Posted inଜାତୀୟ

ରାହୁଲ ଗାନ୍ଧୀଙ୍କୁ ଭେଟିଲେ କହ୍ନେୟା କୁମାର: କଂଗ୍ରେସକୁ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୯।୯:କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିପିଆଇ ନେତା କହ୍ନେୟା କୁମାରଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚର୍ଚ୍ଚା ହେଉଛି କହ୍ନେୟା କୁମାର ସିପିଆଇ ଛାଡି କଂଗ୍ରେସରେ ଯୋଗ ଦେବେ। ଅବଶ୍ୟ ଏନେଇ କହ୍ନେୟାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋରଙ୍କୁ ଭେଟିବା ପରେ କହ୍ନେୟା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ, କହ୍ନେୟା କୁମାର ଗତ ଦେଢ ବର୍ଷ ହେବ ରାଜନୀତିରେ ସକ୍ରିୟ ରାଜନୀତିରେ କମ୍‌ ନଜର ଆସୁଛନ୍ତି। ଗତ ଫେବୃଆରୀରେ ହାଇଦ୍ରାବାଦରେ ସିପିଆଇର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପାଟନାରେ କହ୍ନେୟା କୁମାରଙ୍କ ଦ୍ୱାରା କରାଯାଇଥିବା ମାରପିଟ୍‌ ଘଟଣାରେ ଏକ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି। ଏହି ବୈଠକରେ ଦଳର ୧୧୦ ସଦସ୍ୟ ଉପସ୍ଥିତ ଥିଲେ। ତିନିଜଣଙ୍କ ବ୍ୟତୀତ ଅନ୍ୟ ସମସ୍ତେ କହ୍ନେୟାଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବକୁ ସମର୍ଥନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିଦାମ୍ବରମ୍‌ଙ୍କ ଜନ୍ମ ଦିନରେ ପୁଅ କାର୍ତ୍ତି ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୧୬।୯ : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ ସୋମବାର ୭୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତେବେ ଜନ୍ମଦିନରେ ସେ ଜେଲ୍‌ରେ ଥିବାରୁ ଏହା ପାଳନ ହୋଇପାରିବ...

ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ: ୧୦ଲକ୍ଷ ଆମ୍ଫୋଟେରିସନ୍‌ ଇଞ୍ଜେକ୍ସନ୍‌ ଯୋଗାଇବ ଆମେରିକାର ଏହି କମ୍ପାନୀ

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଇତିମଧ୍ୟରେ ବର୍ଦ୍ଧିତ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଏବେ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୧୧ହଜାରରୁ...

ଜାମିଆ ପରିଦର୍ଶନ କଲେ ଏନ୍‌ଏଚ୍‌ଆର୍‌ସି ଟିମ୍‌

ନୂଆଦିଲ୍ଲୀ,୧୫ା୧: ମଙ୍ଗଳବାର ଜାତୀୟ ମାନବ ଅଧିକାର କମିଶନଙ୍କ ଏକ ଟିମ୍‌ ଜାମିଆ ମିଲିଆ ଇସ୍‌ଲାମିଆ ପରିଦର୍ଶନ କରି ପୋଲିସ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବା ଛାତ୍ରୀଛାତ୍ରଙ୍କ ପ୍ରତିକ୍ରିୟା...

କେନ୍ଦ୍ର ସରକାରଙ୍କୁ ମେହବୁବାଙ୍କ ଚେତାବନୀ: ଅନୁଚ୍ଛେଦ ୩୫-ଏ ବାରୁଦ ଗଦା ଭଳି ବିପଦପୂର୍ଣ୍ଣ

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ସରକାରଙ୍କୁ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଚେତାବନୀ ଦେଇଛନ୍ତି। ରବିବାର ମେହବୁବା କହିଛନ୍ତି ଯେ, କେନ୍ଦ୍ର ସରକାର ଅନୁଚ୍ଛେଦ ୩୫-ଏରେ ପରିବର୍ତ୍ତନ...

ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବେ ମହିଳା

ଥିରୁଭାନନ୍ତପୁରମ,୭।୩: ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ କେରଳର ମହିଳାମାନେ ନାରୀ ସଶକ୍ତିକରଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିବାକୁ ପ୍ରସ୍ତୁତ ହୋଇଛନ୍ତି। ମାର୍ଚ୍ଚ ୮ ରବିବାର...

ନିର୍ଭୟା ଦୋଷୀଙ୍କୁ ଫାଶୀ: ଜାନୁୟାରୀ ୨୦ରେ ଜେଲ୍‌ରେ ପହଞ୍ଚିବେ ଘାତକ ପଓ୍ବନ; ୬୦ ହଜାର ମିଳିବ ପାରିଶ୍ରମିକ

ନୂଆଦିଲ୍ଲୀ,୧୫।୧: ତିହାର ଜେଲ୍‌ରେ ନିର୍ଭୟା ଦୋଷୀଙ୍କୁ ୨୨ ଜାନୁୟାରୀରେ ଫାଶୀ ଦିଆଯିବ। ଏଥିପାଇଁ ଘାତକ ପଓ୍ବନ ଜାନୁୟାରୀ ୨୦ରେ ଜେଲ୍‌ରେ ପହଞ୍ଚିବେ। ୪ ଦୋଷୀ ଅକ୍ଷୟ...

୨୬/୧୧ରେ ନିଜ ଜୀବନକୁ ବାଜି ଲଗାଇ ଅନେକଙ୍କୁ ବଞ୍ଚାଇ ଥିଲେ ମୁମ୍ବାଇର ନୂଆ କମିଶନର

ମୁମ୍ବାଇ,୧୭।୩: ବରିଷ୍ଠ ଆଇପିଏସ୍‌ ଅଫିସର ହେମନ୍ତ ନାଗ୍ରାଲେଙ୍କୁ ବୁଧବାର ମୁମ୍ବାଇ ପୋଲିସ କମିଶନର ପଦରେ ନିଯୁକ୍ତ କରାଯାଇଛି। ମୁମ୍ବାଇ ଉପରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣରେ...

ପ୍ରୟାଗରାଜରେ ହେବ ନୂତନ ଏୟାର ଡିଫେନ୍ସ କମାଣ୍ଡ

ପ୍ରୟାଗରାଜ,୨୮।୮: ପାକିସ୍ତାନ ଓ ଚାଇନା ସହ ଜାରି ରହିଥିବା ସୀମା ବିବାଦ ମଧ୍ୟରେ ଭାରତ ସରକାର ୩ସେନା ବାହିନୀକୁ ଲଗାତାର ସଶକ୍ତ ଓ ଆଧୁନିକୀକରଣ କରିବାକୁ...

Advertisement
Archives

Model This Week