ପ୍ରଶାସନର ଦୃଷ୍ଟି ଆଢୁଆଳରେ କରକ ଜଳପ୍ରପାତ

କୋକସରା, ୧୪।୧୨ (ଡି.ଏନ.ଏ) ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କଳାହାଣ୍ଡି ଜିଲା। ସେଥି ମଧ୍ୟରୁ କୋକସରା ବ୍ଲକ ଆମପାଣି ପଞ୍ଚାୟତ ଆମପାଣି ସାହାଜଖୋଲ ଜଙ୍ଗଲ ପାଦଦେଶରେ ଥିବା ‘କରକ’ ଜଳପ୍ରପାତ ଅନ୍ୟତମ। ଶୀତ ଋତୁରେ ଏଠାରେ ବଣଭୋଜି କରିବା ପାଇଁ ଛୁଟି ଆସିଥାନ୍ତି ଜିଲା ତଥା ଜିଲା ବାହାରୁ ଶହ ଶହ ପର୍ଯ୍ୟଟକ। ହେଲେ ଏହାର ଉନ୍ନତି ଦିଗରେ ପ୍ରଶାସନର ଦୃଷ୍ଟି ପଡୁ ନ ଥିବା ଓ ପ୍ରଚାର ପ୍ରସାର ଅଭାବ ଯୋଗୁ ଲୋକଲୋଚନକୁ ଆସିପାରୁ ନାହିଁ ଏହି ‘କରକ’ ଜଳପ୍ରପାତ। ବ୍ଲକ ମୁଖ୍ୟ କାର୍ଯ୍ୟାଳୟଠାରୁ ଜାତୀୟ ରାଜପଥ ଦେଇ ୧୫ କି.ମି. ରାସ୍ତା ଗଲେ ପଡେ ଆମପାଣି। ସେଠାରୁ ଆଉ ୩ କି.ମି. ଅତିକ୍ରମ ପରେ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ଜଳପ୍ରପାତ। ଝରଣାର କୁଳୁକୁଳୁ ଶବ୍ଦ ଓ ପକ୍ଷୀର କିଚିରି ମିଚିରି ସ୍ବର ପର୍ଯ୍ୟଟକଙ୍କୁ ବେଶ୍‌ ଆମୋଦିତ କରିଥାଏ। ଆଦିବାସୀ ଅଧ୍ୟୁଷିତ କୋକସରା ଇଲାକରେ ଲୁକ୍କାୟିତ ଭାବେ ରହିଥିବା ଏହି ମନୋରମ ସ୍ଥାନରେ ବଣଭୋଜି ଓ ପ୍ରକୃତି କୋଳରେ ଦିନଟିଏ ବିତାଇବା ପାଇଁ ପ୍ରକୃତିପ୍ରମୀଙ୍କୁ ଟାଣି ଆଣୁଛି। ଝରଣାର ଝର ଝର ଶବ୍ଦ ଓ ବଣଭୋଜି କରିବାର ମଜା ସହ ସେଲ୍ଫିର ମଜାରେ ବିଭୋର ହୋଇଥାନ୍ତି ପର୍ଯ୍ୟଟକ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଏହି ସ୍ଥାନର ବିକାଶ ଦିଗରେ ସ୍ଥାନୀୟ ପ୍ରଶାସନ କିମ୍ବା ଜିଲା ପ୍ରଶାସନ ଦୃଷ୍ଟି ଦେଲେ ଲୋକ ଲୋଚନକୁ ଆସିବା ସହ ଆଗକୁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ମନ୍ତ୍ରୀ

କୋକସରା,୬।୪(ଡି.ଏନ୍‌.ଏ.): ହନୁମାନ ଜନ୍ମୋତ୍ସବ ଅବସରରେ କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁରେ ଥିବା ବଜରଙ୍ଗବଳୀ ମନ୍ଦିରରେ ହନୁମାନ ଜୟନ୍ତୀ ମହାଆଡମ୍ବରରେ ପାଳନ କରାଯାଇଛି। ଏହି ଉପଲକ୍ଷେ...

ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

କେସିଙ୍ଗା,୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଅନ୍ତର୍ଗତ କୁଣ୍ଡାବନ୍ଦ ପଞ୍ଚାୟତ ହରିଜନପଡ଼ାରେ ରବିବାର ଜଣେ ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା...

ସରକାରୀ ଯୋଜନାରୁ ବଁଚିତ୍‌ ବୁରୁଧ୍‌ ବାସନ୍ତି

  କଲମପୁର, ୧୮।୧ (ଡି.ଏନ୍‌.ଏ)- କଳାହାଣ୍ଡି ଜିଲା କଲମପୁର ବ୍ଲକ ପଣ୍ଡିଗଁା ପଁଚେତ୍‌ ଅଧୀନ ପାତ୍ରବସା ଗାଁର ବାସନ୍ତି ପୁଝାରୀ(୬୫)। ଅନେକ ଦିନ୍‌ ହେଲା ଆପ୍‌ନେ...

ଗଛରେ ପିଟିହେଲା ଆମ୍ବୁଲାନ୍ସ: ରୋଗୀଙ୍କ ସମେତ ଆମ୍ବୁଲାନ୍ସ କର୍ମଚାରୀ ମୃତ

ଭବାନୀପାଟଣା,୧୭।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜୟପାଟଣା ଡାକ୍ତରଖାନାରୁ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା...

ବୋର୍ଡା ସିଏଚ୍‌ସିକୁ ପଶିଲା କରୋନା: ଫାର୍ମାସିଷ୍ଟ ପଜିଟିଭ୍‌ 

ଭବାନୀପାଟଣା,୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବୋର୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଶନିବାର ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବୋର୍ଡା ସିଏଚ୍‌ସିକୁ ମଧ୍ୟ...

ଗିରଫ ବେଳେ ଥାନା ଅଧିକାରୀଙ୍କୁ ଛୁରାମାଡ଼

ଭବାନୀପାଟଣା,୯।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ଥାନା ମୁଖୀଗୁଡ଼ା ଓଏଚ୍‌ପିସି କର୍ମଚାରୀ କୁଳମଣି ରଥ ଶନିବାର ରାତିରେ କର୍ମଚାରୀ କାଳୁଚରଣ ଭୂୟାଁ ଓ ତାଙ୍କ ପୁଅ ଦୀପ୍ତିକୃଷ୍ଣଙ୍କୁ...

ଆସିଥିଲେ ସମ୍ପର୍କୀୟ ଘରକୁ ବୁଡ଼ିଗଲେ ପୋଖରୀରେ

ଜୁନାଗଡ଼,୧୧।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହର ହିଙ୍ଗଲିବାହାଲି ସ୍ଥିତ ପୋଖରୀରେ ବୁଡି ଜଣେ ଯୁବକଙ୍କ ବୁଧବାର ମୃତ୍ୟୁ ଘଟିଛି। ମୃତକ ହେଲେ କୋକସରା ଥାନା ଝାରକୁଣ୍ଡାମାଲ...

ସରକାରୀ ଯୋଜନାର ବହୁତ୍‌ ଦୂରେ କ୍ଷେତ୍ର: ବଁଚ୍‌ବାର ରାହା ଦେଖେଛେ ମହୁରୀ

ପର୍ଲା, ୧୮।୧୨ (ଡି.ଏନ୍‌.ଏ.)-ସମିଆ ଆର ପରିସ୍ଥିତି ସବୁକେ ଉଲଟ ପାଲଟ କରିଦେସି। ହେଲେ ସମିଆ ଆର ପରିସ୍ଥିତି ସଂଗେ ଯେ ଯୁଝି ଜାନିଛେ ସେ ଜୀବନ୍‌ରେ...

Advertisement
Archives

Model This Week