Posted inରାଜ୍ୟ

କପିଳାସ ଜୁ’ ଦେଖିବ କଲରାପତରିଆ

ବଦଳିବ କପିଳାସ ପ୍ରାଣୀ ଉଦ୍ୟାନର କଳେବର। ମାନ୍ୟତା ମିଳିବାର ଦୀର୍ଘ ୨୫ବର୍ଷ ପରେ ଜୁ’କୁ ଅଣାଯିବ କଲରାପତରିଆ। ଗୁରାଣ୍ଡି, କୃଷ୍ଣସାର ମୃଗ, ଗୟଳ, କୋକିଶିଆଳି ଭଳି ଅନ୍ୟ ୧୦ ପ୍ରଜାତିର ବନ୍ୟପ୍ରାଣୀ ଏହାର ବାତାବରଣକୁ ସମୃଦ୍ଧ କରିବେ। ଏମାନଙ୍କ ରହିବା ପାଇଁ ନିର୍ମାଣ କରାଯାଉଛି ସ୍ବତନ୍ତ୍ର ଏନ୍‌କ୍ଲୋଜର। ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଜୋର୍‌ସୋର୍‌ରେ ଆଗେଇ ଚାଲିଛି। ଯଦି ସବୁକିଛି ଠିକ୍‌ଠାକ୍‌ ରୁହେ, ତେବେ ବର୍ଷ ଶେଷସୁଦ୍ଧା କପିଳାସ ଚିଡ଼ିଆଖାନାରେ ପର୍ଯ୍ୟଟକ ସାଉଁଟିବେ ନୂଆ ଅନୁଭୂତି।

ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଆସ୍ଥାନ କପିଳାସ, ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସପ୍ତଶଯ୍ୟା, ଓଡ଼ିଶାର ଏକମାତ୍ର ନିଜସ୍ବ ଧର୍ମର ପ୍ରମୁଖ ପୀଠ ମହିମାଗାଦି ଯୋରନ୍ଦା, ସରାଙ୍ଗ ଅନନ୍ତଶୟନ ପରେ କପିଳାସ ପ୍ରାଣୀ ଉଦ୍ୟାନ ଢେଙ୍କାନାଳକୁ କରିଛି ଗୌରବାନ୍ବିତ। ତେବେ ଜୁ’ ମାନ୍ୟତା ମିଳିବାର ଦୀର୍ଘ ୨୭ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହାର ବିକାଶ ଆଶାନୁରୂପକ ହୋଇପାରିନାହିଁ। ସୀମିତ ପ୍ରଜାତିର ପ୍ରାଣୀ ଅବ୍ୟବସ୍ଥିତ ଢଙ୍ଗରେ ରହୁଛନ୍ତି। ହେଲେ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର କାର୍ଯ୍ୟକ୍ଷମ ହେବା ଏବଂ ଏହାକୁ ନୂଆରୂପ ଦେବା ଲାଗି ଜୋର୍‌ଦାର ଦାବି ଉଠିବାପରେ ଏଥିଲାଗି ଦୃଷ୍ଟି ଆବଦ୍ଧ କରିଛନ୍ତି ରାଜ୍ୟ ସରକାର। ପ୍ରାୟ ୯୦ ଲକ୍ଷ ଟଙ୍କା ବ୍ୟୟରେ ହେବାକୁଥିବା ଉନ୍ନୟନମୂଳକ କାର୍ଯ୍ୟ ଜୋର୍‌ସୋର୍‌ରେ ଆଗେଇ ଚାଲିଛି। ପ୍ରାଣୀ ଉଦ୍ୟାନକୁ ନୂଆ ପ୍ରଜାତିର ପ୍ରାଣୀ ଆସିଲେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବ, ଯାହା ରାଜସ୍ବ ଆଦାୟର ମାଧ୍ୟମ ପାଲଟିବ ବୋଲି ମତପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ୧୯୭୯ ଜାନୁୟାରୀ ୨୬ରେ ୫ ହେକ୍ଟର ପରିଧିରେ କପିଳାସ ପାଦଦେଶରେ ଡିୟରପାର୍କରୁ ଆରମ୍ଭ ହୋଇଥିବା କପିଳାସ ଜୁ’ର ଐତିହାସିକ ଯାତ୍ରା। ପରବର୍ତ୍ତୀ ସମୟରେ ୨୪.୬୪ ହେକ୍ଟର ଜମିରେ ଏକ ମିନି ଜୁ’ ନିର୍ମାଣ କରାଯାଇଥିଲା। ୧୯୯୫ ଏପ୍ରିଲ ୧ରେ ସେଣ୍ଟ୍ରାଲ ଜୁ’ ଅଥରିଟି ଅଫ୍‌ ଇଣ୍ଡିଆ ଏହାକୁ ପୂର୍ଣ୍ଣାଙ୍ଗ ପ୍ରାଣୀ ଉଦ୍ୟାନର ମାନ୍ୟତା ଦେଇଥିଲା। ଏବେ ଏଠାରେ କାର୍ଯ୍ୟକ୍ଷମ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରରେ ୮ଟି ହାତୀ ଅଛନ୍ତି। ତନ୍ମଧ୍ୟରୁ ଢେଙ୍କାନାଳ-ଅନୁଗୋଳ ସୀମାନ୍ତରେ ମଣିଷ ମାରି ଆତଙ୍କ ସୃଷ୍ଟି କରିଥିବା ଦନ୍ତାହାତୀ ‘ରାକେଶ’ ମୁକ୍ତ ପରିବେଶରେ ଛଡ଼ାଯାଇଛି। ବନ ବିଭାଗର ଯତ୍ନରେ ଏହାର ସ୍ବଭାବ ପରିବର୍ତ୍ତନ ହୋଇଛି। ଧୀରେ ଧୀରେ ସେ ବୋଲ ମାନିବା ଆରମ୍ଭ କରିଛି। ହାତୀଙ୍କୁ ବାଦ୍‌ଦେଲେ ମୋଟ୍‌ ୨୪୭ ଜୀବଜନ୍ତୁ ଅଛନ୍ତି। ସେଥିରୁ ୧୨୪ଟି ହରିଣ, ସମ୍ବର, ମିଥୁନ ଗାଈ, ଭାଲୁ, କୁମ୍ଭୀର, ଅଜଗର, ଠେକୁଆ, ମୟୂର ସମେତ ବିଭିନ୍ନ ପ୍ରଜାତିର ପକ୍ଷୀ ଅଛନ୍ତି।
ଚଳିତବର୍ଷ ପ୍ରାଣୀ ଉଦ୍ୟାନକୁ କଲରାପତରିଆ ବାଘ ଅଣାଯିବାକୁ ବନ ବିଭାଗ ଯୋଜନା କରିଛି। ଏହାବାଦ୍‌ ଗୁରାଣ୍ଡି, କୃଷ୍ଣସାର ମୃଗ, ଗୟଳ, କୋକିଶିଆଳି ସମେତ ୧୦ ନୂତନ ପ୍ରଜାତିର ପ୍ରାଣୀ ଅଣାଯିବ। ସେମାନେ ସ୍ବତନ୍ତ୍ର ଏନ୍‌କ୍ଲୋଜରରେ ରହିବେ। ସ୍ବତନ୍ତ୍ର ଏନକ୍ଲୋଜର ମଧ୍ୟରେ ପ୍ରାଣୀଙ୍କ ପାଇଁ କ୍ରଲ୍‌ ମଧ୍ୟ କରାଯିବ। ବୋଟିଂ ବ୍ୟବସ୍ଥାକୁ ଆକର୍ଷଣୀୟ କରାଯିବ। ଫୁଲ ବଗିଚାକୁ ଅଧିକ ସୌନ୍ଦର୍ଯ୍ୟକରଣ କରାଯିବ। ଏସବୁ କାର୍ଯ୍ୟ ଜୋର୍‌ସୋର୍‌ରେ ଆଗେଇ ଚାଲିଥିବାବେଳେ ବର୍ଷ ଶେଷଆଡ଼କୁ ଏହା ପୂର୍ଣ୍ଣାଙ୍ଗ ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ୨୦୨୩ରେ କପିଳାସ ପ୍ରାଣୀ ଉଦ୍ୟାନର ଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ। ଏଠାରେ କଲରାପତରିଆ ବାଘ ସମେତ ୧୦ ପ୍ରଜାତିର ବନ୍ୟପ୍ରାଣୀଙ୍କୁ ରଖିବା ପାଇଁ ସ୍ବତନ୍ତ୍ର ଏନ୍‌କ୍ଲୋଜର ନିର୍ମାଣ ହେଉଛି। ସେହିପରି କପିଳାସ ରେଞ୍ଜ୍‌ କାର୍ଯ୍ୟାଳୟ ନିକଟରୁ ଜଙ୍ଗଲ ସଫାରି ଆରମ୍ଭ ହୋଇଛି। ଏହା ପର୍ଯ୍ୟଟକଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୨ା୪: ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିବାର ୧୧ ଦିନ ପରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଶ୍ରୀଧର ଦେବଙ୍କ ସ୍ଥାନରେ ସାକା...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri