Posted inଜାତୀୟ

ଫର୍ମ ୧୭ କ’ଣ, ଯାହାର ଡାଟା ଅପ୍‌ଲୋଡ କରୁନାହାନ୍ତି ନିର୍ବାଚନ କମିଶନ? ଏବେ ପ୍ରଶ୍ନ ଉଠାଇଲେ ସିବ୍ବଲ 

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନର ୫ ପର୍ଯ୍ୟାୟର ମତଦାନ ଶେଷ ହୋଇଛି। ସମସ୍ତ ଦଳ ବାକିଥିବା ୨ ପର୍ଯ୍ୟାୟ ମତଦାନ ଲାଗି ପ୍ରସ୍ତୁତି ଜୋରଦାର କରୁଛନ୍ତି। ଏସବୁ ମଧ୍ୟରେ ଲଗାତାର ଭାବେ ନିର୍ବାଚନ କମିଶନ ଅଭିଯୋଗ ଏବଂ ବିବାଦକୁ ଆସୁଥିବା ଦେଖାଯାଉଛି। ପ୍ରଥମରୁ କେଉଁଠି କେତେ ମତଦାନ ହେଲା ତାର ସଂଖ୍ୟାରେ ବିଳମ୍ବକୁ ନେଇ କମିଶନ ଉପରେ ଅଭିଯୋଗ କରାଯାଉଛି। ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏବେ ରାଜ୍ୟ ସଭା ଏମ୍‌ପି ତଥା ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନର ଅଧ୍ୟକ୍ଷ କପିଲ ସିବ୍ବଲ ଖବରଦାତା ସମ୍ମିଳନୀ କରି ନିର୍ବାଚନ କମିଶନଙ୍କ ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ନିର୍ବାଚନ କମିଶନ ସୁପ୍ରିମକୋର୍ଟରେ ଘୋଷଣାପତ୍ର ଦାଖଲ କରି କହିଛନ୍ତି ଯେ ଫର୍ମ ୧୭ ସିର ଡାଟା ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ କରିବା ଲାଗି କୌଣସି ଆଇନ ବ୍ୟବସ୍ଥା ନାହିଁ। କମିଶନଙ୍କ ଏଭଳି ଯୁକ୍ତିକୁ ସିବ୍ବଲ ଆଶ୍ଚର୍ଯ୍ୟଜନକ ବୋଲି ସିବ୍ବଲ କହିଛନ୍ତି। ଏହାଦ୍ୱାରା କିଛି ହେରାଫେରିର ସନ୍ଦେହ ଉପୁଜୁଛି। ରାଜନୈତିକ ଦଳଗୁଡ଼ିକ ଏନେଇ ଆଶଙ୍କା ପ୍ରକାଶ କରୁଛନ୍ତି।
ସିବ୍ବଲ କହିଛନ୍ତି, ଯଦି ଗଣାଯାଇଥିବା ଭୋଟ ଅପ୍‌ଲୋଡ କରାଯାଏ ତେବେ ଦେଇଥିବା ଭୋଟ କାହିଁକି ନୁହେଁ। ଏଭଳି କମିଶନ ଉପରେ ଆମେ କିଭଳି ଭରସା କରିବୁ। ଏବେ ଆମକୁ ବୋଧହୁଏ ଭଗବାନଙ୍କ ପାଖକୁ ଯିବାକୁ ହେବ। ମୋଦି ହିଁ ଭଗବାନ, ହଜାର ହଜାର ବର୍ଷ ପରେ ଭଗବାନ ଆସିଛନ୍ତି। ସମସ୍ତ ଦଳକୁ ସେହି ଭଗବାନଙ୍କ ପାଖକୁ ଯାଇ କହିବା ଉଚିତ ଯେ ୮୦ କୋଟି ଲୋକ ଦ୍ରାରିଦ୍ର ଅଛନ୍ତି, ସେମାନଙ୍କ ଉଦ୍ଧାର କରନ୍ତୁ। ତାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଦିଅନ୍ତୁ। ଭଗବାନ ସବୁକିଛି ତ୍ୟାଗ କରିଦେଇଥିଲେ।
ଫର୍ମ ୧୭ ସି କ’ଣ?
ମୋଟ ମତଦାତା ଏବଂ ମୋଟ ଭୋଟରଙ୍କ ଡାଟା ଦୁଇଟି ଫର୍ମରେ ପୂରଣ କରାଯାଇଥାଏ। ଏହା କଣ୍ଡକ୍ଟ ଅଫ୍‌ ଇଲେକ୍ସନ ରୁଲ୍ସ ୧୯୬୧ ଅଧୀନରେ ହୋଇଥାଏ। ପ୍ରଥମ ଫର୍ମକୁ ୧୭ଏ କୁହାଯାଏ ଏବଂ ଦ୍ୱିତୀୟ ଫର୍ମକୂ ୧୭ସି କୁହାଯାଏ। ୧୭ଏରେ ମତଦାନ ଅଧିକାରୀ ବୁଥ୍‌କୁ ଆସୁଥିବା ପ୍ରତ୍ୟେକ ଭୋଟରଙ୍କ ସମସ୍ତ ସୂଚନା ଦିଆଯାଇଥାଏ। ଏହାଛଡ଼ା ରେଜିଷ୍ଟାରରେ ଦସ୍ତଖତ ହୋଇଥାଏ। ଏହାପରେ ଫର୍ମ ୧୭ସି ପୂରଣ କରାଯିବା ସମୟ ଆସିଥାଏ। ଏହି ଫର୍ମ ମତଦାନ ଶେଷରେ ପୂରଣ କରାଯାଇଥାଏ।
୧୯୬୧ ନିୟମ ଅନୁଯାୟୀ ୪୯ଏସ୍‌ ମୁତାବକ, ମତଦାନ ଶେଷ ହେବା ପରେ ପ୍ରିଜାଇଡିଂ ଅଫିସର ଫର୍ମ ୧୭ସିରେ ମୋଟ ଭୋଟରଙ୍କ ତାଲିକା ପ୍ରସ୍ତୁତ କରିଥାନ୍ତି। ଏହା ୨ ଭାଗରେ ବିଭକ୍ତ ହୋଇଥାଏ। ପ୍ରଥମ ଭାଗରେ ଦାଖଲ ଭୋଟ ହିସାବ ହୋଇଥାଏ ତ ଦ୍ୱିତୀୟ ଭାଗରେ ଗଣାଯିବାର ଫଳାଫଳ ଥାଏ। ପ୍ରଥମ ଭାଗକୁ ଭୋଟଗ୍ରହଣ ଦିନ ପୂରଣ କରାଯାଇଥାଏ, ଯାହାର ସୂଚନା ଦେବାର ଦାବି ଉପସ୍ଥାପନ ହେଉଛି। ଏହି ଫର୍ମରେ ପୋଲିଂ ଷ୍ଟେଶନ ନାମ, ନମ୍ବର, ବ୍ୟବହାରକରାଯାଇଥିବା ଇଭିଏମ୍‌ ଆଇଡି ନମ୍ବର, ଉକ୍ତ ପୋଲିଂ ଷ୍ଟେଶନରେ ମୋଟ ଯୋଗ୍ୟ ଭୋଟରଙ୍କ ସଂଖ୍ୟା, ପ୍ରତି ଭୋଟିଂ ମେଶିନରେ ଦିଆଯାଇଥିବା ଭୋଟ ଭଳି ସୂଚନା ଥାଏ।
ତେବେ ଏଡିଆର୍‌ ଏବଂ କମନ୍‌ କଜ୍‌ ସୁପ୍ରିମକୋର୍ଟର ବୁଥ୍‌ରେ ମତଦାନ ସମ୍ବନ୍ଧୀତ ଫର୍ମ ୧୭ସିର ସ୍କାନ କପି ଅପଲୋଡ କରିବା ସମ୍ବନ୍ଧୀୟ ଯାଚିକା ଦାଖଲ କରିଥିଲେ। ଏହି ଯାଚିକାରେ ନିର୍ବାଚନ କମିଶନ ମତଦାନରେ ଭୋଟରଙ୍କ ମୋଟ ସଂଖ୍ୟା ମତଦାନ ଶେଷ ହେବାର ତୁରନ୍ତ ପରେ ଓ୍ବେବ୍‌ସାଇଟ୍‌ରେ ଜାରି କରାଯାଉ ବୋଲି ଦାବି କରାଯାଇଛି। ଭାରତର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେବି ପାର୍ଦିବାଲା ଏବଂ ମନୋଜ ମିଶ୍ରାଙ୍କ ମିଳିତ ବେଞ୍ଚ ଏହି ମାମଲାର ଆଗାମୀ ଶୁଣାଣି ମେ’ ୨୪ ରେ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?