ସାରାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କାର୍ତ୍ତିକ

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ୍‌ ଭୁଲେୟା-୨’ ଆଜି ହଲ୍‌କୁ ଆସିଛି। ଏହା ସହିତ ‘ଶେହଜାଦ୍‌’ ସମେତ ଅନେକ ଫିଲ୍ମ ଚଳିତ ବର୍ଷ ଲାଇନରେ ଅଛି। କାର୍ତ୍ତିକ ବଲିଉଡ୍‌ର ଜଣେ ଦମ୍‌ଦାର ଅଭିନେତା। ଖାଲି ଯେ, କାର୍ତ୍ତିକ ଅଭିନୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ତା’ନୁହେଁ, ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀଙ୍କ ସହ ସମ୍ପର୍କକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚା ହୁଏ। ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ମଧ୍ୟର ସାରା ଅଲି ଖାନଙ୍କ ନାଁ ବି ରହିଛି। କିଛି ବର୍ଷ ହେଲା କାର୍ତ୍ତିକ ଏବଂ ସାରାଙ୍କ ସମ୍ପର୍କ ବିଷୟରେ ଚର୍ଚ୍ଚା ହେଉଛି। ଅବଶ୍ୟ ଏହି ଖବରକୁ ନେଇ ଦୁହେଁ କେବେ ମୁହଁ ଖୋଲି ନ ଥିଲେ। ଏବେ କିନ୍ତୁ ସାରାଙ୍କ ସହ ସମ୍ପର୍କକୁ ନେଇ କାର୍ତ୍ତିକ ନୀରବତା ଭାଙ୍ଗିଛନ୍ତି।

ସାରା ଏବଂ କାର୍ତ୍ତିକ ୨୦୨୦ରେ ‘ଲଭ୍‌ ଆଜ୍‌ କଲ୍‌-୨’ରେ ଏକାଠି କାମ କରିଥିଲେ। ଏହି ଫିଲ୍ମ ଶୁଟିଂ ସମୟରେ ଉଭୟଙ୍କ ଲିଙ୍କଅପ ବିଷୟରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ସାରା କିମ୍ବା କାର୍ତ୍ତିକ ବନ୍ଧୁତା ବ୍ୟତୀତ ଏହାକୁ କିଛି ଅଧିକ କହି ନ ଥିଲେ। ଫିଲ୍ମଟି ମୁକ୍ତିଲାଭ କରିଥିଲା। ଏବେ ଦୁହେଁ ଆଉ ଏକାଠି ଫିଲ୍ମ କରୁନାହାନ୍ତି। ଏହା ମଧ୍ୟ ଶୁଣିବାକୁ ମିଳିଥିଲା ବ୍ରେକ୍‌ଅପ୍‌ ପରେ ସାରା ଶ୍ରୀଲଙ୍କା ଚାଲିଯାଇଥିଲେ। ଏପରିକି ଦୁହେଁ ଦୁହିଁଙ୍କୁ ଇନ୍‌ଷ୍ଟାଗ୍ରାମରେ ଅନ୍‌ଫଲୋ କରିଦେଇଥିଲେ।

ଏକ ସାକ୍ଷାତକାରରେ କାର୍ତ୍ତିକ କହିଛନ୍ତି, ଏହା ଆଦୌ ନୁହେଁ। ଏହା କୌଣସି ଫିଲ୍ମ ପ୍ରମୋଶନ ପାଇଁ ନୁହେଁ। ମୁଁ କିପରି ବୁଝାଇବି? କହିବାକୁ ଚାହୁଁଛି ଆମେ ମଧ୍ୟ ମଣିଷ ଅଟୁ। ସବୁକିଛି ପ୍ରମୋଶନ ପାଇଁ ନୁହେଁ। ଅନ୍ୟପକ୍ଷରେ କିଛି ସମୟ ପୂର୍ବରୁ କାର୍ତ୍ତିକ ଏବଂ ସାରା ଏକ ଇଭେଣ୍ଟରେ ଏକାଠି ହୋଇଥିଲେ। ଦୁହିଁଙ୍କୁ ଏକାଠି କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଉଭୟଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଅନୁଷ୍କାଙ୍କ ସ୍ମାଇଲ୍‌

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା କିଛିଦିନର ବ୍ୟବଧାନ ପରେ ପୁଣି ଇନ୍‌ଷ୍ଟାଗ୍ରାମକୁ ଫେରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ଲଣ୍ଡନରେ ଥାଇ ନବଜାତ ପୁତ୍ର ଅକାୟଙ୍କ ଯତ୍ନ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି? ଅନୁରାଗ କାଶ୍ୟପ ଅତିଥି!

ମୁମ୍ବାଇ: ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri