Posted inଜାତୀୟ

ସ୍କୁଲରେ ଖ୍ରୀଷ୍ଟମାସ ପାଳନ କରେଇ ଦେଲେ ନାହିଁ

ବେଙ୍ଗାଲୁରୁ,୨୪।୧୨: କର୍ନାଟକ ମାଣ୍ଡ୍ୟା ଜିଲାର ଏକ ସ୍କୁଲରେ ଗୁରୁବାର ଖ୍ରୀଷ୍ଟମାସ ପାଳନକୁ ବନ୍ଦ କରି ଦେଇଛନ୍ତି ହିନ୍ଦୁତ୍ୱବାଦୀ ଗୋଷ୍ଠୀର କର୍ମକର୍ତ୍ତା। ସେମାନେ ସ୍କୁଲ ଭିତରେ ପସି ଅଧିକାରୀଙ୍କୁ ଧମକ ଦେଇଥିଲେ। ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି ଭିଡିଓ ଏବେ ଭାଇରାଲ ହେଉଛି।

ନିର୍ମଳା ଇଂଲିଶ ହାଇସ୍କୁଲ ଓ କଲେଜ ପ୍ରଧାନଶିକ୍ଷୟତ୍ରୀଙ୍କ ଅନୁଯାୟୀ, ଛାତ୍ରୀଛାତ୍ରମାନେ ସ୍କୁଲରେ ଖ୍ରୀଷ୍ଟମାସ ପାଳନ କରୁଥିବା ବେଳେ ଦକ୍ଷଣପନ୍ଥୀ ଗୋଷ୍ଠୀର କିଛି ସଦସ୍ୟ ସ୍କୁଲ ପରିସରକୁ ପସି ଆସିଥିଲେ।

“ଆମେ ପ୍ରତିବର୍ଷ ଖ୍ରୀଷ୍ଟମାସ ପାଳନ କରୁ। କିନ୍ତୁ ମହାମାରୀ ଜନିତ କଟକଣା କାରଣରୁ ଆମେ ଚଳିତ ବର୍ଷ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛି। କିଛି ଛାତ୍ରୀଛାତ୍ର ଛୋଟ ଆକାରରେ ଏକ ଉତ୍ସବ ଆୟୋଜନ କରିଥିଲେ। ସେମାନେ ନିଜ ଆଡ଼ୁ ଟଙ୍କା ଆଦାୟ କରି ଅର୍ଡର କରିଥିଲେ କେକ୍‌। ଏହା ଉପରେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବିଭାବକ ପ୍ରଶ୍ନ ଉଠାଇଥିଲେ” ବୋଲି ପ୍ରଧାନଶିକ୍ଷୟତ୍ରୀ କନିକା ଫ୍ରାନ୍ସିସ ମେରି କହିଛନ୍ତି।

ସ୍କୁଲରେ ଖ୍ରୀଷ୍ଟିଆନ ଧର୍ମର ପ୍ରଚାର ଚାଲିଥିବା ଦକ୍ଷିଣପନ୍ଥୀ ଗୋଷ୍ଠୀକୁ ସୂଚନା ଦେଇଥିଲେ ଉକ୍ତ ଅବିଭାବକ। ସେମାନେ ହିନ୍ଦୁ ପର୍ବ ପାଳନ କରୁ ନାହାନ୍ତି। କିନ୍ତୁ ଖ୍ରୀଷ୍ଟମାସ ପାଳନ କରୁଥିବା କହିଥିଲେ। ଏହା ଜାଣିବା ପରେ ହିନ୍ଦୁତ୍ୱ ଗୋଷ୍ଠୀର କର୍ମକର୍ତ୍ତା ସ୍କୁଲ ମଧ୍ୟକୁ ପସି ଆସି ପ୍ରଶ୍ନ କରିଥିଲେ ସ୍କୁଲ ମ୍ୟାନେଜମେଣ୍ଟଙ୍କୁ। ଭିଡିଓରେ ଜଣେ ବ୍ୟକ୍ତି ସ୍କୁଲ ଅଧିକାରୀଙ୍କୁ ପଚାରିଥିଲେ, ସ୍କୁଲ ପରିସରରେ କାହିଁକି ହିନ୍ଦୁ ପର୍ବ ପାଳନ କରାଯାଉ ନାହିଁ?

ଅନ୍ୟ ଜଣେ ବ୍ୟକ୍ତି ଧମକ ଦେଇ କହୁଛନ୍ତି, ଆମେ ଏହି ନିଷ୍ପତ୍ତି ତୁମ ଉପରେ ଛାଡ଼ୁଛୁ। ଯଦି ଆମେ ପରିସ୍ଥିତି ହାତକୁ ନେବୁ, ତେବେ ଦୃଶ୍ୟ ଭିନ୍ନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପରମବୀର ହ୍ବିସିଲବ୍ଲୋୟର ନୁହନ୍ତି

ନୂଆଦିଲ୍ଲୀ, ୬।୧୨(ପି.ଟି.): ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଆଇନ ଅନୁଯାୟୀ ହ୍ବିସିଲ୍‌ବ୍ଲୋୟର ବିବେଚନା କରାଯାଇପାରିବ ନାହିଁ। କାରଣ ତାଙ୍କର ବଦଳି ହେବା ପରେ...

ଡ୍ରେନ ସଫା ନ ହେବାରୁ କଣ୍ଟ୍ରାକ୍ଟର ଉପରେ ଅଳିଆ ପକାଇଲେ ବିଧାୟକ

ମୁମ୍ବାଇ,୧୩।୬: ଜଣେ କଣ୍ଟ୍ରାକ୍ଟରକୁ ରାସ୍ତାରେ ଜମା ହୋଇଥିବା ବର୍ଷା ପାଣିରେ ବସାଇ ଅଳିଆ ପକାଇଛନ୍ତି ସିବ ସେନାର ଜଣେ ବିଧାୟକ। ଠିକ୍‌ ସମୟରେ ଡ୍ରେନ ସଫା...

ଲଙ୍କା ଦହନ ପୂର୍ବରୁ ରାମଲୀଳା ମଞ୍ଚରେ ଭୟଙ୍କର ଅଗ୍ନିକାଣ୍ଡ

ଇଟାଓ୍ବା,୪।୧୦: ଉତ୍ତରପ୍ରଦେଶ ଇଟାଓ୍ବା ଜିଲା ଜନପଦର ଭର୍ଥାନାରେ ସୋମବାର ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ରାମଲୀଳା ମଞ୍ଚରେ ଅଗ୍ନିକାଣ୍ଡ ଘଟିବାରୁ ଭୟଭୀତ ହୋଇ ଲୋକମାନେ...

୧୭ରେ ଆସୁଛନ୍ତି ୬ ଆଫ୍ରିକୀୟ ଚିତା

ଭୋପାଳ,୭।୯:୧୯୪୭ରେ ଭାରତର ଶେଷ ଚିତାର ମୃତ୍ୟୁ ଘଟିଥିଲା ଛତିଶଗଡ଼ର କୋରେଆ ଜିଲାରେ। ଏହା ପରେ ବିଶ୍ୱର ଦ୍ରୁତତମ ପ୍ରାଣୀକୁ ଦେଶରେ ବିଲୁପ୍ତ ଘୋଷଣା କରାଯାଇଥିଲା। ଏହାର...

ଆତଙ୍କବାଦୀଙ୍କ ୯ ଗୁଳି ବାଜିବା ପରେ ମୃତ୍ୟୁ ସହ ସଂଗ୍ରାମରେ ବିଜେତା ହୋଇଥିଲେ ଚେତନ ଚିତା; ଏବେ କୋଭିଡ୍‌ ସହ ଲଢ଼ୁଛନ୍ତି ଯୁଦ୍ଧ

ନୂଆଦିଲ୍ଲୀ,୩।୬: ସାହସିକତାର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ କିର୍ତ୍ତୀ ଚକ୍ରରେ ପୁରସ୍କୃତ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌) କମାଣ୍ଡାଣ୍ଟ ଚେତନ ଚିତାଙ୍କ ସ୍ବାସ୍ଥାବସ୍ଥା ଗୁରୁତର ରହିଛି।...

ମୋ ସ୍ବାମୀଙ୍କ ଭଳି ଅନ୍ୟ କେହି ଭାରତରେ ଜନ୍ମ ନ ହୁଅନ୍ତୁ, କହିଲେ ଏହି ଗ୍ୟାଙ୍ଗଷ୍ଟାରଙ୍କ ସ୍ତ୍ରୀ

ଲକ୍ଷ୍ନୌ,୨୪।୭: ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ରିଚା ଦୁବେ ମୁହଁ ଖୋଲିଛନ୍ତି। ସେ...

ବେପରୁଆ ଭାବେ କରୋନା ରୋଗୀଙ୍କ ମୃତଦେହକୁ ଅଟୋରିକ୍ସାରେ ବୁହାଗଲା

ନିଜାମାବାଦ,୧୨।୭: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବଢି ବଢି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ହସ୍ପିଟାଲ କର୍ମଚାରୀଙ୍କ...

ଜାମିଆରେ ଫୁଟିଲା ଗୁଳି

ନୂଆଦିଲ୍ଲୀ, ୪ା୨(ପି.ଟି.): ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ ଜାରି ରହିଥିବା ବେଳେ ରବିବାର ରାତିରେ ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ନିକଟରେ ପୁଣି ଗୁଳିକାଣ୍ଡ...

Advertisement
Archives

Model This Week