Posted inଜାତୀୟ

କଂଗ୍ରେସରେ ମିଶିବାକୁ ଯାଉଛନ୍ତି କହ୍ନେୟା କୁମାର, ଗୁଜରାଟ ବିଧାୟକ

ନୂଆଦିଲ୍ଲୀ,୨୦।୯: ଆସନ୍ତା ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆୟୋଜିତ ହେବାକୁ ଥିବା ଇଭେଣ୍ଟରେ କଂଗ୍ରେସରେ ସାମିଲ ହୋଇପାରନ୍ତି ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର। ତାଙ୍କ ସହ ଗୁଜରାଟର ସ୍ବାଧିନ ବିଧାୟକ ଜିଗନେଶ ମେଭାନି ମଧ୍ୟ କଂଗ୍ରେସର ହାତ ଧରିବାକୁ ଯାଉଥିବା ଦଳୀୟ ସୂତ୍ରରୁ ସୋମବାର କୁହାଯାଇଛି।

ଗୁଜରାଟ ବିଧାୟକ ମେଭାନି ଜଣେ ଦଳିତ ନେତା। ସେ ଗୁଜରାଟର ଭାଦଗମ ନିର୍ବାଚନମଣ୍ଡଳୀରୁ ବିଧାୟକ ଅଛନ୍ତି। ତାଙ୍କୁ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପଦ ଦିଆଯାଇପାରେ। ଏଥିରୁ ଜଣାପଡ଼ୁଛି, ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏବେ ଦଳିତ ଭୋଟରଙ୍କୁ ହାତେଇବା ପାଇଁ ପ୍ରୟାସ ଚଲାଇଛି। ଅନ୍ୟପକ୍ଷରେ ଜଓ୍ବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଭାପତି କହ୍ନେୟା ଏବେ ସିପିଆଇ ସହ ଅଛନ୍ତି। ସେ କଂଗ୍ରେସକୁ ଡେଇଁବା ପରେ ଅନେକ ବାମପନ୍ଥୀ ନେତା ଦଳରେ ସାମିଲ ହେବେ ବୋଲି ଆଶା କରାଯାଉଛି।

କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି, କହ୍ନେୟା ଗତ ଦୁଇ ସପ୍ତାହରେ ଦୁଇ ଥର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଆଲୋଚନା କରିଛନ୍ତି। ସେ ୨୦୧୯ ଲୋକସଭା ନିର୍ବାଚନରେ ସେ ବେଗୁସରାଇରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଭାଜପାର ଗିରିରାଜ ସିଂଙ୍କ ଠାରୁ ତାଙ୍କୁ ବଡ଼ ବ୍ୟବଧାନରେ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ପୂର୍ବରୁ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୨୮ ।୨:କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲଗାତାର ଭାବେ ଦୋଷ ଲଦି ଆସୁଥିବା ଦେଖାଯାଇଛି...

ଲୋକେ ନିଜେ ଜାରି କଲେ ୧୦ ଦିନିଆ ଲକ୍‌ଡାଉନ୍‌…

ଅହମଦାବାଦ,୨୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଅଞ୍ଚଳରେ ସ୍ଥାନୀୟ ଲୋକେ ସରକାର ଅବା ସ୍ଥାନୀୟ ପ୍ରଶାସନର...

ବିବାହ ପରେ ନିଖୋଜ ବରଙ୍କ ମିଳିଲା ମୃତଦେହ

ଲକ୍ଷ୍ନୌ,୧୨।୨: ବିବାହ ପରେ ବରକନ୍ୟା ଘରକୁ ଫେରୁଥିବା ବେଳେ ରାସ୍ତାରୁ ହଠାତ୍‌ ବର ନିଖୋଜ ହୋଇଯାଇଥିଲେ। ପରଦିନ ଏକ ଘଞ୍ଚ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଥିଲା।...

ମହାରାଷ୍ଟ୍ର, ହରିୟାଣାରେ ଭାଜପାର ବିଜୟ ନେଇ ଜନମତ ସର୍ଭେ: ପ୍ରଚାରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ,୨୦ା୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଲାଗି ସୋମବାର ଭୋଟଗ୍ରହଣ ହେବାକୁ ଯାଉଥିଲାବେଳେ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ବିଭିନ୍ନ...

ଦେଇଥିବା କଥା ରଖିବ ଭାଜପା: ରାଜନାଥ

ବୋକାରୋ,୧।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ହେଉଥିବା ପ୍ରଚାର ଅଭିଯାନରେ ଏବେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ସାମିଲ ହୋଇଛନ୍ତି। ଦୁଇଦିନ ତଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

ଦାଦା-ପୁତୁରା ଏକାଠି: ସମାଜବାଦୀ ପାର୍ଟିରେ ବିଲୟ ହେଲା ଶିବପାଲଙ୍କ ଦଳ

ଲକ୍ଷ୍ନୌ,୮।୧୨: ମୈନପୁରୀ ଉପନିର୍ବାଚନର ଅନ୍ତିମ ଫଳାଫଳ ପୂର୍ବରୁ ୟୁପି ରାଜନୀତିରେ ଏକ ବଡ ମୋଡ଼ ଆସିଛି। ଶିବପାଲ ସିଂ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟି ବର୍ତ୍ତମାନ...

୨୦୧୯ରେ ୧.୧୬ ଲକ୍ଷ ଶିଶୁ ମୃତ

ନୂଆଦିଲ୍ଲୀ, ୨୨ା୧୦: ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ବିଶ୍ୱରେ ଏହାର ପ୍ରଭାବ ବଢ଼ିି ବିଭିନ୍ନ ସମସ୍ୟା ଦେଖାଯାଉଛି। ଭାରତରେ ବାୟୁ ପ୍ରଦୂଷଣ ଉଗ୍ରରୂପ ଧାରଣ କରିଥିବାବେଳେ...

କରୋନା ବିପଦ ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଫାର୍ମା କମ୍ପାନୀ ସହିତ ବୈଠକ

ନୂଆଦିଲ୍ଲୀ,୨୯।୧୨: ସାରା ଦେଶରେ ବଢ଼ୁଥିବା କରୋନା ବିପଦକୁ ଦୃଷ୍ଟିରେ ରଖି ଭାରତରେ ଲଗାତର ଭାବେ ପ୍ରସ୍ତୁତି ଚଳାଇଛି। ଆସନ୍ତା ମାସ ଅର୍ଥାତ୍‌ ଜାନୁଆରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ...

Advertisement
Archives

Model This Week