Posted inଜାତୀୟ

ଜି-୨୦ ବୁକଲେଟ୍‌ରେ ସମ୍ରାଟ ଆକବରଙ୍କ ପ୍ରଶଂସା! କପିଲ ସିବଲଙ୍କ କଟାକ୍ଷ, ଅସଲି ମନ କି ବାତ କୁହନ୍ତୁ ସରକାର…

ନୂଆଦିଲ୍ଲୀ,୧୩।୯: ଜି-୨୦ ବୁକଲେଟ୍‌ରେ ମୋଗଲ ସମ୍ରାଟ ଆକବରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର। ଏପ୍ରସଙ୍ଗରେ ରାଜ୍ୟସଭା ସାଂସଦ କପିଲ ସିବଲ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୁସ୍ତକର ନାଁ ରହିଛି ଭାରତ: ଦି ମଦର ଅଫ ଡେମୋକ୍ରାସି। ଏହି ୩୮ ପୃଷ୍ଠା ସମ୍ବଳିତ ବୁକଲେଟ୍‌ରେ ମୋଗଲ ସମ୍ରାଟ ଆକବରଙ୍କ ବିଷୟରେ ସବିଶେଷ ତଥ୍ୟ ରହିଛି। ତେବେ ଏନେଇ ସରକାରଙ୍କୁ ଟାର୍ଗେଟ କରି ସିବଲ କହିଛନ୍ତ, ସରକାର ଦୁଇଟି ଚେହେରା ଦେଖାଉଛନ୍ତି। ଗୋଟିଏ ବିଶ୍ୱକୁ ଆଉ ଗୋଟିଏ ଇଣ୍ଡିଆକୁ ଯାହା କି ଭାରତ ଅଟେ। ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ଦୟାକରି ଆମକୁ ଅସଲି ମନ କି ବାତ କୁହନ୍ତୁ।

କପିଲ ସିବଲ କହିଛନ୍ତି, ଜି-୨୦ ବୁକଲେଟରେ ସରକାର ମୋଗଲ ସମ୍ରାଟ ଆକବରଙ୍କୁ ଶାନ୍ତି ଏବଂ ଗଣତନ୍ତ୍ରର ଅଗ୍ରଦୂତ ଭାବରେ ପ୍ରଶଂସା କରିଛନ୍ତି। ବିଶ୍ୱ ପାଇଁ ଗୋଟିଏ ଚେହେରା, ଅନ୍ୟଟି ଇଣ୍ଡିଆ ଯାହା ଭାରତ ତାକୁ ଆଉ ଗୋଟିଏ ଚେହେରା ଦେଖାଉଛନ୍ତି। ଏହି ବୁକଲେଟରେ ଲେଖାଯାଇଛି ଯେ କେହି ବି ଯେଉଁ ଧର୍ମରେ ହୋଇଥା’ନ୍ତୁ ସେମାନଙ୍କ ସୁଶାସନ ବିଷୟରେ ଜାଣିବା ଆବଶ୍ୟକ। ଏହି ପ୍ରକାର ଗଣତନ୍ତ୍ର ମୋଗଲ ସମ୍ରାଟ ଆକବରଙ୍କ ସମୟରେ ଥିଲା।

ଏହି ବୁକଲେଟରେ ଆହୁରି କୁହାଯାଇଛି ଯେ, ଧାର୍ମିକ ଭେଦଭାବକୁ ଦୂରେଇବା ପାଇଁ ଆକବର ‘ସୁଲହ-ଇ-କୁଲି’ ଅର୍ଥାତ୍‌ ବିଶ୍ୱ ଶାନ୍ତିର ନୀତି ପ୍ରଣୟନ କରିଥିଲେ। ଏହାସହ ଏକ ସୌହାର୍ଦ୍ଦପୂର୍ଣ୍ଣ ସମାଜ ଗଠନ ପାଇଁ ସେ ଏହି ନୂଆ ଧର୍ମ ‘ଦିନ-ଇ-ଇଲାହି’ର ସଂକଳ୍ପ ଉପସ୍ଥାପନ କରିଥିଲେ। ସେ ‘ଇବାଦାଖାନା (ପ୍ରାର୍ଥନା ସ୍ଥାନ)’ ମଧ୍ୟ ପ୍ରତିଷ୍ଠା କରିଥିଲେ ଯେଉଁଠାରେ ବିଭିନ୍ନ ସମ୍ପ୍ରଦାୟର ଜ୍ଞାନୀ ବ୍ୟକ୍ତିମାନେ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରୁଥିଲେ। ବୁକଲେଟରେ କୁହାଯାଇଛି, ୯ଜଣ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ ‘ନବରତ୍ନ’ ଭାବେ ପରିଚିତ ସେମାନେ ଆକବରଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ। ବୁକଲେଟ ଅନୁଯାୟୀ ଆକବରଙ୍କ ଗଣତନ୍ତ୍ରର ଧାରଣା ଅସାଧାରଣ ଥିଲା ଏବଂ ସେ ତାଙ୍କ ସମୟଠାରୁ ବହୁ ଆଗରେ ଚାଲୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଜନ୍ତର ମନ୍ତର ଭଳି ଝାଡ଼ଖଣ୍ଡରେ ମଧ୍ୟ…’, ଛାତ୍ର ଆନ୍ଦୋଳନକୁ ନେଇ ଅଭିଜିତଙ୍କ ବଡ଼ ବୟାନ, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୧।୮: ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷାରେ କଥିତ ଅନିୟମିତତା ବିରୋଧରେ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା…

କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା…

ଭାଜପାକୁ କଟାକ୍ଷ କଲେ ପ୍ରିୟଙ୍କା କହିଲେ, ‘ପ୍ରଥମ ଥର ପାଇଁ ଶାସକ ଦଳକୁ ସଂସଦରେ ପ୍ରତିବାଦ କରୁଥିବାର ଦେଖିଲି’

ନୂଆଦିଲ୍ଲୀ,୧୧।୮: ମଙ୍ଗଳବାର ସଂସଦର ମୌସୁମୀ ଅଧିବେଶନର ୧୭ତମ ଦିନ, ଯାହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ, NDA ସମର୍ଥକମାନେ ଏକ ଶୋଭାଯାତ୍ରା…

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

ବିଶ୍ୱର ଶ୍ରେଷ୍ଠ ୫ ଅର୍ଥନୀତିରେ ବେକାରି ସ୍ଥିତି କ’ଣ? କେତେ ନମ୍ବରରେ ଭାରତର ସ୍ଥାନ, ପଢନ୍ତୁ …

ନୂଆଦିଲ୍ଲୀ, ୧୧।୮: ଭାରତରେ ଡିଗ୍ରୀର ଭାର ବୋହି ଯେତେବେଳେ କୌଣସି ଯୁବକ ସକାଳୁ ସକାଳୁ ଚାକିରି ଖୋଜିବା ପାଇଁ ଘରୁ ବାହାରିଥାଏ, ସେତେବେଳେ ତାଙ୍କ ଆଖିରେ କେବଳ…

ଲଞ୍ଚ୍‌ର ୮୫ ସେକେଣ୍ଡ ପରେ ଜୋରଦାର ବିସ୍ଫୋରଣ: ନିଆଁ ପିଣ୍ଡୁଳା ପାଲଟିଲା ବାହୁବଳୀ ରକେଟ୍

ବେଜିଂ,୧୧।୮: ଆକାଶରେ ଉଡ଼ାଣ ଭରିବାର କିଛି ସମୟ ପରେ ଚାଇନାର ଏକ ରକେଟ୍ ଅଗ୍ନି ପୁଣ୍ଡୁଳାରେ ପରିଣତ ହୋଇଛି । ଗତ ସୋମବାର (ଅଗଷ୍ଟ ୧୦) ଦିନ…

AI ଉପରେ କାର୍ଯ୍ୟାନୁଷ୍ଠାନ ପରେ ଭର୍ଚୁଆଲ ପ୍ରେମିକଙ୍କୁ ହରାଇ ଭାଙ୍ଗି ପଡ଼ିଲେଣି ଚାଇନାର ଅନେକ ଯୁବତୀ!

ବେଜିଂ,୧୧।୮: ଚାଇନା ସରକାର AI ବ୍ୟବହାର ସମ୍ପର୍କରେ କଠୋର ନିୟମ ଲାଗୁ କରିଛନ୍ତି, ଯାହା ଫଳରେ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ଏହି ନିୟମ ପାଳନ କରିବା ପାଇଁ ସେମାନଙ୍କର…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri