Posted inଖେଳ

ଉଗାଣ୍ଡା ଅଲିମ୍ପିକ ଟିମ୍‌ର ଜଣେ ସଦସ୍ୟଙ୍କୁ କରୋନା

ଟୋକିଓ, ୨୧ା୬ (ଏପି)-ଉଗାଣ୍ଡା ଅଲିମ୍ପିକ ଟିମ୍‌ରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଉ ୫ସପ୍ତାହ ପରେ ଟୋକିଓ ଗେମ୍ସ ଆରମ୍ଭ ହେବ। ଏଥିରେ ଭାଗ ନେବା ଲାଗି ଇତିମଧ୍ୟରେ ଯେତେଜଣ ଆଥ୍‌ଲେଟ ଆସି ପହଞ୍ଚତ୍ଛନ୍ତି ସେମାନଙ୍କ ମଧ୍ୟରେ ଏହା ପ୍ରଥମ ଦୃଷ୍ଟାନ୍ତ। ଉଗାଣ୍ଡା ଦଳର ଅନ୍ୟ ୮ ସଦସ୍ୟଙ୍କୁ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ସେଣ୍ଟ୍ରାଲ ଜାପାନରେ ଅବସ୍ଥିତ ଆୟୋଜକ ସହର ଓସାକାକୁ ନିଆଯାଇଛି। ଏହି ସହର ଏବେ ବି କୋଭିଡ୍‌ ମୁକ୍ତ ନୁହେଁ। ଉଗାଣ୍ଡା ଆଥ୍‌ଲେଟମାନେ ଶନିବାର ଟୋକିଓର ନାରିଟା ବିମାନବନ୍ଦରରେ ଅବତରଣ କରିଥିଲେ। ସମସ୍ତେ କରୋନା ଭ୍ୟାକ୍ସିନ ନେଇ ସାରିଥିଲେ। ସେମାନଙ୍କର ନେଗେଟିଭ୍‌ ପିସିଆର ଟେଷ୍ଟ ହୋଇଥିଲା। ପଜିଟିଭ ଚିହ୍ନଟ ସଦସ୍ୟଙ୍କର ପରିଚୟ ଦିଆଯାଇନାହିଁ। ମହାମାରୀ ସମୟରେ ଅଲିମ୍ପିକ୍ସ ଆୟୋଜନ ଏକପ୍ରକାର ରିସ୍କ ବୋଲି ଅନେକ କହୁଛନ୍ତି। ଏହା ସତ୍ତ୍ୱେ ଗେମ୍ସର ସୁରକ୍ଷିତ ଆୟୋଜନ ନେଇ ଟୋକିଓ ଆୟୋଜକ ଏବଂ ଜାପାନ ସରକାର ବଦ୍ଧପରିକର। ଆୟୋଜକଗଣ କିଛି ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ଦେବା ସମ୍ପର୍କରେ ସୋମବାର ନିଷ୍ପତ୍ତି ନେବେ। ବିଦେଶ ଦର୍ଶକଙ୍କୁ ବହୁ ପୂର୍ବରୁ ବାରଣ କରାଯାଇ ସାରିଛି। ଅଲିମ୍ପିକ୍ସରେ ଅଂଶଗ୍ରହଣ ପାଇଁ ଅଷ୍ଟ୍ରେଲିଆ ମହିଳା ସଫ୍ଟବଲ୍‌ ଟିମ୍‌ ପରେ ଦ୍ୱିତୀୟ ଦଳ ଭାବେ ଉଗାଣ୍ଡା ଟିମ୍‌ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯାହାଙ୍କୁ ଦିନେ କୋଳରେ ଧରିଥିଲେ ଲିଓନେଲ ମେସି, ଫାଇନାଲରେ ତାଙ୍କ ସହ କରିବେ ମୁକାବିଲା: ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ନୂଆଦିଲ୍ଲୀ,୧୬।୭: ୨୦୨୬ ଫିଫା ବିଶ୍ୱକପ ଫାଇନାଲ ପାଇଁ ଲାଇନ ଅପ ସ୍ଥିର ହୋଇଛି। ଟାଇଟଲ ମୁକାବିଲା ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବ। ପ୍ରଥମ ସେମିଫାଇନାଲ୍‌ରେ ଫ୍ରାନ୍ସକୁ…

ଇତିହାସରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା-ସ୍ପେନ୍‌ ମଧ୍ୟରେ ବିଶ୍ୱକପ ଫାଇନାଲ

ଆଟଲାଣ୍ଟା, ୧୬।୭: ୭ ମିନିଟ ବ୍ୟବଧାନରେ ୨ ଗୋଲ ବଳରେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏଥର ପୁଣି ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ…

କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର: ୨୦୨୭ ବିଶ୍ୱକପରେ ଦେଖିବାକୁ ମିଳିପାରେ ୩ଟି ହାଇଭୋଲ୍ଟେଜ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ,୧୬।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ସଦାସର୍ବଦା ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି । ଆଇସିସି (ICC) ଟର୍ନାମେଣ୍ଟଗୁଡ଼ିକରେ ପ୍ରଶଂସକଙ୍କୁ ଏହି ରୋମାଞ୍ଚକର…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ପୂର୍ବତନ ଅଧିନାୟକ ଲରେନ୍ସଙ୍କ ବଡ଼ ଦାବି, ଏହି ଦଳ ଜିତିବ ଫିଫା ବିଶ୍ୱକପ୍‌

ନୂଆଦିଲ୍ଲୀ,୧୫ା୭: ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ କ୍ଲାଇମାକ୍ସ ଲରେନ୍ସଙ୍କ ମତରେ ଫ୍ରାନ୍ସ ବିପକ୍ଷ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ସ୍ପେନ୍‌ ଚଳିତ ଫିଫା ବିଶ୍ୱକପ୍‌ ଜିତିବ।…

ICCର ବଡ଼ ନିଷ୍ପତ୍ତି: ବଦଳିଲା ODI ଓ T20 ବିଶ୍ୱକପ୍ ଫର୍ମାଟ୍, ଏଣିକି ହେବ…

ନୂଆଦିଲ୍ଲୀ,୧୫ା୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପୁରୁଷ T20 ବିଶ୍ୱକପ୍ ଏବଂ ODI ବିଶ୍ୱକପରେ ବଡ଼ ପରିବର୍ତ୍ତନ ଘୋଷଣା କରିଛି । ICC ପୁରୁଷ T20 ବିଶ୍ୱକପ୍…

ଫିଫା ବିଶ୍ୱକପ୍‌: ରାତି ସାଢ଼େ ୩ ଯାଏ ଖୋଲା ରହିବ ହୋଟେଲ, ରେଷ୍ଟୁରାଣ୍ଟ

ବେଙ୍ଗାଲୁରୁ, ୧୫ା୭: ଚଳିତ ଫିଫା ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କର୍ନାଟକ ସରକାର ବେଙ୍ଗାଲୁରୁରେ ଥିବା ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟକୁ ରାତି ୩ଟା ୩୦ ପର୍ଯ୍ୟନ୍ତ ଖୋଲା…

ମ୍ୟାଚ ଜିତିବା ପରେ ଶୁବମନଙ୍କ ପାଇଁ କୋହଲି କଲେ ଏମିତି କିଛି, ଜିତିନେଲେ ସମସ୍ତଙ୍କ ମନ; ଭାଇରାଲ ଭିଡିଓ ଦେଖିଲେ…

ବର୍ମିଂହାମ,୧୫।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳର ଚମତ୍କାର ବିଜୟ ପରେ, ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri