କପିଳାସ ଅଭୟାରଣ୍ୟରେ ହେବ ଓଭରପାସ୍‌

ଢେଙ୍କାନାଳ ଅଫିସ୍‌, ୨୩।୪: ତଳେ ଯିବ ଟ୍ରେନ୍‌। ଉପରେ ଓଭରପାସ୍‌ ରାସ୍ତାଦେଇ ଚଳପ୍ରଚଳ କରିବେ ହାତୀ। ଫଳରେ ହ୍ରାସ ପାଇବ ରେଳଧାରଣାରେ ଟ୍ରେନ୍‌ ଧକ୍କାଜନିତ ହାତୀମୃତ୍ୟୁ। ହାତୀ ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଜିଲାର କପିଳାସ ଅଭୟାରଣ୍ୟରେ ଏଭଳି ଅଭିନବ ପ୍ରକଳ୍ପ କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ। ନ୍ୟାଶନାଲ ବୋର୍ଡ ଅଫ୍‌ ୱାଇଲ୍ଡ ଲାଇଫ୍‌ (ଏନ୍‌ବିଡବ୍ଲ୍ୟୁଏଲ୍‌) ପକ୍ଷରୁ ଏଥିଲାଗି ମଞ୍ଜୁରୀ ମିଳିବା ପରେ ସର୍ଭେ କାର୍ଯ୍ୟ ସରିଛି। ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ଜୀବନ ସୁରକ୍ଷିତ ରଖିବାକୁ ଏଭଳି ପାଇଲଟ୍‌ ପ୍ରକଳ୍ପ ଭାରତରେ ପ୍ରଥମ। କପିଳାସ ଅଭୟାରଣ୍ୟ ସମେତ ବିହାର ରାଜ୍ୟର ଏକ ସଂରକ୍ଷିତ ଜଙ୍ଗଲରେ ଏହାକୁ କାର୍ଯ୍ୟକାରୀ କରାଯିବ। କପିଳାସ ଅଭୟାରଣ୍ୟରେ ହେବାକୁ ଥିବା ପ୍ରକଳ୍ପରେ ରେଳପଥ ୪ ଲାଇନ୍‌ (୨ଟି ଅପ୍‌ ଓ ୨ଟି ଡାଉନ୍‌) ବିଶିଷ୍ଟ ହେବ। ଢେଙ୍କାନାଳରୁ କଟକ ଜିଲା ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀକୁ ବ୍ୟାପିଛି କପିଳାସ ଅଭୟାରଣ୍ୟ। ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇଯାଇଛି ଭୁବନେଶ୍ୱର-ଢେଙ୍କାନାଳ-ତାଳଚେର-ଅନୁଗୋଳ-ସମ୍ବଲପୁର ରେଳପଥ। ତେବେ ଚନ୍ଦକାରୁ ଆଠଗଡ଼ ବନଖଣ୍ଡ ଦେଇ କପିଳାସ ଅଭୟାରଣ୍ୟକୁ ପ୍ରବେଶ କରୁଥିବା ଏବଂ କପିଳାସରୁ ଆଠଗଡ଼ ବନଖଣ୍ଡକୁ ଚଳପ୍ରଚଳ କରୁଥିବା ହାତୀପଲ ପାଇଁ ବିପଜ୍ଜନକ ସାଜିଛି ଏହି ରେଳଧାରଣା। ଅନେକ ସମୟରେ ଟ୍ରେନ୍‌ ଧକ୍କାରେ ହାତୀମୃତ୍ୟୁ ଘଟୁଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଗତ ଡିସେମ୍ବର ୩୧ରେ ଏନ୍‌ବିଡବ୍ଲ୍ୟୁଏଲ୍‌ର ୬୬ତମ ବୈଠକରେ କପିଳାସ ଓଭରପାସ୍‌ ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। କଟକ ଜିଲା ରାଜଆଠଗଡ଼ ରେଳ ଷ୍ଟେଶନରୁ ଢେଙ୍କାନାଳ ଜିଲା ଗୋବିନ୍ଦପୁରସ୍ଥିତ ଯୋରନ୍ଦାରୋଡ୍‌ ରେଳ ଷ୍ଟେଶନ ମଧ୍ୟରେ ଏହି ଓଭରପାସ୍‌ ନିର୍ମାଣ ହେବ। ଓଭରପାସ୍‌ ନିର୍ମାଣ ହେଲେ ରେଳଧାରଣାର ଗୋଟିଏ ପାର୍ଶ୍ୱରୁ ଅନ୍ୟପାର୍ଶ୍ୱକୁ ହାତୀପଲ ସହଜରେ ଚଳପ୍ରଚଳ କରିପାରିବେ ବୋଲି ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?