ପାର୍ବଣରେ ପୁଣି ଫେରିଛି କରୋନା, ୩ ମାସ ଯାଏ ସତର୍କ ରୁହ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟରେ ଦିନେ ବଢ଼ିଲେ ଦିନେ କମୁଛି କରୋନା ସଂକ୍ରମଣ। ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଏହି ସମୟରେ ଭିଡ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ସହଯୋଗ ଲୋଡିଛନ୍ତି ସରକାର। ସତର୍କତା ଅବଲମ୍ବନ ନ କଲେ ସଂକ୍ରମଣ ନିଶ୍ଚିତ ଭାବେ ବୃଦ୍ଧି ପାଇବ ବୋଲି ଡିଏମ୍‌ଏଇଟି ସିବିକେ ମହାନ୍ତି କହିଛନ୍ତି।

ଏହାଛଡ଼ା ଆସନ୍ତା ୩ ମାସ ସତର୍କ ରୁହ। ସହଯୋଗ ନ କଲେ ସଂକ୍ରମଣ ବଢ଼ିବ। ପାର୍ବଣ ସମୟରେ ସାମାଜିକ ଦୂରତା ରହୁ ନ ଥିବା ବେଳେ ମାସ୍କ ବ୍ୟବହାର କମ୍‌ ଦେଖିବାକୁ ମିଳେ। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ୩ ମାସ ଯାଏ ଅଧିକ ସଚେତନ ରହିବାକୁ କହିଛନ୍ତି। ପାର୍ବଣ ସମୟରେ ଏହାକୁ ମାନିବାର ଆବଶ୍ୟକତା ଅଛି। ସାମାନ୍ୟ ଢ଼ିଲାପଣ ବିପଦକୁ ଡାକିପାରେ। ଏଥିରେ ସହଯୋଗ ନ କଲେ ଭବିଷ୍ୟତରେ ସଂକ୍ରମଣ ବଢ଼ିବାର କାରଣ ଆମେ ନିଜେ ସାଜିବା ବୋଲି ଡିଏମ୍‌ଇଟି କହିଛନ୍ତି। ସତର୍କତା ହିଁ ସଂକ୍ରମଣ ବୃଦ୍ଧି ଉପରେ ରୋକ ଲଗାଇପାରିବ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିରନ୍ତର ଯୋଗାଯୋଗରେ ରହିଛନ୍ତି ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ କରୋନା ତଥ୍ୟରେ ଅମେଳ

ଭୁବନେଶ୍ୱର, ୨୦ା୬(ବ୍ୟୁରୋ): ରାଜ୍ୟରେ ପ୍ରତିଦିନ ନୂଆ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ସେହିଭଳି ଅନେକ ଆକ୍ରାନ୍ତ ମଧ୍ୟ ସୁସ୍ଥ ହେଉଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ...

ମରି ପଡ଼ିଥିଲେ ମହିଳା, କୁନିଝିଅ କହିବା ପରେ ଜଣାପଡ଼ିଲା ପୂରା ଘଟଣା

ବଲାଙ୍ଗୀର ଅଫିସ,୨୭ା୧୨: ବଲାଙ୍ଗୀର ସହର ସାଗରପଡ଼ାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସାଗରପଡ଼ା ଶିବ ମନ୍ଦିର ନିକଟ ଘର ଭିତରୁ ଜଣେ ବିଧବା...

ପୂରଣ ହେବ ୧୧,୦୦୬ ନର୍ସିଂ ଅଫିସର ପଦବୀ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ୧୧,୦୦୬ ନୂତନ ନର୍ସିଂ ଅଫିସର...

ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ସମ୍ମିଳନୀ : ବିନା କାରଣରେ ଅଧ୍ୟାପକଙ୍କୁ କଲେଜ ଛାଡ଼ିବା ମନା

ଭୁବନେଶ୍ୱର, ୨।୮(ବ୍ୟୁରୋ) : ଏଣିକି ପାଠପଢା ସମୟରେ ଅଧ୍ୟାପକମାନେ ବିନା କାରଣରେ କଲେଜ ଛାଡ଼ି ଯାଇପାରିବେ ନାହିଁ। ଅଧିକାଂଶ ସମୟରେ ଅଧ୍ୟାପକମାନେ କାମ ବାହାନାରେ ଶିକ୍ଷାଦାନ ଛାଡ଼ି...

ରାଜଧାନୀରେ ମାଡି ଚାଲିଛି କରୋନା: ଆଉ ୧୦୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩୦।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ମାଡି ଚାଲିଛି କରୋନା। ଗୁରୁବାର ଆଉ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୯ ଜଣ କ୍ୱାରାଣ୍ଟାଇନରୁ ହୋଇଥିବାବେଳେ ୪୬ ଲୋକାଲ...

କଟ୍‌ ଅଫ୍‌ ମାର୍କରେ ରେଭେନ୍ସା ଆଗରେ

ଭୁବନେଶ୍ୱର, ୨୭।୯(ବ୍ୟୁରୋ): ଯୁକ୍ତ୨ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ ୫୪,୬୩୩ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ସେମାନଙ୍କ...

୮ ମହଲାରୁ ଡେଇଁ ଜୀବନ ହାରିଲେ ବ୍ୟକ୍ତି

ଭୁବନେଶ୍ୱର,୪।୫(ବ୍ୟୁରୋ): ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ ଚନ୍ଦ୍ରମା ଆପାଟମେଣ୍ଟର ୮ ମହଲାରୁ ଡେଇଁ ସୋମବାର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିୟୁସି ମୋହନ...

ବିବାହ ପାଇଁ ଲୁଚାଇ ଥିଲେ କୋଭିଡ୍‌ ରିପୋର୍ଟ

ଦିଗପହଣ୍ଡି,୨୧।୫: ଗତ ସୋମବାର କୋଭିଡ୍‌ ଟେଷ୍ଟ କରାଇଥିଲେ। କିନ୍ତୁ ରିପୋର୍ଟ ଆସିଲା ପଜିଟିଭ୍‌। ଏ ସମ୍ପର୍କରେ ବରଙ୍କ ପରିବାର ଲୋକେ ଜାଣିଥିଲେ। ଏହାସତ୍ତ୍ୱେ ବାହା ହେବାକୁ...

Advertisement
Archives

Model This Week