Posted inଜାତୀୟ

କଂଗ୍ରେସରେ ମିଶିବାକୁ ଯାଉଛନ୍ତି କହ୍ନେୟା କୁମାର, ଗୁଜରାଟ ବିଧାୟକ

ନୂଆଦିଲ୍ଲୀ,୨୦।୯: ଆସନ୍ତା ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆୟୋଜିତ ହେବାକୁ ଥିବା ଇଭେଣ୍ଟରେ କଂଗ୍ରେସରେ ସାମିଲ ହୋଇପାରନ୍ତି ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର। ତାଙ୍କ ସହ ଗୁଜରାଟର ସ୍ବାଧିନ ବିଧାୟକ ଜିଗନେଶ ମେଭାନି ମଧ୍ୟ କଂଗ୍ରେସର ହାତ ଧରିବାକୁ ଯାଉଥିବା ଦଳୀୟ ସୂତ୍ରରୁ ସୋମବାର କୁହାଯାଇଛି।

ଗୁଜରାଟ ବିଧାୟକ ମେଭାନି ଜଣେ ଦଳିତ ନେତା। ସେ ଗୁଜରାଟର ଭାଦଗମ ନିର୍ବାଚନମଣ୍ଡଳୀରୁ ବିଧାୟକ ଅଛନ୍ତି। ତାଙ୍କୁ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପଦ ଦିଆଯାଇପାରେ। ଏଥିରୁ ଜଣାପଡ଼ୁଛି, ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏବେ ଦଳିତ ଭୋଟରଙ୍କୁ ହାତେଇବା ପାଇଁ ପ୍ରୟାସ ଚଲାଇଛି। ଅନ୍ୟପକ୍ଷରେ ଜଓ୍ବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଭାପତି କହ୍ନେୟା ଏବେ ସିପିଆଇ ସହ ଅଛନ୍ତି। ସେ କଂଗ୍ରେସକୁ ଡେଇଁବା ପରେ ଅନେକ ବାମପନ୍ଥୀ ନେତା ଦଳରେ ସାମିଲ ହେବେ ବୋଲି ଆଶା କରାଯାଉଛି।

କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି, କହ୍ନେୟା ଗତ ଦୁଇ ସପ୍ତାହରେ ଦୁଇ ଥର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଆଲୋଚନା କରିଛନ୍ତି। ସେ ୨୦୧୯ ଲୋକସଭା ନିର୍ବାଚନରେ ସେ ବେଗୁସରାଇରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଭାଜପାର ଗିରିରାଜ ସିଂଙ୍କ ଠାରୁ ତାଙ୍କୁ ବଡ଼ ବ୍ୟବଧାନରେ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍‌ ଗେଟ୍‌: ମୋଟ ୨୬ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍‌କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍‌…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

ପିତୃ ପକ୍ଷରେ ଚମକିବ ଏହି ୫ ରାଶିର ଭାଗ୍ୟ, ଧନ ସହ ମିଳିବ କ୍ୟାରିୟରରେ ବଡ଼ ସଫଳତା

ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ପିତୃ ପକ୍ଷର ସମୟ ପିତୃପୁରୁଷଙ୍କ ତର୍ପଣ ଏବଂ ଶ୍ରାଦ୍ଧ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ପିତୃ ପକ୍ଷ ୨୬ ସେପ୍ଟେମ୍ୱରରୁ…

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ନାୟକ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?