Posted inଜାତୀୟ

୬ ପୋଲିସ ଅଧିକାରୀଙ୍କ ନାଁରେ ହତ୍ୟା ମାମଲା

ଲକ୍ଷ୍ନୌ,୭।୧: କାନପୁର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ୬ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ଗତବର୍ଷ ସେପ୍ଟେମ୍ବରରେ ବ୍ୟବସାୟୀଙ୍କ ହତ୍ୟା ପରେ ସମସ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ବିରୋଧରେ ହତ୍ୟା, ଆଘାତ ଦେବା ଓ ଅପରାଧିକ ଷଡ଼ଯନ୍ତ୍ର ଦଫା ଲଗାଯାଇଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଗତ ନଭେମ୍ବରରେ ସିବିଆଇ ଏହି ମାମଲା ହାତକୁ ନେଇଥିଲା।

ସେପ୍ଟେମ୍ବରରେ ୩୬ ବର୍ଷୀୟ ମନୀଷ ଗୋରଖପୁର ହୋଟେଲରେ ଏକ ବନ୍ଧୁଙ୍କୁ ଭେଟିଥିଲେ। ରାତି ଅଧରେ ପୋଲିସ ଦଳ ସେମାନଙ୍କ ରୁମ୍‌ରେ ପହଞ୍ଚିଥିଲା। ମୃତକଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ, ହୋଟେଲ ରୁମ୍‌ରେ ପୋଲିସ ଅଧିକାରୀ ମନୀଷଙ୍କୁ ନିର୍ଯାତନା ଦେଇଥିଲେ। ଶରୀରର ଅନେକ ସ୍ଥାନରେ ଆଘାତ ଲାଗିଥିଲେ ମଧ୍ୟ ତାଙ୍କୁ ବିଳମ୍ବରେ ହସ୍ପିଟାଲ ନିଆଯାଇଥିଲା। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଚାର୍ଜଶିଟ୍‌ରେ ସିବିଆଇ ପୂର୍ବତନ ଷ୍ଟେଶନ ହାଉସ ଅଫିସର ଜଗତ ନାରାୟଣ ସିଂ, ପୂର୍ବତନ ମୁଖ୍ୟ କନେଷ୍ଟବଳ କମ୍‌ଲେଶ ସିଂ ଯାଦବ, ସବ୍‌-ଇନସପେକ୍ଟର୍ସ ଅକ୍ଷୟ କୁମାର ମିଶ୍ର, ବିଜୟ ଯାଦବ ଓ ରାହୁଲ ଦୁବେଙ୍କ ନାମ ଉଲ୍ଲେଖ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ପ୍ରିୟଙ୍କା ଗାନ୍ଧୀ କାହିଁକି ଲଢୁ ନାହାନ୍ତି ନିର୍ବାଚନ

ନୂଆଦିଲ୍ଲୀ,୧୨ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେ ସେଠାରେ ରାଜନୀତି ହୋଇଛି ସରଗରମ । ପ୍ରଚାର ଯୋରସୋରରେ ହେଉଥିବା ବେଳେ ଶାସକ ଓ...

ବ୍ୟାନ୍‌କୁ ବେଖାତିର: ୩ ବର୍ଷରେ ଭାରତରେ ୭ ହଜାର କୋଟି ନିବେଶ କରିବ ଟିକ୍‌ଟକ୍‌

ନୂଆଦିଲ୍ଲୀ,୨୦।୪: ଭାରତରେ ଟିକ୍‌ ଟକ୍‌ ଆପ୍‌କୁ ବ୍ୟାନ୍‌ କରାଯିବା ପରେ ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀ ବାଇଟ୍‌ ଡ୍ୟାନ୍ସ୍‌ ଟେକ୍ନୋଲୋଜି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଏହାକୁ...

ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣ

ଜମ୍ମୁ,୧୨।୧୦: ଜମ୍ମୁ-କଶ୍ମୀର ଶ୍ରୀନଗରର ହରି ସିଂ ହାଇ ଷ୍ଟ୍ରିଟରେ ଶନିବାର ସକାଳେ ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ୍‌ ଆକ୍ରମଣ ହୋଇଛି। ଭାରତୀୟ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ...

ଭାରତରେ ଏକ୍ସବିବି.୧.୫ ଭାରିଆଣ୍ଟର ୫ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୩।୧ : ଭାରତୀୟ ସାର୍ସ-କୋଭ୍‌-୨ ଜେନୋମିକ୍ସ କନ୍ସୋର୍ଟିୟମ (ଇନସାକୋଗ) ମଙ୍ଗଳବାର କରୋନା ଭାଇରସ ମହାମାରୀର ଭୟାବହତା ମଧ୍ୟରେ ଏକ ବୁଲେଟିନ ଜାରି କରି କହିଛି ଯେ...

ଦାଦନଙ୍କୁ ସ୍ମୃତି ଇରାନୀଙ୍କ ସହାୟତା ଖବର ଗୁଜବ: ପି. ବିଜୟନ୍‌

ନୂଆଦିଲ୍ଲୀ,୧୦।୪: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜ ସଂସଦୀୟ କ୍ଷେତ୍ର ଅମେଠିର ଦାଦନ ଶ୍ରମିକମାନଙ୍କୁ କେରଳର ଓ୍ବାୟନାଡ୍‌ରେ ସହଯୋଗର ହାତ ବଢ଼ାଇଥିବା ନେଇ କେତେକ ରିପୋର୍ଟ ବିଭିନ୍ନ...

ପିଲାଦିନର ପ୍ରେମକୁ ପାଇବା ପାଇଁ ୪ ଥର ଘର ଛାଡ଼ିଥିଲେ ପ୍ରେମିକା, ଶେଷରେ ଥାନାରେ ହେଲା ବିବାହ

ପାଟଣା,୨୪ା୭: ବିହାରର ରୋହତାସ ଜିଲା ଡେହରିସ୍ଥିତ ମହିଳା ଥାନାରେ ଏକ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ଥାନାଧିକାରୀଙ୍କ ଉପସ୍ଥିତିରେ ହୋଇଛି। ପଣ୍ଡିତ ମନ୍ତ୍ର...

ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚେତାବନୀ: ଟ୍ରାଫିକ୍‌ ଆଇନ ବିରୋଧରେ ଗଲେ ଜାରି ହେବ ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ, ୭।୧: ନୂଆ ଟ୍ରାଫିକ୍‌ ନିୟମ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଯେଉଁ ରାଜ୍ୟ ଟ୍ରାଫିକ୍‌ ଆଇନ ବିରୋଧ ଯିବେ ସେଠାରେ...

ଟ୍ୟୁସନ ଫି ନ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୋପାଳ,୬ ।୭: ସାରା ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ କହିଛନ୍ତି ଆଗାମୀ ତୃତୀୟ...

Advertisement
Archives

Model This Week