Posted inଜାତୀୟ

ବୈଧ ଭିସା ନେଇ ପାକିସ୍ତାନ ଯାଉଥିବା କଶ୍ମୀର ଯୁବକ ନେଉଛନ୍ତି ଆତଙ୍କବାଦ ତାଲିମ: ରିପୋର୍ଟ

ନୂଆଦିଲ୍ଲୀ,୨।୫: ଆତଙ୍କବାଦୀ ନିରୋଧୀ ଅଭିଯାନ ବେଳେ ପାକିସ୍ତାନରୁ ତାଲିମ ନେଇ ଫେରିଥିବା ୧୭ ଜଣ କଶ୍ମୀରୀ ଯୁବକ ନିହତ ହେଲେଣି। ନିହତ ହୋଇଥିବା ଯୁବକଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣ କଶ୍ମୀରର ହୋଇଥିବା ବେଳେ କେତେକ ଉତ୍ତର କଶ୍ମୀରର ବାନ୍ଦିପୁର ଓ ବାରୁମୂଳାର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କେତେଜଣ ଅସ୍ତ୍ରଶସ୍ତ୍ର ତାଲିମ ନେଇଛନ୍ତି। ସେମାନେ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ଯାଇ ସେଠାରୁ ଆତଙ୍କବାଦ ତାଲିମ ନେଇ ଫେରିିଥିଲେ। ସୂତ୍ର ଅନୁଯାୟୀ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦ୍ୱାରା ଏହି ୧୭ଜଣଙ୍କୁ ଆତଙ୍କବାଦ ତାଲିମ ଦିଆଯାଇଥିଲା। ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ସ୍ଲିପର ସେଲ୍‌ରେ ସେମାନେ ସାମିଲ ହୋଇଥିଲେ ବୋଲି ରାଜ୍ୟ ତଦନ୍ତକାରୀ ସଂସ୍ଥାର ଏକ ରିପୋର୍ଟରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୧୫ରୁ ବହୁସଂଖ୍ୟାରେ କଶ୍ମୀରୀ ଯୁବକ ଉଚ୍ଚଶିକ୍ଷା, ସମ୍ପର୍କୀୟଙ୍କୁ ଭେଟିବା କିମ୍ବା ବିବାହ ଉଦ୍ଦେଶ୍ୟରେ ପାକିସ୍ତାନ ଯାଇ ଭାରତ ବିରୋଧୀ ତତ୍ତ୍ୱଙ୍କ ଦ୍ୱାରା ଭୁଲ୍‌ ରାସ୍ତାରେ ଯାଉଛନ୍ତି ଓ ଅଧିକାଂଶ ଆଇଏସ୍‌ଆଇ ପରିଚାଳକଙ୍କ ଦ୍ୱାରା ଆତଙ୍କବାଦ ତାଲିମ ନେଉଛନ୍ତି। ଜଣେ ହୁରିୟାତ ନେତା କଶ୍ମୀରୀ ଯୁବକମାନଙ୍କୁ ବିଭିନ୍ନ ମେଡିକାଲ କଲେଜରେ ନାମ ଲେଖାଇଦେବାର ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ଟଙ୍କା ସଂଗ୍ରହ କରିଥାନ୍ତି। ଏହି ଅର୍ଥକୁ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟରେ ବିନିଯୋଗ କରାଯାଉଥିବା ରାଜ୍ୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ଛାଡିଥିବା ଏମ୍‌ପିଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଆପ୍‌ର ବଡ଼ ଉଦ୍ୟମ

ନୂଆଦିଲ୍ଲୀ,୨୬ା୪: ବରିଷ୍ଠ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ରାଜ୍ୟ ସଭା ସଦସ୍ୟ ରାଘବ ଚଢ଼ାଙ୍କ ସମେତ ୭ ଜଣ ଏମ୍‌ପି ଦଳ ଛାଡ଼ି ଭାଜପାରେ ଯୋଗ…

ଚେନ୍ନାଇକୁ ହରାଇଲା ଗୁଜରାଟ

ଚେନ୍ନାଇ,୨୬ା୪: ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ ବଳରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ (ଜିଟି) ୮ ଉଇକେଟରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)କୁ ପରାସ୍ତ କରିଛି।…

ଭଞ୍ଜନଗର ଠାକୁରାଣୀ ଯାତ୍ରା ଆରମ୍ଭ, ସହର ଉତ୍ସବମୁଖର

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ରବିବାର ଆରମ୍ଭ ହୋଇଯାଇଛି। ଯାତ୍ରାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଆତସବାଜି ଏବଂ…

ଜନଗଣନା କର୍ମଚାରୀଙ୍କୁ ମାଡ଼: ଧରାପଡ଼ିଲେ ୨ ଅଭିଯୁକ୍ତ

ପଟ୍ଟାଙ୍ଗି,୨୬ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଓଡ଼ିଶା ପକ୍ଷରୁ ଜନଗଣନା କରୁଥିବା କର୍ମଚାରୀଙ୍କ ମାଡ଼ ମାରିବା ଅଭିଯୋଗରେ ସେମ୍ୱି ଗ୍ରାମର…

ଦେଢ଼ କି.ମି. ରାସ୍ତାରେ ୧୦ ହମ୍ପ୍ସ

ନୂଆପଡ଼ା,୨୬ା୪ (ମକାରୁ ବେମାଲ): ଛତିଶଗଡ଼ ରାଜ୍ୟ ରାୟପୁରଠାରୁ ନୂଆପଡ଼ା ଜିଲା ଦେଇ ଗୋପାଳପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଅତ୍ୟଧିକ ହମ୍ପ୍ସ (ସ୍ପିଡ୍‌ ବ୍ରେକର) ଯୋଗୁ ଯାତାୟାତରେ…

୮ ଦିନର ସଂଘର୍ଷ ପରେ ହାରିଗଲେ ଶୁଭଶ୍ରୀ

ଥୁଆମୂଳ ରାମପୁର, ୨୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଶ୍ରୀମସ୍କା ଛକଠାରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ…

ଦେର୍ଲାଠିର ହିତାଧିକାରୀଙ୍କୁ ମିଳିଲା ପକ୍କାଘର କାର୍ଯ୍ୟାଦେଶ

ଥୁଆମୂଳ ରାମପୁର,୨୬ା୪(ଦୁର୍ଗା କୀର୍ତ୍ତି): ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ବାସ୍ତବ ରୂପ ନେଇଛି। କିଛିଦିନ ପୂର୍ବେ କଳାହାଣ୍ଡି ଜିଲା ପରିଷଦର ମୁଖ୍ୟ ଉନ୍ନୟନ…

ଟ୍ରମ୍ପଙ୍କ ଡିନରରେ ଗୁଳି ଚଳାଇଥିବା ଆକ୍ରମଣକାରୀଙ୍କ ଆସିଲା ଶିକ୍ଷାଗତ ଯୋଗ୍ୟତା, ଜାଣନ୍ତୁ…

ଓ୍ୱାଶିଂଟନ,୨୬ା୪: ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଆୟୋଜିତ ପ୍ରତିଷ୍ଠିତ ‘ହ୍ୱାଇଟ ହାଉସ କରେସପଣ୍ଡେଣ୍ଟସ ଡିନର’ କାର୍ଯ୍ୟକ୍ରମରେ ଗୁଳିକାଣ୍ଡ ଘଟିଥିଲା। କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri