‘ମ୍ୟାଜିକ୍‌ ପ୍ୟାନ୍‌’ରେ କଶ୍ମୀର ଖାଦ୍ୟ

ଭୁବନେଶ୍ୱର,୭।୩(ବ୍ୟୁରୋ): ରାଜଧାନୀରେ ବର୍ଷତମାମ ବିଭିନ୍ନ ସମୟରେ ମେଳା ପଡ଼ିଥାଏ। ଏସବୁ ମେଳାରେ ଖାଦ୍ୟ ଷ୍ଟଲ ମଧ୍ୟ ଖୋଲିଥାଏ। ରାଜ୍ୟ ତଥା ରାଜ୍ୟ ବାହାର ଖାଦ୍ୟର ପସରା ଗ୍ରାହକଙ୍କୁ ସବୁବେଳେ ଭିନ୍ନ ସ୍ବାଦ ଦେଇଥାଏ। ସେହିଭଳି ବଡ଼ ବଡ଼ ହୋଟେଲ ମଧ୍ୟ ବିଭିନ୍ନ ରାଜ୍ୟର ଖାଦ୍ୟ ମେଳା କରିଥାନ୍ତି। କେବଳ ସେହି ସମୟରେ ହିଁ ଭୁବନେଶ୍ୱରବାସୀ ଦେଶ ବିଦେଶର ଖାଦ୍ୟ ଖାଇବାର ସୁଯୋଗ ପାଆନ୍ତି। ଚାହିଦାକୁ ଦେଖି ଏବେ ସହରରେ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ଫାଷ୍ଟଫୁଡ୍‌ ସେଣ୍ଟରରେ ପଞ୍ଜାବ, ମୁମ୍ବାଇ, ଦିଲ୍ଲୀ, ଗୁଜରାଟ, ହାଇଦ୍ରାବାଦର ଖାଦ୍ୟ ଉପଲବ୍ଧ ହେଉଥିବାବେଳେ କିଛିଦିନ ହେବ କଶ୍ମୀର ଖାଦ୍ୟର ସୁଆଦ ରାଜଧାନୀବାସୀଙ୍କ ମନ ଜିଣୁଛି। ଭୁବନେଶ୍ୱରର ମନୀଷା ପଣ୍ଡାଙ୍କ ‘ମ୍ୟାଜିକ୍‌ ପ୍ୟାନ୍‌’ କିଚେନ୍‌ରୁ ଏଭଳି ନିଆରା ଖାଦ୍ୟର ସ୍ବାଦ ଓ ବାସ୍ନା ଧୀରେ ଧୀରେ ସହରର ସବୁଠି ପହଞ୍ଚତ୍ବାରେ ଲାଗିଛି।
‘ମ୍ୟାଜିକ୍‌ ପ୍ୟାନ୍‌’ର ସ୍ବତନ୍ତ୍ରତା ହେଉଛି କଶ୍ମୀର ଖାଦ୍ୟ। ଏହା ମଧ୍ୟରେ ରହିଛି ମଟନ ରୋଗାନ ଜୁସ୍‌, ମଟନ ରିସ୍ତା, ଗୁସ୍ତଭା, ତବାକ ମାଜ୍‌ ଭଳି ବିଭିନ୍ନ ସୁଆଦିଆ ଡିସ୍‌। ଏଥି ସହିତ ଅନ୍ୟାନ୍ୟ ଇଣ୍ଡିଆନ୍‌ ଫୁଡ୍‌ ଓ ଚାଇନିଜ୍‌ ଖାଦ୍ୟ ମଧ୍ୟ ମିଳୁଛି। ତେବେ ଏହାର କୌଣସି ଆଉଟ୍‌ଲେଟ୍‌ ନ ଥିବାବେଳେ ସତ୍ୟନଗରରେ ରହିଛି ରୋଷେଇଶାଳା। ଅନ୍‌ଲାଇନ୍‌ ଅର୍ଡର କଲେ ହିଁ ‘ମ୍ୟାଜିକ୍‌ ପ୍ୟାନ୍‌’ରୁ ସ୍ବାଦର ଯାଦୁ ମିଳିପାରିବ। ଏଥିପାଇଁ ସ୍ବିଗି ଓ ଜୋମାଟୋରେ ଅର୍ଡର କରିହେବ। ସେହିଭଳି ସତ୍ୟନଗରସ୍ଥିତ ମ୍ୟାଜିକ୍‌ ପ୍ୟାନ୍‌ର ରୋଷଇଶାଳାରୁ ମଧ୍ୟ ଅର୍ଡର ଦେଇ ସିଧାସଳଖ ଖାଦ୍ୟ ଆଣିପାରିବେ। ‘ମ୍ୟାଜିକ୍‌ ପ୍ୟାନ୍‌’ ସ୍ବାଦର ମ୍ୟାଜିକ୍‌ ଓ ତାଙ୍କ ପ୍ରୟାସ ସମ୍ପର୍କରେ ମନୀଷା କୁହନ୍ତି, ଗତ ୧୨ ବର୍ଷ ଧରି ଓଡ଼ିଶା ବାହାରେ ବିଭିନ୍ନ ରାଜ୍ୟରେ ରହିଆସିଛି। ସେଠାକାର ଘରୋଇ ତଥା ପ୍ରସିଦ୍ଧ ଖାଦ୍ୟ ବି ଖାଇଛି। ମୋର ବହୁତ ଜଣ କଶ୍ମୀର ସାଙ୍ଗ ଅଛନ୍ତି। ସେମାନଙ୍କ ଘରକୁ ଗଲେ ହାତରନ୍ଧା ଖାଦ୍ୟ ଖାଉଥିଲି ଓ ତାହାର ସ୍ବାଦ ମୋତେ ଭାରି ଭଲ ଲାଗୁଥିଲା। ଏପରି କି ସେମାନଙ୍କ ରୋଷେଇ ଶୈଳୀକୁ ଦେଖିବା ଓ ଜାଣିବାର ସୁଯୋଗ ମିଳିଥିଲା। ସେଥିରୁ ମୁଁ ପ୍ରେରଣା ପାଇଥିଲି। ଓଡ଼ିଶା ଫେରିବା ପରେ ମୁଁ କଶ୍ମୀର ଖାଦ୍ୟ ଓଡ଼ିଶାବାସୀଙ୍କୁ ଦେବା ପାଇଁ ଭାବିଥିଲି। ଏଥିପାଇଁ ବର୍ଷେ ତଳେ ‘ମ୍ୟାଜିକ୍‌ ପ୍ୟାନ୍‌’ ଖୋଲିବା ଲାଗି ଚିନ୍ତା କଲି। ତେବେ ବହୁକଷ୍ଟରେ ୬ଜଣ ରୋଷେୟାଙ୍କୁ ଖୋଜି ପାଇଲୁ। ପୂରା ପ୍ରସ୍ତୁତ ହେବା ପରେ ଗତ ୩ ମାସ ହେବ ଏହା ଖୋଲିଛି। ବ୍ରାଣ୍ଡ୍‌ ଆଓ୍ବାରନେସ୍‌ ପାଇଁ ପ୍ରଥମେ ପ୍ରଥମେ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ଏଠାରେ ଲୋକେ କଶ୍ମୀର ଖାଦ୍ୟ ଖାଇ ନ ଥିବାରୁ ସେମାନଙ୍କୁ ଏକ ନୂଆ ଟେଷ୍ଟ ଦେବା ପାଇଁ ଚେଷ୍ଟା କରୁଛୁ। ଆମ ମ୍ୟାଜିକ୍‌ ପ୍ୟାନ୍‌ ଧୀରେ ଧୀରେ ଗ୍ରାହକଙ୍କ ପସନ୍ଦ ହେବାରେ ଲାଗିଛି। ଆଗକୁ ଆହୁରି ଭଲ ରେସ୍‌ପଣ୍ଡ୍‌ କରିବ ବୋଲି ଆଶା କରୁଛୁ। ଆସନ୍ତା ଏକ ମାସ ଭିତରେ ଏକ ନୂଆ ଆଉଟ୍‌ଲେଟ୍‌ ଖୋଲାଯିବ। ଯେଉଁଠି ଲୋକେ ବସି ଖାଇବାର ବ୍ୟବସ୍ଥା ରହିବ। ତେବେ ସ୍ବାମୀଙ୍କ ସହ ମିଶି ସେ ଏହି କିଚେନ ଚଳାଉଛନ୍ତି। ଦୁଇଜଣ ଚାକିରିଆ ହୋଇ ମଧ୍ୟ ଖାଦ୍ୟ ବିଶେଷକରି କଶ୍ମୀର ଡିସ୍‌ ପ୍ରତି ଦୁର୍ବଳତା ଥିବାରୁ ଆମକୁ ଏଥିପାଇଁ ସମୟ ଦେଇ ଖୁସି ଲାଗୁଥିବା ମନୀଷା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri