Posted inଜାତୀୟ

ତିନି ଦଶକ ପରେ ଘାଟିରୁ ହଟିବ ଭୟ, କଶ୍ମୀରରେ ପ୍ରଥମ ମଲି୍ଟପ୍ଲେକ୍ସର ହେବ ଉଦ୍‌ଘାଟନ

ଜମ୍ମୁ,୨୦ ।୯: ନିକଟରେ କିଛି ବର୍ଷ ମଧ୍ୟରେ କଶ୍ମୀରର ଏକ ନୂଆ ରୂପ ସାମ୍ନାକୁ ଆସିବାକୁ ଯାଉଛି । ଏବେ ପ୍ରାୟ ଦୀର୍ଘ ୩ଦଶକ ପରେ ଘାଟିରେ ପୁଣିଥରେ କିଛି ଏମିତି ହେବାକୁ ଯାଉଛି ଯାହାକୁ ଲୋକେ ବଡ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ମଙ୍ଗଳବାର ସେଠାରେ ପ୍ରଥମ ମଲ୍ଟିପ୍ଲେକ୍ସର ଉଦ୍‌ଘାଟନ ହେବାକୁ ଯାଉଛି । ବଲିଉଡ ଅଭିନେତା ଆମିର ଖାଁଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢା’ର ବିଶେଷ ସ୍କ୍ରିନିଂ ସହ ମଙ୍ଗଳବାର ଏହି ମଲ୍ଟିପ୍ଲେକ୍ସ ସାଧାରଣ ଜନତାଙ୍କ ପାଇଁ ଖୋଲି ଦିଆଯିବ । ୩୦ ସେପ୍ଟେମ୍ବରରେ ହ୍ରିତିକ ରୋଶନ ଓ ଶୈଫ ଅଲି ଖାଁଙ୍କ ଅଭିନିତ ଫିଲ୍ମ ‘ବିକ୍ରମ ବେଧା’ର ସ୍କ୍ରିନିଂ ସହ ଏଠାରେ ନିୟମିତ ଭାବେ ଶୋ ଆରମ୍ଭ କରାଯିବ ।

କଶ୍ମୀରର ଏହି ପ୍ରଥମ ମଲି୍ଟପ୍ଲେକ୍ସରେ ମୋଟ ୫୨୦ ସିଟ କ୍ଷମତା ବିଶିଷ୍ଟ ୩ଟି ଫିଲ୍ମ ଥିଏଟର ରହିଛି । ସ୍ଥାନୀୟ ଭୋଜନକୁ ପ୍ରମୋଟ କରିବା ଉଦ୍ଦେଶ୍ୟରେ ଏହାର ପରିସରରେ ଏକ ‘ଫୁଡ କୋଟ’ ବି ରହିବ । ଆଇନକ୍ସ ଦ୍ୱାରା ସଂଚାଳିତ ମଲ୍ଟିପ୍ଲେକ୍ସର ନିର୍ଦ୍ଧାରିତ ଉଦଘାଟନ ଏମିତି ସମୟରେ କରାଯାଇଛି ଯେତେବେଳେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ରବିବାର ପୁଲୱାମା ଓ ଶୋପିଆନ ଜିଲାରେ ଗୋଟିଏ ଗୋଟିଏ ବହୁ ଉଦ୍ଦେଶ୍ୟ ସିନେମା ହଲର ଉଦଘାଟନ କରିଛନ୍ତି । ଘାଟିରେ ସିନେମା ହଲ ୩ ଦଶକ ପରେ ପୁଣିଥରେ ଖୋଲିଛି । ୧୯୮୯-୯୦ରେ ଆତଙ୍କବାଦୀଙ୍କ ଦ୍ୱାରା ଧମକ ଓ ଆକ୍ରମଣ ପରେ ଥିଏଟର ମାଲିକମାନେ ଘାଟିରେ ସିନେମା ହଲ ବନ୍ଦ କରି ଦେଇଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଲଖିମପୁର ଖେରି ଘଟଣାରୁ ନଜର ହଟାଇବା ପାଇଁ ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାକୁ କରାଯାଉଛି ହାଇଲାଇଟ୍‌: ସିବଲ

ନୂଆଦିଲ୍ଲୀ,୧୫ ।୧୦: ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶୁକ୍ରବାର ସେ ଏକ ଟୁଇଟ୍ କରି କେନ୍ଦ୍ର ସରକାରଙ୍କୁ...

ଅଯୋଧ୍ୟା ମାମଲା: ବିବାଦୀୟ ସ୍ଥଳରେ ପୂର୍ବରୁ ଥିଲା ରାମମନ୍ଦିର

ନୂଆଦିଲ୍ଲୀ,୨୦।୮: ଅଯୋଧ୍ୟା ମାମଲାର ଶୁଣାଣି ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ପୁଣି ଆରମ୍ଭ ହୋଇଛି। ରାମଲଲାଙ୍କ ପକ୍ଷରୁ ଆଇନଜୀବୀ ସି.ଏସ୍‌. ବୈଦନାଥନ୍‌ କହିଥିଲେ ଯେ, ବିବାଦୀୟ ସ୍ଥଳରେ ପୂର୍ବରୁ...

ପଞ୍ଜାବ କଂଗ୍ରେସରେ କନ୍ଦଳ ପୁଣି ତେଜିଲା

ଚଣ୍ଡିଗଡ,୨୪।୮: ପଞ୍ଜାବ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ଶେଷ ହେବାର ନାଁ ଧରୁନାହିଁ। ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ନିଯୁକ୍ତ କରାଯିବା ପରେ ସମସ୍ତ...

ବାବ୍ରି ମାମଲାର ରାୟ ଦେଇଥିବା ବିଚାରପତିଙ୍କ ସୁରକ୍ଷା ବୃଦ୍ଧିକୁ ନା

ନୂଆଦିଲ୍ଲୀ,୩।୧୧: ବାବ୍ରି ମସ୍‌ଜିଦ ଭଙ୍ଗ ମାମଲାର ରାୟ ଶୁଣାଇଥିବା ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କ ସୁରକ୍ଷା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଛନ୍ତି। ୨୦୧୫ରୁ...

ଦୁଇବର୍ଷ ପରେ ହେବାକୁ ଯାଉଛି ହରିୟାଣା ମନ୍ତ୍ରିମଣ୍ଡଳର ସଂପ୍ରସାରଣ

ଚଣ୍ଡିଗଡ଼,୨୮ ।୧୨: ହରିୟାଣା ମନ୍ତ୍ରିମଣ୍ଡଳର ମେଣ୍ଟ ସରକାର ଦୁଇବର୍ଷ ପରେ ପ୍ରଥମଥର ଲାଗି ମଙ୍ଗଳବାର ସଂପ୍ରସାରଣ ହେବାକୁ ଯାଉଛି । ନୂଆବର୍ଷ ପୂର୍ବରୁ ଭାରତୀୟ ଜନତା...

‘ଫେୟାର ଆଣ୍ଡ ଲଭ୍‌ଲି’ରୁ ହଟିବ ‘ଫେୟାର’

ନୂଆଦିଲ୍ଲୀ,୨୬ା୬:ଦେଶର ସର୍ବବୃହତ୍‌ କଞ୍ଜ୍ୟୁମର ପ୍ରଡକ୍ଟ ବ୍ରାଣ୍ଡ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ୍‌(ଏଚ୍‌ୟୁଏଲ୍‌) ଏହାର ଲୋକପ୍ରିୟ ଫେୟାରନେସ କ୍ରିମ୍‌ ‘ଫେୟାର ଆଣ୍ଡ ଲଭ୍‌ଲି’ର ନାମକୁ ବଦଳାଇବ। ଏହି ପ୍ରଡକ୍ଟର...

ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍‌

ଲକ୍ଷ୍ନୌ,୧୮।୮: ଉତ୍ତରପ୍ରଦେଶରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଗାଜିଆବାଦର ବିଧାୟକ ଅତୁଲ ଗର୍ଗ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସୋମବାର ତାଙ୍କୁ...

ଆନ୍ଧ୍ରରେ ଲାଗୁ ହେବନି ଏନ୍‌ଆର୍‌ସି

କଡ଼ପା,୨୪ା୧୨(ପି.ଟି.): ଆନ୍ଧ୍ରପ୍ରଦେଶରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ ହେବନି ବୋଲି ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ସୋମବାର କହିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ କଡପା...

Advertisement
Archives

Model This Week