ଜମୁଛି କାର୍ତ୍ତିକ-ଅନନ୍ୟାଙ୍କ ଯୋଡ଼ି, ଟ୍ରେଲର ରିଲିଜ ପରେ ସାମ୍ନାକୁ ଆସିଲା…

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ ଅନନ୍ୟା ପାଣ୍ଡେଙ୍କ ରୋମାଣ୍ଟିକ-କମେଡି ଫିଲ୍ମ ‘ତୁ ମେରି ମୈ ତେରା ମୈ ତେରା ତୁ ମେରି’ର ଟ୍ରେଲର ଗୁରୁବାର ରିଲିଜ ହୋଇଛି। ଫିଲ୍ମ ରିଲିଜ ହେବାର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ନିର୍ମାତା ଟ୍ରେଲର ରିଲିଜ କରିଛନ୍ତି। ତେବେ ଏହି ଟ୍ରେଲର ଉପରେ ରହିଛି ସମସ୍ତଙ୍କ ନଜର।

ଟ୍ରେଲରଟି କାର୍ତ୍ତିକ ଆର୍ଯ୍ୟନଙ୍କଠାରୁ ଆରମ୍ଭ ହୋଇଛି। ଯିଏ କି ଜଣେ ଅତୀତ ଏବଂ ଭବିଷ୍ୟତକୁ ଭୁଲି ବର୍ତ୍ତମାନରେ ବଞ୍ଚିବାକୁ ଉଚିତ ମଣୁଛନ୍ତି। ତା’ପରେ ଅନନ୍ୟା ପାଣ୍ଡେଙ୍କୁ ପରିଚୟ କରାଇଥାଏ, ଯିଏ ଫିଲ୍ମରେ ଜଣେ ଲେଖିକା ଭୂମିକାରେ ଅଭିନୟ କରନ୍ତି। ୩ ମିନିଟ ୨୧ ସେକେଣ୍ଡର ଟ୍ରେଲରରେ ସୁନ୍ଦର ବିଦେଶୀ ସ୍ଥାନଗୁଡ଼ିକ ଖୁବ୍‌ ଆକର୍ଷଣୀୟ, କିନ୍ତୁ ଆଉ ସବୁକିଛି ପୂର୍ବ ଫିଲ୍ମଗୁଡ଼ିକଠାରୁ ପରିଚିତ ମନେ ହେବ।

‘ତୁ ମେରି ମୈ ତେରା ମୈ ତେରା ତୁ ମେରି’ର ଟ୍ରେଲର ଆପଣଙ୍କୁ ଏକ ସାଧାରଣ ରୋମାଣ୍ଟିକ-କମେଡିକୁ ମନେ ପକାଇଦେବ। ଯେଉଁଠାରେ ନାୟକ ଏବଂ ନାୟିକା ପ୍ରଥମେ ଭେଟୁଛନ୍ତି ଏବଂ ତା’ପରେ ମଜା କରନ୍ତି। ନାୟିକା ପ୍ରଥମେ ନାୟକଙ୍କ ଉପରେ ବିରକ୍ତ ହୋଇଯାଆନ୍ତି। ପରିସ୍ଥିତି ଯୋଗୁ ସେମାନେ ଏକାଠି ରୁହନ୍ତି ଏବଂ ତା’ପରେ ନାୟିକା ତାଙ୍କ ପ୍ରେମରେ ପଡ଼ିଯାଉଛନ୍ତି। ସେମାନଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହେଉଛି ଏବଂ ଶେଷରେ ଝଗଡ଼ା ହେଉଛି ତା’ପରେ ଏକ ଦୁଃଖଦ ଗୀତ ଶୁଣିବାକୁ ମିଳୁଛି। ତା’ପରେ ଫିଲ୍ମର ପୁରୁଣା ଖୁସିର ଶେଷ ମୁହୂର୍ତ୍ତ।

ଟ୍ରେଲରରେ ଜ୍ୟାକି ଶ୍ରଫ୍‌ ଏବଂ ନୀନା ଗୁପ୍ତା ପ୍ରମୁଖ ଭାବରେ ଅଭିନୟ କରିଥିବା ଅନ୍ୟ କଳାକାରଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି। ଟ୍ରେଲରରେ ସେମାନଙ୍କୁ ଅଧିକ ସମୟ ଦେଖିବାକୁ ମିଳୁନାହିଁ। କାର୍ତ୍ତିକ ଆର୍ଯ୍ୟନ ତାଙ୍କ ପରିଚିତ ଶୈଳୀରେ ଦେଖାଯାଇଛନ୍ତି। ତାଙ୍କୁ ଦେଖିଲେ ଲାଗୁଛି ଯେ ସେ ଭୁଲ ଭୁଲୈୟା ୨-୩, ଶେହଜାଦ ଏବଂ ଲୁକା ଛୁପି ପରି।

ସମୀର ବିଦ୍ୱାନଙ୍କ ନିର୍ଦ୍ଦେଶିତ, ‘ତୁ ମେରି ମୈ ତେରା ମୈ ତେରା ତୁ ମେରି’ କରନ ଜୋହରଙ୍କ ଧର୍ମ ପ୍ରଡକ୍ସନ ଦ୍ୱାରା ନିର୍ମିତ। ଏହି ଫିଲ୍ମ ଡିସେମ୍ବର ୨୫ରେ ଫିଲ୍ମ ହଲ୍‌ରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ନିର୍ମାତା ଫିଲ୍ମ ମୁକ୍ତିଲାଭ କରିବାର ଗୋଟିଏ ସପ୍ତାହ ପୂର୍ବରୁ ଟ୍ରେଲର ରିଲିଜ କରିଛନ୍ତି। ପୂର୍ବରୁ ଫିଲ୍ମର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା। ଲୋକେ ବି ଏହାକୁ ବେଶ୍‌ ଭଲ ଭାବରେ ଗ୍ରହଣ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଖ୍ରୀଷ୍ଟମାସରେ ମୁକ୍ତିଲାଭ କରୁଥିବା ଏହି ଫିଲ୍ମଟି ବକ୍ସ ଅଫିସରେ କିପରି ପ୍ରଦର୍ଶନ କରୁଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?