Posted inଜାତୀୟ

ପାକିସ୍ତାନକୁ ଭାରତର କଡ଼ା ଜବାବ: ପ୍ରଥମେ ନିଜ ଘର ସମ୍ଭାଳ

ନୂଆଦିଲ୍ଲୀ,୧୦।୨: ,୧୦।୨: କର୍ନାଟକରେ ଚାଲିଥିବା ହିଜାବ ବିବାଦକୁ ନେଇ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସକୁ ଜବାବ ତଲବ କରିଛି। ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ କର୍ନାଟକରେ ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀଙ୍କ ଉପରେ ହୋଇଥିବା ନିଷେଧାଦେଶକୁ ନିନ୍ଦା କରିଛନ୍ତି। ତେବେ ଗୁରୁବାର ଭାରତୀୟ କୂଟନୀତିଜ୍ଞ ସୁରେଶ କୁମାର ପାକିସ୍ତାନର ଅଭିଯୋଗକୁ ଅମୂଳକ କହି ନିଜ ଘର ନିଜେ ସମ୍ଭାଳିବା ସହ ନିଜ ଦେଶର ପୂର୍ବ ରେକର୍ଡକୁ ଦେଖିବାକୁ କହିଛନ୍ତି।
ଏହାପୂର୍ବରୁ ହିଜାବ ବିବାଦକୁ ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମହମୁଦ କୁରେସି ଏ ସମ୍ପର୍କରେ ବିଶ୍ୱ ଚିନ୍ତାପ୍ରକଟ କରିବା ଉଚିତ ବୋଲି ଟୁଇଟ୍‌ କରିଥିଲେ। ଜବାବରେ ଏଆଇଏମଏଆଏମ ସୁପ୍ରିମୋ ଆସାଦୁଦ୍ଦିନ ଓଓ୍ବାଇସି କହିଛନ୍ତ, କର୍ନାଟକର ହିଜାବ ମାମଲା ଏହା ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ। ବାହାର ଲୋକ ଏଥିରେ ହସ୍ତକ୍ଷେପ କରିବା ଅନୁଚିତ୍‌। ପାକିସ୍ତାନ ତାର ନିଜ କଥା ବୁଝୁ। ଯେଉଁ ଦେଶ ମଲାଲାଙ୍କୁ ସୁରକ୍ଷା ଦେଇପାରିଲା ନାହିଁ ସେମାନେ ଭାରତର ଝିଅମାନଙ୍କ ଶିକ୍ଷା ବ୍ୟବସ୍ଥା ଉପରେ ବାଣୀ ଦେବା ଅନୁଚିତ। ଏହା ହେଉଛି ଆମ ପ୍ରସଙ୍ଗ ଏଥିରେ ମୁଣ୍ଡଖେଳେଇବା ଅନାବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକୁଟିଆ ଥିବାବେଳେ ଝିଅମାନେ ଗୁଗୁଲର ଏସବୁ ସାଇଟ୍‌ ଅଧିକ ସର୍ଚ୍ଚ କରନ୍ତି, ସର୍ଭେରୁ ଜଣାପଡ଼ିଲା…

ନୂଆଦିଲ୍ଲୀ, ୧୯।୧ : ସମ୍ପ୍ରତି ଗୁଗୁଲ ଏପରି ଏକ ପ୍ଲାଟଫର୍ମରେ ପରିଣତ ହୋଇଛି ଯାହା ଉପରେ ୟୁଜର ଯେ କୌଣସି କାମ ପାଇଁ ନିର୍ଭର କରୁଛନ୍ତି।...

କାମେଶ୍ୱର ଚୌପାଲ ହୋଇପାରନ୍ତି ବିହାର ଉପମୁଖ୍ୟମନ୍ତ୍ରୀ

ପାଟନା,୧୩।୧୧: ବିହାରରେ ବିଧାନସଭା ନିର୍ବାଚନର ଫଳାଫଳ ସହିତ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରାବର ଏନଡିଏ ନେତାମାନେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।...

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ବିଦା ହେଲେ କମଲନାଥ

ନୂଆଦିଲ୍ଲୀ,୩୦।୧୦-ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବା ଅଭିଯୋଗରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥଙ୍କୁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ...

ଇରାନରୁ ଫେରିଲେ ୪୪ ଭାରତୀୟ

ମୁମ୍ବାଇ/ନୂଆଦିଲ୍ଲୀ,୧୪ା୩(ପି.ଟି.): କରୋନା ସଂକ୍ରମିତ ଇରାନରୁ ଦ୍ୱିତୀୟ ପର୍ଯ୍ୟାୟରେ ୪୪ ଭାରତୀୟ ପର୍ଯ୍ୟଟକ ଫେରିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଇରାନ ଏୟାରର ଏକ ବିମାନରେ...

ଚିନ୍ତାରେ ଲାଲୁ, ବଢିଲା ସୁଗାର-ବିପି

ପାଟନା,୨୨ ।୨: ଗୋଖାଦ୍ୟ ଦୁର୍ନିତି ମାମଲରେ ସୋମବାର ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଓ...

କରୋନାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: କେଜରିଓ୍ବାଲ

ନୂଆଦିଲ୍ଲୀ,୩୦।୫: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଏହାକୁ ନେଇ ସରକାର କେତେ ପ୍ରସ୍ତୁତ ଅଛନ୍ତି ସେକଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ...

ଏହି ବ୍ୟକ୍ତିଙ୍କଠାରେ ହେବ କରୋନା ଟୀକାର ମାନବ ପରୀକ୍ଷଣ

ନୂଆଦିଲ୍ଲୀ, ୮।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। କରୋନା ସଂକ୍ରମଣ ରୋକିବା ଲାଗି ଦେଶରେ ଅଗଷ୍ଟ ୧୫ଠାରୁ କରୋନା ଟୀକା ପରୀକ୍ଷା କରାଯିବାର ଯୋଜନା...

ସଂକ୍ରମଣ ଶୀର୍ଷ ଅତିକ୍ରମ କରି ସାରିଛି କେରଳ: ଏମ୍ସ୍‌…

ନୂଆଦିଲ୍ଲୀ,୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଆତଙ୍କ ସୃଷ୍ଟି ହୋଇଛି। କେରଳରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଯୋଗୁ ଦେଶର...

Advertisement
Archives

Model This Week