ସ୍କୁଲ ପାଠ୍ୟକ୍ରମରେ କପିଲ ଶର୍ମାଙ୍କ ବିଷୟ, ପଢ଼ିବେ ଏହି ଶ୍ରେଣୀର ପିଲା

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମାଙ୍କୁ ଛୋଟଠୁ ବଡ଼ ଯାଏ ସମସ୍ତେ ଜାଣିଛନ୍ତି। ଏକ କମେଡି ଶୋ’ରୁ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଆଜି ସେ ଜଣେ ବଡ଼ ଷ୍ଟାର। ସେ ‘ଦ କପିଲ ଶର୍ମା ଶୋ’ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ କରୋନା ମହାମାରୀ ଏବଂ ନିଜର କିଛି ବ୍ୟକ୍ତିଗତ କାରଣ ଯୋଗୁ ତାଙ୍କ ଶୋ’ ବନ୍ଦ ରହିଛି। ମାତ୍ର ସେ ଏବେ ଏକ ନୂଆ ରେକର୍ଡ ହାସଲ କରିଛନ୍ତି। ଏହା ଜାଣି ତାଙ୍କ ପ୍ରଶଂସକମାନେ ଖୁସି ଅଛନ୍ତି।

କପିଲଙ୍କ ଫ୍ୟାନ୍‌ କ୍ଲବ ପେଜ୍‌ରେ ଶେୟାର ହୋଇଥିବା ଏକ ଫଟୋକୁ କପିଲ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ଏକ ବହୁ ସହ କପିଲଙ୍କ ଫଟୋ ବି ରହିଛି। ଶେୟାର ହୋଇଥିବା ଏହି ବହିରେ କପିଲଙ୍କ ବିଷୟରେ ଲେଖାଯାଇଛି। ଚତୁର୍ଥ ଶ୍ରେଣୀ ସାଧାରଣ ଜ୍ଞାନ ବହିରେ କପିଲ ଶର୍ମାଙ୍କ ନାମରେ ଏକ ବିଷୟ ରହିଛି। ଯାହାର ଟାଇଟେଲ ରହିଛି ‘The comedy king kapil sharma’। ପ୍ରଶଂସକଙ୍କ ପେଜ୍‌ରେ ଲେଖାଯାଇଛି ଆପଣଙ୍କୁ ନେଇ ଆମେ ଗର୍ବିତ। ଶେୟାର ହୋଇଥିବା କପିଲଙ୍କ ଫଟୋରେ ହାର୍ଟ ଇମୋଜି ବି ରହିଛି।

କହିରଖୁଛୁ, ଫେବୃୟାରୀରେ ଦ୍ୱିତୀୟ ଥର ପିତା ହୋଇଛନ୍ତି କପିଲ। ଏଣୁ ସେ ଛୁଟି ନେଇଥିଲେ। ଏହା ବ୍ୟତୀତ କରୋନା ଯୋଗୁ ଶୋ’ର ଶୁଟିଂ ମଧ୍ୟ ହେଉନାହିଁ। ତେବେ ଖୁବ୍‌ଶୀଘ୍ର ଶୋ’ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଏହି କାରଣରୁ ଘର ସାମ୍ନାରେ ଠିଆ ହୋଇଥିଲା ଦୁଇଟି ଆମ୍ବୁଲାନ୍ସ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ବର୍ତ୍ତମାନ ରାଷ୍ଟ୍ରୀୟ ପ୍ରସଙ୍ଗ ହୋଇସାରିଛି। ଯାହାର ସତ୍ୟତା ଜାଣିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି। ଏହି...

ରଜନୀକାନ୍ତଙ୍କୁ ପଛରେ ପକାଇଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ କ୍ୟାରିୟର ଫିଲ୍ମ ‘ପୁଷ୍ପା’ ଚାର୍‌ଚାନ୍ଦ ଲଗାଇ ଦେଇଛି। ପୁଷ୍ପା ଯୋଗୁ ଅଲ୍ଲୁ ପ୍ୟାନ୍‌ ଇଣ୍ଡିଆ ଷ୍ଟାର ପାଲଟିଯାଇଛନ୍ତି। ଏହି...

ଗୋଟିଏ ବିଜ୍ଞାପନ ପାଇଁ ସଲମାନ ନେଇଥାନ୍ତି ଏତିକି କୋଟି

ମୁମ୍ବାଇ: ଯେକୌଣସି ଉତ୍ପାଦର ବିଜ୍ଞାପନ ପାଇଁ ବଲିଉଡ୍‌ ଷ୍ଟାର୍‌ମାନେ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି। ଏହି ତାଲିକାରେ ଅକ୍ଷୟ କୁମାରଙ୍କ ନାମ ସବୁଠୁ ଆଗରେ...

ଫୁଲ ଚୋର ମଲାଇକା

ବର୍ତ୍ତମାନ ଚାରିଆଡେ ରଙ୍ଗବେରଙ୍ଗର ଫୁଟ ଫୁଟିଛି। ଏମିତିରେ କେହି ଫୁଲର ମୋହ ଠାରୁ ଦୂରେଇ ଯାଇପାରିବେ ନାହିଁ। ଏଥିରୁ ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ମଧ୍ୟ...

ନୂଆ ଗେଟଅପରେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍ ଷ୍ଟାରକିଡ୍ ତଥା ନବାଗତା ନାୟିକା ଜାହ୍ନବୀ କପୁର ଆଜିକାଲି ଖୁବ୍ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ଅଭିନେତ୍ରୀ ଏବେ...

ନିର୍ମାତାଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ଖୁଲାସା କଲେ ନାଗା

ଅଭିନେତା ନାଗା ଚୈତନ୍ୟ ସାଉଥ୍‌ର ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ତାଙ୍କୁ ଅମିରଙ୍କ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ରେ ଦେଖିବାକୁ ମିଳିବ। ତେବେ ଅଭିନେତାଙ୍କ ଏହା...

ଭାରତୀ-ହର୍ଷଙ୍କୁ ସହଯୋଗ ଅଭିଯୋଗ: ୨ ଏନ୍‌ସିବି ଅଫିସର ନିଲମ୍ବିତ

ମୁମ୍ବାଇ,୩।୧୨: ଡ୍ରଗ୍ସ୍‌ ମାମଲାରେ ବଲିଉଡ୍‌ର ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ୨ ଜଣ ନାର୍କୋଟିକ୍‌...

ସୁନିଲଙ୍କ ବିଷୟରେ ଜାଣିବା ପରେ କପିଲଙ୍କୁ ଲାଗିଛି ଝଟ୍‌କା, କହିଲେ ଏମିତି

ବମ୍ବେ: ନିକଟରେ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ କମେଡିଆନ୍‌ ସୁନିଲ ଗ୍ରୋଭର। ତାଙ୍କର ହାର୍ଟ ବାଇପାସ୍‌ ସର୍ଜରୀ କରାଯାଇଛି। ଏବେ ସୁସ୍ଥ...

Advertisement
Archives

Model This Week