Posted inଜାତୀୟ

ଇସ୍ତଫା ଦେଲେ କର୍ନାଟକ ମନ୍ତ୍ରୀ ଇଶ୍ୱରପ୍ପା

ବେଙ୍ଗାଲୁରୁ,୧୫।୪: କର୍ନାଟକରେ ଠିକାଦାର ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟା କୁ ନେଇ ବିବାଦରେ ଫସିଥିବା ଭାଜପା ନେତା ତଥା ଗ୍ରାମୀଣ ବିକାଶ ଓ ରାଜ୍ୟମନ୍ତ୍ରୀ କେଏସ୍‌ ଇଶ୍ୱରପ୍ପା କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ମୁଖ୍ୟ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ଭେଟି ଇଶ୍ୱରପ୍ପା ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ଦେବା ପରେ ଇଶ୍ୱରପ୍ପାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯାହାକୁ ନେଇ ସମର୍ଥକମାନେ ମୁଖ୍ୟମନ୍ତ୍ରୀ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ଦୁର୍ନୀତି ଅଭିଯୋଗକୁ ନେଇ ବିବାଦରେ ଥିବା ଭାଜପାର ଏହି ଟାଣୁଆ ନେତା ପୁଣିଥରେ ମନ୍ତ୍ରିମଣ୍ଡଳକୁ ଫେରିବେ ବୋଲି କହିବା ସହ ଦଳୀୟ କର୍ମୀମାନଙ୍କୁ ବ୍ୟସ୍ତ ନ ହେବା ପାଇଁ କହିଛନ୍ତି। ଇସ୍ତଫା ପୂର୍ବରୁ ସେ ଶକ୍ତି ପ୍ରଦର୍ଶନ ସ୍ବରୂପ ବିଶାଳ କାର୍‌ ଶୋଭାଯାତ୍ରାରେ ବେଙ୍ଗାଲୁରୁ ଆସିଥିଲେ। ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ କରି ଶିଭମୋଗାରେ ଦଳୀୟ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେ ଦଳର ନେତାଙ୍କୁ ଅସୁବିଧାରେ ପକାଇବାକୁ ଚାହାନ୍ତି ନାହିଁ। ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଇସ୍ତଫା ପ୍ରଦାନ କରିଥିବା କହିଛନ୍ତି। ତଦନ୍ତରୁ ସେ ନିର୍ଦ୍ଦୋଷ ପ୍ରମାଣିତ ହୋଇ ପୁଣିଥରେ ମନ୍ତ୍ରିମଣ୍ଡଳକୁ ଫେରିବେ ବୋଲି ଈଶ୍ୱରାପ୍ପା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ସନ୍ତୋଷ ପାଟିଲ ନାମକ ଜଣେ ଠିକାଦାରଙ୍କ ମୃତଦେହ ଉଡୁପିରୁ ଉଦ୍ଧାର କରାଯାଇଥିଲା। ନିଜର ମୃତ୍ୟୁ ପାଇଁ ମନ୍ତ୍ରୀ ଇଶ୍ୱରପ୍ପାଙ୍କୁ ସେ ଦାୟୀ କରିବା ସହ ଏକ ଚିଠି ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଏମିତି ଟୁଇଟ୍‌ କଲେ ଗମ୍ଭୀର

ନୂଆଦିଲ୍ଲୀ, ୩।୬: ଭାଜପା ଏମ୍‌ପି ଗୌତମ ଗମ୍ଭୀରଙ୍କ ଫାଉଣ୍ଡେଶନ ବେଆଇନ ଭାବେ କୋଭିଡ୍‌-୧୯ ଔଷଧ କିଣିଥିଲା। ଆଉ ତାହାକୁ ବିନା ଅନୁମତିରେ ବାଣ୍ଟି ଥିଲେ ବୋଲି...

ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ, ୧୯ରେ ଫଳାଫଳ

ନୂଆଦିଲ୍ଲୀ,୨୮।୮: କଂଗ୍ରେସ ସଭାପତି ନିର୍ବାଚନ ତାରିଖ ରବିବାର ଘୋଷଣା କରାଯାଇଛି। ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୨୨ ସେପ୍ଟେମ୍ବରରେ ବିଜ୍ଞପ୍ତି...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଉପହାର ରାଜନୀତି

ଭୋପାଳ,୫।୩: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଜନ୍ମଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏକ ବଡ଼ ଘୋଷଣା କରିଛନ୍ତି। ପିସିସି ମୁଖ୍ୟ କମଲ ନାଥ...

ଚାକିରି ନ ଥିବାରୁ ଯୁବକଙ୍କୁ ମିଳୁନି କନ୍ୟା:ପାଓ୍ବାର

ମୁମ୍ବାଇ,୫।୧: ବେରୋଜଗାରକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର କେନ୍ଦ୍ର ଏବଂ ମହାରାଷ୍ଟ୍ରର ଭାଜପା ସରକାରଙ୍କ ଉପରେ ବର୍ଷିଛନ୍ତି। ପୁଣେରେ ‘ଜନ ଜାଗରଣ ଯାତ୍ରା’ରେ ସେ...

ଚିଠିରୁ ହଟଚମଟ

ମୁମ୍ବାଇ,୨୨ା୩: ଫେବୃୟାରୀ ୨୫ରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆ ବାହାରେ ଏକ ଏସ୍‌ୟୁଭିରୁ ୨୦ ଜିଲାଟିନ୍‌ ଷ୍ଟିକ୍‌ ଜବତ ହୋଇଥିଲା। କିଛି...

ସ୍ଥଗିତ ହେବନି ତ୍ରିପୁରା ପୌର ନିର୍ବାଚନ

ନୂଆଦିଲ୍ଲୀ, ୨୪।୧୧: ତ୍ରିପୁରା ପୌର ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ତ୍ରିପୁରା ହିଂସାକାଣ୍ଡ ଘଟଣାକୁ...

କଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ଜଣେ ବିହାର ବାସିନ୍ଦା ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ

ଜମ୍ମୁ,୧୨ ।୮: ଜମ୍ମ-କଶ୍ମୀରରେ ଆତଙ୍କବାଦୀମାନେ ପୁଣିଥରେ ସାଧାରଣ ଜନତାଙ୍କୁ ଟାର୍ଗେଟ କରିଛନ୍ତି । ଘାଟିର ବାନ୍ଦିପୋରା ଜିଲାର ଅଜସ ସ୍ଥିତ ସଦୁନାରା ଅଞ୍ଚଳରେ ଆତଙ୍କବାଦୀମାନେ ଜଣେ...

ଅଗଷ୍ଟ ୧୫ ସୁରକ୍ଷା ବ୍ୟବସ୍ଥା, ଲାଲ କିଲ୍ଲାରେ ମୁତୟନ ହେବେ ୧୦ ହଜାର ପୋଲିସ, ଗୁଡ଼ି ଉଡ଼ାଇବା ମନା…

ନୂଆଦିଲ୍ଲୀ, ୮।୮ : ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀ ପୋଲିସ ପକ୍ଷରୁ ଐତିହାସିକ ଲାଲ କିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି...

Advertisement
Archives

Model This Week