କରୀନାଙ୍କ ପୁସ୍ତକକୁ ନେଇ ତେଜିଲା ବିବାଦ

ଜବଲପୁର,୨୦।୭: ବଲିଉଡ୍‌ ବେବୋ କରୀନା କପୁର ଖାଁ ନିକଟରେ ନିଜର ଗର୍ଭବତୀ ସମୟର ଅନୁଭୂତି ବିଷୟରେ ଏକ ପୁସ୍ତକ ଲେଖିଥିଲେ। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି। କରୀନାଙ୍କ ଲିଖିତ ପୁସ୍ତକ ‘ପ୍ରେଗ୍‌ନାନ୍ସି ବାଇବେଲ’କୁ ନେଇ ଜବଲପୁରରେ ଥିବା ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟ ବିରୋଧ କରିଛି। ଏଥିସହ ଏହି ପୁସ୍ତକର ନାମ ବଦଳାଇବାକୁ ସେମାନେ ଦାବି କରିଛନ୍ତି। ସୂଚନାଯୋଗ୍ୟ, କରୀନାଙ୍କ ଲିଖିତ ପୁସ୍ତକର ନାମ ହେଉଛି ‘ପ୍ରେଗ୍‌ନାନ୍ସି ବାଇବେଲ’। ବାଇବେଲ୍‌ ଖ୍ରୀଷ୍ଟଧର୍ମର ଧାର୍ମିକ ଗ୍ରନ୍ଥର ନାମ। ତେଣୁ ଏହାକୁ ନେଇ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଲୋକେ ଆପତ୍ତି ଉଠାଇଛନ୍ତି ଏବଂ ଏହାର ନାମ ବଦଳାଇବାକୁ ସେମାନେ ଦାବି କରିଛନ୍ତି। ଏହି ମାମଲାକୁ ନେଇ ସର୍ଭେ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟ ପକ୍ଷରୁ ମଧ୍ୟପ୍ରଦେଶ ଜବଲପୁର ଓମଟି ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ପୁସ୍ତକର ଶୀର୍ଷକରୁ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାକୁ ଚେଷ୍ଟା କରାଯାଇଛି ବୋଲି ଉକ୍ତ ସମ୍ପ୍ରଦାୟ ଅଭିଯୋଗ କରିଛି। ତେଣୁ ଉକ୍ତ ପୁସ୍ତକରୁ ବାଇବେଲ୍‌ ଶବ୍ଦ ହଟାଇବାକୁ ସର୍ଭେ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍କିପକ୍ସ ଟିକା ପ୍ରସ୍ତୁତି ନେଇ ସିରମ-ଭାରତ ବାୟୋଟେକ ମଧ୍ୟରେ ବ୍ୟଗ୍ରତା

ନୂଆଦିଲ୍ଲୀ,୪ ।୮: କରୋନା ଭଳି ଏବେ ମଙ୍କିପକ୍ସ ଟିକାକୁ ନେଇ ଦେଶର ଦୁଇଟି ନାମୀ ଟିକା ପ୍ରସ୍ତୁତକାରୀ କମ୍ପାନୀ ମଧ୍ୟରେ ବ୍ୟଗ୍ରତା ଦେଖାଦେଇଛି । ଗତଥର...

ବିବାହ ବନ୍ଧନରେ ବାନ୍ଧି ହେଲେ ‘ଦ ଫେମ ଗେମ’ର ଅଭିନେତା

ଗତ କିଛି ମାସ ବଲିଉଡ ଠାରୁ ଆରମ୍ଭ କରି ଟେଲି ଜଗତରେ ମଧ୍ୟରେ ଅନେକ ସେଲିବ୍ରିଟି ବିବାହ କରୁଛନ୍ତି। ତେବେ ଟେଲି ଜଗତର ଆଉ ଏକ...

ଏହି ଅଭିନେତ୍ରୀଙ୍କ ଗୋଟିଏ ଫଟୋରେ କୋଟିକୋଟି ପ୍ରଶଂସକ ପାଗଳ

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ତଥା ଅନିଲ କପୁରଙ୍କ ଲଳନା ସୋନମ କପୁର ଇଣ୍ଡଷ୍ଟ୍ରିରେ ଜଣେ ପରିଚିତ ଅଭିନେତ୍ରୀ। ସେ ତାଙ୍କ କ୍ୟାରିୟରରେ ଏ ପର୍ଯ୍ୟନ୍ତ...

୧୨ ବର୍ଷ ପୂର୍ବେ ୩୪ ଝିଅଙ୍କ ମା’ ହୋଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ର ଡିମ୍ପଲ ଗର୍ଲ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା ୩୧ ଜାନୁୟାରୀରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ୯୦ ଦଶକର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି...

ହଂସଲ ମେହେଟାଙ୍କ ଟୁଇଟ୍ ଦେଖି କଙ୍ଗନା କହିଲେ ‘ଅଚ୍ଛା ଶିଲା ଦିଆ ତୁନେ ମେରେ ପ୍ୟାର କା’

ମୁମ୍ବାଇ: ବଲିଉଡ୍‌ରେ ବହୁ ଫିଲ୍ମ ସହ ୱେବ ସିରିଜ ନିର୍ମାଣ କରିଥିବା ହଂସଲ ମେହେଟା ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ...

୨୪ ଘଣ୍ଟାରେ ୩୦୬ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗିଲାଣି। ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣରେ ୩୦୬ ଜଣଙ୍କ ମୃତ୍ୟୁ ହେବା...

ଏକଦା ଆମିରଙ୍କୁ ପ୍ରଶଂସକ ଭାବେ ଚିଠି ଲେଖିଥିଲେ ଏହି ଅଭିନେତ୍ରୀ , ପୂରା ଘଟଣା ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଏକଦା ଅମିର ଖାନ୍‌ଙ୍କୁ ଚିଠି ଲେଖିଥିଲେ। ଏ ନେଇ ସେ ନିକଟରେ କହିଥିଲେ। ‘ରଙ୍ଗିଲା’ ଫିଲ୍ମରେ ଅମିରଙ୍କ ଅଭିନୟ ତାଙ୍କୁ...

‘ମୋଦିଙ୍କୁ ମିଳୁ ଭାରତ ରତ୍ନ’

ନୂଆଦିଲ୍ଲୀ,୬ା୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ସୋମବାର ଉଚ୍ଛେଦ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି...

Advertisement
Archives

Model This Week