Posted inଜାତୀୟ

ସ୍କୁଲରେ ଖ୍ରୀଷ୍ଟମାସ ପାଳନ କରେଇ ଦେଲେ ନାହିଁ

ବେଙ୍ଗାଲୁରୁ,୨୪।୧୨: କର୍ନାଟକ ମାଣ୍ଡ୍ୟା ଜିଲାର ଏକ ସ୍କୁଲରେ ଗୁରୁବାର ଖ୍ରୀଷ୍ଟମାସ ପାଳନକୁ ବନ୍ଦ କରି ଦେଇଛନ୍ତି ହିନ୍ଦୁତ୍ୱବାଦୀ ଗୋଷ୍ଠୀର କର୍ମକର୍ତ୍ତା। ସେମାନେ ସ୍କୁଲ ଭିତରେ ପସି ଅଧିକାରୀଙ୍କୁ ଧମକ ଦେଇଥିଲେ। ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି ଭିଡିଓ ଏବେ ଭାଇରାଲ ହେଉଛି।

ନିର୍ମଳା ଇଂଲିଶ ହାଇସ୍କୁଲ ଓ କଲେଜ ପ୍ରଧାନଶିକ୍ଷୟତ୍ରୀଙ୍କ ଅନୁଯାୟୀ, ଛାତ୍ରୀଛାତ୍ରମାନେ ସ୍କୁଲରେ ଖ୍ରୀଷ୍ଟମାସ ପାଳନ କରୁଥିବା ବେଳେ ଦକ୍ଷଣପନ୍ଥୀ ଗୋଷ୍ଠୀର କିଛି ସଦସ୍ୟ ସ୍କୁଲ ପରିସରକୁ ପସି ଆସିଥିଲେ।

“ଆମେ ପ୍ରତିବର୍ଷ ଖ୍ରୀଷ୍ଟମାସ ପାଳନ କରୁ। କିନ୍ତୁ ମହାମାରୀ ଜନିତ କଟକଣା କାରଣରୁ ଆମେ ଚଳିତ ବର୍ଷ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛି। କିଛି ଛାତ୍ରୀଛାତ୍ର ଛୋଟ ଆକାରରେ ଏକ ଉତ୍ସବ ଆୟୋଜନ କରିଥିଲେ। ସେମାନେ ନିଜ ଆଡ଼ୁ ଟଙ୍କା ଆଦାୟ କରି ଅର୍ଡର କରିଥିଲେ କେକ୍‌। ଏହା ଉପରେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବିଭାବକ ପ୍ରଶ୍ନ ଉଠାଇଥିଲେ” ବୋଲି ପ୍ରଧାନଶିକ୍ଷୟତ୍ରୀ କନିକା ଫ୍ରାନ୍ସିସ ମେରି କହିଛନ୍ତି।

ସ୍କୁଲରେ ଖ୍ରୀଷ୍ଟିଆନ ଧର୍ମର ପ୍ରଚାର ଚାଲିଥିବା ଦକ୍ଷିଣପନ୍ଥୀ ଗୋଷ୍ଠୀକୁ ସୂଚନା ଦେଇଥିଲେ ଉକ୍ତ ଅବିଭାବକ। ସେମାନେ ହିନ୍ଦୁ ପର୍ବ ପାଳନ କରୁ ନାହାନ୍ତି। କିନ୍ତୁ ଖ୍ରୀଷ୍ଟମାସ ପାଳନ କରୁଥିବା କହିଥିଲେ। ଏହା ଜାଣିବା ପରେ ହିନ୍ଦୁତ୍ୱ ଗୋଷ୍ଠୀର କର୍ମକର୍ତ୍ତା ସ୍କୁଲ ମଧ୍ୟକୁ ପସି ଆସି ପ୍ରଶ୍ନ କରିଥିଲେ ସ୍କୁଲ ମ୍ୟାନେଜମେଣ୍ଟଙ୍କୁ। ଭିଡିଓରେ ଜଣେ ବ୍ୟକ୍ତି ସ୍କୁଲ ଅଧିକାରୀଙ୍କୁ ପଚାରିଥିଲେ, ସ୍କୁଲ ପରିସରରେ କାହିଁକି ହିନ୍ଦୁ ପର୍ବ ପାଳନ କରାଯାଉ ନାହିଁ?

ଅନ୍ୟ ଜଣେ ବ୍ୟକ୍ତି ଧମକ ଦେଇ କହୁଛନ୍ତି, ଆମେ ଏହି ନିଷ୍ପତ୍ତି ତୁମ ଉପରେ ଛାଡ଼ୁଛୁ। ଯଦି ଆମେ ପରିସ୍ଥିତି ହାତକୁ ନେବୁ, ତେବେ ଦୃଶ୍ୟ ଭିନ୍ନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri