ଆପଣଙ୍କ ସାଥୀ କନ୍ୟା ରାଶିର କି? ଜାଣନ୍ତୁ କିଭଳି ତାଙ୍କର ସ୍ବଭାବ, ବ୍ୟକ୍ତିତ୍ୱ…

ରାଶିଚକ୍ରର ଷଷ୍ଠ ରାଶି ହେଉଛି କନ୍ୟା। ଏହାକୁ ସବୁ ରାଶିରୁ ସୁନ୍ଦର ରାଶି ବୋଲି କୁହାଯାଏ। କାରଣ ଏହି ରାଶିର ପ୍ରତିନିଧିତ୍ୱ କରନ୍ତି ଜଣେ କନ୍ୟା। ଏମାନେ ବହୁତ ପରିଶ୍ରମୀ। ସବୁ କାମକୁ ବେଶ ଭଲ ଭାବେ ପୂରଣ କରିବାର କ୍ଷମତା ଏମାନଙ୍କର ଥାଏ। ଏହି ରାଶିର ମହିଳା ଅଥବା ପୁରୁଷମାନେ ମନରେ ଅନେକ କଥା ଲୁଚାଇ ରଖିଥାନ୍ତି।

-ଏହି ରାଶିର ବ୍ୟକ୍ତିବିଶେଷ ପରମ୍ପରାବାଦୀ ହୋଇଥାନ୍ତି। ଯଦି ସେମାନେ କିଛି କରିବାକୁ ନିଷ୍ପତ୍ତି ନିଅନ୍ତି, ତାକୁ ପୂରଣ କରିଥାନ୍ତି। ହେଲେ ଛୋଟ ଛୋଟ କଥା ଏମାନଙ୍କୁ ଆଘାତ ଦିଏ। ବେଳେବେଳେ ବଡ଼ ବଡ଼ କଥାକୁ ଏମାନେ ହାଲ୍‌କାରେ ନେଇଥାନ୍ତି। ନିଜର ସୌନ୍ଦର୍ଯ୍ୟ ସାଙ୍ଗକୁ ସ୍ବାସ୍ଥ୍ୟ ପ୍ରତି ଏମାନେ ସଜାଗ ଥାନ୍ତି। ଅନୁଶାସନରେ ରହିବା ଏମାନଙ୍କୁ ପସନ୍ଦ। ଖାସ ଏହି ଅଭ୍ୟାସ ସଫଳତାର କାରଣ ପାଲଟିଥାଏ।

-ବୁଝିବିଚାରି ଏମାନେ କାମ କରିଥାନ୍ତି। ହେଲେ ଉଚିତ ସମୟରେ ଜବାବ ଦେବା ଏମାନଙ୍କୁ ଭଲ ଭାବେ ଜଣା। ସମୟ ଏବଂ ପରିସ୍ଥିତି ଅନୁଯାୟୀ ଏମାନେ ନିଜକୁ ଢ଼ାଳି ନିଅନ୍ତି। ସ୍ବାଦିଷ୍ଟ ଖାଇବା ଏମାନଙ୍କର ପସନ୍ଦ।

-ଏମାନେ ଶୀଘ୍ର କାହା କଥାକୁ ଖରାପ ଭାବନ୍ତି ନାହିଁ। କିଏ ସେମାନଙ୍କ ବିଷୟରେ କ’ଣ ଭାବୁଛି ତାହା କିଛି ଫରକ ପକାଏ ନାହିଁ। ଏମାନଙ୍କ ହୃଦୟ କୋମଳ ଏବଂ ଏମାନେ ବେଶ ସହଯୋଗୀ ହୋଇଥାନ୍ତି। ବନ୍ଧୁ ଓ ପରିଜନଙ୍କ ପାଇଁ ଏମାନେ କିଛି ବି କରିପାରନ୍ତି।

-କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ବିଷୟରେ କଥା ହେଲେ କନ୍ୟା ରାଶିର ବ୍ୟକ୍ତି ବେଶ ପରିଶ୍ରମୀ ହୋଇଥାନ୍ତି। ଏମାନେ ଭଲ କର୍ମଚାରେୀ ହୋଇଥାନ୍ତି। କେହି ବି ସହଜରେ ବିଶ୍ୱାସ କରିନେଇଥାନ୍ତି। ନେତୃତ୍ୱ ନେବାର କ୍ଷମତା ଏମାନଙ୍କ ମଧ୍ୟରେ ଥାଏ।

-ବିପଦ ବେଳେ ଏମାନେ ସଂଯମତା ରକ୍ଷା କରିଥାନ୍ତି। ନିଜ ସମସ୍ୟା ସହ କିଭଳି ଲଢ଼ି ହେବ ତାହା ସେମାନଙ୍କୁ ଆସିଥାଏ। ଏମାନଙ୍କ ବିନମ୍ରତାକୁ କିଛି ସେମାନଙ୍କ ଦୁର୍ବଳତା ବୋଲି ଭାବି ନେଇଥାନ୍ତି। ଅନ୍ୟମାନଙ୍କୁ ସହାୟତା କରି ଏମାନେ ଅନେକ ଥର ବିପଦରେ ଫସି ଯାଇଥାନ୍ତି। ଏହାର କାରଣ ସେମାନଙ୍କର ତରବରିଆ ସ୍ବଭାବ। ନିଜ ସମସ୍ୟାକୁ ଧିରେ ଧିରେ ସେମାନେ ସମାଧାନ କରିବାକୁ ଚେଷ୍ଟା କରୁଥିଲେ ହେଁ ଅନ୍ୟର ଅସୁବିଧା ଦେଖିଲେ ତତ୍ପର ହୋଇପଡ଼ିଥାନ୍ତି। ଏଭଳି ସହଯୋଗାତ୍ମକ ଗୁଣ ଯୋଗୁ ଖଳ ପ୍ରକୃତିର ଲୋକ ଫାଇଦା ଉଠାଇନିଅନ୍ତି।

-ଏହି ରାଶିଧାରୀ ନମ୍ର ଏବଂ ବିଶ୍ୱାସୀ ହୋଇଥାନ୍ତି। ବ୍ୟବହାର ହିଁ ରାଶିର ସବୁଠାରୁ ବଡ଼ ଗୁଣ ଥାଏ। ସର୍ବଦା ପୂର୍ଣ୍ଣତା ଚାହୁଁଥିବାରୁ, କିଛି ଉଣା ହେଲେ ଏମାନେ ନିରାଶ ହୋଇଯାଇଥାନ୍ତି। କମ୍‌ ମିଳିଲେ ଏମାନେ ଦୁଃଖୀ ହୋଇଯାଇଥାନ୍ତି। ଅନ୍ୟମାନଙ୍କ ଦୁର୍ବଳତାକୁ ଏମାନେ ଅଣଦେଖା କରନ୍ତି ନାହିଁ। ନିଜ ଘର ଏବଂ ଆଖପାଖକୁ ଏମାନେ ପରିଷ୍କାର ପରିଚ୍ଛନ୍ନ ରଖିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏହି ପରିବା…

ସବୁଜ ପନିପରିବା ଦେହ ପାଇଁ ଉପକାରୀ । ଡାକ୍ତରମାନେ ସବୁଜ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାଆନ୍ତି। କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ।...

ପାଦର ଲକ୍ଷଣରୁ ଜାଣନ୍ତୁ ଆପଣ ଏସବୁ ରୋଗରେ ପୀଡ଼ିତ

ବିଶେଷଜ୍ଞଙ୍କ ମତରେ ପାଦରୁ ଜାଣିହେବ ଆପଣ କେତେ ସୁସ୍ଥ। ଏମିତି କିଛି ରୋଗ ଅଛି, ଯାହା ପ୍ରଥମେ ପାଦର ଲକ୍ଷଣରୁ ଜଣାପଡ଼ିଥାଏ। ତେବେ ଜାଣନ୍ତୁ ଏ...

ଚିକେନ୍‌ କାଲି ମିର୍ଚି

ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ରୁଚିକୁ ଦୃଷ୍ଟିରେ ରଖି ପୁରୀ ସହରର ପ୍ରାୟ ବଡ଼ ବଡ଼ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଉଛି।...

ବ୍ଲାକ୍‌ ହେଡ୍ସରୁ ମୁକ୍ତି

ମୁହଁର ଗଢ଼ଣ ଯେତେ ଭଲ ହୋଇଥାଉ ନା କାହିଁକି ଏହା ଉପରେ ସାମାନ୍ୟ ବ୍ଲାକ୍‌ ହେଡ୍ସ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟକୁ ବିଗାଡ଼ିଦେଇଥାଏ। ଯଦି ଆପଣ ବି ବ୍ଲାକ୍‌...

ସ୍ତନ କର୍କଟ ଭଲ କରିବ ନିମ୍ବ!

ହାଇଦ୍ରାବାଦସ୍ଥିତ ରାଷ୍ଟ୍ରୀୟ ଔଷଧୀୟ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ଏନ୍‌ଆଇପିଇଆର୍‌)ର ବୈଜ୍ଞାନିକମାନେ ସ୍ତନ କର୍କଟର ଚିକିତ୍ସା ଦିଗରେ ଏକ ସଫଳତା ହାସଲ କରିଛନ୍ତି। ବୈଜ୍ଞାନିକଙ୍କ ଦାବି...

ଖାଦ୍ୟକୁ ଆଉ ଥରେ ଗରମ କରୁଛନ୍ତି କି, ତା’ହେଲେ ହୋଇଯାଆନ୍ତୁ ସାବଧାନ

ପ୍ରାୟ ସମୟରେ ଖାଦ୍ୟ ବଳକା ରହିଗଲେ ଆମେ ତାକୁ ଫ୍ରିଜ୍‌ରେ ରଖି ଦେଇଥାଉ। ପରେ ସେହି ଖାଦ୍ୟକୁ ପୁଣି ଥରେ ଗରମ କରି ସର୍ଭ କରିଥାଉ।...

ଡାଏରୀ ଲେଖିଲେ ଦୂର ହେବ ଅବସାଦ

ମନ କଥା ଲେଖିବା ଅଭ୍ୟାସ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଚ୍ୟାଲେଞ୍ଜପୂର୍ଣ୍ଣ କାମକୁ ଉନ୍ନତ ଢ଼ଙ୍ଗରେ କରିବାକୁ ଶକ୍ତି ମିଳିଥାଏ। ଆମେରିକା ମିଶିଗାନ୍‌...

ହାଇଟେକ୍‌ ରୋବୋ

ଆଜିକାଲି ବିିଭିନ୍ନ କାମରେ ରୋବୋକୁ ନିୟୋଜିତ କରାଗଲାଣି। ବିଶେଷ ଭାବରେ ଚିକିତ୍ସା ବିଜ୍ଞାନରେ ଏହାର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ନିକଟରେ ଜର୍ମାନୀର ବୈଜ୍ଞାନିକମାନେ...

Advertisement
Archives

Model This Week