ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେବି: ସବିତା

ବ୍ରହ୍ମପୁର ଅଫିସ,୭ା୩: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପାଇଁ ଭାଜପାର ମେୟର ପ୍ରାର୍ଥୀ ହେଲେ ଡ.ସବିତା ସୁଆର। ରାଜ୍ୟ କାର୍ଯ୍ୟାଳୟରୁ ତାଙ୍କ ନାମ ରବିବାର ଘୋଷଣା କରାଯାଇଛି। କାହାକୁ ପ୍ରାର୍ଥୀ ଚୟନ କରାଯିବ, ସେନେଇ ଭାଜପାରେ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ଶେଷ ମୁହୂର୍ତ୍ତରେ ତା’ର ଅନ୍ତ ଘଟିଛି। ସୋମବାର ସେ ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷରେ ବିଜେଡି ପରେ ଭାଜପାର ନାମ ଘୋଷଣା ହୋଇଥିବା ବେଳେ ରବିବାର ସୁଦ୍ଧା କଂଗ୍ରେସରୁ କାହାକୁ ପ୍ରାର୍ଥୀ କରାଯିବ ତାହା ଅସ୍ପଷ୍ଟ ରହିଛି। ୩ ଜଣଙ୍କ ନାମ ପ୍ରଦେଶ କଂଗ୍ରେସକୁ ପଠାଯାଇଛି ଏବଂ ରାତିସୁଦ୍ଧା ଜଣଙ୍କ ନାମ ଅନୁମୋଦିତ ହେବାର ଜିଲା କଂଗ୍ରେସ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଭାଜପାର ପ୍ରାର୍ଥୀ ଘୋଷଣା ପରେ ଯୋଗାଯୋଗ ବେଳେ ଧରିତ୍ରୀକୁ ସୁଆର କହିଛନ୍ତି, ଦୀର୍ଘ ଦୁଇ ଦଶନ୍ଧି ହେବ ସେ ଭାଜପାରେ ସକ୍ରିୟ ଅଛନ୍ତି ଏବଂ କେନ୍ଦ୍ରରେ ଦଳ ସରକାର ଗଠନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ସେବା ଓ ଶିକ୍ଷାର ବିସ୍ତାର ନିମନ୍ତେ କାର୍ଯ୍ୟ କରୁଛନ୍ତି। ସୁଆର ବ୍ରହ୍ମପୁରରେ ଥିବା ଏକ ଘରୋଇ କଲେଜର ଅଧ୍ୟକ୍ଷା ଅଛନ୍ତି। ମେୟର ଭାବେ ମହାନଗରବାସୀ ତାଙ୍କୁ ନିର୍ବାଚିତ କଲେ ଲୋକଙ୍କ ମୌଳିକ ସମସ୍ୟା ସମାଧାନକୁ ଗୁରୁତ୍ୱ ଦେବେ ଏବଂ ବିପର୍ଯ୍ୟସ୍ତ ରାସ୍ତାଘାଟ, ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଓ ସ୍ବାସ୍ଥ୍ୟ ସେବାରେ ଉନ୍ନତି କରିବାର ଦର୍ଶାଇଛନ୍ତି। ତାଙ୍କ ସ୍ବାମୀ ମଧ୍ୟ ଭାଜପାର ଜଣେ ଜଣାଶୁଣା ନେତା।
ଭାଜପାର ବରିଷ୍ଠ ନେତା ଏବଂ ଗତ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତି କହିଛନ୍ତି, ସୁଆରଙ୍କୁ ରାଜ୍ୟ ସଂଗଠନ ପକ୍ଷରୁ ପ୍ରାର୍ଥୀ ମନୋନୀତ କରାଯିବା ସ୍ବାଗତଯୋଗ୍ୟ ପଦକ୍ଷେପ। ସାମାନ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ମେୟର ପ୍ରାର୍ଥୀ ମନୋନୀତ କରାଯାଇଛି। ମହାନଗରବାସୀ ତାଙ୍କୁ ଆଶୀର୍ବାଦ କରି ଜିତାଇଲେ ରେଶମ ନଗରୀର ବିକାଶ ତ୍ୱରାନ୍ବିତ ହେବ ଓ ପୌର ଶାସନରେ ସ୍ବଚ୍ଛତା ଆସିପାରିବାର ପତି ଆଶା ପ୍ରକଟ କରିଛନ୍ତି। ପତି ଦଳର ବ୍ରହ୍ମପୁର ପୌର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri