ଠେଲାରେ ପାନ, ଚାଟ, ସିଙ୍ଗଡା ବିକ୍ରି କରୁଥିବା ୨୫୬ ଜଣ କୋଟିପତି!

କାନପୁର,୨୦ ।୭: ଉତ୍ତର ପ୍ରଦେଶର କାନପୁରରେ ବିଗ ଡାଟା ସପ୍ଟୱେୟାର, ଆୟକର ବିଭାଗ ଓ ଜିଏସ୍‌ଟି ରେଜିଷ୍ଟ୍ରେଶନର ଯାଞ୍ଚରୁ କାନପୁର ରାସ୍ତା କଡରେ ଠେଲାରେ ପାନ, ଚାଟ, ସିଙ୍ଗଡା ବିକ୍ରି କରୁଥିବା ୨୫୬ ଜଣ ଲୋକ କୋଟିପତି ବୋଲି ଜଣାପଡିଛି । ଏହାସହ କେତେଜଣ କବାଡି ବାଲାଙ୍କ ନିକଟରେ ୩-୩ଟି କାର ସହ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଥିବା ଜଣାପଡିଛି । ଉତ୍ତର ପ୍ରଦେଶ କାନପୁରରେ ଆୟକର ବିଭାଗର ଯାଞ୍ଚ ସମୟରେ ଏମିତି ଚମକାଇବା ଭଲି ତଥ୍ୟ ସାମ୍ନାକୁ ଆସିଛି । କେବଳ ସେତିକି ନୁହେଁ ଛୋଟ ଛୋଟ ବ୍ୟବସାୟୀ ଓ ଔଷଧ ବ୍ୟବସାୟୀ କୋଟିପତି ବୋଲି ଜଣାପଡିବା ସହ ଫଳ ଦୋକାନ କରିଥିବା ଅଧିକାଂଶ ବ୍ୟବସାୟୀଙ୍କର ଏକର ଏକର ସମ୍ପତ୍ତି ଥିବା ଜଣାପଡିଛି । ହେଲେ ଏମାନେ କେହି ଆୟକର ଦେଉ ନାହାନ୍ତି । ତେବେ ଆୟକର ବିଭାଗକୁ ଗରିବ ବୋଲି ଦେଖାଉଥିବା ଏହି ବ୍ୟକ୍ତିମାନଙ୍କ ଉପରେ ଗୁଇନ୍ଦା ନଜର ରଖାଯାଇଥିଲା । ଗଳି କନ୍ଦିରେ ଭଲ ବ୍ୟବସାୟ କରୁଥିବା ଲୋକଙ୍କ ଉପରେ ନଜର ରଖିବା ପରେ ଏହା ସାମ୍ନାକୁ ଆସିଛି । ଆଉ ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କ ହୋସ୍ ଉଡାଇ ଦେଇଛି । ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି କି କାନପୁରର ଅଧିକାଂଶ ବ୍ୟବସାୟୀ ଜିଏସ୍‌ଟି ରେଜିଷ୍ଟ୍ରେଶନ ବାହାରେ ଟଙ୍କାଟିଏ ବି ଦେଇ ନାହାନ୍ତି । ହେଲେ ୪ ବର୍ଷ ମଧ୍ୟରେ ୩୭୫ କୋଟି ଟଙ୍କାର ସମ୍ପତ୍ତି କ୍ରୟ କରିଛନ୍ତି । ପାନ ଦୋକାନ କରିଥିବା କେତେଜଣ ବ୍ୟବସାୟୀ କରୋନା ସମୟରେ ପାଖାପାଖି ୫ କୋଟି ଟଙ୍କାର ସମ୍ପତ୍ତି କ୍ରୟ କରିଥିବା ଜଣାପଡିଛି । ସେହିପରି ୨ ଜଣ କବାଡି ବାଲା ୨ ବର୍ଷରେ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି କିଣିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଓସିରେ ମାଇନ୍‌ ବିସ୍ଫୋରଣ: ୩ ଯବାନ ଆହତ

ଜମ୍ମୁ,୩୦।୪(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଶୁକ୍ରବାର ମାଇନ୍‌ ବିସ୍ଫୋରଣରେ ଭାରତୀୟ ସେନା ମେଜରଙ୍କ ସମେତ ୩ ଯବାନ ଆହତ...

ଦିଲ୍ଲୀ ମେୟର ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା: ମହିଳା କାଉନସିଲର ଭାଜପାରେ ସାମିଲ

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀରେ ହେବାକୁ ଥିବା ମେୟର ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି)କୁ ଝଟକା ଲାଗିଛି। ଆମ ଆଦମୀ ପାର୍ଟିର ମହିଳା କାଉନସିଲର ସୁନୀତା ଭାଜପାରେ...

ଉମେଶ ପାଲଙ୍କ ଉପରେ ପ୍ରଥମ ଗୁଳି ଚଳାଇଥିବା ଶୁଟର ନିହତ

ପ୍ରୟାଗରାଜ,୬ ।୩: ପ୍ରୟାଗରାଜରେ ସାକ୍ଷୀ ଉମଶେ ପାଲ ହତ୍ୟାଗାଣ୍ଡକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ହୋଇଥିବା ଶୁଟର...

କନକ ଦୁର୍ଗା ମନ୍ଦିର

ମା’ କନକ ଦୁର୍ଗାଙ୍କୁ ସମର୍ପିତ ଏହି ମନ୍ଦିରଟି ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ାଠାରେ ଅବସ୍ଥିତ। ପ୍ରାକୃତିକ ବୈଭବଭରା ଉକ୍ତ ମନ୍ଦିରଟିର ଆଧ୍ୟାତ୍ମିକ ପରିବେଶ ଭକ୍ତଗଣଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।...

ଶେୟାର ବଜାରରେ ଗୋଟିଏ ଦିନରେ ବୁଡ଼ିଗଲା ୩ ଲକ୍ଷ ୪୬ ହଜାର କୋଟି: ଡିଡିଟି ହଟାଇବା ପଡ଼ିଲା ମହଙ୍ଗା

ମୁମ୍ବାଇ,୨।୨: ଚଳିତ ୨୦୨୦-୨୧ ବଜେଟ ଉପସ୍ଥାପନ ପରେ ଶେୟାର ବଜାରରେ ଗୋଟିଏ ଦିନରେ ୩ ଲକ୍ଷ ୪୬ ହଜାର କୋଟି ଟଙ୍କା ବୁଡ଼ି ଯାଇଛି। ଗତ...

ସିଏଏକୁ ନେଇ ଜାମା ମସ୍‌ଜିଦ୍‌ ବାହାରେ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୨୭।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଶୁକ୍ରବାର ନମାଜ ପାଠ ପରେ ଦିଲ୍ଲୀ ଜାମା ମସ୍‌ଜିଦ୍‌ ବାହାରେ ପ୍ରଦର୍ଶନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ପରିସ୍ଥିତିକୁ...

କୋଭିଡ୍‌ ହସ୍ପିଟାଲରେ ଡାକ୍ତର ଆନ୍ଦୋଳନ

ନୂଆଦିଲ୍ଲୀ, ୧୨।୧୦: ମହାମାରୀ କରୋନା କାଳରେ ଜୀବନକୁ ବାଜି ଲଗାଇ କାମ କରୁଥିବା ଡାକ୍ତର ଓ ନର୍ସ (କୋଭିଡ୍‌ ଯୋଦ୍ଧା)ଙ୍କୁ ଦିଲ୍ଲୀ ସରକାରଙ୍କ ହତାଦର ଏବେ...

ଦେଶରେ ଆଜି ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୩।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୩ ନୂଆ କରୋନା...

Advertisement
Archives

Model This Week