Posted inଫୁରସତ

ନାଁ ତାଙ୍କର, ପୂଜା ମଣିଷର…

ଦାଶବାବୁ ଖରାପ ଲୋକ ନୁହନ୍ତି l ହେଲେ କ’ଣ ହେଇଛି କେଜାଣି, ଗଣେଶ ପୂଜା ଆଗରୁ ଛୁଟି ଆଣି ଅଫିସି ନ ଯାଇ ଘରେ ଲୁଚିଛନ୍ତି l ଉପରେପଡ଼ି କୁହାଳିଆ ଗୁଣଥିବା ପତ୍ନୀ.. ଦମ୍ଭବତୀକି ନେହୁରା ହୋଇ ମୁଣ୍ଡଛୁଆଇଁ କହିଛନ୍ତି… ତାଙ୍କ କଥା କୋଉଠି ନ କହିବାକୁ l ଘରେ ପିଲାଛୁଆଠୁ ବାହାର ଲୋକ ଏମିତିକି କୋଉ ଭେଣ୍ଡିଆ ଦଳ କାଳେ ଅମଣିଆ ଷଣ୍ଢ ପରି ପଶି ଉଣ୍ଡାଳି ପକେଇବେ, ସେଥିପାଇଁ କାଇଦା କରି ଅଲଗା ଘରେ ବାହାରେ ତାଲା ପକେଇ ରୁଦ୍ଧ କୋଠରିରେ ନିଃଶବ୍ଦରେ ବନ୍ଦୀଜୀବନ ବିତାଉଛନ୍ତି l ପତି-ପରମେଶ୍ୱରଙ୍କ ରାଣ ଖାଇଥିବା ପତ୍ନୀ ଏକଥା କାହାକୁ ନ କହି ଜିଭକୁ କଳତଳେ ଚାପି ରହିଛନ୍ତି l

ହେଲେ ତାଙ୍କ ସନ୍ଦେହୀମନ ଉଚ୍ଛନ୍ନକଲାଣି l କୋଉଠି କ’ଣ ଆଉ କୀର୍ତ୍ତିକାଣ୍ଡ କରି ଲଣ୍ଡିତ ହୋଇ ଦଣ୍ଡିତ ହେବା ଡରରେ ସେ ଏମିତି କରୁଛନ୍ତି କି? ନା’ ସିଏତ ମାଛିକି ମ.. କହିବାଲୋକ ନୁହନ୍ତି l ତେବେ କ’ଣ ଚୋରି କଲେ ନା ଅଫିସ ଟଙ୍କା ହେରଫେର କରି ଡରରେ ଲୁଚିଲେ? ନା ନା.. ତା’ ବି ଭାବିବା ଭୁଲ l ସାରାଜୀବନରେ କେତେ ଅଭାବରେ ଥାଇବି.. ପିଲାଙ୍କୁ ଶିଖେଇଛନ୍ତି.. ମିଛ କହିବନି କି ଚୋରି କରିବନି l ଦାଣ୍ଡଦୁଆର ବାଡ଼େଇ, କଲିଂବେଲ ମାରି କେତେକେତେ କିଏ ବାଳକ, ଯୁବକ, ବୃଦ୍ଧ…ଦାଶେଙ୍କୁ ଖୋଜିଖୋଜି ନିରାଶ ହୋଇ ଫେରିଲେଣି l କେହି କେହି ଅନେକ ମଧୁର ଅଶ୍ରାବ୍ୟ କର୍ଣ୍ଣକଟୁ ଭାଷା ଶୁଣେଇ ଗଲେଣି l ସବୁ ସମାଚାର ସ୍ତ୍ରୀଙ୍କ ଦ୍ୱାରା ଅବଗତ ହେଲେ ବି ପତ୍ନୀଙ୍କୁ ଧୈର୍ଯ୍ୟ ଧରିବାକୁ ବୁଝେଇଛନ୍ତି l ମାନସରୋବରରେ ଦୁର୍ଯ୍ୟୋଧନ ଲୁଚିଥିଲାବେଳେ ଭୀମ ରଡ଼ିରେ ଅଧୈର୍ଯ୍ୟ ହୋଇ ବାହାରିବାରୁ କେମିତି ମଲେ… ଉଦାହରଣ ଦେଇ କହିଛନ୍ତି l

ତଥାପି ଦମ୍ଭବତୀଙ୍କର ଦମ୍ଭ-ବନ୍ଧ ଗଲାକାଲି ରାତିରେ ଭାଙ୍ଗିଗଲା। ଆଦେଶ ନଥିବା ସତ୍ତ୍ୱେ ଗୁଣ୍ଡିଚାରାଣୀ ଦୁଆର ଫିଟେଇ ବିଶ୍ୱକର୍ମାଙ୍କ ତିଆରି ଅଧାଗଢ଼ା ଦାରୁମୂର୍ତ୍ତି ଦର୍ଶନ କଲାପରି, ଦମ୍ଭବତୀ ନିଶାର୍ଦ୍ଧରେ ତାଲା ଖୋଲି ଦାଶେଙ୍କ ପାଖରେ ବସି ଲୁଚିବାର ଅସଲ କାରଣ ପୁଚ୍ଛା କଲେ l ଦାଶେ କହିଲେ… ଏଇଟା ସ୍ବପ୍ନାଦେଶ l ଚାନ୍ଦା ସିଜିନ୍‌ ଆରମ୍ଭ ଆଗରୁ ଚାନ୍ଦା ଦେଇ ଦେଇ ଚନ୍ଦାହେବା ଭୟରେ ପ୍ରଭୁଙ୍କୁ ପ୍ରାର୍ଥନା କଲାରୁ, ସ୍ବୟଂ ଗଣେଶ ସ୍ବପ୍ନାଦେଶ ଦେଲେ.. ଯା, ଘରେ ଲୁଚିଯା l ଯେମିତି କେହି ଖୋଜି ପାଇବେନି। ଖାଲି କ’ଣ ସେତିକି, କହିଲେ.. ତୋଭଳି ନିର୍ମାୟା, ନିର୍ଲୋଭ, ନିରହଂକାରୀ, ନିଃସ୍ବାର୍ଥପର ଭକତ ଡାକରେ ମୁଁ ଆସିଛି l ଅନ୍ୟ ଦେବଦେବୀଙ୍କ ପରି ମୁଁ ବି ମର୍ତ୍ତ୍ୟକୁ ଆସି ମଣିଷମାନଙ୍କ ମନମୁଖି ପୂଜାରେ ଭାରି ହରକତ.. ହନ୍ତସନ୍ତ ହଉଛି l ଏଇ ପୂଜାପାର୍ବଣ ଋତୁ ଆସିଲେ… ଲୋକଙ୍କ ମାନ୍ଦେଇଯାଇଥିବା ଆଗେଇବା ସହ ପ୍ରବଳ ଭକତି ବଢ଼ିଯାଏ l ନିୟମ ନ ଥିଲେ ବି ମାନୁଛି କିଏ? ଜୋରଜବରଦସ୍ତ ଧମକ ଦେଇ, ଗାଳି ମାଡ଼ ଭୟଦେଖେଇ ଆମ ଦେବଦେବୀଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରନ୍ତି l ତେଣୁ କଷ୍ଟରେ ଚାନ୍ଦା ଦେଉଥିବା ଲୋକ ଆମକୁ ଗାଳି ଦେଉଛନ୍ତି l ଜଣେ ଲୋକ ପାଞ୍ଚ/ଦଶ ଦଳଙ୍କୁ ଅତିକମରେ ପାଞ୍ଚଶହ ଲେଖାଁ ଗୋଟାଏ ପୂଜାକୁ ଦେଲେ, ସେଇ ହିସାବରେ ଦୁର୍ଗାପୂଜା, କାଳୀପୂଜା, ଗଜଲଷ୍ମୀ, ସରସ୍ବତୀ ପୂଜାଠାରୁ ବିଶ୍ୱକର୍ମା, କାର୍ତ୍ତିକ ଠାକୁରଙ୍କ ପୂଜାକୁ କେତେହଜାର ଟଙ୍କା ବା ଦେବ?

ଆମ ନାଁରେ ସିନା ଏତେଟଙ୍କା ଆଦାୟ ହୁଏ, ମାତ୍ର ଆମକୁ ଚୁଡାଘଷା ମୁଠେ, ଉଖୁଡ଼ା ପାକେଟେ, ଲଡ଼ୁ ଗଣ୍ଡେ ନ ହେଲେ ଆନ୍ଧେରା କଦଳୀ ଫେଣେ, ଧୂପକାଠି ମୁଠେ, ଦୀପଟେ ଜଳେଇ, ଶସ୍ତା ଗାମୁଛାଟେ ବସ୍ତ୍ର ବୋଲି ଅର୍ପଣ କରି ପୂଜା ପାର୍ବଣ ସାରନ୍ତି। ବାକିସବୁ ଟଙ୍କାରେ ଆମିଷ ଭୋଜିଭାତ, ଅଶ୍ଳୀଳ ନୃତ୍ୟ ଗୀତ, କର୍ଣ୍ଣ କମ୍ପମାନ ଭକ୍ତିହୀନ ଭଜନ ଗର୍ଜନରେ ଚଉଦିଗ କମ୍ପାନ୍ତି। ଥରେ ମୋ ଦୁଇପତ୍ନୀ.. ରିଦ୍ଧି, ସିଦ୍ଧି ପୂଜା ଦେଖିବାକୁ ଲୁଚିକି ଆସି ମୋ ପାଖମଞ୍ଚରେ ଯୋଉଭଳି ନାଚ ଗୀତ ଦେଖିଲେ.. ମୁଁ ଗଲାପରେ ଯାହା ଶୁଣେଇଲେ, ସେଇଦିନୁ ମୁଁ ଲାଜରେ ତଳମୁହାଁ।

ଦିନଠୁ ରାତି ଦଶଯାଏ ଯାହା ଘୁ ଘୁ ଗର୍ଜନ.. ଜନ ସମାଗମ l ତା’ପରେ ଏକା ଠିଆହୋଇ କରେ ରାତ୍ରିଯାପନ l ଅବଶ୍ୟ ବେଳେବେଳେ ବିନା ଅନୁମତିରେ ବୁଲା ଶ୍ୱାନଗଣ ଆଗମନ କରି ବଳକା ଭୋଗ ଖାଇ, ଦୀପରୁ ତେଲଚାଟି, ପଛଗୋଡ଼ ଟେକି କାମସାରି ପଳାନ୍ତି l ଓହୋ… କି ଦୁର୍ଗନ୍ଧ! ସେଇଥିରେ ଆଠଦିନ ସେଇଠି ଆଣ୍ଠେଇ ପେଟେଇ ବିସର୍ଜନବେଳେ ଭାରି ହଇରାଣ ହେଇ ଫେରେ। ଆଗରୁ ଅନେକଥର ବୋତଲ ଆସର.. ଭୋଜିଭାତ କଲାପରେ ବି ମନ ବୁଝିନଥାଏ ଯେ, ବିସର୍ଜନବେଳେ ମାତାଲିଆ ହୋଇ, ପ୍ରଦୂଷଣଯୁକ୍ତ ନଦୀ ନାଳରେ ନ ହେଲେ ପୋଖରୀରେ ପକେଇବା ପୂର୍ବରୁ ମୋ ଶୁଣ୍ଢ ମୁଣ୍ଡ ମୋଡ଼ି, ଦେହକୁ କଚାଡ଼ି ସାରିଥାନ୍ତି l ସେମିତିଆ ବିଷାକ୍ତ ପାଣିରେ ପଡ଼ି ଦେହ ମୁଣ୍ଡ ଏମିତି ରାମ୍ପିରୁମ୍ପି ହୁଏ ଯେ, ସ୍ବର୍ଗର ବୈଦ୍ୟରାଜ ଅଶ୍ୱିନୀ କୁମାରଙ୍କର ଗୁଡ଼ାଏଦିନ ଚିକିତ୍ସାପରେ ଆରୋଗ୍ୟହୁଏ l

ଆହୁରି ଆଶ୍ଚର୍ଯ୍ୟର କଥାହେଲା.. ଅନେକ ମଡର୍ନ କାରିଗର ଏମିତିଆ ରୂପ ମୋତେ ଦେଇ ଗଢ଼ୁଛନ୍ତି ଯେ, ମୁଁ ନିଜକୁ ନିଜେ ଚିହ୍ନିବା ମୁସ୍କିଲ ହେଇଯାଏ l କେତେ ବିକୃତ କରି କାହା ଦେହ ମୁହଁରେ ଶୁଣ୍ଢ ଯୋଡ଼ି ବସେଇ ଦେଉଛନ୍ତି। କେହି କେହି ମୋ ମୂଷିକ ବାହନ କାଢ଼ି ଯାନବାହନ ମୋଟର ସାଇକେଲରେ ଉଭା କରାଉଛନ୍ତି l ଆହେ ଇଏ କି କଥା! ଆଜିକାଲି ପେଟ୍ରୋଲ ଡିଜେଲ ଦର ଯେମିତି ବଢ଼ିଲାଣି, ଆମେ କ’ଣ ଚଢ଼ାଦାମରେ ତୈଳ କିଣି ଗାଡ଼ିରେ ପକେଇ ସାରା ଓଡ଼ିଶାରୁ ଭାରତର ଗାଁଠୁ ସହର ଟୁର କରିପାରିବୁ? ଏତେଟଙ୍କା ଆମକୁ ଦବ କିଏ? ତଥାପି କଷ୍ଟ ହେଉପଛେ ମୂଷିକ ପେଟରେ ତୈଳ ନ ଭରି ଆସି ପୂଜାରେ ହାଜିରା ପକେଇ ଫେରୁଛି l ଆଚ୍ଛା କହିଲ… ମୁଁ କ’ଣ ଏଇ ବିଦ୍ୟା, ଏମିତି ଜ୍ଞାନ ଦାନ କରିଥିଲି? ଥରେ ମୁଁ ବୁଢ଼ା ବେଶରେ ଜଣେ ପୂଜା ଆୟୋଜକଙ୍କୁ ପଚାରିଲି.. ଏମିତି କ’ଣ ପୂଜା ଚାଲିଛି? ସେ ହସିଦେଇ କହିଲା.. ବରଷକେ ଇଏ ଗୋଟାଏ ଖୁସି.. ଆଉ l

ବୁଝିଲ ଏବେ ଦମ୍ଭବତୀ! ଏମିତି ପାହାନ୍ତିସପନ ନ ଦେଖିଥିଲେ ମୁଁ କ’ଣ ଦୁଆର କିଳି ଅନ୍ଧାରଘରେ ଥା’ନ୍ତି ବତି ଲିଭେଇ, ତମକୁ ଛାଡ଼ି ରହିପାରନ୍ତି!!

-ମଙ୍ଗରାଜପୁର, ପୁରୀ ମୋ:୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?