ଫିଲ୍ମ ‘ଲାଲ ସିଂ ଚଢା’ର ଫିମେଲ ଲିଡ ରୋଲ ପାଇଁ ଅଡିଶନ ଦେଇଥିଲେ କରିନା

ମୁମ୍ବାଇ: ଅଭିନେତ୍ରୀ କରିନା କପୁର ଖାଁ ତାଙ୍କ ଅପକମିଂ ଫିଲ୍ମ ଲାଲ ସିଂ ଚଢାକୁ ନେଇ ଖୁବ୍ ଏକ୍ସାଇଟେଡ ଅଛନ୍ତି । ଏହି ଫିଲ୍ମର ରିଲିଜକୁ ଦର୍ଶକେ ଯେତିକି ଉତ୍ସାହର ସହ ଅପେକ୍ଷା ରଖିଛନ୍ତି ନିଜେ କରିନା ବି ଏହାକୁ ସେତିକି ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । କରିନା ଏବେ ଏହି ଫିଲ୍ମର ପ୍ରମୋଶନରେ ବିଜି ଅଛନ୍ତି । ଏହି ଫିଲ୍ମ ପାଇଁ ସେ ଖୁବ୍ ପରିଶ୍ରମ କରିଥିବା ନିକଟରେ କହିଥିଲେ । ଏଥିରେ ସେ ରୂପା ଭୂମିକାରେ ନଜର ଆସିବେ । ଏବେ ଏହି ଚରିତ୍ରର ଖୁବ୍ ଚଚ୍ଚା ହେଉଛି । ଅଭିନେତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି ଫିଲ୍ମର ଫିମେଲ ଲିଡ ଚରିତ୍ରରେ ଅଭିନୟ ପାଇଁ ତାଙ୍କୁ ଅଡିଶନ ଦେବାକୁ ପଡିଥିଲା ଆଉ ଏହା ପରେ ଯାଇ ସେ ମନୋନୀତ ହୋଇଥିଲେ ।

କରିନା ତାଙ୍କର ଏକ ସାକ୍ଷାତ୍‌କାରରେ କହିଥିଲେ କି ଲାଲ ସିଂ ଚଢା ପାଇଁ ତାଙ୍କୁ ଯେଉଁ ରୋଲ ଦିଆଯାଇଥିଲା ସେଥିପାଇଁ ଆମିର ଖାଁ ଓ ତାଙ୍କ ଟିମ୍ ୧୦୦ ପ୍ରତିଶତ ସୁନିଶ୍ଚିତ ହେବାକୁ ଚାହୁଁଥିଲେ କି ସେ ଏଥିପାଇଁ ଫିଟ ଅଛନ୍ତି ନା ନାହିଁ । ଏହି ଅଡିଶନ ପାଇଁ ପତି ଶୈଫ ଅଲି ଖାଁ କରିନାକୁ ପ୍ରୋତ୍ସାହିତ କରିଥିବା ସେ ପ୍ରକାଶ କରିଛନ୍ତି । କରିନା କହିଛନ୍ତି ଅଦୈତ ଓ ଅତୁଲ କୁଲକର୍ଣ୍ଣି ଏହାକୁ ଭଲ ଢଙ୍ଗରେ ଲେଖିଛନ୍ତି । ଆପଣମାନେ ଯେତେବେଳେ ରୂପା ଚରିତ୍ର ଦେଖିବେ , ଏହା ସତକୁ ସତ ଲାଲ ସିଂ ଚଢାର ଆତ୍ମା ବୋଲି କରିନା କହିଛନ୍ତି । କରିନା ଆହୁରି ମଧ୍ୟ କହିଛନ୍ତି ଆଜି କେହି ଷ୍ଟାର ନୁହେଁ ସମସ୍ତେ ଜଣେ ଜଣେ କଳାକାର । ଗ୍ୟାରେଣ୍ଟି ଦିଆଯାଇ ନ ପାରେ ଯେ କାଲି କହାର ଫିଲ୍ମ ୫୦ କୋଟିରେ ଓପନିଂ ହୋଇଯାଇପାରେ । କରିନାଙ୍କ ଏହି ସାକ୍ଷାତ୍‌କାର ଏବେ ସୋସିଆଲ ମିଡିଆରେ ଭଇରାଲ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?