Posted inଜାତୀୟ

କାଶୀ ବିଶ୍ୱନାଥ ମନ୍ଦିରର ଲୋକାର୍ପଣ କରିବେ ମୋଦି, କ’ଣ ରହିଛି ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୧୩ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ବାରାଣସୀ ଗସ୍ତରେ ଯାଇ ସାମବାର କାଶୀ ବିଶ୍ୱନାଥ ମନ୍ଦିରର ଶିଳାନ୍ୟାସ କରିବେ । ୧୩ ତାରିଖ ଅର୍ଥାତ୍ ସୋମବାର ଦିନ ପ୍ରାୟ ୧ଟା ବେଳେ ସେ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବେ ଏହାପରେ ପ୍ରାୟ ୩୩୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କାଶୀ ବିଶ୍ୱନାଥ ମନ୍ଦିରର ପ୍ରଥମ ଭାଗର ଉଦ୍‌ଘାଟନ କରିବେ । ନିଜ ସଂସଦୀୟ କ୍ଷେତ୍ର ବାରାଣସୀରେ ମୋଦିଙ୍କ ଏହି ଡ୍ରିମ ପ୍ରୋଜେକ୍ଟ ଟୁରିଜିମ କ୍ଷେତ୍ରକୁ ଆଗକୁ ବଢାଇବାରେ ସହଯୋଗ କରିବ । ତେବେ ଆଚାର୍ଯ୍ୟଙ୍କ ଦ୍ୱାରା ଦିଆଯାଇଥିବା ଶୁଭ ମୁହୂର୍ତ୍ତ ଅନୁଯାୟୀ ମୋଦି ଏହାର ଉଦ୍‌ଘାଟନ କରିବେ ବୋଲି ଜଣାପଡିଛି ।
ଗତ ୨୪୧ ବର୍ଷର ଇତିହାସରେ କାଶୀ ବିଶ୍ୱନାଥ ମନ୍ଦିରକୁ ତୃତୀୟ ଥର ରିନୋଭେଟ କରାଯାଇଛି । ଏହି ପବିତ୍ର ମନ୍ଦିରକୁ ମୋଗଲମାନେ ନଷ୍ଟ କରିଦେବାକୁ ଚାହୁଁଥିବା ବେଳେ ଅନେକ ଥର ଆକ୍ରମଣ ଯୋଗୁ ଏହାର ଅଧିକାଂଶ ଅଂଶ ନଷ୍ଟ ହାଇ ଯାଇଥିଲା । ସର୍ବ ପ୍ରଥମେ ଏହି ମନ୍ଦିରକୁ ୧୭୮୦ ମସିହାରେ ଅହିଲ୍ୟା ବାଇ ହୋଲକରଙ୍କ ଦ୍ୱାରା ରିନୋଭେଟ କରାଯାଇଥୀଲା । ଏହାପରେ ୧୮୫୩ରେ ମହାରାଜା ରଣଜୀତ ସିଂ ମନ୍ଦିରର ଅନେକ ସ୍ଥାନରେ ସୁନାରେ କିଛି କାମ କରିଥିଲେ । ଏହାପରେ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ଦିରର ଭବ୍ୟ କରିଡର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।
କରିଡରକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ମୁଖ୍ୟ ପରିସରକୁ ତିଆରି କରିବାକୁ ଲାଲ ବଲୁଆ ପଥର ବ୍ୟବହାର କରାଯାଇଛି । କରିଡରରେ ୪ ବଡ ବଡ ଗେଟ ରହିଛି, ଏହାର ଚାରି ପଟରେ ପ୍ରଦକ୍ଷିଣ ପଥ ନିର୍ମାଣ କରାଯାଇଛି । ଏହି ପ୍ରଦକ୍ଷିଣ ପଥରେ ଶଙ୍ଖମଲମଲରେ ୨୨ ଶିଳାଲେଖ ଲଗାଯାଇଛି । ଏଥିରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସ୍ମୃତି, କାଶୀ ବିଶ୍ୱନାଥର ସ୍ମୃତି ଓ ଭଗବାନ ଶଙ୍କରଙ୍କ ସହ ଜଡିତ ମହତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇଛି ।
ଏହାର ଏଣ୍ଟ୍ରି ଗେଟର ସଂରଚନାରେ ପାରମ୍ପରିକ ଶିଳ୍ପ କୌଶଳର ଉପଯୋଗ କରାଯାଇଛି, ଯାହା ଆମର ଇତିହାସ ଓ ସଂସ୍କୃତିକୁ ଦର୍ଶାଉଛି । କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟର ୱେବ ସାଇଟ ଅନୁଯାୟୀ ଏହି ମନ୍ଦିରକୁ ‘ସ୍ୱର୍ଣ୍ଣ ମନ୍ଦିର’ ମଧ୍ୟ କୁହାଯାଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷର ଝିଅ ଜୀବନ ବଞ୍ଚାଇପାରି ନ ଥିବାରୁ କ୍ଷମା ମାଗିଲା କେରଳ ପୋଲିସ

ଏର୍ନାକୁଲମ,୩୦।୭: କେରଳର ଏର୍ନାକୁଲମ ଜିଲାରେ ନିଖୋଜ ଜଣେ ୫ ବର୍ଷର ଝିଅକୁ ବଳାତ୍କାର ଓ ପରେ ହତ୍ୟା କରାଯାଇଛି। ଏହି ଘଟଣାରେ ଝିଅଟିକୁ ଉଦ୍ଧାର କରିପାରି...

ଶିବରାଜଙ୍କ ୧୪ ମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା କଂଗ୍ରେସ

ଭୋପାଳ, ୧୩।୧୦: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ପାଇଁ କଂଗ୍ରେସ ସଙ୍କଟ ସୃଷ୍ଟି କରିଛି। ଶିବରାଜଙ୍କ ୧୪ ଜଣ ମନ୍ତ୍ରୀଙ୍କ ବିରୋଧରେ ରାଜ୍ୟ କଂଗ୍ରେସ...

ଝିଅ ପାଇଁ ଭୋଟ ମାଗିବାବେଳେ ଭାବପ୍ରବଣ ହେଲେ କଂଗ୍ରେସ ନେତା

ଡେରାଡୁନ,୨।୨:କଂଗ୍ରେସ ନେତା ହରିଶ ରାୱତ ବୁଧବାର ଝିଅ ଅନୁପମା ରାୱତଙ୍କ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି। ଅନୁପମା ହେଉଛନ୍ତି ହରିଦ୍ୱାର ଗ୍ରାମୀଣ ବିଧାନସଭାର କଂଗ୍ରେସ ପ୍ରାର୍ଥୀ। ହରିଶ...

ଗଛରେ ବାଘର ଝୁଲନ୍ତା ମୃତଦେହ

ଭୋପାଳ, ୮।୧୨: ମଧ୍ୟପ୍ରଦେଶ ବିକ୍ରମପୁରର ପାନ୍ନା ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନରେ ଝୁଲନ୍ତା ଅବସ୍ଥାରେ ଏକ ବାଘର ମୃତଦେହ ମିଳିଛି। ଅଣ୍ଡିରା ବାଘର ବୟସ ୨ ବର୍ଷ...

ପାକିସ୍ତାନ ରୁଟ ଦେଇ ଯିବନାହିଁ ମୋଦିଙ୍କ ବିମାନ

ନୂଆଦିଲ୍ଲୀ,୧୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନ ରାସ୍ତାରୁ କିର୍ଗିଜ୍‌ସ୍ତାନ ଯିବ ନାହିଁ। ଭିଭିଆଇପି ବିମାନ ଓମାନ, ଇରାନ ଓ ମଧ୍ୟ ଏସିଆ ଦେଶ ଦେଇ...

ଦୁଇ ବ୍ୟକ୍ତିଙ୍କ କଳି ଭିତରେ ଗାଈ ଗଲା କୋର୍ଟ

ଯୋଧପୁର,୧୬।୬: ରାଜସ୍ଥାନ ଯୋଧପୁରର ଲୋକାଲ କୋର୍ଟରେ ଆଶ୍ଚର୍ଯ୍ୟ ହେବା ଭଳି ଏକ ମାମଲା ଦେଖିବାକୁ ମିଳିଛି। ଶନିବାର ଏହି କୋର୍ଟରେ ଏକ ଗାଈକୁ ହାଜର ହେବାକୁ...

ହାତରେ ମେହେନ୍ଦୀ, ହଳଦୀ ଲଗାଇ ବସିଥିଲା କନ୍ୟା: ହେଲେ ଆସିଲାନି ବର…

ମହାରାଜଗଞ୍ଜ,୧୭।୫: ବିବାହକୁ ନେଇ ଅନେକ ଯୁବକ ଯୁବତୀ ବହୁ ସ୍ବପ୍ନ ଦେଖିଥାନ୍ତି। ସାତଜନ୍ମ ଯାଏ ଏକାସାଙ୍ଗରେ ରହିବାଠାରୁ ଆରମ୍ଭ କରି ସଂସାର ଗଢ଼ିବା ପର୍ଯ୍ୟନ୍ତ କେତେ...

ରାସ୍ତାରେ ଧାନ ରୋଇଲେ ଗାଁ ଲୋକେ

ରାଞ୍ଚି, ୨୦।୭: ପ୍ରଶାସନିକ ଅବହେଳାର ଉଦାହରଣ ଝାଡ଼ଖଣ୍ଡର ରାଞ୍ଚି ନିକଟସ୍ଥ ସିଲାଗାଇ ଗାଁରେ ଦେଖିବାକୁ ମିଳିଛି। ଏଠାରେ ଅସରାଏ ବର୍ଷା ହେଲେ ଗାଁ ରାସ୍ତା କାଦୁଅରେ...

Advertisement
Archives

Model This Week