରୀ l କିନ୍ତୁ ବାହାଘର ଷୋଳ ବରଷ ଯାଏଁ ପିଲାପିଲି ହୋଇ ନ ଥିଲା l ମାତ୍ର ତାଙ୍କ ପୁଅକୁ ଯେତେବେଳେ ସାତ ବରଷ ହୋଇଥିଲା, ସାବିତ୍ରୀଙ୍କ ବାନ୍ଧବୀ -ଝିଅ ବିଭାଘରକୁ ଯିବା ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିଲା। ତେଣୁ ପତିଙ୍କଠାରୁ ବହୁକଷ୍ଟରେ ପାଞ୍ଚହଜାର ଟଙ୍କା ଝଡ଼େଇ, ବିଉଟିପାର୍ଲରରେ ଏମିତି ନିଜ ରୂପାନ୍ତରିକରଣ କରି ଆସିଲେ ଯେ, ତାଙ୍କୁ ଦେଖି ଭୋଜିପାର୍ଟିର ବନ୍ଧୁ-ବାନ୍ଧବୀ ଚକିତ ହୋଇ ତାଙ୍କ ଚେହେରାର ଚର୍ଚ୍ଚା କରିବା ଆଗରୁ ନିଜ ଜନମକଲା ଛୁଆଟା ଦେଖି ଚିରିଚିରି ହୋଇ ଚିତ୍କାର କରି ପାଖରୁ ପଳେଇଲା, ଯେତେବେଳେ ତାକୁ କୋଳକୁ ଭିଡ଼ିଲେ! ଅବଶ୍ୟ ଅଧର ଦିଶୁଥିଲା ରକ୍ତ ଜରଜର, ଲମ୍ବାବେଣୀ.. ଛୋଟିଆ କରି ଦେଇଥିଲେ ହାଣି, ଆଉ ଦେହରୁ ମାଆର ବାସ୍ନା ବାହାରିବା ପରିବର୍ତ୍ତେ ବାହାରୁଥିଲା କାମୋତ୍ତେଜକ ପରଫ୍ୟୁମ୍‌ର ଗନ୍ଧ ! ସାବିତ୍ରୀ ପତି-ସାହୁବାବୁଙ୍କୁ ପଚାରୁଥିଲେ.. କେମିତି ସେ ଦିଶୁଛନ୍ତି ବୋଲି l ସାହୁବାବୁ ଉପରମନରେ ତାରିଫ କରି.. ଭିତରେ ଯାଉଥିଲେ ଜଳି l ଆତଙ୍କିତ ହେଉଥିଲେ ଏଇ ରୂପାନ୍ତର ଚେହେରା ଚରିତ୍ର, ଦିନେ ଛାଡ଼ିଯିବନି ତ ତାଙ୍କ ପିଲା ପରିବାରକୁ ପରକରି ! କାରଣ ଖୋଦ୍‌ ସାହୁବାବୁ ଦିନେ ଧର୍ମବଳରୁ ରକ୍ଷା ପାଇଯାଇଥିଲେ ମାତ୍ର ବାଷଠୀ ବର୍ଷୀୟାଙ୍କୁ ଫେସ୍‌ବୁକରେ ଛବିଶି ବର୍ଷୀୟା ଭାବି ଫସିଥିଲେ ପ୍ରେମଭରା ଚାଟିଙ୍ଗ୍‌ କରି ! ନାଇଁରେ ବାବା, ଏହାଙ୍କୁ ଏଣିକି ଗୋଡ଼େ ଗୋଡ଼େ ଜଗିବାକୁ ପଡ଼ିବ ! ନଚେତ୍‌…ଛାଡ଼ l
ଏମିତିଆ ରୂପାନ୍ତରୀକରଣ, କେତେ କାହାକୁ ଫସେଇଛି, କାହା କାହା ସଂସାର ଭସେଇଛି, କେତେ ସଂସ୍କୃତିକି ଧ୍ବଂସ କରିଛି, କେତେ ପୁରୁଣା ବୃକ୍ଷ ଛେଦନ କରେଇଛି, ତାହା କାହାକୁ ବା ଅଛପା ଅଛି?
ଏମିତି ପରା ସ୍ବାଇଁ ମଉସାଙ୍କ ସଂସାର ଭାସି ଯାଉଯାଉ ଅଳ୍ପକେ ଅଟକି ଯାଇଥିଲା l ମଉସାଙ୍କ ଏକମାତ୍ର ଭେଣ୍ଡିଆ ପୁଅ, ଗୋଟାଏ ଖାଣ୍ଟି ପୁଅକୁ ଅରିଜିନାଲ ଝିଅ ଭାବି ତା ’ମଧୁର ସ୍ବରରେ ମୋହିତ ହୋଇ ଫୋଟରେ ଗୋରା ତକତକ ଚେହେରା ଦେଖି ଫସି ପ୍ରେମକରି ବାହାହେବାକୁ ଜିଦିକରି ବସିଲା l ସେଇ ରୂପାନ୍ତରିତ ଝିଅରୂପୀ ପୁଅ ମଧ୍ୟ ଏଇ ପ୍ରେମପାଗଳର ବ୍ୟାକୁଳତା ଦେଖି କଲକତାରୁ ଆସି, ସ୍ବାଇଁ ମଉସାଙ୍କ ପରିବାରବର୍ଗଙ୍କୁ ଉତ୍ତମରୂପେ ବୁଝେଇ ମନ୍ଦିରରେ ବାହା ହୋଇଗଲା l

ଚଉଠି ରାତିରେ ଧରାପଡିବା, ଘଟଣା ପ୍ରଘଟ ହେବାଆଗରୁ ବାରଭରି ସରିକି ଓଜନର ସୁନା ଅଳଙ୍କାର, ଟଙ୍କା ପଇସା ଧରି ଟୋକାକୁ ନିଶା ଖୁଆଇ ରାତାରାତି ଛୁ ମାରିଥିଲା! ସମସ୍ତେ ମିଶି ସକାଳୁ ଭେଁ ଭାଁ ରଡ଼ି କରୁକରୁ, ଯେତେବେଳେ ଅସଲି ପୁଅ ବୋଲି ଜାଣିଲେ, ସ୍ବାଇଁ ମଉସା କହିଲେ… ଓହୋ… ବହୁ କ୍ଷତିରୁ ଏଇ ଟଙ୍କା ସୁନା କ୍ଷତି ସହିଯିବା ଭଲ l ନଇଲେ ସିଏ କୋଉ ମୋ ନାତି-ନାତୁଣୀର ମାଆ ହୋଇଥାନ୍ତା ନା ମୋ ବଂଶ ରକ୍ଷା କରିପାରିଥାନ୍ତା?

ଆଜ୍ଞା! ଏମିତି ରୂପାନ୍ତରୀକରଣ, କେତେବେଳେ କାଳୀ କୋତରିଙ୍କି କରିଥାଏ -ତୋଫା ଗୋରୀ ତ କେତେବେଳେ ସୌନ୍ଦର୍ଯ୍ୟ ବୃଦ୍ଧି କରିପାରେ ପଚା ଘା ’ଉପରେ ରଙ୍ଗବୋଳି, ପୁଣି କେଶ -ଦନ୍ତହୀନଙ୍କୁ ସଜେଇପାରେ.. ଯୁବକ ପରି! ଟିକେ ହେଜିବେ ଯେ, ଯେମିତି ମୋ ନକଲି କେଶର ଚେହେରା ଦେଖି, ମୋ ପତ୍ନୀ ମତେ ଚିହ୍ନିପାରି ନ ଥିଲେ, ଠିକ୍‌ ସେମିତି ମୋ ପିଲାଏ, ଆଗକୁ ମୋ ଭାଷା ପଢିବା କି ବୁଝିବାକୁ ସକ୍ଷମ ହେବେ କି ନା ମୋର ବି ସନ୍ଦେହ ଘାରିଲାଣି! ଆଜ୍ଞା! ଆପଣମାନେ ବି ନ ଫସିବେ କିଏ କହିବ? ଏବେ ଏମିତି ସମୟ ଆସିଛି, ନକଲି ନୁହଁ ବରଂ ଅସଲି ଚନ୍ଦନକାଠ ବିକିଲେ ଆରେଷ୍ଟ ହୋଇ ଜେଏଲ ଯିବା ସମ୍ଭାବନା ବଢିଛି!
-ମଙ୍ଗରାଜପୁର, ପୁରୀ ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

IPL 2026 Prize Money: RCB ଉପରେ ହେଲା ଟଙ୍କା ବର୍ଷା, ଛାଇ ଗଲେ କୋହଲି-ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ପାଞ୍ଚ ୱିକେଟରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ IPL 2026 ଟାଇଟଲ ହାସଲ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କେନ୍ଦୁଝର,୨୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ କାନଝରୀ ଡ୍ୟାମରେ ଶନିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ…

ହିନ୍ଦୁ ପୁଅ ସହ କଥା ହେବାରୁ ନାବାଳିକା ଝିଅକୁ ହତ୍ୟା କଲେ ବାପା, ମୃତଦେହକୁ ଖଣ୍ଡ ଖଣ୍ଡ କରି ରଖିଦେଲେ ଟ୍ରେନ ବଗିରେ, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୨୧।୫: ରାଜଧାନୀ ଲକ୍ଷ୍ନୌରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋମତୀନଗର ଏକ୍ସପ୍ରେସର ଏକ ସ୍ଲିପର କୋଚର ବାକ୍ସ ଏବଂ ବ୍ୟାଗ ଭିତରୁ…

୫ ଦେଶ ବୁଲି ଭାରତ ପାଇଁ ‘ଗେମ୍‌ଚେଞ୍ଜର ଡିଲ୍‌’ କଲେ ମୋଦି: ଜାଣନ୍ତୁ କ’ଶ ଘଟିଲା

ନୂଆଦିଲ୍ଲୀ,୨୧।୫: ଭାରତର ପ୍ରଧାନମନ୍ତ୍ରୀ ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ସକାଳେ ଦେଶକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ, ସ୍ବିଡେନ, ନରୱେ…

test

Test

ବିଜୟ-ରଶ୍ମିକାଙ୍କ ଗ୍ଲୋବାଲ ରେକର୍ଡ: ମେସି-ରୋନାଲ୍ଡୋଙ୍କୁ ପକାଇଲେ ପଛରେ

ସାଉଥ୍‌ ଇଣ୍ଡଷ୍ଟ୍ରିର ମୋଷ୍ଟ ଲଭେବଲ୍‌ କପଲ୍‌ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଗତ କିଛି ମାସ ହେବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେମାନଙ୍କ ବିବାହକୁ…

ଚେତନାର ପାଠଶାଳା

ପୁସ୍ତକ ଦ୍ବାରା କମ୍‌ ବରଂ ଅଭିଜ୍ଞତା ଦ୍ବାରା ମାନବର ବିକାଶ ଅଧିକ ହୋଇଥାଏ। ”ପ୍ରଥମେ ନିଜେ ଶିଖ, ପରେ ଶିକ୍ଷା ଦିଅ।“ -ଏହି ବାକ୍ୟାଂଶ ଗଭୀର ସତ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri